Posted inଜାତୀୟ

ଘରେ ରାଶନ ପହଞ୍ଚାଇବା ଯୋଜନା ନେଇ ମୋଦି-କେଜରିଓ୍ବାଲ ମୁହାଁମୁହିଁ: କେନ୍ଦ୍ର କାହିଁକି କରୁଛି ଝଗଡ଼ା, ମୁଖ୍ୟମନ୍ତ୍ରୀ କଲେ ପ୍ରଶ୍ନ…

ନୂଆଦିଲ୍ଲୀ,୬।୬: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ଘରେ ଘରେ ରାଶନ ପହଞ୍ଚାଇବା ଯୋଜନାକୁ କେନ୍ଦ୍ରର ଅନୁମତି ମିଳି ନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର କହିଛନ୍ତି ଯେ, ଦିଲ୍ଲୀ ସରକାର ଏନେଇ ପୂର୍ବରୁ କେନ୍ଦ୍ରର ଅନୁମତି ଲୋଡ଼ି ନାହାନ୍ତି। ତେବେ କେଜରିଓ୍ବାଲ କହିଛନ୍ତି ଯେ, ୫ ଥର କେନ୍ଦ୍ରର ଆପ୍ରୁଭାଲ ମିଳିବାରେ ଯୋଜନା ଆରମ୍ଭର ଦୁଇଦିନ ପୂର୍ବରୁ ଏହା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ସରକାରଙ୍କୁ କେଜରିଓ୍ବାଲ କେତେକ ପ୍ରଶ୍ନ ମଧ୍ୟ କରିଛନ୍ତି। ରାଶନ ମାଫିଆଙ୍କ ସହିତ ମୋଦିଙ୍କ ସମ୍ପର୍କ ନେଇ ନେ ସେ ପ୍ରଶ୍ନ କରିଛନ୍ତି। ରାଶନ ରାଜ୍ୟ ଅବା କେନ୍ଦ୍ର ସରକାରଙ୍କର ନୁହେଁ। ଏହା ଦେଶର ଜନସାଧାରଣଙ୍କର। ଏହାର ସୁବଣ୍ଟନ ନେଇ କେନ୍ଦ୍ର ପକ୍ଷରୁ କାହିଁକି ବିରୋଧ କରାଯାଉଛି ତାହା ସେ ପଚାରିଛନ୍ତି। ଯୋଜନାର ନାମ ମୁଖ୍ୟମନ୍ତ୍ରୀ ଘର ଘର ରାଶନ ଯୋଜନା ଥିଲା। ତେବେ ଏଥିରୁ ମୁଖ୍ୟମନ୍ତ୍ରୀ ଶବ୍ଦ ହଟାଇବା ପାଇଁ କେନ୍ଦ୍ର ସରକାର କହିଥିଲେ। ଶେଷରେ ଏହାକୁ ହଟାଇ ଦିଆଯାଇଥିଲା। ମାତ୍ର କେନ୍ଦ୍ର ସରକାର ଯୋଜନାକୁ ଲାଗୁ କରିବାରେ ବାଧା ଦେଉଥିବା ସେ କହିଛନ୍ତି। କେନ୍ଦ୍ର ସରକାର କାହିଁକି ସମସ୍ତଙ୍କ ସହିତ ଝଗଡ଼ା କରୁଛନ୍ତି ତାହା କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ସରକାର ମମତା ଦିଦିଙ୍କ ସହିତ ଝଗଡ଼ା କରିବା ସହିତ ଝାଡ଼ଖଣ୍ଡ ସରକାର, ଲାକ୍ଷାଦ୍ୱୀପ ସରକାର, ମହାରାଷ୍ଟ୍ର ସରକାରଙ୍କ ସହିତ କରୋନା ସଙ୍କଟ ସମୟରେ ଲଢ଼େଇ ଜାରି ରଖିଥିବା କେଜରିଓ୍ବାଲ କହିଛନ୍ତି। ଆମେ ସବୁ ଆପଣଙ୍କ ସରକାରର, ଆମେ ଭାରତବାସୀ, ଏପରିସ୍ଥଳେ ଆମେ ଲଢ଼ିଲେ କରୋନାକୁ ଜିତିବା କିପରି ବୋଲି କେଜରିଓ୍ବାଲ ପ୍ରଶ୍ନ କରିଛନ୍ତି। ରାଷ୍ଟ୍ରହିତରେ ଥିବା ଏହି ଯୋଜନାକୁ ନ ରୋକିବାକୁ ସେ ମୋଦିଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାରି ଧାମ ଯାତ୍ରା ସମୟରେ ଭିଡରୁ ମିଳିବ ମୁକ୍ତି

ଡେରାଡୁନ,୧ ।୫: ପବିତ୍ର ଚାରି ଧାମ ଯାତ୍ରା ମେ’ ୩ରୁ ଆରମ୍ଭ ହେବାକୁ ଯାଉଛି । ଏବେ ଏହି ଯାତ୍ରାକୁ ନେଇ ଉତ୍ତରାଖଣ୍ଡ ସରକାର ସମ୍ପୂର୍ଣ୍ଣ...

ଟିକା ନେଲେ ପ୍ରଥମ ଓଡ଼ିଆ

ଲଣ୍ଡନ, ୧୦ା୧୨: ବ୍ରିଟେନରେ ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟରତ ଡ. ଶୈଳେଶ ମିଶ୍ର ପ୍ରଥମ ଓଡ଼ିଆ ଭାବେ କରୋନା ଟିକା ନେଇଛନ୍ତି। ମଙ୍ଗଳବାରଠାରୁ ବ୍ରିଟେନରେ ଫାଇଜର ଟିକାକରଣ...

‘ମୁଁ ବିଧାୟକଙ୍କ ଝିଅ, ମୋତେ ଛାଡିଦିଅ’

ବେଙ୍ଗାଲୁରୁ,୧୦।୬: କର୍ନାଟକରେ ଭାଜପା ବିଧାୟକ ଅରବିନ୍ଦ ନିମ୍ବାୱାଲୀଙ୍କ ଝିଅ ଟ୍ରାଫିକ୍‌ ପୋଲିସଙ୍କ ଝଗଡା କରିବାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସେ ପୋଲିସ...

ଝୁଲାପୋଲ ଦୁର୍ଘଟଣା ମାମଲାରେ ରାଜ୍ୟ ସରକାରଙ୍କ ଅଧିକାରୀଙ୍କୁ ନୋଟିସ ଜାରି କଲେ ହାଇକୋର୍ଟ…

ଅହମଦାବାଦ,୭।୧୧ : ଗୁଜରାଟ ହାଇକୋର୍ଟ ମୋରବି ଝୁଳାପୋଲ ଦୁର୍ଘଟଣା ନେଇ ସ୍ବତଃପ୍ରବୃତ୍ତ ଭାବେ ନିର୍ଦ୍ଦେଶ ଜାରି କରିଛନ୍ତି। ଏହି ମାମଲାରେ ଗୁଜରାଟ ସରକାରଙ୍କ ଅଧିକାରୀମାନଙ୍କୁ କୋର୍ଟ...

ଲୋକଙ୍କ ପଛରେ ଲାଗିବେ ଲୋକେ

ନୂଆଦିଲ୍ଲୀ,୧୬।୨: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି, ଯେଉଁଥିରେ ନାଗରିକମାନଙ୍କୁ ଭଲ୍ୟୁଣ୍ଟିୟର ଭାବେ ନିଯୁକ୍ତି ଦିଆଯିବ। ସେମାନେ ସୋସିଆଲ ମିଡିଆ ପ୍ଲାଟଫର୍ମଗୁଡ଼ିକରେ ଶିଶୁଙ୍କୁ...

ମହାରାଷ୍ଟ୍ର ସ୍ଥିତି ଅସମ୍ଭାଳ: ଗୋଟିଏ ଦିନରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୩୦ ହଜାର ଟପିଲା

ମୁମ୍ବାଇ,୨୨।୩: କରୋନାର ଦ୍ୱିତୀୟ ସଂକ୍ରମଣ ନେଇ ମହାରାଷ୍ଟ୍ରରେ ସ୍ଥିତି ଅସମ୍ଭାଳ ହେବାକୁ ଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୦ ହଜାର ୫୩୫ ଜଣ...

ଭୂତାଣୁଠୁ ଅଧିକ ଲକ୍‌ଡାଉନ୍‌ ଭୟ

ନୂଆଦିଲ୍ଲୀ,୫ା୫: ଦେଶରେ ଥମୁନାହିଁ କରୋନା ଭାଇରସ୍‌ ତାଣ୍ଡବ। ପ୍ରତିଦିନ ଲକ୍ଷ ଲକ୍ଷ ନୂଆ ମାମଲା ସାମ୍ନାକୁ ଆସୁଥିବାବେଳେ ମୃତ୍ୟୁସଂଖ୍ୟାରେ ମଧ୍ୟ ରୋକ ଲଗାଯାଇ ପାରୁନାହିଁ। ଭୂତାଣୁ...

୨ ବର୍ଷ ପରେ ସୁପ୍ରିମକୋର୍ଟରେ ପ୍ରତ୍ୟକ୍ଷ ଶୁଣାଣି

ନୂଆଦିଲ୍ଲୀ,୫ା୪: ପ୍ରାୟ ୨ ବର୍ଷ ହେଲା ସୁପ୍ରିମକୋର୍ଟରେ ବନ୍ଦ ଥିବା ପୂର୍ଣ୍ଣ ପ୍ରତ୍ୟକ୍ଷ ଶୁଣାଣି ସୋମବାର ଆରମ୍ଭ ହୋଇଛି। କୋଭିଡ୍‌ ମହାମାରୀ ଯୋଗୁ ୨୦୨୦ ମାର୍ଚ୍ଚଠାରୁ...

Advertisement
Archives

Model This Week