Posted inଜାତୀୟ

‘ଗତି ଶକ୍ତି’ ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୩ ।୧୦: ଦେଶର ଅର୍ଥନୈତିକ କ୍ଷେତ୍ର ସହ ବହୁସ୍ତରୀୟ ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଗତି ଶକ୍ତି ରାଷ୍ଟ୍ରୀୟ ମାଷ୍ଟର ପ୍ଲାନର ଶୁଭାରମ୍ଭ କରିବେ । ରେଲ ଓ ସଡ଼କ ସମେତ ୧୬ଟି ମନ୍ତ୍ରଣାଳୟକୁ ସଂଯୋଗ କରୁଥିବା ଏହା ଏକ ଡିଜିଟାଲ ପ୍ଲାଟଫର୍ମ । ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ସମନ୍ୱିତ ଯୋଜନା ତଥା ଭିତ୍ତିଭୂମି ସଂଯୋଗିକରଣ ପ୍ରକଳ୍ପର ସମନ୍ୱିତ କାର୍ଯ୍ୟକାରିତାକୁ ପ୍ରୋତ୍ସାହିତ କରିବା । ଏ ସମ୍ପର୍କରେ ସୂଚନା ଦେଇ ଜଣେ ବରିଷ୍ଠ ସରକାରୀ ଅଧିକାରୀ କହିଛନ୍ତି ୧୬ଟି ମନ୍ତ୍ରଣାଳୟ ଓ ବିଭାଗ ସେହି ସବୁ ପରିଯୋଜନାକୁ ଜିଆଇଏସ୍ ମୋଡରେ ରଖିଛନ୍ତି, ଯାହା ୨୦୨୪-୨୫ ସୁଦ୍ଧା ଶେଷ ହେବ । ସେ ଆହୁରି ମଧ୍ୟ କହିଛନ୍ତି ଗତି ଶକ୍ତି ଆମ ଦେଶ ପାଇଁ ଏକ ଜାତୀୟ ଭିତ୍ତିଭୂମି ମାଷ୍ଟରପ୍ଲାନ ହେବ ଯାହା ସାମଗ୍ରିକ ଭିତ୍ତିଭୂମି ପାଇଁ ମୂଳଦୁଆ ପକାଇବ । ବର୍ତ୍ତମାନ ଆମର ପରିବହନ ଧାରା ମଧ୍ୟରେ କୌଣସି ସମନ୍ୱୟ ନାହିଁ । ଗତିଶକ୍ତି ସମସ୍ତ ବାଧାବିଘ୍ନ ଦୂର କରିବ ।


Enter your email to get our daily news in your inbox.

All Right Reserved By Dharitri.Com

କେବେ ଭାରତ ଆସିବେ ବାଂଲାଦେଶୀ ପ୍ରଧାନମନ୍ତ୍ରୀ? ଆସିଲା ନୂଆ ତାରିଖ

ନୂଆଦିଲ୍ଲୀ,୨୨।୮: ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହkସିନାଙ୍କ ବହିଷ୍କାର ଏବଂ ଭାରତରେ ଆଶ୍ରୟ ନେବା ମଧ୍ୟରେ, ବାଂଲାଦେଶୀ ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ 23 ରୁ 25 ମଧ୍ୟରେ…

ଆତ୍ମହତ୍ୟା ପାଇଁ ପାହାଡ଼ ଧାରରେ ଠିଆ ହୋଇଥିଲେ ଯୁବକ, ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ମା’ବାପାଙ୍କ ଜୀବନ

ଔରଙ୍ଗାବାଦ, ୨୨।୮: ମହାରାଷ୍ଟ୍ରର ଖାଭ୍ୟଡା ଡୋଙ୍ଗରର ଏକ ବିପଦପୂର୍ଣ୍ଣ ପାହାଡ଼ରୁ ଡେଇଁ ଆତ୍ମହତ୍ୟା କରିବାକୁ ଯାଉଥିବା ୧୮ବର୍ଷୀୟ ପୁଅକୁ ବଞ୍ଚାଇବାକୁ ଯାଇ ଜୀବନ ହାରିଛନ୍ତି ମା’ବାପା। ପଥର…

ମିତ୍ର ଦେଶ କାନାଡାକୁ ଶକ୍ତ ଝଟକା ଦେଲେ ଟ୍ରମ୍ପ!

