Posted inଜାତୀୟ

କମୁନି ଲୋକପ୍ରିୟତା: ୧୩ଟି ଦେଶର ମୁଖ୍ୟଙ୍କୁ ପଛରେ ପକାଇ ବିଶ୍ୱର ସବୁଠୁ ପସନ୍ଦର ନେତା ହେଲେ ମୋଦି

ନୂଆଦିଲ୍ଲୀ,୧୮।୬: କରୋନା କାଳରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁନିଆର ସବୁଠାରୁ ଅଧିକ ଲୋକପ୍ରିୟ ନେତାଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ଅଛନ୍ତି। ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରାଯାଇଥିବା ଏକ ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ୟ ବିଶ୍ୱ ନେତାଙ୍କ ତୁଳନାରେ ସବୁଠାରୁ ଲୋକପ୍ରିୟ ଅଟନ୍ତି। ମୋଦିଙ୍କର ୬୬% ଗ୍ଲୋବାଲ ଆପ୍ରୁଭାଲ୍‌ ରେଟିଂ ରହିଛି। ସର୍ବେକ୍ଷଣରୁ ମିଳିଥିବା ତଥ୍ୟ ଅନୁଯାୟୀ, କରୋନା ସଙ୍କଟରେ ମଧ୍ୟ ମୋଦି ଆମେରିକା, ବ୍ରିଟେନ, ରୁଷିଆ, ଅଷ୍ଟ୍ରେଲିଆ, କାନାଡା, ବ୍ରାଜିଲ, ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୧୩ଟି ଦେଶର ଅନ୍ୟ ନେତାଙ୍କଠାରୁ ବହୁ ଆଗରେ ଅଛନ୍ତି।
ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ଦ୍ୱାରା କରୋନା ସମୟରେ ଏହି ସର୍ଭେ କରାଯାଇଥିଲା। ଭାରତରେ ୨,୧୨୬ ବୟସ୍କଙ୍କ ଉପରେ ହୋଇଥିବା ଏକ ସର୍ଭେରେ ୬୬ ପ୍ରତିଶତ ଲୋକ ମୋଦିଙ୍କୁ ପସନ୍ଦ କରିଥିବାବେଳେ ୨୮ ପ୍ରତିଶତ ଲୋକ ତାଙ୍କୁ ନାପସନ୍ଦ କରିଛନ୍ତି। ଏହାପୂର୍ବରୁ ଏହି ଟ୍ରାକରକୁ ଜୁନ ୧୭ରେ ଅପ୍‌ଡେଟ୍‌ କରାଯାଇଥିଲା।
ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପର୍ଯ୍ୟାୟକ୍ରମେ ବିଶ୍ୱ ନେତାଙ୍କ ଗ୍ଲୋବାଲ ଆପ୍ରୁଭାଲ୍‌ ରେଟିଂ ଟ୍ରାକ କରେ। ଏହି ସର୍ବେକ୍ଷଣରୁ ଜଣାପଡିଛି ଯେ ଦେଶର ନାଗରିକମାନଙ୍କ ନେତାଙ୍କ ବିଷୟରେ ସେମାନଙ୍କର ମତାମତ କ’ଣ ଏବଂ ସେମାନେ ତାଙ୍କୁ କେତେ ପସନ୍ଦ କରନ୍ତି। ଏହି ସର୍ଭେରେ ଇଟାଲୀ ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି (୬୫%), ମେକ୍ସିକୋ ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର (୬୩%), ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ (୫୪%), ଜର୍ମାନ ଚାନ୍ସେଲର ଆଞ୍ଜେଲା ମର୍କେଲ (୫୩%), ଆମେରିକା ରାଷ୍ଟ୍ରପତି ଜୋ ବିଡେନ (୫୩%), କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୪୮%), ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ (୪୪%), ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍‌ ଜେଇ-ଇନ (୩୭%), ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନଚେଜ (୩୬%), ବ୍ରାଜିଲ ରାଷ୍ଟ୍ରପତି ଜାୟର ବୋଲସନାରୋ (୩୫%), ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ (୩୫%) ଏବଂ ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଡେ ସୁଗାଙ୍କ ମୂଲ୍ୟାୟନ ରହିଛି (୨୯%)।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷାକୁ ନେଇ ବଡ଼ ସୂଚନା ଦେଲା ଆଇଏମ୍‌ଡି: ସେପ୍ଟେମ୍ବରରେ ହେବ…

ଭୁବନେଶ୍ୱର,୩୧।୮: ସେପ୍ଟେମ୍ବରରେ ବି ରାଜ୍ୟରେ ବର୍ଷାରୁ ନିସ୍ତାର ମିଳିବା ସମ୍ଭାବନା କ୍ଷୀଣ। ଏନେଇ ଆଇଏମ୍‌ଡି ଆକଳନରୁ ସ୍ପଷ୍ଟ ହୋଇଛି। ଦେଶର ଅଧିକାଂଶ ଅଞ୍ଚଳରେ ସ୍ବାଭାବିକଠୁ କମ୍‌ ବର୍ଷା…

ମୋଦିଙ୍କୁ ଏଭଳି କହିଦେଲେ ଛାତ୍ରୀଛାତ୍ର, ଭାବବିହ୍ୱଳ ହୋଇଗଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉଜବେକିସ୍ତାନ ଗସ୍ତ ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଉଜବେକିସ୍ତାନର ଛାତ୍ରୀଛାତ୍ରମାନେ ମୋଦିଙ୍କ ଦ୍ୱାରା ଲିଖିତ…

ନିଶାମୁକ୍ତ ସମାଜ, ସାଇବର ଠକେଇ ରୋକିବାକୁ ପୋଲିସର …

କେସିଙ୍ଗା, ୩୧ା୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଆଦର୍ଶ ଥାନା ପକ୍ଷରୁ ଉତ୍‌କେଲା ଫାଣ୍ଡି ଅଧୀନସ୍ଥ କିକିଆ ଗ୍ରାମରେ ନିଶାମୁକ୍ତ ଅଭିଯାନ ଓ ସାଇବର କ୍ରାଇମ୍‌…

ଏହି ୪ ରାଶିଙ୍କ ଉପରେ ଥାଏ ଭାଗ୍ୟର ଆଶୀର୍ବାଦ: କମ ପରିଶ୍ରମରେ ମିଳିଥାଏ ବଡ଼ ସଫଳତା

ଭୁବନେଶ୍ୱର: ଆପଣ ମଧ୍ୟ ଏପରି ଲୋକଙ୍କୁ ଦେଖିଥିବେ, ଯେଉଁମାନଙ୍କୁ ଜୀବନରେ ଅନେକ କିଛି ସହଜରେ ମିଳିଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କିଛି ରାଶି ଜାତକଙ୍କ ଉପରେ ଗ୍ରହ…

ମୋଦି ସରକାରର ଦୁଇ ମନ୍ତ୍ରୀଙ୍କ ମଧ୍ୟରେ ପ୍ରବଳ ଝଗଡା: ପରସ୍ପର ଇସ୍ତଫା କଲେ ଦାବି: ପଛରେ ରହିଛି ଏମିତି କାରଣ

ନୂଆଦିଲ୍ଲୀ,୩୧।୮: ମୋଦି କ୍ୟାବିନେଟର ଦୁଇ ମନ୍ତ୍ରୀ ଜିତନ ରାମ ମାଞ୍ଝି ଏବଂ ଚିରାଗ ପାସୱାନଙ୍କ ମଧ୍ୟରେ ଝଗଡା ଚରମସୀମାରେ ପହଞ୍ଚିଛି । ସେମାନଙ୍କ ମଧ୍ୟରେ ତିକ୍ତତା ଏପରି…

କଳା ଓ ସଙ୍ଗୀତରେ ଚମକିଲେ ଭାଇ-ଭଉଣୀ: ପ୍ରାଚୀଙ୍କ ସଙ୍ଗୀତରେ ଝୁମିଲେ ଦର୍ଶକ

ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ବିବିଧ ଫାଉଣ୍ଡେଶନ୍‌ କଳା ଓ ସଂସ୍କୃତି ପକ୍ଷରୁ ଆୟୋଜିତ ପ୍ରତିଯୋଗିତାରେ ପାରଦର୍ଶିତା ଦେଖାଇଛନ୍ତି ଗଞ୍ଜାମ ସହରର ଭାଇ-ଭଉଣୀ। ପ୍ରାଚୀଙ୍କ ସଙ୍ଗୀତର ମୂର୍ଚ୍ଛନାରେ…

ଦିନେ ମୋଦି କରିଥିଲେ ପ୍ରଶଂସା, ଏବେ ଜୀବିକା ହରାଇବେ ଏହି ମହିଳା: କାହାଣୀ ଶୁଣିଲେ…

ନୂଆଦିଲ୍ଲୀ,୩୧।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ମନ କି ବାତ’ର ୧୩୭ତମ ଏପିସୋଡରେ ବେଙ୍ଗାଲୁରୁର ଜଣେ ରାସ୍ତା ବିକ୍ରେତା ଟି.ଏସ. ନିଙ୍ଗାମ୍ମାଙ୍କ କାହାଣୀ ଶେୟାର କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ…

ଭୁବନେଶ୍ୱର, ଝାରସୁଗୁଡ଼ା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌

ଢେଙ୍କାନାଳ,୩୧।୮(ରତନ ନାୟାର): ଭୁବନେଶ୍ୱର, ଝାରସୁଗୁଡା ପରେ ଢେଙ୍କାନାଳରେ ଖୋଲିଲା ଚାଉଳ ଏଟିଏମ୍‌। ସୋମବାର ସ୍ଥାନୀୟ ଜିଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ନିକଟରେ ଖାଦ୍ୟ, ଯୋଗାଣ ଓ ଖାଉଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri