Posted inଖେଳ

ରାଇନାଙ୍କୁ ମୋଦିଙ୍କ ଚିଠି: ‘ଯୁବକ ହୋଇଥବାରୁ ଅବସର ଶବ୍ଦ ବ୍ୟବହାର କରିବାକୁ ଚାହେଁନି’

ନୂଆଦିଲ୍ଲୀ,୨୧॥୮(ପି.ଟି.): ଗୁରୁ ମହେନ୍ଦ୍ର ସିଂ ଧୋନୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିବାର କିଛି ସମୟ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାନୁସରଣ କରି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଜୀବନର ଦ୍ୱିତୀୟ ଇନିଂସ ପାଇଁ ଶୁଭେଚ୍ଛା ଜଣାଇ ଦୁଇ ପୃଷ୍ଠା ସମ୍ବଳିତ ଏକ ପତ୍ର ଲେଖିଛନ୍ତି। ଅବସର ଘୋଷଣା କରି ୩୩ ବର୍ଷିଆ ରାଇନା ସମସ୍ତଙ୍କୁ ଚକିତ କରିଥିଲେ। ରାଇନାଙ୍କ ଖେଳ ତଥା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଇନାଙ୍କ ଫିଲ୍ଡିଂ ବେଶ୍‌ ଉଚ୍ଚକୋଟୀର ଥିଲା। ଅଧିନାୟକ ତାଙ୍କୁ ସବୁବେଳେ ଭରସା କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ର ପାଇଁ ରାଇନା ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଏଭଳି ପ୍ରେରଣଦାୟକ ଶବ୍ଦ ବ୍ୟବହାର କରି ମୋତେ ଚିଠି ଲେଖିବା ଏକ ବଡ଼ କଥା ବୋଳି ରାଇନା କହିଛନ୍ତି। କେତେକ ଉପଯୋଗୀ ପାଳି ଖେଳି ରାଇନା ଭାରତକୁ ଏକାଧିକ ବାର ବିଜୟୀ କରାଇଛନ୍ତି ଓ ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଭାବେ ମଧ୍ୟ ପରିଗଣିତ ହେଉଥିଲେ।
ଅଗଷ୍ଟ ୧୫ରେ ଆପଣ କ୍ୟାରିୟର ତଥା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଆପଣ ବହୁତ ଶକ୍ତିଶାଳୀ ଓ ଯୁବକ ହୋଇଥିବାରୁ ଅବସର ଭଳି ଶବ୍ଧ ବ୍ୟବହାର କରିବାକୁ ଚାହେଁନାହିଁ ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କ୍ରିକେଟ ପଡିଆରେ ଐତିହାସିକ ଯାତ୍ରା ଶେଷ କରିବା ପରେ ଜୀବନର ଦ୍ୱିତୀୟ ଇନିଂସ ଆପଣ ଆରମ୍ଭ କରିବାକୁ ଯାଉଛନ୍ତି। ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ହେବା ସହିତ ଆପଣ ଉପଯୋଗୀ ବୋଲିଂ କରି ଆଗାମୀ ଯୁବ ପିଢି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫିଲ୍ଡିଂରେ ମଧ୍ୟ ଆପଣ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଫିଲ୍ଡିଂ ମାଧ୍ୟମରେ ଆପଣ ଦଳ ପାଇଁ ବହୁତ ରନ୍‌ ରୋକିବାରେ ସଫଳ ହୋଇଛନ୍ତି। ଆପଣଙ୍କ ଉପରେ ଅଧିନାୟକଙ୍କ ଭରସା ସବୁବେଳେ ଜାରି ରହୁଥିଲା ମୋଦି ଚିଠିରେ ଉଲ୍ଲେଖ କରିଛନ୍ତି।
ସବୁବେଳେ ରାଇନା ଟିମ୍‌ ସ୍ପିରିଟ୍‌ ସହିତ ଜଡିତ ରହୁଥିଲେ। ନିଜ ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ସେ ଦଳକୁ ଅଧିକ ଗୁରୁତ୍ୱ ଦେଉଥିଲେ। ପଡିଆରେ ଆକ୍ରମଣାତ୍ମକ ସ୍ବଭାବ ପାଇଁ ରାଇନା ବେଶ୍‌ ପ୍ରଶଂସିତ ହେଉଥିଲେ ବୋଲି ପ୍ରଧାନମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ସମାଜ ସେବାରେ ବି ରାଇନାଙ୍କ ଯୋଗଦାନ ରହିଛି। ସ୍ବଚ୍ଛ ଭାରତ ଓ ମହିଳା ସଶକ୍ତିକରଣରେ ଅଭିଯାନରେ ମଧ୍ୟ ରାଇନାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଅଭାବ ଅସୁବିଧାରେ ପଡିଥିବା ଲୋକଙ୍କ ସାହଯ୍ୟ କରିବାକୁ ରାଇନା ସବୁବେଳେ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ତଥା କ୍ରୀଡ଼ାର ଉନ୍ନତି ପାଇଁ ରାଇନା ଯାହା ସବୁ କରିଛନ୍ତ ତାହା ପ୍ରଶଂସନୀୟ ଓ ଏଥିପାଇଁ ତାଙ୍କୁ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ରାଇନା ମଧ୍ୟ ଏହି ପତ୍ର ଓ ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଡିଆରେ ଖେଳିବା ବେଳେ ଆମେ ରକ୍ତଝାଲ ବୁହାଇଥାଉ। ଦେଶବାସୀଙ୍କ ଭଲପାଇବା ଠାରୁ ଅଧିକ ବଡ଼ କିଛି ନାହିଁ। ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମୋ ପାଇଁ ଏଭଳି କଥା କହୁଛନ୍ତି ଏହା ନିଶ୍ଚିତ ଭାବେ ବଡ଼ କଥା। ପ୍ରେରଣାଦାୟୀ ଶବ୍ଦ ଓ ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହାକୁ ମଧ୍ୟ ହୃଦୟରୁ ସ୍ବୀକାର କରୁଛି ବୋଲି ରାଇନା କହିଛନ୍ତି। ଉଲ୍ଲେଖଥାଉକି, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଚିଠି ଲେଖି ତାଙ୍କ ଅବସର ପାଇଁ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରିତିଙ୍କୁ ବ୍ରୋଞ୍ଜ: ଫାଇନାଲ୍‌ରେ ଲଭଲିନା

