Posted inଜାତୀୟ

ମୋଦିଙ୍କ ଫିଟ୍‌ ଇଣ୍ଡିଆ ମନ୍ତ୍ର: କଷ୍ଟକର ମନେ ହେଉଥିଲେ ବି ଫିଟ୍‌ ରହିବା ସହଜ

ନୂଆଦିଲ୍ଲୀ, ୨୪।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫିଟ୍‌ ଇଣ୍ଡିଆ ଅଭିଯାନର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଫିଟ୍‌ ଇଣ୍ଡିଆ ଡାଏଲଗ୍‌ରେ ଗୁରୁବାର ଯୋଗ ଦେଇ କହିଛନ୍ତି ଯେ, ଫିଟ୍‌ ରହିବା କଷ୍ଟକର ମନେ ହେଉଥିଲେ ବି ଏହା ପ୍ରକୃତ ପକ୍ଷେ ସହଜ। ମୋଦିଙ୍କ ଏହି ନୂଆ ଫିଟ୍‌ ଇଣ୍ଡିଆ ମନ୍ତ୍ର ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଭିଡ଼ିଓ କନଫରେନ୍ସିଂ ଡାଏଲଗ୍‌ରେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି, ବଲିଉଡ୍‌ ଅଭିନେତା ମିଲନ୍ଦ ସୋମନ ଏବଂ ଖ୍ୟାତିସମ୍ପନ୍ନ ଡାଏଟିଶିଅନ୍‌ ରଜୁତା ଦଓ୍ବେକର ସାମିଲ ହୋଇଥିଲେ। ଏଥିରେ କ୍ରୀଡ଼ା ମନ୍ତ୍ରୀ କିରେୀନ୍‌ ରିଜିଜୁ ଯୋଗ ଦେଇ ମୋଦିଙ୍କ ସହିତ ସୁସ୍ଥ ରହିବାର ଜୀବନ ଶୈଳୀ ସମ୍ପର୍କରେ ଆଲୋଚନା କରିଛନ୍ତି। ସୁସ୍ଥ ରହିବା ପାଇଁ ଆବଶ୍ୟକ ନିତିଦିନିଆ ଜୀବନଚର୍ଯ୍ୟା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଆଲୋଚନାରେ ବିରାଟ ନିଜ ଫିଟ୍‌ନେସ୍‌ ରହିବାର ରହସ୍ୟ ମୋଦିଙ୍କୁ ଜଣାଇଥିଲେ। ସେହିପରି ମିଲନ୍ଦ ତାଙ୍କ ମା’ଙ୍କଠାରୁ ଫିଟ୍‌ନେସ୍‌ ରହିବା ଶୈଳୀ ଶିକ୍ଷା କରିଥିବା କହିଥିଲେ। ୮୧ ବର୍ଷରେ ମଧ୍ୟ ତାଙ୍କ ମା’ ଚଳଚଞ୍ଚଳ ରହିଥିବା ସେ ପ୍ରକାଶ କରିଥିଲେ। ପ୍ରତିଦିନ କିଛି ବ୍ୟାୟାମ କରିବା ଦ୍ୱାରା ଜଣେ ସହଜରେ ଫିଟ୍‌ ରହିପାରିବେ ବୋଲି ମୋଦି ଏହି ଅବସରରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ରାଜ୍ୟରେ ଶହୀଦଙ୍କ ପରିବାରଙ୍କୁ ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ

ଶିମଲା,୧୧।୧୧: ଶହୀଦଙ୍କ ପରିବାରଙ୍କୁ ଏଣିକି ଦେବାକୁ ପଡ଼ିବନି ଟୋଲ ଟ୍ୟାକ୍ସ। ଏନେଇ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ସୋମବାର ଘୋଷଣା କରିଛନ୍ତି। ଏଥିସହ ଶହୀଦ...