ଓ୍ବାଶିଂଟନ,୨୨।୮: ଡୋନାଲ୍ଡ ଟ୍ରମ୍ପ ଆମେରିକାର ଘନିଷ୍ଠ ସହଯୋଗୀ ଏବଂ ବନ୍ଧୁ କାନାଡା ଉପରେ ‘ଶୁଳ୍କ ବୋମା’ ପକାଇଛନ୍ତି। ବାଣିଜ୍ୟ ଚୁକ୍ତି ଆଲୋଚନା ସମୟରେ ଦୁଇ ରାଷ୍ଟ୍ର ଏକ…

ଉଚ୍ଚ ଶ୍ରେଣୀରେ କମୁଛି ଛାତ୍ରୀଛାତ୍ରଙ୍କ ଆନନ୍ଦଦାୟକ ସ୍ଥିତି

ମୁମ୍ବାଇ, ୨୨ା୮ : ଭାରତରେ ଛାତ୍ରୀଛାତ୍ରଙ୍କ ବର୍ଷକୁ ବର୍ଷ ଶ୍ରେଣୀ ବୃଦ୍ଧି ପାଇବା ସହ ସେମାନଙ୍କ ମାନସିକ ସ୍ବାସ୍ଥ୍ୟ ଏବଂ ଆତ୍ମବିଶ୍ୱାସରେ ହ୍ରାସ ପାଉଥିବା ଏକ ନୂତନ…

ଉଠାଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନାବାଳକ ଶ୍ରମିକ: ଡିପ୍‌ ବୋର୍‌ୱେଲ ପ୍ରକଳ୍ପ ଅଧା

ଅମରପାଲି,୨୨ା୮(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଏକ କୃଷିପ୍ରଧାନ ଅଞ୍ଚଳ ହୋଇଥିଲେ ମଧ୍ୟ ଏଠାରେ ଜଳସେଚନର ବିଶେଷ ସୁବିଧା ନାହିଁ। ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଯୋଗାଇବା…

୨୦୨୭ ଲଢେଇ ଜିତିବାକୁ ଭାଜପାର ବଡ଼ ପ୍ଲାନ: ଟାର୍ଗେଟ୍‌ରେ Gen G-Gen Z

ନୂଆଦିଲ୍ଲୀ,୨୨।୮: ନୂତନ ଜାତୀୟ ଟିମ୍‌ ଘୋଷଣା ପରେ ଭାଜପା ନେତା ନୀତିନ ନବୀନ ଶନିବାର ପଦାଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି। ଦିଲ୍ଲୀରେ ଥିବା ଭାଜପା ମୁଖ୍ୟାଳୟରେ…

LKG ଛାତ୍ରଙ୍କୁ ଚାପୁଡ଼ା ମାରିଲେ ଶିକ୍ଷୟିତ୍ରୀ: ହଠାତ୍‌ ଘଟିଗଲା ଏମିତି କିଛି, ଦେଖନ୍ତୁ ଛାତିଥରା VIDEO

ବିଶାଖାପାଟଣା,୨୨।୮: ବିଶାଖାପାଟଣାର ଏକ ସ୍କୁଲର ହୃଦୟ ବିଦାରକ ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଜଣେ ନିର୍ଦ୍ଦୋଷ ୬ ବର୍ଷର ଶିଶୁକୁ ଜଣେ ଶିକ୍ଷୟିତ୍ରୀ ତା’ର…

ରାହୁଲଙ୍କ କାର୍ଯ୍ୟକ୍ରମ ପୂର୍ବରୁ ଉତ୍ତେଜନା; NSUI-ABVP ସମର୍ଥକଙ୍କ ମଧ୍ୟରେ ହାତାହାତି

ନୂଆଦିଲ୍ଲୀ,୨୨।୮: ଅଗଷ୍ଟ ୨୧ରେ ପୁଣେରେ ଲୋକ ସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ନେଇ ‘ଛତ୍ରୋଂ କି ଗୁଞ୍ଜ’ (ଛାତ୍ରଙ୍କ ପ୍ରତିଧ୍ୱନି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri