Posted inଜାତୀୟ

‘୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ ମୋଦି’

ପାଟନା,୧୨।୮: ବିହାରରେ ଏନଡିଏ ସହ ସମ୍ପର୍କ ଭାଙ୍ଗିବା ପରେ ଭାରତୀୟ ଜନତା ପାର୍ଟିର ନେତାମାନେ ନୀତୀଶ କୁମାରଙ୍କ ଉପରେ ଆକ୍ରମଣ କରୁଛନ୍ତି। କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ଗିରିରାଜ ସିଂ ନୀତୀଶ କୁମାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ୨୦୧୪ରେ ଯେଉଁମାନେ ଆସିଛନ୍ତି ସେମାନେ ୨୦୨୪ରେ ରହିବେ ନାହିଁ ବୋଲି ନୀତୀଶ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାର ପାଲଟା ଜବାବ ଦେଇ ଗିରିରାଜ କହିଛନ୍ତି, ମୋଦି କେବଳ ୨୦୨୪ରେ ନୁହେଁ ବରଂ ୨୦୨୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ରହିବେ। ଭାଜପା ସହ ମେଣ୍ଟ ଭାଙ୍ଗିବାକୁ ନୀତୀଶ କୁମାରଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି। ସେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖୁଛନ୍ତି, ଯାହା କେବେ ପୂରଣ ହେବ ନାହିଁ।
ଏହାପୂର୍ବରୁ ଗିରିରାଜ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦଙ୍କ ଏକ ପୁରୁଣା ମନ୍ତବ୍ୟକୁ ନେଇ ନୀତୀଶ କୁମାରଙ୍କୁ ଘେରିଥିଲେ। ୨୦୧୭ରେ ନୀତୀଶ ମହାମେଣ୍ଟ ଛାଡି ଭାଜପା ସହ ହାତ ମିଳାଇ ସରକାର ଗଠନ କରିଥିଲେ। ସେତେବେଳେ ଲାଲ ଟୁଇଟ୍‌ ଯୋଗେ ନୀତୀଶ ଏକ ସାପ, ଯେପରି ସାପ କାତି ଛାଡିଥାଏ, ନୀତୀଶଙ୍କ ମଧ୍ୟ ଗୋଟିଏ ଚର୍ମ ଛାଡିଥାଏ ଏବଂ ପ୍ରତି ୨ ବର୍ଷରେ ଥରେ ସାପର ନୂଆ ଚମଡା ତିଆରି ହୁଏ ବୋଲି କହିଥିଲେ। ସେହି ଟୁଇଟ୍‌ର ସ୍କ୍ରିନସଟ୍‌ ଶେୟାର କରି ଗିରିରାଜ ସିଂ କହିଥିଲେ, ଲାଲୁ ଜୀ ସାପ ଆପଣଙ୍କ ଘରେ ପ୍ରବେଶ କରିଛି।
ସୂଚନାଯୋଗ୍ୟ, ବିହାରରେ ୨୦୧୭ରେ ଭାଜପା ସମର୍ଥନରେ ଜେଡିୟୁ ସରକାର ଗଢ଼ିବା ପରଠାରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଭାଜପା ନେତା କ୍ରମାଗତ ଭାବେ ପରସ୍ପରକୁ କଟାକ୍ଷ କରିଆସୁଥିଲେ। କିନ୍ତୁ ଗତ କିଛିଦିନ ହେଲା ତାହା ଚରମ ସ୍ଥିତିରେ ପହଞ୍ଚତ୍ ଥିବାବେଳେ ରାଜ୍ୟରେ ଏନ୍‌ଡିଏ ମେଣ୍ଟ ଭାଙ୍ଗି ଯାଇଥିଲା। ଜେଡିୟୁର ଅଭିଯୋଗ ଥିଲା ଦଳ ଭିତରେ ନୀତୀଶଙ୍କ ପତିଆରା କ୍ଷୁଣ୍ଣ କରିବାକୁ ଭାଜପା ଉଦ୍ୟମ ଚଳାଇଥିଲା। ଶେଷରେ ଭାଜପାଠାରୁ ଦୂରେଇ ନୀତୀଶ କୁମାର ଆରଜେଡି ସହ ମିଶି ରାଜ୍ୟରେ ସରକାର ଗଢିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୫ କିଲୋମିଟର ପାଇଁ ସରକାରୀ ହେଲିକପ୍ଟର ବ୍ୟବହାର କରି ବିବାଦରେ ଚନ୍ନି

ଚଣ୍ଡିଗଡ଼,୭ ।୧୦: ଏବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ସମସ୍ତଙ୍କ ନଜରରେ ଥିବା ବେଳେ ହଠାତ୍ ବିବାଦ ମଧ୍ୟକୁ ଚାଲି ଆସିଛନ୍ତି । ଫଳ...

ଭାରତରେ କରୋନା ଲଢ଼େଇ: ପ୍ରତି ୧୦ ଲକ୍ଷରେ ଘଟୁଛି ୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୨।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ଅଚଳାବସ୍ଥା ଜାରି ରହିଛି। ପ୍ରତି ୧୦ ଲକ୍ଷ ଲୋକଙ୍କ ମଧ୍ୟରେ ୪ ଜଣଙ୍କ ମୃତ୍ୟୁ କରୋନା...

କଂଗ୍ରେସକୁ ଲାଗିବ ବଡ ଝଟ୍‌କା

ପଣଜୀ,୭ ।୧୨: ଗୋଆରେ କଂଗ୍ରେସକୁ ବଡ ଝଟ୍‌କା ଲାଗିପାରେ । ପୂର୍ବତନ ମୁଖ୍ୟମନ୍ତ୍ରୀ ରବି ନାଇକ ମଙ୍ଗଳବାର ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇପାରନ୍ତି ।...

ବରବରା ରାଓଙ୍କୁ ଜାମିନ…

ନୂଆଦିଲ୍ଲୀ, ୧୦।୮ : ମହାରାଷ୍ଟ୍ରରେ ୨୦୧୮ ଭୀମା କୋରେଗାଓଁ ହିଂସା ମାମଲାରେ ଅଭିଯୁକ୍ତ କବି ୮୪ ବର୍ଷ ବୟସ୍କ ପି. ବରବରା ରାଓଙ୍କୁ ସ୍ବାସ୍ଥ୍ୟ ଆଧାରରେ...

ଭିକ ମାଗି ଧନୀ: ମାସକୁ ରୋଜଗାର ୭୫ ହଜାର

ନୂଆଦିଲ୍ଲୀ,୨୮।୨: ଭିକ ମାଗି ମାସକୁ ରୋଜଗାର ୭୫ ହଜାର ଟଙ୍କା। ପାଖରେ ୭୦ ଟଙ୍କାର ଦୁଇ ଦୁଇଟି ଆପାର୍ଟମେଣ୍ଟ୍‌। ଏସବୁ ଯେକେହି ଶୁଣିଲେ ଆଶ୍ଚର୍ଯ୍ୟ ହେବେ।...

ଜନ୍ମାଷ୍ଟମୀ ପାଇଁ ହରିୟାଣାରେ ଛୁଟି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଚଣ୍ଡିଗଡ଼,୨୧।୮: ହରିୟାଣାରେ ଜନ୍ମାଷ୍ଟମୀ ଉପଲକ୍ଷେ ଅଗଷ୍ଟ ୨୩କୁ ସରକାରୀ ଛୁଟି ଭାବେ ଘୋଷଣା କରାଯାଇଛି। ରାଜ୍ୟର ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟରଙ୍କ ସରକାର ଏହି ନିଷ୍ପତ୍ତି ନେଇଥିବା...

କରୋନା ଟିକା ନ ନେଇଥିଲେ ଜାନୁୟାରୀ ୧ରୁ ଏସବୁ ମନା

ଚଣ୍ଡିଗଡ,୨୨।୧୨: ହରିୟାଣାରେ କରୋନା ଟିକା ନେଇ ନ ଥିବା ଲୋକଙ୍କ ଉପରେ ଜାନୁଆରୀ ୧ରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଧାନସଭାର ଶୀତକାଳୀନ ଅଧିବେଶନରେ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ...

କଂଗ୍ରେସର କଟାକ୍ଷ, ରାଜ୍ୟ ସଭା ଆସନ ଉପରେ ସଙ୍କଟ ପରେ ଆଜାଦଙ୍କୁ ପ୍ରାପ୍ତ ହୋଇଛି ଦିବ୍ୟଜ୍ଞାନ…

ନୂଆଦିଲ୍ଲୀ, ୩୦।୮ : କଂଗ୍ରେସ ଦଳ ତଥା ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିବା ପରେ ଗୁଲାମ ନବୀ ଆଜାଦଙ୍କୁ ମଙ୍ଗଳବାର କଂଗ୍ରେସ ପକ୍ଷରୁ କଡ଼ା ଜବାବ...

Advertisement
Archives

Model This Week