Posted inଜାତୀୟ

ଓ୍ବାର୍‌ରୁମ୍‌ରେ ମୋଦି, ପାକିସ୍ତାନ ଛାନିଆ

ନୂଆଦିଲ୍ଲୀ, ୩୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି କ୍ୟାବିନେଟ କମିଟି ଅନ ସିକ୍ୟୁରିଟି (CCS) ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀରେ ବସିଛିି। ଜମ୍ମୁ ଓ କଶ୍ମୀରର ପହଲଗାମରେ ଗତ ସପ୍ତାହରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହା ଦ୍ୱିତୀୟ CCS ବୈଠକ ହେବ।

ଗତ ୨୨ ଏପ୍ରିଲରେ ପହଲଗାମର ବୈସରଣ ଉପତ୍ୟକାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଲସ୍କର-ଏ-ତୋଇବାର ଏକ ଶାଖା ଦ ରେସିଷ୍ଟାନ୍ସ ଫ୍ରଣ୍ଟ (TRF) ଦାୟିତ୍ୱ ନେଇଛି। ଏହି ଆକ୍ରମଣକୁ ପ୍ରଧାନମନ୍ତ୍ରୀ ମୋଦି ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କୁ ଦୃଢ ଶାସ୍ତି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପ୍ରଥମ CCS ବୈଠକରେ ଭାରତ ସରକାର ପାକିସ୍ତାନ ବିରୋଧରେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଥିଲେ, ଯାହା ମଧ୍ୟରେ ରହିଛି:
– ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବା।
-ଅଟାରୀ ସୀମାକୁ ତୁରନ୍ତ ବନ୍ଦ କରିବା।
-ପାକିସ୍ତାନୀ ନାଗରିକଙ୍କ ପାଇଁ ଭିସା ବାତିଲ।
-ପାକିସ୍ତାନୀ ହାଇ କମିଶନରୁ ପ୍ରତିରକ୍ଷା, ବିମାନ ଓ ନୌସେନା ଆଟାଚେଙ୍କୁ ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବାକୁ ନିର୍ଦ୍ଦେଶ।
-ପାକିସ୍ତାନୀ କୂଟନୀତିଜ୍ଞମାନଙ୍କୁ ପରସୋନା ନନ ଗ୍ରାଟା ଘୋଷଣା କରି ସେମାନଙ୍କୁ ଦେଶ ଛାଡ଼ିବାକୁ ନିର୍ଦ୍ଦେଶ।

ଆଜିର ବୈଠକରୁ କ’ଣ ଆସିପାରେ?
ଆଜିର CCS ବୈଠକରେ ପାକିସ୍ତାନ ସହ ଜଡ଼ିତ ଆତଙ୍କବାଦୀ କାର୍ଯ୍ୟକଳାପ ଏବଂ ସୀମାସୀମା ସମସ୍ୟା ଉପରେ ଗଭୀର ଆଲୋଚନା ହେବ ବୋଲି ଆଶା କରାଯାଉଛି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର, ଅର୍ଥମନ୍ତ୍ରୀ ର୍ନିମଳା ସୀତାରମଣ ଏବଂ ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ ଉପସ୍ଥିତ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ଆତଙ୍କବାଦ ବିରୋଧରେ ଆହୁରି କଠୋର ପଦକ୍ଷେପ ଏବଂ ଜମ୍ମୁ ଓ କାଶ୍ମୀରରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ। ଏକ୍ସ (X) ରେ ପୋଷ୍ଟ ଅନୁଯାୟୀ, ପାକିସ୍ତାନ ବିରୋଧରେ ଆହୁରି କିଛି ବଡ଼ ନିଷ୍ପତ୍ତି ଆସିପାରେ।

ଅନ୍ୟ ବୈଠକ ମଧ୍ୟ ଅନୁଷ୍ଠିତ ହେବ
CCS ବୈଠକ ପରେ ପ୍ରଧାନମନ୍ତ୍ରୀ ମୋଦୀ କ୍ୟାବିନେଟ କମିଟି ଅନ ପୋଲିଟିକାଲ ଆଫେୟାର୍ସ (CCPA) ଏବଂ କ୍ୟାବିନେଟ କମିଟି ଅନ ଇକୋନୋମିକ ଆଫେୟାର୍ସ (CCEA) ବୈଠକରେ ମଧ୍ୟ ଅଧ୍ୟକ୍ଷତା କରିବେ। ଏହି ବୈଠକଗୁଡ଼ିକରେ ରାଜନୈତିକ ଏବଂ ଅର୍ଥନୈତିକ ଦିଗ ଉପରେ ଆଲୋଚନା ହେବ।

ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପାଇଁ ଟାର୍ଗେଟ ସ୍ଥଳ ଓ ସମୟ ସମ୍ପର୍କିତ ନିଷ୍ପତ୍ତି ନେବାର ପୂର୍ଣ୍ଣ ସ୍ବାଧୀନତା ସଶସ୍ତ୍ର ବଳର ରହିଥିବା ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲ, ୩ ବାହିନୀର ମୁଖ୍ୟ ଉପସ୍ଥିତ ଥିଲେ। ଆତଙ୍କବାଦକୁ ମୁହଁତୋଡ଼ ଜବାବ ଦେବା ପାଇଁ ଏହା ଏକ ଜାତୀୟ ସଂକଳ୍ପ ବୋଲି ମୋଦି ସ୍ପଷ୍ଟ କରିଥିବା ସରକାରୀ ସୂତ୍ରରୁ ଜଣାପଡ଼ିଛି। ସେ ସଶସ୍ତ୍ର ବଳର ପେସାଦାରି ସାମର୍ଥ୍ୟ ଉପରେ ସମ୍ପୂର୍ଣ୍ଣ ଆସ୍ଥା ପ୍ରକଟ କରିଛନ୍ତି। କାର୍ଯ୍ୟାନୁଷ୍ଠାନର ଲକ୍ଷ୍ୟସ୍ଥଳ ଓ ସମୟ ସମ୍ପର୍କରେ ସେମାନେ ନିଷ୍ପତ୍ତି ନେବାକୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦିଆଯାଇଛି। ବୈଠକରେ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍‌ ଜେନେରାଲ ଅନିଲ ଚୌହାନ ମଧ୍ୟ ଉପସ୍ଥିତ ଥିଲେ। ୨୨ ତାରିଖରେ ପହଲଗାମ୍‌ରେ ଆତଙ୍କବାଦୀ ଆକ୍ରମଣରେ ୨୫ ପର୍ଯ୍ୟଟକଙ୍କ ସମେତ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଆକ୍ରମଣ ପଛରେ ଥିବା ଆତଙ୍କବାଦୀ ଓ ସେମାନଙ୍କ ପାକିସ୍ତାନୀ ପୃଷ୍ଠପୋଷକଙ୍କୁ ପାତାଳରୁ ଖୋଜି ବାହାର କରିବା ସହ ସେମାନଙ୍କ କଳ୍ପନା ବାହାରେ ଦଣ୍ଡ ଦେବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଜ୍ଞା କହିଛନ୍ତି।

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ପୂର୍ବରୁ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ ଅଧ୍ୟକ୍ଷତାରେ ଅନ୍ୟ ଏକ ବୈଠକ ବସିଥିଲା। ଉକ୍ତ ବୈଠକରେ ୩ ଅର୍ଦ୍ଧସାମରିକ ବାହିନୀ ଏବଂ ଅନ୍ୟ ସୁରକ୍ଷା ସଂଗଠନର ମୁଖ୍ୟମାନେ ଯୋଗଦେଇଥିଲେ। ସୀମା ସୁରକ୍ଷା ବଳ (ବିଏସ୍‌ଏଫ୍‌) ଡିଜି ଦଲଜିତ ସିଂ ଚୌଧରୀ, ନ୍ୟାଶନାଲ ସିକ୍ୟୁରିଟି ଗାର୍ଡ ଡିଜି ବ୍ରିଘୁ ଶ୍ରୀନିବାସନ,ଆସାମ ରାଇଫଲ୍ସ ଡିଜି ଲ୍ୟୁଟ୍‌ନାଣ୍ଟ ଜେନେରାଲ ବିକାଶ ଲାଖେର ଏବଂ ସଶସ୍ତ୍ର ସୀମା ବଳର ଅତିରିକ୍ତ ଡିଜି ଅନୁପମ ନିଲେକାର ଚନ୍ଦ୍ରା ଉପସ୍ଥିତ ଥିଲେ। ତେବେ ବୈଠକରେ କ’ଣ ଆଲୋଚନା ହୋଇଥିଲା, ତାହା ଜଣାପଡ଼ି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଥିଲା ଡକାୟତି ଯୋଜନା: ମାଡ଼ି ବସିଲା ପୋଲିସ,୩ ଜଣଙ୍କୁ ଧରି…

ଅତାବିରା,୧୧ା୧୧(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରାର ଏକ ଢାବା ନିକଟରେ ମଙ୍ଗଳବାର ଡକାୟତି ଯୋଜନା କରୁଥିବାବେଳେ ୩ ଅଭିଯୁକ୍ତ ପୋଲିସ ହାତରେ ଧରାପଡ଼ିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ,…

ଇସ୍ରାଏଲ୍‌ ସଂସଦରେ ମୁହାଁମୁହିଁ ନେତନ୍ୟାହୁଙ୍କ ପତ୍ନୀ-ପୂର୍ବତନ PM, ଭିଡିଓ ଭାଇରାଲ୍

ଜେରୁଜେଲମ୍,୧୧।୧୧: ଇସ୍ରାଏଲ୍‌ ସଂସଦ (ନେସେଟ୍‌)ରେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଭାଷଣ ସମୟରେ ଅପ୍ରିତିକର ପରିସ୍ଥିତି ଦେଖିବାକୁ ମିଳିଛି । ନେତନ୍ୟାହୁଙ୍କ ପତ୍ନୀ ସାରା ନେତନ୍ୟାହୁ ଓ ତାଙ୍କର…

ବିଶ୍ୱର ସବୁଠାରୁ ଲମ୍ବାଗୋଡ଼ ଥିବା ମହିଳା, ତାଙ୍କ ପରିବାରର ସମସ୍ତ ସଦସ୍ୟ ବି ୬ ଫୁଟରୁ ଅଧିକ ଉଚ୍ଚ

କୁହାଯାଏ, ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ତାଙ୍କ ମୋଟ୍‌ ଉଚ୍ଚତା ତୁଳନାରେ ତାଙ୍କ ଗୋଡ଼ ଲମ୍ବ ଅଧିକ ଥିବାରୁ ବୃଦ୍ଧି ପାଏ। ପୁରୁଷ ଏବଂ ମହିଳା ଉଭୟ ଆକର୍ଷଣୀୟ,…

ମୋଦି କ୍ୟାବିନେଟରେ ବଡ଼ ନିଷ୍ପତ୍ତି: ମେଟ୍ରୋ ପ୍ରକଳ୍ପରୁ ନେଇ ଭାରତର ସଂଗ୍ରହାଳୟ ପର୍ଯ୍ୟନ୍ତ, ଜାଣନ୍ତୁ କ୍ୟାବିନେଟର ୫ ବଡ଼ ଘୋଷଣା

ନୂଆଦିଲ୍ଲୀ,୧୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର (ନଭେମ୍ୱର ୧୧, ୨୦୨୬) ଦିନ କେନ୍ଦ୍ର କ୍ୟାବିନେଟର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ମଙ୍ଗଳଙ୍କ ସିଂହ ରାଶିରେ ଗୋଚର: ୪ ରାଶିଙ୍କୁ ଫାଇଦା ହିଁ ଫାଇଦା, ବଡ଼ ଚାକିରି ଅଫର୍‌ରେ ବଦଳିବ ଭାଗ୍ୟ!

ଗୁରୁବାର, ନଭେମ୍ୱର ୧୨, ୨୦୨୬ ରେ ମଙ୍ଗଳ ଗ୍ରହ ତାଙ୍କର ମିତ୍ର ସୂର୍ଯ୍ୟଙ୍କ ରାଶି ସିଂହରେ ଗୋଚର କରିବାକୁ ଯାଉଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳଙ୍କୁ ଗ୍ରହମାନଙ୍କର ସେନାପତି…

ଏକ୍ସରେ ଭିଡିଓ ବନାଇ ରୋଜଗାର କରନ୍ତୁ ମୋଟା ଅଙ୍କର ଟଙ୍କା! କମ୍ପାନୀ ଆଣିଲା ଜବରଦସ୍ତ ଫିଚର୍‌, ଜାଣନ୍ତୁ କିପରି କରିବ କାମ

ନୂଆଦିଲ୍ଲୀ,୧୧।୧୧: ସୋସିଆଲ ମିଡିଆରେ ବଡ଼ ଭିଡିଓର ଛୋଟ ଛୋଟ କ୍ଲିପ ପ୍ରସ୍ତୁତ କରି ସେୟାର କରିବାର ଧାରା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହାଦ୍ୱାରା କେବଳ ଭିଡିଓକୁ…

IPL ୨୦୨୭ ପୂର୍ବରୁ ବଡ଼ ହଲଚଲ୍‌! ୧୦ ଖେଳାଳିଙ୍କ ଦଳ ପରିବର୍ତ୍ତନ, ଜାଣନ୍ତୁ କିଏ କେଉଁ ଟିମ୍‌କୁ ଗଲେ

ନୂଆଦିଲ୍ଲୀ,୧୧।୧୧: IPL ୨୦୨୭ ସିଜିନ୍‌ ପୂର୍ବରୁ ଖେଳାଳିଙ୍କ ଟ୍ରେଡ୍‌କୁ ନେଇ କ୍ରିକେଟ୍‌ ଜଗତରେ ବଡ଼ ହଲଚଲ୍‌ । ଏଥର ଟ୍ରେଡ୍‌ ଡିଲ୍‌ ମାଧ୍ୟମରେ ଦୁଇଟି ଦଳର ଅଧିନାୟକ…

ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ଗୁଳିମାଡ଼ରେ ୩ CRPF ଯବାନ…

ନୂଆଦିଲ୍ଲୀ, ୧୧।୧୧: ଜମ୍ମୁ-କଶ୍ମୀରର କୁଲଗାମ ଜିଲାରେ CRPF ଯବାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ବାଇକ୍‌ରେ ଆସିଥିବା ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ CRPF ଯବାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?