ହାଙ୍ଗଝୋ,୩।୧୦: ୨୦୨୩ ଏସିଆନ୍‌ ଗେମ୍ସରେ ଭାରତର ଭଲ ପ୍ରଦର୍ଶନ ଜାରି ରହିଛି। ଏସୀୟ ଗେମ୍ସର ଦଶମ ଦିନରେ ବକ୍ସର ପ୍ରୀତି ପାନୱାର ବ୍ରୋଞ୍ଜ ପଦକ ଜିତି...

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)-କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଓଡ଼ିଶା-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ପ୍ରଥମ ସେସନରେ ୧୬.୨ ଓଭର ମଧ୍ୟରେ...

ବେଲଜିୟମକୁ ହରାଇଲା ଭାରତ

ଲଣ୍ଡନ, ୩ା୬ (ପି.ଟି.): ୟୁରୋପ ପର୍ଯ୍ୟାୟ ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ହକି ପ୍ରତିଯୋଗିତାରେ ଶୁକ୍ରବାର ବେଲଜିୟମକୁ ୫-୧ ଗୋଲ୍‌ରେ ପରାସ୍ତ କରିଛ ଭାରତ। ପ୍ରତିଯୋଗିତାରେ ପଛକୁ ପଛ...

ବିରାଟ କୋହଲି, ଅନୁଷ୍କା ଶର୍ମାଙ୍କ ପାଇଁ ଖୁସି ଖବର

ବଲିଉଡ ଏବଂ କ୍ରୀଡା ଇଣ୍ଡଷ୍ଟ୍ରିର ସବୁଠାରୁ ଚର୍ଚ୍ଚିତ ତଥା ସୁନ୍ଦର ଦମ୍ପତିମାନଙ୍କ ମଧ୍ୟରୁ ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ଅନ୍ୟତମ। କେବଳ ଭାରତରେ ନୁହେଁ,...

ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସ୍ଥାନ ପାଇଲେ ଏହି ୩ କ୍ରିକେଟର୍‌

ନୂଆଦିଲ୍ଲୀ, ୨୩।୮: ଚଳିତ ବର୍ଷ ଲାଗି ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ହଲ୍‌ ଅଫ୍‌ ଫେମ୍‌ ତାଲିକା ଘୋଷିତ ହୋଇଯାଇଛି। ଦକ୍ଷିଣ ଆଫ୍ରିକାର ପୂର୍ବତନ ମହାନ୍‌...

‘ଅନ୍ୟ ଏକ ଗ୍ରହରୁ ଆସିଛନ୍ତି ସୂର୍ଯ୍ୟକୁମାର’

ଇସଲାମାବାଦ,୭।୧୧: ଟିମ୍‌ ଇଣ୍ଡିଆର ଷ୍ଟାର ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ଏବେ ଜବରଦସ୍ତ ଫର୍ମରେ ଅଛନ୍ତି। ଅଷ୍ଟ୍ରେଲିଆରେ ଖେଳାଯାଉଥିବା ଟି୨୦ ବିଶ୍ୱକପ୍‌ରେ ସେ ଏଯାବତ ୫ ମ୍ୟାଚ୍‌ରେ...

ଓ୍ବିଲିୟମ୍ସ ଦକ୍ଷିଣ ଆଫ୍ରିକା କ୍ରିକେଟର କାମଚଳା ସଭାପତି

ଜୋହାନ୍ସବର୍ଗ, ୧୯ା୮ (ପି.ଟି.)-ବେରେସ୍‌ଫୋର୍ଡ ଓ୍ବିଲିୟମ୍ସ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ)ର କାମଚଳା ସଭାପତି ଭାବେ ମନୋନୀତ ହୋଇଥିବାବେଳେ କାମଚଳା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ସ ଫାଉଲ୍‌...

ଦିଲ୍ଲୀ ଡାଇନାମସ୍‌ର ଘରାମି ସସ୍‌ପେଣ୍ଡ

ନୂଆଦିଲ୍ଲୀ, ୨୭ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା) ଦିଲ୍ଲୀ ଡାଇନାମସ ଖେଳାଳି ରାଣା ଘରାମିଙ୍କୁ ସାମୟିକ ସସ୍‌ପେଣ୍ଡ କରିଛି। ଇଣ୍ଡିଆନ...

Advertisement
Archives

Model This Week