ଭବାନୀପାଟଣା,୪।୬(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ଗୁରୁବାର ସ୍ଥାନୀୟ ପୋଲିସ ପକ୍ଷରୁ ମୋଟର ଯାନ ଯାଞ୍ଚ କରାଯାଇଥିଲା। ଏହି ସମୟରେ ୧୧ ଜଣ ବାଇକ ଚାଳକ ନିଜ ବୁଲେଟକୁ ମୋଡିଫାଏଡ୍ (ଶବ୍ଦ ପ୍ରଦୂଷଣ) ସାଇଲେନ୍ସର ଲଗାଇଥିବାବେଳେ ଧରାପଡିଥିଲେ। ଉକ୍ତ ବାଇକ ଗୁଡିକୁ ଥାନାକୁ ଆଣି ଜବତ କରି ପ୍ରାୟ ଲକ୍ଷେ ୨୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି। ସେହିପରି ବାଇକ ଚାଳକ ଅସଲି ସାଇଲେନ୍ସର ଆଣି ଗାଡ଼ିରେ ଲଗାଇବା ପରେ ଗାଡି ଛଡ଼ାଯିବ ବୋଲି ଟାଉନ ଥାନା ଆଇ ଆଇ ସି ପ୍ରଦ୍ୟୁମ୍ନ ମହାପାତ୍ର ପ୍ରକାଶ କରିଛନ୍ତି।

