Posted inଜାତୀୟ

ଫ୍ରେଣ୍ଡଶିପ୍‌ ପାଇପ ଲାଇନ ଲୋକାର୍ପଣ କଲେ ମୋଦି-ହସିନା…

ନୂଆଦିଲ୍ଲୀ,୧୮।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ ହସିନା ଭିଡିଓ କନଫରେନ୍ସିଂ ମାଧ୍ୟମରେ ଭାରତ-ବାଂଲାଦେଶ ଫ୍ରେଣ୍ଡଶିପ୍‌ ପାଇପ ଲାଇନର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଆଜି ଭାରତ-ବାଂଲାଦେଶ ସମ୍ପର୍କରେ ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଛି। ସେପ୍ଟେମ୍ବର ୨୦୧୮ ରେ ଆମେ ଭାରତ-ବାଂଲାଦେଶ ଫ୍ରେଣ୍ଡସିପ ପାଇପ ଲାଇନର ମୂଳଦୁଆ ପକାଇଥିଲୁ। ମୁଁ ଖୁସି ଯେ ଆଜି ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସହ ଏହାର ଲୋକାର୍ପଣ କରିବାର ସୁଯୋଗ ମିଳିଛି।

ଏହି ପାଇପଲାଇନ ଉତ୍ତର ବାଂଲାଦେଶର ବିଭିନ୍ନ ଜିଲାକୁ ଏକ ମିଲିୟନ ମେଟ୍ରିକ ଟନ ହାଇ ସ୍ପିଡ ଡିଜେଲ ଯୋଗାଇବାରେ ସକ୍ଷମ ହେବ।

ଗତ କିଛି ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ନେତୃତ୍ୱରେ ବାଂଲାଦେଶ ଉଲ୍ଲେଖନୀୟ ଅଗ୍ରଗତି କରିଛି। ପ୍ରତ୍ୟେକ ଭାରତୀୟ ଏଥିପାଇଁ ଗର୍ବିତ ଏବଂ ଆମେ ଖୁସି ଯେ ବାଂଲାଦେଶର ଏହି ବିକାଶ ଯାତ୍ରାରେ ଆମେ ସହଯୋଗ କରିପାରିଛୁ। ମୁଁ ନିଶ୍ଚିତ ଯେ ଏହି ପାଇପଲାଇନ ବାଂଲାଦେଶର ବିକାଶକୁ ଆହୁରି ତ୍ୱରାନ୍ବିତ କରିବ ଏବଂ ଦୁଇ ଦେଶ ମଧ୍ୟରେ ସଂଯୋଗ ବୃଦ୍ଧି କରିବାର ଏକ ଉତ୍କୃଷ୍ଟ ଉଦାହରଣ ହେବ।


Enter your email to get our daily news in your inbox.

All Right Reserved By Dharitri.Com

‘ଗୌତମ ଗମ୍ଭୀର ଜଣେ ଏକଛତ୍ରବାଦୀ’: କିଏ ଆଉ କାହିଁକି କହିଲେ ଏମିତି, ଯାହାକୁ ନେଇ କ୍ରିକେଟ ଜଗତରେ ବଢୁଛି ଆଲୋଚନା

ନୂଆଦିଲ୍ଲୀ,୧୩।୧୦: ଯଦିଓ ଯୁବ ଭାରତୀୟ କ୍ରିକେଟ ତାରକା ବୈଭବ ସୂର୍ଯ୍ୟବଂଶୀ T20 ଅନ୍ତର୍ଜାତୀୟ କ୍ରିକେଟରେ ପଦାର୍ପଣ କରିସାରିଛନ୍ତି, ତଥାପି ‘ପ୍ଲେଇଂ ଇଲେଭେନ’ (ଖେଳୁଥିବା ଏକାଦଶ ଦଳ) ରେ…

୪୦ ଦିନରେ କମିଗଲା ୧୫ କେଜି ଓଜନ: ଦୁଃଖ ବଖାଣିଲେ ‘ଦୃଶ୍ୟମ ୩’ ଅଭିନେତ୍ରୀ

ମୁମ୍ବାଇ: ବଲିଉଡ ଅଭିନେତା ଅଜୟ ଦେବଗନଙ୍କ ଅଭିନୀତ ଫିଲ୍ମ ‘ଦୃଶ୍ୟମ ୩’ରେ ନଜର ଆସିଥିବା ଅଭିନେତ୍ରୀ ଇଶିତା ଦତ୍ତା ନିଜର ଦ୍ୱିତୀୟ ଗର୍ଭଧାରଣ ସମୟର କଷ୍ଟଦାୟକ ଅନୁଭୂତି…

ଜଗୁଆଳିଙ୍କ ମୃତଦେହ ଜବତ ଘଟଣା, ଥାନାରେ ଅଭିଯୁକ୍ତଙ୍କ ଆତ୍ମସମର୍ପଣ

ଟେନସା,୧୩।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡା ଥାନା ଅନ୍ତର୍ଗତ ସର୍ଗିଗଡ଼ ଗ୍ରାମ ନିକଟରେ ସୋମବାର ରାତିରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଗୁଆଳିଙ୍କୁ ମାରି ଫିଙ୍ଗି…

କ୍ରିକେଟ ଜଗତରେ ଶୋକର ଛାୟା, ମାତ୍ର ୩୬ ବର୍ଷ ବୟସରେ ଚୀର ନିଦ୍ରାରେ ଶୋଇଗଲେ ଏହି ଆନ୍ତର୍ଜାତୀୟ ଅମ୍ପାୟାର

ନୂଆଦିଲ୍ଲୀ,୧୩।୧୦: ଜିମ୍ବାୱେ ମହିଳା କ୍ରିକେଟ ଦଳର ପୂର୍ବତନ ଦ୍ରୁତ ବୋଲର୍‌ ତଥା ଅମ୍ପାୟାର୍‌ ସାରା ଡାମ୍ବାନେଭାନାଙ୍କ ୩୬ ବର୍ଷ ବୟସରେ ପରଲୋକ ଘଟିଛି। ଦୀର୍ଘ ମାସ ଧରି…

ମୋ ଭାଇ ଡାକୁଛି, ମୁଁ ପଳେଇବି…୬ ମାସ ଭିତରେ ଡକାଡକି ହୋଇ ଚାଲିଗଲେ ୩ ଭାଇ, ଜାଣନ୍ତୁ ଚାଞ୍ଚଲ୍ୟକର ଘଟଣା

କାନପୁର,୧୩।୧୦: ଉତ୍ତରପ୍ରଦେଶର କାନପୁର ଜିଲାର ୱାଜିଦପୁର ଅଞ୍ଚଳରେ ଗୋଟିଏ ପରିବାରର ତିନି ଜଣ ଭାଇଙ୍କ ମୃତ୍ୟୁ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ମାତ୍ର ୬ ମାସ ମଧ୍ୟରେ…

ବାର୍‌ହା ପାଇଁ ବିଛା ଯାଇଥିବା ତାରରେ ଫଶିଗଲେ ଚାଷୀ; ଚାଲିଗଲା ଜୀବନ, ଗ୍ରାମରେ ଶୋକାକୂଳ ପରିବେଶ

ଦିଗପହଣ୍ଡି,୧୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏସ.ଗୋପାଳପୁର ପଞ୍ଚାୟତ ପ୍ରତାପଗିରି ଗ୍ରାମ ନିକଟ ଚାଷଜମିରେ କେହି ଶିକାରୀ ବନ୍ୟଜନ୍ତୁ ବାରହା ଶିକାର ପାଇଁ ବିଦ୍ୟୁତ…

ଇଂଲଣ୍ଡକୁ ବଡ଼ ଝଟକା: ଦୀର୍ଘ ସମୟ ପାଇଁ ଦଳରୁ ବାଦ ପଡ଼ିବେ ଜୋସ ବଟଲର୍‌? ହସ୍ପିଟାଲରୁ ଫଟୋ ଶେୟାର କରି କହିଲେ

ନୂଆଦିଲ୍ଲୀ,୧୩।୧୦: ବାମ ଗୋଡ଼ର ହ୍ୟାମଷ୍ଟ୍ରିଂ (hamstring) ଅସ୍ତ୍ରୋପଚାର ପରେ ଜୋସ ବଟଲର ଦୀର୍ଘ ସମୟ ପାଇଁ କ୍ରିକେଟରୁ ଦୂରେଇ ରହିବାର ସମ୍ଭାବନା ରହିଛି। ଇଂଲଣ୍ଡର ଏହି ୱିକେଟକିପର-ବ୍ୟାଟର…

ବଲାଙ୍ଗୀରରେ ଉତ୍ତେଜନା, ଏବିଭିପି ସମର୍ଥକଙ୍କୁ ବାଥରୁମରେ ବନ୍ଦ କଲେ ବିଜେଡି ସମର୍ଥକ

ବଲାଙ୍ଗୀର,୧୩।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରେ ଛାତ୍ର ସଂସଦ ନିର୍ବାଚନ ଉଷ୍ମତା ବଢ଼ିବାରେ ଲାଗିଛି । ବଲାଙ୍ଗୀର ସର୍କିଟ ହାଉସରେ କିଛି ଏବିଭିପି ନେତା ଓ ସମର୍ଥକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?