Posted inଖେଳ

ରାଇନାଙ୍କୁ ମୋଦିଙ୍କ ଚିଠି: ‘ଯୁବକ ହୋଇଥବାରୁ ଅବସର ଶବ୍ଦ ବ୍ୟବହାର କରିବାକୁ ଚାହେଁନି’

ନୂଆଦିଲ୍ଲୀ,୨୧॥୮(ପି.ଟି.): ଗୁରୁ ମହେନ୍ଦ୍ର ସିଂ ଧୋନୀ ସ୍ବାଧୀନତା ଦିବସ ଅଗଷ୍ଟ ୧୫ ତାରିଖରେ ଅବସର ଘୋଷଣା କରିବାର କିଛି ସମୟ ପରେ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ସୁରେଶ ରାଇନା ମଧ୍ୟ ତାଙ୍କ ପଦାନୁସରଣ କରି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଥିଲେ। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇନାଙ୍କୁ ଜୀବନର ଦ୍ୱିତୀୟ ଇନିଂସ ପାଇଁ ଶୁଭେଚ୍ଛା ଜଣାଇ ଦୁଇ ପୃଷ୍ଠା ସମ୍ବଳିତ ଏକ ପତ୍ର ଲେଖିଛନ୍ତି। ଅବସର ଘୋଷଣା କରି ୩୩ ବର୍ଷିଆ ରାଇନା ସମସ୍ତଙ୍କୁ ଚକିତ କରିଥିଲେ। ରାଇନାଙ୍କ ଖେଳ ତଥା ପ୍ରଦର୍ଶନକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି। ରାଇନାଙ୍କ ଫିଲ୍ଡିଂ ବେଶ୍‌ ଉଚ୍ଚକୋଟୀର ଥିଲା। ଅଧିନାୟକ ତାଙ୍କୁ ସବୁବେଳେ ଭରସା କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ପତ୍ର ପାଇଁ ରାଇନା ମଧ୍ୟ କୃତଜ୍ଞତା ଜଣାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଏଭଳି ପ୍ରେରଣଦାୟକ ଶବ୍ଦ ବ୍ୟବହାର କରି ମୋତେ ଚିଠି ଲେଖିବା ଏକ ବଡ଼ କଥା ବୋଳି ରାଇନା କହିଛନ୍ତି। କେତେକ ଉପଯୋଗୀ ପାଳି ଖେଳି ରାଇନା ଭାରତକୁ ଏକାଧିକ ବାର ବିଜୟୀ କରାଇଛନ୍ତି ଓ ସେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫିଲ୍ଡର ଭାବେ ମଧ୍ୟ ପରିଗଣିତ ହେଉଥିଲେ।
ଅଗଷ୍ଟ ୧୫ରେ ଆପଣ କ୍ୟାରିୟର ତଥା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲେ। ଆପଣ ବହୁତ ଶକ୍ତିଶାଳୀ ଓ ଯୁବକ ହୋଇଥିବାରୁ ଅବସର ଭଳି ଶବ୍ଧ ବ୍ୟବହାର କରିବାକୁ ଚାହେଁନାହିଁ ବୋଲି ପ୍ରଧାନମନ୍ତ୍ରୀ ଚିଠିରେ ଉଲ୍ଲେଖ କରିଛନ୍ତି। କ୍ରିକେଟ ପଡିଆରେ ଐତିହାସିକ ଯାତ୍ରା ଶେଷ କରିବା ପରେ ଜୀବନର ଦ୍ୱିତୀୟ ଇନିଂସ ଆପଣ ଆରମ୍ଭ କରିବାକୁ ଯାଉଛନ୍ତି। ଜଣେ ଉଚ୍ଚକୋଟୀର ବ୍ୟାଟ୍ସମ୍ୟାନ ହେବା ସହିତ ଆପଣ ଉପଯୋଗୀ ବୋଲିଂ କରି ଆଗାମୀ ଯୁବ ପିଢି ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଫିଲ୍ଡିଂରେ ମଧ୍ୟ ଆପଣ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଫିଲ୍ଡିଂ ମାଧ୍ୟମରେ ଆପଣ ଦଳ ପାଇଁ ବହୁତ ରନ୍‌ ରୋକିବାରେ ସଫଳ ହୋଇଛନ୍ତି। ଆପଣଙ୍କ ଉପରେ ଅଧିନାୟକଙ୍କ ଭରସା ସବୁବେଳେ ଜାରି ରହୁଥିଲା ମୋଦି ଚିଠିରେ ଉଲ୍ଲେଖ କରିଛନ୍ତି।
