Posted inଜାତୀୟ

ମୋଦିଙ୍କ ଜ୍ୟାକେଟ ପ୍ରସିଦ୍ଧି ହାସଲ କରିଛି, ଦିନରେ ୪ ଥର କରନ୍ତି ପରିବର୍ତ୍ତନ: ଖାର୍ଗେଙ୍କ କଟାକ୍ଷ…

ବେଙ୍ଗାଲୁରୁ,୭।୫ : ୨୨୪ ଆସନ ବିଶିଷ୍ଟ କର୍ନାଟକ ବିଧାନସଭା ନିର୍ବାଚନକୁ ତିନି ଦିନରୁ କମ ସମୟ ବାକି ଅଛି। ଏଭଳି ପରିସ୍ଥିତିରେ ରାଜନୈତିକ ଦଳ ଏବଂ ନେତାମାନେ ସେମାନଙ୍କର ସମସ୍ତ ଶକ୍ତି ଲଗାଇ ଦେଇଛନ୍ତି। ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖାର୍ଗେ କଟାକ୍ଷ କରିଛନ୍ତି। ଖାର୍ଗେ କହିଛନ୍ତି, ତାଙ୍କ ଜ୍ୟାକେଟ ପ୍ରସିଦ୍ଧ ଏବଂ ସେ ଏହାକୁ ଦିନକୁ ଚାରିଥର ବଦଳାନ୍ତି ।

ଭାରତର ସ୍ବାଧୀନତା ପାଇଁ ଆରଏସଏସ ଏବଂ ଭାଜପାର ଅବଦାନ ପ୍ରସଙ୍ଗ ଉଠାଇ ଖାର୍ଗେ ଦାବି କରିଛନ୍ତି, କଂଗ୍ରେସ କର୍ମୀମାନେ ନିଜ ଜୀବନକୁ ଉତ୍ସର୍ଗ କରୁଥିବାବେଳେ ଆରଏସଏସ ନେତାମାନେ ବଡ ସରକାରୀ ପଦ ପାଇବାରେ ବ୍ୟସ୍ତ ଥିଲେ। ଗତ ୭୦ ବର୍ଷ ମଧ୍ୟରେ କଂଗ୍ରେସ କଣ କରିଛି ବୋଲି ମୋଦି କହୁଛନ୍ତି। ଆରେ ଭାଇ, ଯଦି ଆମେ ୭୦ ବର୍ଷରେ କିଛି କରି ନ ଥାନ୍ତୁ, ତୁମେ ଏହି ଦେଶର ପ୍ରଧାନମନ୍ତ୍ରୀ ହୋଇ ନ ଥାନ୍ତ। ଆମେ ସ୍ବାଧୀନତା ଆଣି ନଥିଲେ ।

ମହାତ୍ମା ଗାନ୍ଧୀ ତାଙ୍କ ଜୀବନକୁ ବିପଦରେ ପକାଇ ଆମକୁ ସ୍ବାଧୀନତା ଦେଇଛନ୍ତି। ଗାନ୍ଧୀଙ୍କ କାରଣରୁ ଗାନ୍ଧୀ କ୍ୟାପ ପ୍ରସିଦ୍ଧ ହୋଇଥିଲା। ନେହେରୁଙ୍କ କାରଣରୁ ନେହେରୁ ଶର୍ଟ ପ୍ରସିଦ୍ଧ ହେଲା। ମୋଦି ଜ୍ୟାକେଟ ଏବେ ପ୍ରସିଦ୍ଧ ହୋଇଛି। ଆପଣ ପ୍ରତିଦିନ ନାଲି, ହଳଦିଆ, ନୀଳ ଏବଂ ସାଫ୍ରନ ରଙ୍ଗର ଚାରୋଟି ଜ୍ୟାକେଟ ପିନ୍ଧନ୍ତି। ବର୍ତ୍ତମାନ ଏହା ’ମୋଦି ଜ୍ୟାକେଟ’ ଭାବରେ ପ୍ରସିଦ୍ଧ ହେଉଛି। ସେ ଯେଉଁଆଡେ ଯାଆନ୍ତି କେବଳ ମୋଦି-ମୋଦି।ଏହି ଅଞ୍ଚଳ ଏବଂ ଦେଶ ପାଇଁ ଭଲ କର । କଂଗ୍ରେସ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରି ଦେଶ ଆଗକୁ ବଢ଼ିବ କି?

କଂଗ୍ରେସରେ ଡକ୍ଟର ଭୀମରାଓ ଆମ୍ବେଡ଼କରଙ୍କୁ ଭାରତୀୟ ସମ୍ବିଧାନ ଲେଖିବାକୁ କୁହାଯାଇଥିଲା। ଏହା ଭୋଟ ଦେବାର ଅଧିକାର ସହିତ ଲୋକଙ୍କୁ ସମାନ ଅଧିକାର ଦେଇଥିଲା। ଯଦି ଦଳିତ, ଆଦୀବାସୀ ଏବଂ ଅନ୍ୟାନ୍ୟ ପଛୁଆ ସମ୍ପ୍ରଦାୟ ପଞ୍ଚାୟତ ସଭାପତି, ବିଧାୟକ, ଏମପି ଏବଂ ମନ୍ତ୍ରୀ ହୋଇାଆନ୍ତି, ତେବେ କଂଗ୍ରେସ ଦ୍ୱାରା ଦେଶକୁ ଦିଆଯାଇଥିବା ସମ୍ବିଧାନ ଯୋଗୁଁ ଏହା ହେଉଛି। ୭୦ ବର୍ଷ ପୂର୍ବରୁ ଏହା ସମ୍ଭବ ନ ଥିଲା।

ଆରଏସଏସ କିମ୍ବା ଭାଜପା ଦେଶର ସ୍ବାଧୀନତା ପାଇଁ ଲଢ଼େଇ କରିନାହାଁନ୍ତି। ଆମେ ହିଁ ଏଥିପାଇଁ ସଂଗ୍ରାମ କରିଛୁ। ଆପଣଙ୍କ ମଧ୍ୟରୁ କେହି (ଭାଜପା / ଆରଏସଏସ) ଜେଲ ଯାଇ ନାହାଁନ୍ତି, ଆପଣଙ୍କ ଦଳର କେହି କେବେ ଫାଶୀକୁ ଯାଇ ନାହାଁନ୍ତି। ଅନ୍ୟମାନଙ୍କୁ ସ୍ବାଧୀନତା ପାଇଁ ଲଢ଼ିବାକୁ ଦିଅନ୍ତୁ ବୋଲି ଆରଏସଏସ ଏହାର କର୍ମଚାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲା। ସରକାରୀ ଚାକିରି ପାଇବା ଉପରେ ସେମାନଙ୍କ କ୍ୟାଡରମାନଙ୍କର ଧ୍ୟାନ ରହିଥିଲା।
କର୍ନାଟକରୁ ନିିର୍ବାଚିତ ଏମପିମାନେ ମୋଦିଙ୍କୁ ଭେଟିବାର ସୁଯୋଗ ନ ଥିବାରୁ ପ୍ରଧାନମନ୍ତ୍ରୀଙ୍କ ସହ ରାଜ୍ୟ ସହ ଜଡିତ କୌଣସି ପ୍ରସଙ୍ଗ ଉଠାଇ ପାରି ନଥାନ୍ତି। ସେ କହିଛନ୍ତି, ମୋଦି ଏମପିମାନଙ୍କ ସହ କଥାବାର୍ତ୍ତା କରନ୍ତି ନାହିଁ। ଏହି ଦ୍ୱାର-ଦର୍ଶନ ଅର୍ଥାତ୍‌ ଦୂରରୁ ଦେଖନ୍ତୁ ଦ୍ୱାର ଦେଇ ଦର୍ଶନ ପରି । ଏହା ଟେଲିଭିଜନ ଦେଖିବା ପରି ମନେ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?