ଏସବୁ ଜିନିଷକୁ ଗୋଡ଼ ଲଗାଉଛନ୍ତି କି? ଆସିପାରେ ବଡ଼ ବିପତ୍ତି

ସାଧାରଣତଃ ଅଜାଣତରେ ବେଳେବେଳେ ଆମ ଗୋଡ଼ ଏଠି ସେଠି ବାଜିଯାଇଥାଏ। ହେଲେ ଆମେ ସେଥିପ୍ରତି ଏତେଟା ଧ୍ୟାନ ଦେଇ ନ ଥାଉ। କିଛି ଲୋକ ଜାଣିଶୁଣି...

କରୋନା ଯୋଦ୍ଧାଙ୍କ ପାଇଁ ୧୦ ଲକ୍ଷର ବୀମା ଘୋଷଣା କଲେ ମମତା

କୋଲକାତା,୩୦।୩: କରୋନା ସଂକ୍ରମଣ ଦେଶରେ ବୃଦ୍ଧି ପାଉଥିବା ବେଳେ ଏହାକୁ ନେଇ ଚିନ୍ତା ବି ବଢି ଯାଉଛି। ହେଲେ ଏହି ସମୟରେ କରୋନା ଯୋଦ୍ଧା ଭାବେ...

ବିଶ୍ୱବିଦ୍ୟାଳୟରେ ପ୍ରଦାନ କରାଯାଉଥିବା ଶିକ୍ଷା ସମାଜରେ ହୋଇଥାଏ ପ୍ରତିଫଳିତ: ପ୍ରଧାନ ବିଚାରପତି

ନାଗପୁର,୧୮।୧: ବିଶ୍ୱବିଦ୍ୟାଳୟ ଇଟା ଏବଂ ସିମେଣ୍ଟରେ ନିର୍ମାଣ କରାଯାଇଥିବା ଏକ ଉତ୍ପାଦନ କେନ୍ଦ୍ର ନୁହେଁ। ଏଠାରେ ପ୍ରଦାନ କରାଯାଉଥିବା ଶିକ୍ଷା ହିଁ ପରବର୍ତ୍ତୀ ସମୟରେ ଶିକ୍ଷାର୍ଥୀଙ୍କ...

କୋଭିଡ଼ ସ୍ଥିତିକୁ ନେଇ ବସିବ ସମୀକ୍ଷା ବୈଠକ

ନୂଆଦିଲ୍ଲୀ, ୨୭।୪: ଦେଶରେ କୋଭିଡ଼ ସଂକ୍ରମଣ ଧିରେ ଧିରେ ବଢିବାରେ ଲାଗିଛି। ତେବେ ଏ ନେଇ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ...

ଏକାଠି ହେଲେ ଭାରତ-ଆମେରିକା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମଙ୍ଗଳବାର ଆରମ୍ଭ ହୋଇଛି...

ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ କେବଳ କଂଗ୍ରେସକୁ ଟାର୍ଗେଟ କରନ୍ତି: ଥରୁର

ନୂଆଦିଲ୍ଲୀ,୮ ।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ଉପରେ ଲୋକ ସଭାରେ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେଇ ବିରୋଧି କଂଗ୍ରେସକୁ...

ଧରା ପଡ଼ିଲା ଚାଇନାର ଚାଲାକି: କରୁଥିଲା ମିଛ ଯୁଦ୍ଧାଭ୍ୟାସ

ବେଜିଂ, ୨୪।୧୦: ଏଲ୍‌ଏସିରେ ଯୁଦ୍ଧଭ୍ୟାସ କରୁଥିବାର ଭିଡ଼ିଓ ଚାଇନା ଟେଲିଭିଜନରେ ପ୍ରସାରିତ ହୋଇଥିଲା। ତେବେ ଏହା ମିଛ ବୋଲି ଏବେ ଜଣାପଡ଼ିଛି। ଚାଇନା ଚାଲାକି କରି...

Advertisement
Archives

Model This Week