ସବୁବେଳେ ରାଇନା ଟିମ୍‌ ସ୍ପିରିଟ୍‌ ସହିତ ଜଡିତ ରହୁଥିଲେ। ନିଜ ବ୍ୟକ୍ତିଗତ ରେକର୍ଡ ଅପେକ୍ଷା ସେ ଦଳକୁ ଅଧିକ ଗୁରୁତ୍ୱ ଦେଉଥିଲେ। ପଡିଆରେ ଆକ୍ରମଣାତ୍ମକ ସ୍ବଭାବ ପାଇଁ ରାଇନା ବେଶ୍‌ ପ୍ରଶଂସିତ ହେଉଥିଲେ ବୋଲି ପ୍ରଧାନମନ୍ତ୍ରୀ ଏହି ପତ୍ରରେ ଉଲ୍ଲେଖ କରିଛନ୍ତି। ସମାଜ ସେବାରେ ବି ରାଇନାଙ୍କ ଯୋଗଦାନ ରହିଛି। ସ୍ବଚ୍ଛ ଭାରତ ଓ ମହିଳା ସଶକ୍ତିକରଣରେ ଅଭିଯାନରେ ମଧ୍ୟ ରାଇନାଙ୍କର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଛି। ଅଭାବ ଅସୁବିଧାରେ ପଡିଥିବା ଲୋକଙ୍କ ସାହଯ୍ୟ କରିବାକୁ ରାଇନା ସବୁବେଳେ ଆଗେଇ ଆସିଛନ୍ତି। ଭାରତୀୟ କ୍ରିକେଟ ତଥା କ୍ରୀଡ଼ାର ଉନ୍ନତି ପାଇଁ ରାଇନା ଯାହା ସବୁ କରିଛନ୍ତ ତାହା ପ୍ରଶଂସନୀୟ ଓ ଏଥିପାଇଁ ତାଙ୍କୁ ଧନ୍ୟବାଦ ବୋଲି ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ରାଇନା ମଧ୍ୟ ଏହି ପତ୍ର ଓ ପ୍ରଶଂସା ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ପଡିଆରେ ଖେଳିବା ବେଳେ ଆମେ ରକ୍ତଝାଲ ବୁହାଇଥାଉ। ଦେଶବାସୀଙ୍କ ଭଲପାଇବା ଠାରୁ ଅଧିକ ବଡ଼ କିଛି ନାହିଁ। ଯେତେବେଳେ ଦେଶର ପ୍ରଧାନମନ୍ତ୍ରୀ ମୋ ପାଇଁ ଏଭଳି କଥା କହୁଛନ୍ତି ଏହା ନିଶ୍ଚିତ ଭାବେ ବଡ଼ କଥା। ପ୍ରେରଣାଦାୟୀ ଶବ୍ଦ ଓ ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। ଏହାକୁ ମଧ୍ୟ ହୃଦୟରୁ ସ୍ବୀକାର କରୁଛି ବୋଲି ରାଇନା କହିଛନ୍ତି। ଉଲ୍ଲେଖଥାଉକି, ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଚିଠି ଲେଖି ତାଙ୍କ ଅବସର ପାଇଁ ଶୁଭେଚ୍ଛା ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ମୋହନାରୁ ବ୍ରହ୍ମପୁର ଚୋରା ଚାଲାଣ ବେଳେ ଧରାପଡ଼ିଲେ ୨ ଗଞ୍ଜେଇ ବେପାରୀ: ୨୩ କେଜି ଗଞ୍ଜେଇ ସହ…

ଦିଗପହଣ୍ଡି ,୨୯।୯ ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ପୋଲିସ ଟିମ୍ ମଙ୍ଗଳବାର ଅପରାହ୍ନରେ ଗଞ୍ଜେଇ ଚୋରା ଚାଲାଣ ପଣ୍ଡ କରିବା ସହ ଏକ ଗଞ୍ଜେଇ…

ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ବିରୋଧରେ ମହାମେଳି: ଅସନ୍ତୋଷ ଝାଡ଼ିଲେ ବରିଷ୍ଠ ନେତା, ପଞ୍ଚାୟତ ନିର୍ବାଚନ ପୂର୍ବରୁ…

ଦିଗପହଣ୍ଡି,୨୯।୯ ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀର ବରିଷ୍ଠ ଭାଜପା କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ବରିଷ୍ଠ…

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?