Posted inଜାତୀୟ

ସର୍ବଦଳୀୟ ବୈଠକରେ ମୋଦି କହିଲେ କଥାବାର୍ତ୍ତା ଦ୍ୱାରା ହିଁ ବାହାରିବ କୃଷକ ଆନ୍ଦୋଳନର ସମାଧାନ

ନୂଆଦିଲ୍ଲୀ,୩୦ ।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନଫରେନସିଂ ଜରିଆରେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିଥିଲେ । ବୈଠକରେ ସେ ଆମେରିକାରେ ମହାତ୍ମା ଗାନ୍ଧୀଙ୍କ ମୂର୍ତ୍ତି ଭଙ୍ଗା ଘଟଣାକ୍‌ୁ ନେଇ ଦୁଃଖ ପ୍ରକାଶ କରିଥିଲେ । ସେ ଆହୁରି ମଧ୍ୟ ଦୋହରାଇଥିଲେ କି ୨୨ ଜାନୁୟାରୀକୁ କୃଷକଙ୍କୁ ଦିଆଯାଇଥିବା ସରକାରୀ ପ୍ରସ୍ତାବ ଆଜିବି କାଏମ ରହିଛି । ତେଣୁ କୃଷକ ଆନ୍ଦୋଳନର ସମାଧାନ କେବଳ କଥାବାର୍ତ୍ତା ପରେ ହିଁ ବାହାରି ପାରିବ । ପ୍ରଧାନମନ୍ତ୍ରୀ କହିଥିଲେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କୃଷକଙ୍କୁ ଯାହା କହିଥିଲେ ଆମେ ଏହାକୁ ଦୋହରାଇବାକୁ ଚାହୁଁଛୁ । କାରଣ କଥା ସହମତି ପର୍ଯ୍ୟନ୍ତ ପହଞ୍ଚି ପାରୁ ନାହିଁ । ଆମେ ଆପଣ (କୃଷକ) ଙ୍କୁ ପ୍ରସ୍ତାବ ଦେଉଛୁ ଆପଣ ଏହାକୁ ବିଚାର ବିମର୍ଷ କରିପାରନ୍ତି । ମୁଁ କେବଳ ଗୋଟିଏ ଫୋନ କଲ ଦୂରରେ ରହିଛି । ସରକାରଙ୍କ ପ୍ରସ୍ତାବ ଆଜିବି ତାହା ରହିଛି । ବୈଠକରେ କଂଗ୍ରେସ ନେତା ଗୁଲାମ ନବି ଆଜାଦ, ତ୍ରୁଣମୂଳ କଂଗ୍ରେସର ସୁଦିପ ବନ୍ଦୋପାଧ୍ୟାୟ, ଶିବସେନା ଏମ୍‌ପି ବିନାୟକ ରାଉତ ଓ ଶିରୋମଣି ଅକାଳି ଦଳର ବଲବିନ୍ଦର ସିଂ ଭଣ୍ଡାରେ କୃଷକ ଆନ୍ଦୋଳନକୁ ନେଇ କଥା ହୋଇଥିଲେ । ଜନତା ଦଳ ୟୁନାଇଟେଡର ଏମ୍‌ପି ଆର୍‌ସିପି ସିଂ କୃଷି ଆଇନକୁ ସମର୍ଥନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିହାରରେ କୌଣସି ଦଳ ସରକାର ଗଠନ କରିପାରିବନି: ସୁଶୀଲ ମୋଦି

ପାଟନା,୨।୯: ବିହାର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବା ବେଳେ କୌଣସି ରାଜନୈତିକ ଦଳ ଏକାକୀ ଏଠାରେ ସରକାର ଗଠନ କରିପାରିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥ...

ନୂଆବର୍ଷ ପାର୍ଟିରେ ଯୁବତୀଙ୍କୁ ହତ୍ୟା

ମୁମ୍ବାଇ, ୩ା୧: ନୂଆବର୍ଷ ପାର୍ଟି ଚାଲିଥିବାବେଳେ ମୁମ୍ବାଇରେ ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ସାଙ୍ଗମାନେ ହତ୍ୟା କରିଛନ୍ତି। ଘଟଣା ମୁତାବକ, ଖାର ଅଞ୍ଚଳରେ ଜାହ୍ନବୀ...

ଦୁର୍ଘଟଣାଗ୍ରସ୍ତ ଏଏନ୍‌-୩୨ ବିମାନ ନିକଟରେ ପହଞ୍ଚିଲେ ବାୟୁସେନା ଟିମ୍‌

ସିୟାଂଗ,୧୩।୬: ବାୟୁସେନାର ଦୁର୍ଘଟଣାଗ୍ରସ୍ତ ବିମାନ ଏଏନ୍‌-୩୨ନିକଟରେ ଏହାର ଏକ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି। ଗୁରୁବାର ସକାଳେ ସର୍ଚ୍ଚ ଟିମ୍‌ ସେଠାରେ ପହଞ୍ଚିଥିବା ବେଳେ ଏଥିରେ...

ଅଯୋଧ୍ୟାରେ ମୁସଲିମଙ୍କୁ ଗ୍ରାମ ମୁଖ୍ୟ ବାଛିଲେ ହିନ୍ଦୁ

ଅଯୋଧ୍ୟା, ୧୨ା୫ : ଉତ୍ତର ପ୍ରଦେଶର ଅଯୋଧ୍ୟାର ରୁଦାଉଲି ନିର୍ବାଚନ ମଣ୍ଡଳିର ରଜନପୁର ଗାଁରେ ଅନ୍ୟ ସାଧାରଣ ଗାଁ ଭଳି ବାସ କରୁଛନ୍ତି ଶହ ଶହ...

ସୀମାରେ ପୋଲ ନିର୍ମାଣ କରୁଛି ଚାଇନା

ନୂଆଦିଲ୍ଲୀ,୩।୧: ଲଦାଖର ପୂର୍ବାଞ୍ଚଳରେ ପାଙ୍ଗଓଙ୍ଗ ହ୍ରଦର ଉତ୍ତର ଓ ଦକ୍ଷିଣ କୂଳକୁ ଯୋଡ଼ିବା ପାଇଁ ଚାଇନା ଏକ ପୋଲ ନିର୍ମାଣ କରୁଛି। ଜିଓ ଇଣ୍ଟେଲିଜେନ୍ସ ବିଶେଷଜ୍ଞ...

୧୫ ଦିନ ଲକ୍‌ଡାଉନ ଅବଧି ବୃଦ୍ଧିକୁ ନେଇ ଦିନେ ଦୁଇଦିନ ମଧ୍ୟରେ ଗାଇଡଲାଇନ୍‌ ଆଣିବେ ମୋଦି: ୟେଦୁରପ୍ପା

ବେଙ୍ଗାଲୁରୁ,୧୧।୪: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଲାଗୁ ହୋଇଥିବା ଲକ୍‌ଡାଉନ ସମୟ ପୂରଣ ହେବାକୁ ଆଉ ମାତ୍ର ୩ ଦିନ ବାକି ରହିଛି। ହେଲେ...

୧୬ ବର୍ଷ ବାଳକ ହାତେ ଉଚ୍ଚା କାଠରେ ତିଆରି କଲେ ୪୦୦ ବର୍ଷ ପୁରୁଣା ଦରବାର ସାହିବ ମଡେଲ

ଭଟିଣ୍ଡା,୬।୨: ପ୍ରତିଭା କେବେ ମଧ୍ୟ ଲୁଚି ରହେନା। ପଞ୍ଜାବର ଜଣେ ୧୬ ବର୍ଷ ବୟସ୍କ ବାଳକଙ୍କ ପ୍ରତିଭା ଏବେ ତାଙ୍କୁ ଗିନିଜ୍‌ ବୁକ୍‌ରେ ସ୍ଥାନୀତ କରିଛି।...

ବ୍ରେକ୍‌ଅପ୍‌ ହେବାରୁ ପ୍ରେମିକାଙ୍କ ସାନ ଭଉଣୀ ପ୍ରତି ଏମିତି ପ୍ରତିଶୋଧ ନେଲେ ପ୍ରେମିକ

ନୂଆଦିଲ୍ଲୀ,୪ା୯: ଫେକ୍‌ ପ୍ରୋଫାଇଲ୍‌ ବା ନକଲି ପ୍ରୋଫାଇଲ୍‌ କରି ଜଣେ ଝିଅକୁ ବଦ୍‌ନାମ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ଏନେଇ ଦିଲ୍ଲୀ ପୋଲିସର...

Advertisement
Archives

Model This Week