ମୋଦିଙ୍କ ୮ମ ବଜେଟ

ଆକାର ପଟେଲ

ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ୮ମ ବଜେଟ। ଚଳିତ ଆଥିର୍କବର୍ଷ ଅର୍ଥାତ୍‌ ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ସାମଗ୍ରୀ ଓ ସେବାର ମୋଟ ଘରୋଇ ଉତ୍ପାଦ (ଜିଡିପି) ଏପ୍ରିଲ ୨୦୨୦ରୁ ମାର୍ଚ୍ଚ ୨୦୨୧ର ଜିଡିପି ତୁଳନାରେ ୧୧% ଅଧିକ ହେବ ବୋଲି କୁହାଯାଉଛି। ଅଭିବୃଦ୍ଧି ୬% ହେବ ଏହି ତଥ୍ୟ ଗତ ବର୍ଷ ଆର୍ଥିକ ସର୍ଭେରେ ପ୍ରକାଶ କରାଯାଇଥିଲା। କିନ୍ତୁ ଏହା ପରିବର୍ତ୍ତେ ଅଭିବୃଦ୍ଧି -୭.୭% ହେଲା। ଆସନ୍ତା ବର୍ଷ ସରକାର ପୁଣି କହିବେ ଯେ, ଭାରତ ହେଉଛି ବିଶ୍ୱର ‘ସବୁଠୁ ଅଭିବୃଦ୍ଧିଶୀଳ ଅର୍ଥ ବ୍ୟବସ୍ଥା’। ଏଭଳି କହିବା ପଛରେ ବି କାରଣ ରହିଛି। ଏବର ନକାରାମତ୍କ ଅଭିବୃଦ୍ଧିରେ ସୁଧାର ଆସି ୨୦୧୯ରୁ ୨୦୨୨ ଦୁଇ ଆର୍ଥିକ ବର୍ଷରେ ଆମେ ପ୍ରାୟ ୨.୨%ର ମଧ୍ୟମ ଧରଣର ଅଭିବୃଦ୍ଧି ହାସଲ କରିସାରିଥିବା। ହେଲେ ଅଭିବୃଦ୍ଧି ନକାରାମତ୍କରୁ ସକାରାମତ୍କ ହେବା ମରୀଚିକା ସଦୃଶ। କାରଣ ଆମର ନୈରାଶ୍ୟଜନକ ଅଭିବୃଦ୍ଧିର ରେକର୍ଡ ରହିଛି। ବାସ୍ତବରେ ଆଶା କରାଯାଉଥିବା ଅଭିବୃଦ୍ଧି ହାସଲ ହୋଇପାରିବ ନାହିଁ। ଚଳିତ ସପ୍ତାହରେ ସରକାର କହିଲେ ଯେ, ୨୦୧୯-୨୦ର ଅଭିବୃଦ୍ଧି ୪.୨% ଥିଲା। ଏହା ମଧ୍ୟ ପୂର୍ବରୁ ବି କହିଥିଲେ। କିନ୍ତୁ ବାସ୍ତବରେ ତାହା ଥିଲା ୪%। ଏହାହିଁ ପ୍ରକୃତ ଧାରା,ଯେଉଁଥିରେ ଆମେ ଚାଲିଛୁ। ସତ କହିବାକୁ ଗଲେ ଏହା ୪%ଠାରୁ ବି କମ୍‌ ରହିଥିଲା।
ମୁଖ୍ୟ କଥା ହେଉଛି, ଏହା ମୋଦିଙ୍କ ୮ମ ବଜେଟ। ବଡ଼ ସଫଳତା କି ବୃହତ୍‌ ଯୋଜନା ସମ୍ପର୍କରେ ଆମର କିଛି ଧାରଣା ଅଛି କି? ମୋଦିଙ୍କ ନିନ୍ଦୁକ କି ପ୍ରଶଂସକ ବୋଲି ନିଜକୁ ପରିଚୟ ଦେଇପାରିବା କି? ନା, ଆମେ ଏହା କରିପାରିବା ନାହିଁ। କାରଣ, ଜାତୀୟ ସୁରକ୍ଷା ନୀତିକୁ ପରିଚାଲିତ କରୁଥିବା ମୋଦିଙ୍କର ଜଣେ ବନ୍ଧୁଙ୍କ କଥାରେ ଆମେ ଚାଲିଛୁ। କିଏ ମେକ୍‌ ଇନ୍‌ ଇଣ୍ଡିଆକୁ ମନେରଖିଛି? ମେକ୍‌ ଇନ୍‌ ଇଣ୍ଡିଆ ପଛରେ ଯୁକ୍ତି ଦର୍ଶାଯାଇଥିଲା ଯେ, ମାନୁଫାକ୍‌ଚରିଂ ସେକ୍ଟରର ଶେୟାର ବୃଦ୍ଧି କରି ଆମେ ଫର୍ମାଲ ସେକ୍ଟରରେ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବା। ଭଲ କଥା, ହେଲେ ଜିଡିପିର ମାନୁଫାକ୍‌ଚରିଂ ଶେୟାର ମେକ୍‌ ଇନ୍‌ ଇଣ୍ଡିଆ ଯୋଜନା ଆରମ୍ଭ ହେବା ପରଠାରୁ ୧୫% ରୁ ୧୪%କୁ ଖସିଛି ଏବଂ କୋଭିଡ ପରେ ସମ୍ଭବତଃ ଏହା ୧୩% ରହିଛି। ବେରୋଜଗାରି ମଧ୍ୟ ବଢ଼ିଚାଲିଲା। ମୋଦି କ୍ଷମତାକୁ ଆସିବା ପୂର୍ବରୁ ଏହା ୪% ଥିଲା। ତା’ପରେ ୬% ଏବଂ ୯% ହେଲା। ବାସ୍ତବରେ ଏହି ତଥ୍ୟ ବି ଠିକ୍‌ ନୁହେଁ। କାରଣ ଆମେ ଶ୍ରମ ଶକ୍ତି ବିନିଯୋଗ ହାରରେ ସବୁଠୁ ତଳେ ରହିଛୁ। ଅର୍ଥାତ ଚାକିରି ନ ଥିବା ଏବଂ କାମ କରିବା ପାଇଁ ଚାହଁୁ ନ ଥିବା ଲୋକମାନଙ୍କ ସଂଖ୍ୟା ମଧ୍ୟ ଢ଼େର ଉଚ୍ଚ ରହିଛି। ପ୍ରକୃତରେ ମୂଳ ସ୍ଥିତିକୁ ଫେରିବାକୁ ୮ଟି ବଜେଟ ଯଥେଷ୍ଟ। ଏହି ବଜେଟ ସଂଖ୍ୟା ନରସିମା ରାଓଙ୍କ ଠାରୁ ବି ବେଶି, ଏହା ବାଜପେୟୀଙ୍କଠାରୁ ବେଶି କିମ୍ବା କମ୍‌ ହୋଇପାରେ। ବାଜପେୟୀଙ୍କ ନେତୃତ୍ୱରେ ଜନସଂଘ ଭାରତୀୟମାନଙ୍କ ଦରମା ୨୦୦୦ ଟଙ୍କାରେ ସୀମିତ ରଖିତ୍ବାକୁ ପ୍ରତିଜ୍ଞା କରିଥିବା କଥା ଲୋକମାନେ ହୁଏତ ଜାଣି ନ ଥିବେ। ଏହାଠାରୁ ଅଧିକ ଆୟ ହେଲେ ତାହାକୁ ସରକାର ନେବେ ବୋଲି କହିଥିଲା (ଏହାର ସବିଶେଷ ବିବରଣୀ ମୋ ଶେଷ ବହି ‘ଆଓ୍ବାର ହିନ୍ଦୁରାଷ୍ଟ୍ର’ରେ ରହିଛି)। ବାଜପେୟୀ ମଧ୍ୟ କହିଥିତ୍ଲେ,୧୦୦୦ ବର୍ଗ ଗଜ ଜାଗାରେ ଘର କରିବା ଲାଗି ଭାରତୀୟମାନଙ୍କୁ ତାଙ୍କ ପାର୍ଟି ବାଧ୍ୟ କରିବ। ଏଭଳି ସମାଜବାଦୀ ଚିନ୍ତାଧାରାରେ ଥିବା ବାଜପେୟୀ କେନ୍ଦ୍ରରେ ଏକ ସରକାର ଚଳାଇଲେ, ଯାହା ପୂର୍ବ ସରକାରଗୁଡ଼ିକ ତୁଳନାରେ ଅଧିକ ଘରୋଇକରଣ କୈନ୍ଦ୍ରିକ ହୋଇଗଲା। ୨୦୦୪ରେ ‘ଇଣ୍ଡିଆ ସାଇନିଂ’ ଥିଲା ବାଜପାୟୀଙ୍କ ନିର୍ବାଚନ ସ୍ଲୋଗାନ। କାରଣ ତାଙ୍କ ଆର୍ଥିକ ନୀତି ଅଧିକ ସଶକ୍ତ ଓ ସମ୍ପୂର୍ଣ୍ଣ ଭିନ୍ନ ଥିଲା, ଯାହାକୁ ନେଇ ଦେଶକୁ ବିକଶିତ କରିପାରିବେ ବୋଲି ସେ ବିଶ୍ୱାସ କରୁଥିଲେ। ନିର୍ବାଚନ ହାରିଗଲେ। କିନ୍ତୁ ଭୁଲ ନୀତି ଯୋଗୁ ହାରି ନ ଥିଲେ, ଯଦିଓ ତାଙ୍କ ନୀତିଗୁଡ଼ିକ ଉଲ୍ଲେଖନୀୟ ଥିଲା। ୨୦୧୪ ପରଠାରୁ ଭାରତରେ ଯାହା ଘଟିଛି, ତା’ସମ୍ପର୍କରେ ଏହି ସମାନ କଥା କହିପାରବା କି?
ମୋଦି ନୀତି ଆୟୋଗ ଗଠନ କଲେ। ଏହାର ପ୍ରଥମ ମୁଖ୍ୟ ଅରବିନ୍ଦ ପାନଗରିୟା କହିଚାଲିଲେ ଯେ, ଖୋଲା ଏବଂ କଟକଣାବିହୀନ ମୁକ୍ତ ବାଣିଜ୍ୟ ଦେଶର ଅର୍ଥ ବ୍ୟବସ୍ଥାରେ ଶୀଘ୍ର ଅଭିବୃଦ୍ଧି ପାଇଁ ଏକମାତ୍ର ବାଟ। ଏବକାର ମୁକ୍ତ ବାଣିଜ୍ୟର ବିପରୀତ ନୀତି ଉପରେ ପାନଗରିୟା ନିଶ୍ଚୟ ଦୁଃଖ ପ୍ରକାଶ କରୁଥିବେ। ଆତ୍ମନିର୍ଭର ଭାରତ ଅର୍ଥ ଆମଦାନୀ ବିକଳ୍ପ। ଅନ୍ୟ ଅର୍ଥରେ କହିବାକୁ ଗଲେ ବିଦେଶରୁ ଆମଦାନୀ କରାଯାଉଥିବା ଶସ୍ତା ଜିନିଷଗୁଡ଼ିକ ଉପରେ ବେଶି ଟିକସ ଲଗାଇବା, ଯଦ୍ଦ୍ବାରା ଭାରତୀୟ କମ୍ପାନୀଗୁଡ଼ିକ ତାହାକୁ ଭାରତୀୟମାନଙ୍କୁ ଅଧିକ ଦାମରେ ବିକ୍ରି କରିବେ। ଏହା କ’ଣ ଏକ ଉତ୍ତମ ଅର୍ଥନୀତି?
ଶାସନରେ ଉଲ୍ଲେଖନୀୟ ସଫଳତା ହାସଲ କରିିବା ପାଇଁ ୮ଟି ବଜେଟ ସରକାର ପାଇଁ ଅତ୍ୟଧିକ ସମୟ। କିନ୍ତୁ ତାହା ହୋଇପାରିଲା ନାହିଁ। ଏହା ସୂଚାଉଛି ଭାରତ କେଉଁଠି ଥିଲା, ଆମେ ଏବେ କେଉଁଆଡ଼େ ମୁହାଁଇଛୁ ଓ ଆଗକୁ କେମିତି ଏହା ହାସଲ କରବୁ, ତା’ଉପରେ କେହି ଜଣେହେଲେ ଏପରିକି ସରକାରରେ ଥିବା ବ୍ୟକ୍ତିମାନେ ବି ଏହାର ଉତ୍ତର ରଖିପାରିବେ ନାହିଁ। କାରଣ ଏବେ କୌଣସି ଆଖିଦୃଶିଆ ନୀତି ନାହିଁ। ନିର୍ଦ୍ଦିଷ୍ଟ ଭାବେ ଏହି ବଜେଟ ‘ଗେମ୍‌ ଚେଞ୍ଜର’ ହେବ ବୋଲି ବିଶ୍ୱାସ କରାଯାଉଛି, ଯାହା ପାଇଁ ଦେଶବାସୀ ଚାହିଁ ରହିଛନ୍ତି। ତେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ତାଙ୍କ ଅଭିଭାଷଣ ରଖିବା ପରେ ତାହା ଅର୍ଥହୀନ ପ୍ରମାଣିତ ହେବ ଏବଂ ଯେଉଁ ପରିମାଣର ବଜେଟ ଆସିବ ତାହା ଆଶାଠାରୁ ବହୁ ଦୂରରେ ରହିଯିବା କଥା ପୁଣି ଶୁଣିବେ। କିନ୍ତୁ ଆମେ ଏହି ଧାରାରେ ଏମିତି ଦ୍ୱନ୍ଦ୍ୱ ଭିତରେ ଚାଲୁଥିତ୍ବା। ଗତ ୮ଟି ବଜେଟରେ କ’ଣ ସବୁ ଘଟିଛି,ତାହା ଉପରେ ଆମେ ଗଭୀର ଭାବେ ଚିନ୍ତା କରିପାରିବା ନାହିଁ। ଏକ ସମର୍ଥ ଏବଂ ଦେଖିଲାଭଳି ବଜେଟ ନୁହେଁ,ବରଂ କରିସ୍ମା ଏବଂ କପଟ ଦ୍ୱାରା ଅର୍ଥ ବ୍ୟବସ୍ଥାକୁ ଚଳାଇବା ଲାଗି ଆମେ ଏହି ଦେଶକୁ ଅନୁମତି ଦେଇଚାଲିିଥିବା।


Enter your email to get our daily news in your inbox.

All Right Reserved By Dharitri.Com

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

ତଥ୍ୟ ଅସୁରକ୍ଷିତ

ନାଗରିକଙ୍କ ବ୍ୟକ୍ତିଗତ ତଥ୍ୟକୁ ବାରମ୍ବାର ଅପବ୍ୟବହାର କରାଯାଉଥିବାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଭିଯୋଗ ହୋଇଆସୁଛି। ବିଶେଷକରି ସାମାଜିକ ଗଣମାଧ୍ୟମର ପ୍ରାବଲ୍ୟତା ବଢ଼ିଥିବାରୁ ତଥ୍ୟକୁ ନେଇ ସର୍ବଦା…

ଏଇ ଭାରତରେ

ଉତ୍ତରାଖଣ୍ଡର ଦୁର୍ଗମ ପାହାଡ଼ିଆ ଅଞ୍ଚଳର ପିଲାମାନେ ସ୍କୁଲ ଯାଉ ନ ଥିବା ଲକ୍ଷ୍ୟ କରିଥିଲେ ଶ୍ରେୟା ରାଓ୍ବତ। ସ୍କୁଲ ବେଶି ଦୂରରେ ଥିବାରୁ, ଜଳବାୟୁ ଜନିତ ବିପର୍ଯ୍ୟୟ…

ପ୍ରଶ୍ନ ଏକ, ଉତ୍ତର ଅନେକ

ରାଜ୍ୟର ରାଜା ପାତ୍ର-ମନ୍ତ୍ରୀମାନଙ୍କ ସହ ରାଜଉଆସ ପରିସରରେ ଥିବା ପୋଖରୀ କୂଳରେ ବସି ରାଜ୍ୟର ହାଲ୍‌ଚାଲ୍‌ ବିଷୟରେ ଆଲୋଚନା କରୁଥାଆନ୍ତି। ସମସ୍ତ ପଦାଧିକାରୀ ନିଜ ନିଜର ପାରିବାପଣିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri