Posted inଜାତୀୟ

ନିର୍ବାଚନ ଜିତିବା ପାଇଁ ଇସ୍ରାଏଲର ସହାୟତା ନିଅନ୍ତି ମୋଦି: କଗ୍ରେସ

ନୂଆଦିଲ୍ଳୀ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ଗୁରୁତର ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ମୋଦି ଗଣତନ୍ତ୍ର ସହ ଖେଳୁଛନ୍ତି, ସେ ନିର୍ବାଚନରେ ଜିତିବା ପାଇଁ ଇସ୍ରାଏଲର ସହାୟତା ନେଉଛନ୍ତି। ଇସ୍ରାଏଲ ଏଜେନ୍ସି ସାହାଯ୍ୟରେ ଦେଶରେ ନିର୍ବାଚନକୁ ପ୍ରଭାବିତ କରୁଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ ଏବଂ ପୱନ ଖେଡା ଦାବି କରିଛନ୍ତି।
ପୱନ ଖେଡା କହିଛନ୍ତି, ଦେଶର ଗଣତନ୍ତ୍ର ବିପଦରେ ଅଛି, ମୋଦି ସରକାରରେ ବସି ଅନ୍ୟ ଦେଶକୁ ଭେଟି ନିଜ ଦେଶର ଗଣତନ୍ତ୍ର ବିରୋଧରେ ଷଡଯନ୍ତ୍ର କରୁଛନ୍ତି। ସେହିପରି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେଟ କହିଛନ୍ତି, ଅନ୍ତର୍ଜାତୀୟ ସମୂହର ସାମ୍ବାଦିକ ଗୋଷ୍ଠୀ ଦାବି ମୁତାବକ
ଇସ୍ରାଏଲ କଣ୍ଟ୍ରାକ୍ଟରର୍ସମାନେ ବିଶ୍ୱରେ ତିନୋଟି ନିର୍ବାଚନକୁ ପ୍ରଭାବିତ କରିଛନ୍ତି। ଏହାର ମୁଖ୍ୟ କୌଶଳ ହେଉଛି ମିଥ୍ୟା ପ୍ରଚାର କରିବା। ଏହି ଏଜେନ୍ସିଗୁଡ଼ିକର ଚିହ୍ନ ମଧ୍ୟ ଭାରତରେ ଦେଖିବାକୁ ମିଳିଛି। ସରକାରଙ୍କ ସହମତି ବିନା ଏହା ହୋଇପାରିବ ନାହିଁ। ମିଥ୍ୟା ପ୍ରଚାର କରିବାର ପଦ୍ଧତି ଭାଜପା ଆଇଟି ସେଲ ସହିତ ମେଳ ଖାଉଛି। ରାହୁଲ ଗାନ୍ଧୀଙ୍କ ବିରୋଧରେ ଭାଜପା ମିଥ୍ୟା ପ୍ରଚାର କରୁଛି। ଅତୀତରେ ଭାରତ ଯୋଡୋ ଯାତ୍ରା ସମୟରେ ଭାଜପା ଆଇଟି ସେଲ ଏକ ମିଥ୍ୟା ପ୍ରଚାର କରିଥିଲା ଯେ ପାକିସ୍ତାନ ଜିନ୍ଦାବାଦର ସ୍ଲୋଗାନ ଦେଇଥିବା ଝିଅ ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେହିଭଳି ରାହୁଲ ଗାନ୍ଧୀଙ୍କ ବିବୃତ୍ତି ଉଦୟପୁର ହତ୍ୟାକାଣ୍ଡ ସହିତ ଭୁଲ ଭାବରେ ଜଡିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri