ଆଜି ଓଡ଼ିଶା ଆସୁଛନ୍ତି ମୋଦି: ୧୯,୬୦୦ କୋଟି ଦେବେ ଭେଟି

ଭୁବନେଶ୍ୱର,୫।୩(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅପରାହ୍ନ ୨ଟା ୪୦ ମିନିଟ୍‌ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ହେଲିକପ୍ଟର ଯୋଗେ ସିଧା ଚଣ୍ଡିଖୋଲର ବେଣାପୁର ସଭାସ୍ଥଳକୁ ଯିବେ। ଅପରାହ୍ନ ୩ଟା ୧୫ ମିନିଟ୍‌ରେ ଲୋକାର୍ପଣ ଓ ଶିଳାନ୍ୟାସ ଆଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ। ଏହାପରେ ୩ଟା ୩୦ ମିନିଟ୍‌ରେ ପାଖ ପଡ଼ିଆରେ ଆୟୋଜିତ ‘ମୋଦି ଗ୍ୟାରେଣ୍ଟି’ ବିଶାଳ ସଭାରେ ‘ବିକଶିତ ଓଡ଼ିଶା-ବିକଶିତ ଭାରତ’ ଯୋଦ୍ଧାମାନଙ୍କୁ ସମ୍ବୋଧିତ କରିବେ। ମୋଦିଙ୍କ ସଭାରେ ଉକ୍ତ ଅଞ୍ଚଳବାସୀଙ୍କୁ ଉପସ୍ଥିତ ରହିବାକୁ ରାଜ୍ୟ ସଭାପତି ମନମୋହନ ସାମଲ ଅନୁରୋଧ କରିଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ ସରକାରୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେଇପାରନ୍ତି ବୋଲି ଜଣାପଡ଼ିଛି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ମନମୋହନ କହିଛନ୍ତି, ମୋଦି ଚଣ୍ଡିଖୋଲରେ ୧୯,୬୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ। ଓଡ଼ିଶାର ପ୍ରାଚୀନ ସଂସ୍କୃତି, ଗରିମାମୟ ଇତିହାସ, ବୈଭବଶାଳୀ ପରମ୍ପରା, ପ୍ରାଚୁର୍ଯ୍ୟମୟ ଐତିହ୍ୟ ଓ କଳା, ଖାଦ୍ୟପେୟ, ବେଶଭୂଷାକୁ ବିଶ୍ୱଦରବାରରେ ପହଞ୍ଚାଇଛନ୍ତି। ମୋଦି ୨୦୧୯ରେ ରାଜ୍ୟବାସୀଙ୍କୁ କହିଛନ୍ତି, ‘ସେ ଆପଣଙ୍କ ଭଲ ପାଇବାକୁ ସୁଧ ସହିତ ଫେରାଇବେ’। ଗତ ୧୦ ବର୍ଷରେ ମୋଦି ସରକାର ‘ଓଡ଼ିଶାର ବିକାଶ ପାଇଁ ୧୮.୮୩ ଲକ୍ଷ କୋଟି ଟଙ୍କା ଦେଲେ ଏବଂ ଓଡ଼ିଆଙ୍କୁ ଅଗ୍ରାଧିକାର ଓ ଉପଯୁକ୍ତ ମର୍ଯ୍ୟାଦା ଦେଲେ’। ଓଡ଼ିଆଙ୍କ ପାଇଁ ମୋଦିଙ୍କ ମର୍ଯ୍ୟାଦାକୁ ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟବାସୀ ଲୋକ ସଭା ଓ ବିଧାନସଭା ଆସନରେ ଆଶୀର୍ବାଦ ଦେଇ ୩ୟ ଥର ପ୍ରଧାନମନ୍ତ୍ରୀ ଭାବେ ବିଜୟମୁକୁଟ ପିନ୍ଧାଇ ସ୍ବାଗତ କରିବେ। ମୋଦି ଯାହା କହନ୍ତି ତାହା କରନ୍ତି, ଏହା ହିଁ ମୋଦି ଗ୍ୟାରେଣ୍ଟି। ଚଣ୍ଡିଖୋଲ ଜନସଭାରେ ମୋଦିଙ୍କ ଉଦ୍‌ବୋଧନ କାର୍ଯ୍ୟକର୍ତ୍ତାଙ୍କୁ ନୂତନ ଊର୍ଜା ଯୋଗାଇବ ବୋଲି ମନମୋହନ କହିଛନ୍ତି।
ଅନ୍ୟପକ୍ଷରେ ନିକଟରେ ଭାଜପା ୧୬ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳରୁ ୧୯୫ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା। ହେଲେ ସେଥିରେ ଓଡ଼ିଶାରୁ କୌଣସି ପ୍ରାର୍ଥୀଙ୍କ ନାଁ ଘୋଷଣା କରାଗଲା ନାହିଁ। ମୋଦି ୫ ତାରିଖରେ ଓଡ଼ିଶା ଗସ୍ତ ସାରି ଫେରିବା ପରେ ମେଣ୍ଟ ନେଇ କିଛି ଆଭାସ ଦେବେ ବୋଲି ରାଜ୍ୟ ରାଜନୀତିରେ ଏକପ୍ରକାର ଚର୍ଚ୍ଚା ଆଲୋଚନା ଜୋର୍‌ ଧରିଛି। ଭାଜପାର ରାଜ୍ୟ ସଭାପତିଙ୍କଠାରୁ ଆରମ୍ଭକରି ପ୍ରଭାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି କଥାକୁ ଖଣ୍ଡନ କରିସାରିଲେଣି। ତଥାପି ମଧ୍ୟ ଏ ପ୍ରକାର ଚର୍ଚ୍ଚା ବନ୍ଦ ହେବାର ନାଁ ଧରୁନାହିଁ। ଯେହେତୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ଭିତରେ ଭାଜପା ଶୀର୍ଷ ନେତୃତ୍ୱ ଓଡ଼ିଶାକୁ ସ୍ଥାନ ଦେଲେ ନାହିଁ ଏବଂ ୫ରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରହିଛି ସେହି ଦୃଷ୍ଟିକୋଣରୁ ଏଭଳି ଆଶଙ୍କା କରାଯାଉଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ କାର୍ଯ୍ୟାଳୟରେ ଅଧିକାରୀଙ୍କୁ ମାରଣାସ୍ତ୍ରରେ ଆକ୍ରମଣ

ବାରଙ୍ଗ,୨୯।୪(ଲିଙ୍ଗରାଜ ରାଉତ): ନନ୍ଦନକାନନ ଉପ-ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୋମବାର ଅପରାହ୍ନରେ ଜଣେ ଯୁବକ ଉତ୍ପାତ କରି କମ୍ପ୍ୟୁଟର, ଝରକାକାଚ, ଟେବୁଲ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିବା ସହ...

ପହଞ୍ଚିଲେ ନିର୍ବାଚନୀ ଖର୍ଚ୍ଚ ପର୍ଯ୍ୟବେକ୍ଷକ

କଟକ,୨୯ା୪(କାର୍ତ୍ତିକ ସାହୁ): ସାଧାରଣ ନିର୍ବାଚନ ୨୦୨୪ ନିମନ୍ତେ କଟକ ଜିଲାରେ ୩ଜଣ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୋମବାର ପହଞ୍ଚିଛନ୍ତି। ଭାରତୀୟ ରାଜସ୍ବ ସେବାର ବରିଷ୍ଠ ଅଧିକାରୀ  ସୁରେଶ...

ପଞ୍ଜୀକରଣର ୧୦୦ ମିନିଟ୍‌ ମଧ୍ୟରେ ହେବ କାର୍ଯ୍ୟାନୁଷ୍ଠାନ

କଟକ,୨୯ା୪(କାର୍ତ୍ତିକ ସାହୁ): ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ସମ୍ବନ୍ଧିତ ଅଭିଯୋଗ ଦାଖଲ ପାଇଁ କଟକ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ୨୪ ଘଣ୍ଟିଆ ସମନ୍ବିତ କଣ୍ଟ୍ରୋଲ ରୁମ୍‌...

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆତ୍ମସମର୍ପଣ କଲେ ୨୩ ମାଓବାଦୀ

ମାଲକାନଗିରି,୨୯ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡାରେ ସୋମବାର ୨୩ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଲୋନ୍‌ ଭାରାଟୁ ଅଭିଯାନରେ ପ୍ରଭାବିତ ହୋଇ ଆତ୍ମସମର୍ପଣ କରିଥିବା...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ବିଜେଡିରେ ଯୋଗ ଦେଲେ ପୂର୍ବତନ କଂଗ୍ରେସ ଜିଲା କାର୍ଯ୍ୟକାରୀ ସଭାପତି

କେନ୍ଦୁଝର,୨୯।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା କଂଗ୍ରେସ ପୂର୍ବତନ ଜିଲା କାର୍ଯ୍ୟକାରୀ ସଭାପତି ରତିକାନ୍ତ ବାରାଲ ବିଧିବଧ ଭାବେ ବିଜେଡିରେ ଯୋଗ ଦେଇଛନ୍ତି। ସେ ପୂର୍ବରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri