Posted inଜାତୀୟ

ସିକ୍ରେଟ ଖୋଲିଲେ ମୋଦି

ନୂଆଦିଲ୍ଲୀ,୩୦।୪: ଲୋକ ସଭା ନିର୍ବାଚନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାଲାକୋଟ ଏୟାର ଷ୍ଟ୍ରାଇକ ସମ୍ପର୍କରେ ଏକ କାହାଣୀ ପ୍ରକାଶ କରିଛନ୍ତି। ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ପାକିସ୍ତାନ ପ୍ରଥମେ ଆନୁଷ୍ଠାନିକ ଭାବେ ସୂଚନା ପାଇଥିବା ନିଶ୍ଚିତ କରିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ସେ କହିଛନ୍ତି ଯେ ମୋଦି ପଛରୁ ଆକ୍ରମଣ କରିବାରେ ବିଶ୍ୱାସ କରନ୍ତି ନାହିଁ କିନ୍ତୁ ଖୋଲାଖୋଲି ଭାବେ ସାମ୍ନା ସାମ୍ନି ଲଢିବାରେ ବିଶ୍ୱାସ କରନ୍ତି। ସେ କହିଛନ୍ତି ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ ସେ କାହାଠାରୁ ଲୁଚାଇ ନାହାଁନ୍ତି ଏବଂ ପରେ ଏହି ଆକ୍ରମଣ ବିଷୟରେ ସେ ଅବଗତ ଥିଲେ ଏବଂ ଶତ୍ରୁମାନଙ୍କର ହୋଇଥିବା କ୍ଷତି ବିଷୟରେ ବି ଦେଶବାସୀଙ୍କୁ ସୂଚନା ଦେଇଛନ୍ତି।

କର୍ନାଟକର ବାଗାଲକୋଟରେ ହୋଇଥିବା ରାଲିକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ମୁଁ ସୁରକ୍ଷା ବାହିନୀକୁ ଗଣମାଧ୍ୟମକୁ ଡାକିବା ଏବଂ ଏ ବିଷୟରେ ସୂଚନା ଦେବାକୁ କହିଥିଲି। ମୁଁ କହିଥିଲି ଯେ ମୁଁ ରାତିରେ ଟେଲିଫୋନ ମାଧ୍ୟମରେ ପାକିସ୍ତାନକୁ ବାଲାକୋଟ ଏୟାର ଷ୍ଟ୍ରାଇକ ଏବଂ ଏହା ଦ୍ୱାରା ହୋଇଥିବା ବିନାଶ ବିଷୟରେ ଜଣାଇବି, କିନ୍ତୁ ପାକିସ୍ତାନର ଲୋକମାନେ ଫୋନରେ ଆସିନଥିଲେ। ତେଣୁ ମୁଁ ସୁରକ୍ଷା ବାହିନୀକୁ ଅପେକ୍ଷା କରିବାକୁ କହିଲି ଏବଂ ସେମାନଙ୍କୁ ଜଣାଇବା ପରେ ରାତିରେ ଘଟିଥିବା ଏୟାର ଷ୍ଟ୍ରାଇକ ବିଷୟରେ ଆମେ ବିଶ୍ୱକୁ ଜଣାଇଥିଲୁ।

ସୂଚନାଯୋଗ୍ୟ, ଉତ୍ତର କର୍ନାଟକର ବାଗାଲକୋଟର ନବନଗରରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ମୋଦି ଏହି ସୂଚନା ଦେଇଛନ୍ତି। ଯେତେବେଳେ ସେ ପଡୋଶୀ ଦେଶକୁ ଫୋନ କରିଥିଲେ, ସେ ଫୋନ ଉଠାଇ ନଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘ମୁଁ ସେତେବେଳେ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲି ଯେପର୍ଯ୍ୟନ୍ତ ମୁଁ ସେମାନଙ୍କ (ପାକିସ୍ତାନ) ସହିତ ଯୋଗାଯୋଗ କରିବାରେ ସଫଳ ନଥିଲି ସେ ପର୍ଯ୍ୟନ୍ତ ସୁରକ୍ଷା ବାହିନୀକୁ ନିର୍ଦ୍ଦେଶ ଦେଇଥିଲି ବାଲାକୋଟ ଏୟାର ଷ୍ଟ୍ରାଇକ ବିଷୟରେ କୌଣସି ତଥ୍ୟ ଲିକ ନ କରିବାକୁ। ସେ କହିଛନ୍ତି ନା ମୋଦି କୌଣସି କଥା ଲୁଚାନ୍ତି, ନା ଲୁଚଶଇ କିଛି କଥା ହୁଅନ୍ତି, ଯାହା କରନ୍ତି ଖୋଲାଖୋଲି ଭାବେ କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri