Odisha Elections 2024

ଆସୁଛନ୍ତି ମୋଦି, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ବରଗଡ଼,୧୦।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବରଗଡ଼ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି । ମୋଦି ମଧ୍ୟାହ୍ନ ୧୨ଟାରେ ପହଞ୍ଚି ତାଙ୍କ ଏହି ଗସ୍ତରେ ବରଗଡ଼ ସହର ଉପକଣ୍ଠ ବରାହଗୋଡ଼ା ଟୋଲଗେଟ୍‌ ସନ୍ନିକଟ ବିକାଶ ଭିନଟେଜ୍‌ରେ ହେବାକୁ ଥିବା ସାଧାରଣ ସଭାରେ ଉଦ୍‌ବୋଧନ ଦେବେ ।

ଜିଲାରେ ଆସନ୍ତା ୨୦ତାରିଖ ମତଦାନ ଥିବାବେଳେ ଏହାର ଅବ୍ୟବହିତ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଗସ୍ତକୁ ନେଇ ଦଳୀୟ ନେତା, କାର୍ଯ୍ୟକର୍ତ୍ତା ଏବଂ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯାଇଛି ।

ସେହିପରି ମୋଦିଙ୍କ ଏହି କାର୍ଯ୍ୟକ୍ରମକୁ ସୁରକ୍ଷିତଭାବେ ସମାପନ କରିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଗୁରୁବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବରଗଡ଼ ଏସପି ପି.ଏସ୍‌ ମୀନା ସୂଚନା ଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ହୋଇଛି । ହେଲିପ୍ୟାଡ଼, ସଭାସ୍ଥଳୀରେ ପର୍ଯ୍ୟାପ୍ତ ବ୍ୟବସ୍ଥା ଗ୍ରହଣ ସହିତ ରୁଟ୍‌ ଲାଇନିଂ ଏବଂ ଟ୍ରାଫିକ ସମସ୍ୟା ଏଡ଼ାଇବା ପାଇଁ ମଧ୍ୟ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିପାଇଁ ୫ଏସପି, ୪ଅତିରିକ୍ତ ଏସପି, ୧୨ଡିଏସପି, ୨୭ଇନ୍ସପେକ୍ଟର, ୧୮୦ସବ୍‌ ଇନ୍ସପେକ୍ଟର, ଆସିଷ୍ଟାଣ୍ଟ ସବଇନ୍ସପେକ୍ଟର, ୨୫ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୪୦୦ ହୋମଗାର୍ଡ଼ଙ୍କୁ ନିୟୋଜିତ କରାଯାଇଥିବା ଏସପି ମୀନା ସୂଚନା ଦେଇଛନ୍ତି । ସେହିପରି ସଭାସ୍ଥଳୀ ପରିସର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଡ୍ରୋନ ଉଡ଼ାଣ ଉପରେ କଟକଣା ରହିଛି ।

ପ୍ରକାଶଥାଉକି, ପ୍ରଧାନମନ୍ତ୍ରୀ ମୋଦି ଗତ ୨୦୧୬ ଫେବୃୟାରୀ ୨୧ତାରିଖ ପ୍ରଥମଥର ପାଇଁ ବରଗଡ଼ ଗସ୍ତରେ ଆସିଥିଲେ । ସେତେବେଳେ ସେ ବରଗଡ଼ରୁ ଦେଶର କୃଷକଙ୍କ ପାଇଁ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ଘୋଷଣା କରିଥିଲେ। ତେବେ ଦୀର୍ଘ ୮ବର୍ଷ ବ୍ୟବଧାନରେ ମୋଦି ପୁଣି ବରଗଡ଼ ଗସ୍ତରେ ଆସୁଥିବା ଏବଂ ନିକଟ ଭବିଷ୍ୟତରେ ସାଧାରଣ ନିର୍ବାଚନ ପାଇଁ ଜିଲାରେ ମତଦାନ ଥିବା ଯୋଗୁ ଏଥର କୃଷକଙ୍କ ପ୍ରତି ମୋଦିଙ୍କ କିଭଳି ଆଭିମୁଖ୍ୟ ରହିବ, ସେଥିପ୍ରତି ସଭିଙ୍କ ନଜର ରହିଛି । ଉକ୍ତ କାର୍ଯ୍ୟକ୍ରମରେ ବରଗଡ଼ ସଂସଦୀୟ କ୍ଷେତ୍ରର ୭ବିଧାନସଭା ନିର୍ବାଚନ ମଣ୍ଡଳୀ ସମେତ ସମ୍ବଲପୁର ଲୋକସଭା ସଂସଦୀୟ କ୍ଷେତ୍ରର ସମ୍ବଲପୁର, ରେଙ୍ଗାଲି ଏବଂ ରେଢ଼ାଖୋଲର ଦଳୀୟ କାର୍ଯ୍ୟକର୍ତ୍ତାମାନେ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଭାଜପା ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ବଡ଼ ଝଟକା

ଭୁବନେଶ୍ୱର,୨୦।୫: ବିଜେଡି ଏମ୍‌ପି ପ୍ରାର୍ଥୀ ସୁଦାମ ମାରାଣ୍ଡିଙ୍କୁ ଝଟକା। ସୋମବାର ବାଙ୍ଗିରିପୋଷି ନିର୍ବାଚନମଣ୍ଡଳୀର ଶତାଧିକ ମୁଣ୍ଡା ସମ୍ପ୍ରଦାୟର ଲୋକ ଭାଜପାରେ ସାମିଲ ହୋଇଛନ୍ତି। ଆଜି ବାଙ୍ଗିରିପୋଷିରେ...

ଭାଜପାରୁ ବହିଷ୍କୃତ ହେଲେ ପୂର୍ବତନ ଏମ୍‌ପି ଐର ଖାରବେଳଙ୍କ ସମେତ ୫ ନେତା

ଭୁବନେଶ୍ୱର,୨୦।୫: ପୂର୍ବତନ ଏମ୍‌ପି ଖାରବେଳ ସ୍ବାଇଁଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ଭାଜପା ସୋମବାର ଦଳରୁ ବହିଷ୍କାର କରିଛି । ଖାରବେଳଙ୍କ ସମେତ ରେମୁଣାର ବିଜୟ କୁମାର...

ସମୀର ଦାଶଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା

ଭୁବନେଶ୍ୱର,୨୦।୫: ବିଜେଡି ଛାଡି ଭାଜପାରେ ସାମିଲ ହୋଇଥିବା ବରିଷ୍ଠ ନେତା ସମୀର ରଞ୍ଜନ ଦାଶଙ୍କୁ ଦଳ ସୋମବାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛି। ଦଳ ସମୀରଙ୍କୁ ରାଜ୍ୟ...

କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼

ପଡ଼ିଆ,୨୦ା୫(ଭାସ୍କର ରାଓ)- ଗୁଣିଗାରେଡ଼ି ସନ୍ଦେହରେ ଗାଁ କଙ୍ଗାରୁ କୋର୍ଟରେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ସ୍ବାସ୍ଥ୍ୟକେନ୍ଦ୍ରକୁ କିମ୍ବା ଥାନାରେ ଅଭିଯୋଗ କଲେ ପରିବାରର ସମସ୍ତଙ୍କୁ ଜୀବନରୁ...

ପୋଲିଂ କର୍ମଚାରୀଙ୍କୁ ତାଲା ପକାଇଦେଲେ ଗ୍ରାମବାସୀ

ଭୁବନେଶ୍ୱର,୨୦।୫: ରାଜ୍ୟରେ ଆଜି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏହି ସମୟରେ କେତେକ ସ୍ଥାନରେ ବିଶୃଙ୍ଖଳା ଘଟିଥିବା ଦେଖିବାକୁ ମିଳିଛି। ସୁନ୍ଦରଗଡ ନିର୍ବାଚନ ମଣ୍ଡଳୀର...

ଡ୍ୟୁଟି ସାରି ଘରକୁ ଫେରୁଥିଲେ: ହାଇୱା ଧକ୍କାରେ ଚାଳିଗଲା ଜୀବନ

ଭବାନୀପାଟଣା,୨୦।୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ଏମ୍‌ଏସ୍‌ଏ ଛକରେ ସୋମବାର ଏକ ଦୁର୍ଘଟଣା ଘଟିଛି। ଏକ ହାଇୱା ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ...

ପ୍ରଦୀପ ପାଣିଗ୍ରାହୀଙ୍କ ଆକ୍ରମଣ ଘଟଣା: ଶିବଶଙ୍କରଙ୍କୁ ମିଳିଲାନି ଜାମିନ

ଭୁବନେଶ୍ୱର,୨୦।୫: ବ୍ରହ୍ମପୁର ଲୋକ ସଭା ଆସନର ଭାଜପା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ଶିବଶଙ୍କର ଦାସଙ୍କୁ ଝଟକା...

ଆମ୍ବ ତୋଳିବାକୁ ଯାଇଥିଲେ: ହେଲା ବଜ୍ରପାତ

ଟିକିରି/ରାୟଗଡ଼ା,୨୦।୫(ପ୍ରଫୁଲ୍ଲ କୁମାର ବେହେରା/ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା କାଶୀପୁର ବ୍ଲକ ନକଟିଗୁଡା ପଞ୍ଚାୟତ ସାନମାଟିକଣା ଗାଁରେ ସୋମବାର ଅପରାହ୍ନରେ ବଜ୍ରପାତ ଘଟି ଜଣେ ମହିଳାଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri