Posted inଜାତୀୟ

ମୋଦିଙ୍କର ହେଉ ଲାଏ ଡିଟେକ୍ଟର ଟେଷ୍ଟ୍‌, ଏଏପିର ଦାବି…

ନୂଆଦିଲ୍ଲୀ,୧୮।୧୦ : ଏକ୍ସାଇଜ ସ୍କାମ ମାମଲାରେ ସିବିଆଇ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆଙ୍କୁ ୯ ଘଣ୍ଟାରୁ ଅଧିକ ସମୟ ପ୍ରଶ୍ନ କରିଛି। ସିବିଆଇର ପଚରାଉଚରା ପରେ ଆମ ଆଦମୀ ପାର୍ଟି ଭାଜପାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠାଇଛି। ଏଏପିର ମୁଖପାତ୍ର ତଥା ବିଧାୟକ ସୌରଭ ଭରଦ୍ୱାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲାଏ ଡିଟେକ୍ଟର ଟେଷ୍ଟ୍‌ କରିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ କହିଛନ୍ତି, ସିବିଆଇ ମିଥ୍ୟା ଅଭିଯୋଗରେ ମନୀଷ ସିସୋଡିଆଙ୍କୁ ପଚରାଉଚରା କରିଥିଲା।

ଭାଜପା କହିଛି ଯେ ସେ ସିସୋଡିଆଙ୍କ ଲାଏ ଡିଟେକ୍ଟର ଟେଷ୍ଟ୍‌ କରିବା ଉଚିତ। ତେବେ ମୋର ବିଶ୍ୱାସ ଯେ ସବୁଠାରୁ ବଡ ମିଥ୍ୟାବାଦୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ସେଥିପାଇଁ ପ୍ରଥମେ ତାଙ୍କର ଲାଏ ଡିଟେକ୍ଟର ଟେଷ୍ଟ୍‌ କରାଯିବା ଜରୁରୀ। ସୌରଭ କହିଛନ୍ତି, ମୋଦି କହିଥିଲେ ଇଡି ଏବଂ ସିବିଆଇ ନିରପେକ୍ଷ ଏଜେନ୍ସି। ମୁଁ ଏହାକୁ ମୋଦିଙ୍କର ବଡ ମିଥ୍ୟା ବୋଲି ଭାବୁଛି। ସେଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଲାଏ ଡିଟେକ୍ଟର ଟେଷ୍ଟ୍‌ ପାଇଁ ଆହ୍ବନ ଦେଇଛି। ସେ କହିଛନ୍ତି ଯେ ଦିଲ୍ଲୀରେ ଘଟୁଥିବା ଘଟଣାର ବିବରଣୀ ଇଣ୍ଟରପୋଲ ବୈଠକରେ ପ୍ରଧାନମନ୍ତ୍ରୀ ଦେବା ଉଚିତ।

ଏହାପୂର୍ବରୁ ଭାରତୀୟ ଜନତା ପାର୍ଟି ନେତା କପିଲ ମିଶ୍ର ମଙ୍ଗଳବାର ସିସୋଡିଆଙ୍କର ଲାଏ ଡିଟେକ୍ଟର ଟେଷ୍ଟ୍‌ ପାଇଁ ଦାବି କରିଛନ୍ତି। ସିବିଆଇ ତାଙ୍କୁ ଆମ ଆଦମୀ ପାର୍ଟି ଛାଡିବାକୁ ଚାପ ପକାଉଛି ବୋଲି ସିସୋଡିଆଙ୍କ ମନ୍ତବ୍ୟ ନେଇ କପିଲ ଏଭଳି କହିଛନ୍ତି। ସିବିଆଇ ବିରୋଧରେ ଦେଇଥିବା ବିବୃତ୍ତି ପ୍ରତ୍ୟାହାର କରି ସିସୋଡିଆ କ୍ଷମା ମାଗନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

ନିଜକୁ ଭୋଟ୍‌ ଦେଇପାରିବେନି ଏହି ପ୍ରାର୍ଥୀ

ନୂଆଦିଲ୍ଲୀ,୧୯।୪: ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ମତଦାନ ଚାଲିଛି। ଏହି ପରିପ୍ରେକ୍ଷୀରେ ୧୦୨ଟି ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହେଉଥିବା ବେଳେ ବିହାରର ୪ଟି ଲୋକସଭା...

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri