Posted inଜାତୀୟ

ମୋଦିଙ୍କ ଫିଟ୍‌ ଇଣ୍ଡିଆ ମନ୍ତ୍ର: କଷ୍ଟକର ମନେ ହେଉଥିଲେ ବି ଫିଟ୍‌ ରହିବା ସହଜ

ନୂଆଦିଲ୍ଲୀ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ ଇଣ୍ଡିଆ ଡାଏଲଗ୍‌ରେ ଗୁରୁବାର ଯୋଗ ଦେଇ କହିଛନ୍ତି ଯେ, ଫିଟ୍‌ ରହିବା କଷ୍ଟକର ମନେ ହେଉଥିଲେ ବି ଏହା ପ୍ରକୃତ ପକ୍ଷେ ସହଜ। ମୋଦିଙ୍କ ଏହି ନୂଆ ଫିଟ୍‌ ଇଣ୍ଡିଆ ମନ୍ତ୍ର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଭିଡ଼ିଓ କନଫରେନ୍ସିଂ ଡାଏଲଗ୍‌ରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ବଲିଉଡ୍‌ ଅଭିନେତା ମିଲନ୍ଦ ସୋମନ ଏବଂ ଖ୍ୟାତିସମ୍ପନ୍ନ ଡାଏଟିଶିଅନ୍‌ ରଜୁତା ଦଓ୍ବେକର ସାମିଲ ହୋଇଥିଲେ। ଏଥିରେ କ୍ରୀଡ଼ା ମନ୍ତ୍ରୀ କିରେୀନ୍‌ ରିଜିଜୁ ଯୋଗ ଦେଇ ମୋଦିଙ୍କ ସହିତ ସୁସ୍ଥ ରହିବାର ଜୀବନ ଶୈଳୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁସ୍ଥ ରହିବା ପାଇଁ ଆବଶ୍ୟକ ନିତିଦିନିଆ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନାରେ ବିରାଟ ନିଜ ଫିଟ୍‌ନେସ୍‌ ରହିବାର ରହସ୍ୟ ମୋଦିଙ୍କୁ ଜଣାଇଥିଲେ। ସେହିପରି ମିଲନ୍ଦ ତାଙ୍କ ମା’ଙ୍କଠାରୁ ଫିଟ୍‌ନେସ୍‌ ରହିବା ଶୈଳୀ ଶିକ୍ଷା କରିଥିବା କହିଥିଲେ। ୮୧ ବର୍ଷରେ ମଧ୍ୟ ତାଙ୍କ ମା’ ଚଳଚଞ୍ଚଳ ରହିଥିବା ସେ ପ୍ରକାଶ କରିଥିଲେ। ପ୍ରତିଦିନ କିଛି ବ୍ୟାୟାମ କରିବା ଦ୍ୱାରା ଜଣେ ସହଜରେ ଫିଟ୍‌ ରହିପାରିବେ ବୋଲି ମୋଦି ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଔଷଧୀୟ ଚାରାରୋପଣ କଲେ ବିଧାୟକ

ଛତ୍ରପୁର,୯।୭(ଦିଲ୍ଲୀପ ସାମଲ): ରୋଗୀଙ୍କ ନିରୋଗ ସ୍ବାସ୍ଥ୍ୟ କାମନା ନିମନ୍ତେ ଅଗ୍ରପୂଜ୍ୟ ମହାପ୍ରଭୁ ଶ୍ରୀ ଗଣେଶଙ୍କ ମୂର୍ତ୍ତୀ ଗୁରୁବାର ସ୍ଥାନୀୟ ଉପକଣ୍ଠ ଚିକିତ୍ସାଳୟରେ ପ୍ରତିଷ୍ଠା କରାଯାଇଛି। ଏହି ଅବସରରେ…

NDAରେ ଯୋଗ ଦେବେ ଶରଦ ପାଓ୍ବାର? କଳ୍ପନା ଜଳ୍ପନା ମଧ୍ୟରେ ଦଳ ଭିତରେ ମତଭେଦ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ପୁଣି ଥରେ ଏକ ବଡ଼ ରାଜନୈତିକ ଅସ୍ଥିରତା ସୃଷ୍ଟି ହେବାର ଚର୍ଚ୍ଚା ଜୋର ଧରିଛି। ‘ଅପରେସନ ଟାଇଗର’ ପରେ, ‘ଅପରେସନ ଟୁଟାରି’ ସମ୍ପର୍କରେ ଆଲୋଚନା…

ମେଡ଼ିକାଲ ଯିବା ବାଟରେ ଖରାପ ହେଲା ଆମ୍ବୁଲାନ୍ସ: ୩ ଘଣ୍ଟା ଛଟପଟ ହୋଇ ଚାଲିଗଲା ନାବାଳିକାଙ୍କ ଜୀବନ

ଭବାନୀପାଟଣା,୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗୁରୁବାର ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଯାନ୍ତ୍ରିକ ତ୍ରୁଟି ଯୋଗୁ ଏକ ଆମ୍ବୁଲାନ୍ସ ଦୀର୍ଘ ୩ ଘଣ୍ଟା ଧରି…

ଟିଏମସିର ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଉଠାଇପାରିବେ ମମତା, ହାଇକୋର୍ଟରୁ ମିଳିଲା ବଡ଼ ଆଶ୍ବସ୍ତି

କୋଲକାତା,୯।୭: ମମତା ବାନାର୍ଜୀଙ୍କ ଦଳ, ତୃଣମୂଳ କଂଗ୍ରେସ (TMC)କୁ କୋଲକାତା ହାଇକୋର୍ଟରୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି । ଦୈନନ୍ଦିନ ଖର୍ଚ୍ଚ ପୂରଣ କରିବା ପାଇଁ କୋର୍ଟ ଟିଏମସିକୁ…

ଅନ୍ଧକାର ଆଡକୁ ଯାଉଛି ଭାରତୀୟ କ୍ରିକେଟର୍‌ ଭବିଷ୍ୟତ: ବିସ୍ଫୋରକ ବୟାନ ଦେଲେ ପୂର୍ବତନ କ୍ରିକେଟ୍‌ର

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ଭାରତୀୟ କ୍ରିକେଟ୍‌ ଦଳର ବର୍ତ୍ତମାନର ରଣନୀତି ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ…

ବଙ୍ଗରେ ଆଦିବାସୀ ମହିଳାଙ୍କୁ ଗଣବଳାତ୍କାର, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ମୃତଦେହ

କୋଲକାତା,୯।୭: ପଶ୍ଚିମବଙ୍ଗର ବାରୁଇପୁରରେ ଜଣେ ନିର୍ଦ୍ଦୋଷ ଶିଶୁ ଉପରେ ହୋଇଥିବା ନିର୍ମମ ଆକ୍ରମଣ ପରେ, ପୂର୍ବ ବର୍ଦ୍ଧମାନ ଜିଲାରୁ ଗଣବଳାତ୍କାରର ଏକ ଘଟଣା ସାମ୍ନାକୁ ଆସିଛି। ଦିୱାନ-ଦିଘି…

ସମୁଦ୍ର ଉପକୂଳ ଅଞ୍ଚଳ ବୁଲି ଦେଖିଲେ ବିଜେଡି ନେତା, ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ପୂର୍ବତନ ବିଧାୟକ କହିଲେ…

ଗଞ୍ଜାମ ,୯।୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି…

ସରକାରୀ କାର୍ଯ୍ୟରେ ଅନ୍ୟ ସମ୍ପ୍ରଦାୟକୁ ଯାଇ ବାସନ୍ଦର ଶିକାର ହେଲେ ଆଶାକର୍ମୀ

ପାରଳାଖେମୁଣ୍ଡି,୯ା୭(ଗିରିଧାରୀ ପରିଚ୍ଛା):ସରକାରୀ ସ୍ବାସ୍ଥ୍ୟସେବା ଓ କଲ୍ୟାଣମୂଳକ ଯୋଜନା ସମସ୍ତଙ୍କ ପାଖରେ ପହଞ୍ଚାଇବାରେ ଆଶାକର୍ମୀଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଛି। ହେଲେ ସେହି ଦାୟିତ୍ୱ ପାଳନ କରିବାକୁ ଯାଇ ଜଣେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri