Posted inଜାତୀୟ

ମୋଦି ଦୁଇଟି ଭାରତ ନିର୍ମାଣ କରିଛନ୍ତି, ଗୋଟିଏ ଧନୀକଙ୍କ ପାଇଁ ଅନ୍ୟଟି ଗରିବଙ୍କ ଲାଗି, କହିଲେ ରାହୁଲ…

ଅହମଦାବାଦ, ୧୦।୫ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ ମଙ୍ଗଳବାର ଗୁଜରାଟର ଏକ ସାଧାରଣ ସଭାରେ ଯୋଗଦେଇ କହିଛନ୍ତି ଯେ, ମୋଦି ଦେଶକୁ ବିଭାଜନ କରି ଦୁଇଟି ଭାରତ ନିର୍ମାଣ କରିଛନ୍ତି। ଗୋଟିଏ ଧନୀକଙ୍କ ପାଇଁ ଅନ୍ୟଟି ଗରିବଙ୍କ ଲାଗି। ଗୋଟିଏ ପଟେ ଦେଶର ସମ୍ବଳ କିଛି ଧନୀ ଲୋକଙ୍କୁ ଦିଆଯାଉଛି ଏବଂ ଅନ୍ୟ ପଟେ ଗରିବ ଲୋକ ସମ୍ବଳ ଅଭାବରୁ ବଞ୍ଚିବାକୁ ବାଧ୍ୟ ହେଉଛନ୍ତି।

ନରେନ୍ଦ୍ର ମୋଦି ୨୦୧୪ରେ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ଏହାପୂର୍ବରୁ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ଗୁଜରାଟରେ ସେ ଯେଉଁ କାମ ଆରମ୍ଭ କରିଥିଲେ, ଏବେ ତାହା ଦେଶ ପାଇଁ କରୁଛନ୍ତି। ଏହାକୁ ଗୁଜରାଟର ମଡେଲ କୁହାଯାଉଛି। ପ୍ରଥମ ଭାରତରେ ଦେଶର କିଛି ଲୋକ ଧନୀକ ଏବଂ ଅମଲାତନ୍ତ୍ରଙ୍କ ପାଖରେ ଶକ୍ତି ଓ ଟଙ୍କା ଅଛି। ଦ୍ୱିତୀୟ ଭାରତରେ ସାଧାରଣ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ସେ କହିଛନ୍ତି ଯେ କଂଗ୍ରେସ ଦଳ ଦୁଇଟି ଭାରତ ଚାହୁଁନାହିଁ।

ସେ କହିଛନ୍ତି, ଭାଜପା ମଡେଲରେ ଜଳ, ଜଙ୍ଗଲ ଏବଂ ଜମି ଭଳି ଲୋକଙ୍କ ସମ୍ବଳ, ଯାହାକି ଆଦିବାସୀ ଏବଂ ଅନ୍ୟାନ୍ୟ ଗରିବ ଲୋକଙ୍କର ତାହା ସେମାନଙ୍କଠାରୁ ଛଡ଼ାଇ କିଛି ଅଳ୍ପ ଲୋକଙ୍କୁ ଦିଆଯାଉଛି।
କଂଗ୍ରେସ ନେତା ଏହା ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଭାଜପା ନେତୃତ୍ୱାଧୀନ ସରକାର ଆଦିବାସୀମାନଙ୍କୁ ସେମାନଙ୍କର ଅଧିକାରରୁ ବଞ୍ଚିତ କରିଛନ୍ତି। ଭାଜପା ସରକାର ସାଧାରଣ ଲୋକଙ୍କୁ କିଛି ଦେବେ ନାହିଁ, ବରଂ ସେମାନଙ୍କଠାରୁ ସବୁକିଛି ଛଡ଼ାଇ ନେଇଯିବେ।

କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ପାଇଁ ରାହୁଲ ଗାନ୍ଧୀ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କଡ଼ା ବିରୋଧ କରିଛନ୍ତି। ସେ କହିଛନ୍ତି ଯେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଲୋକଙ୍କୁ ଥାଳି ବଜାଇବା, ଦୀପ ଜାଳିବା ଏବଂ ମୋବାଇଲ ଲାଇଟକୁ ଜାଳାଇବା ପାଇଁ କହିଥିଲେ। ସେହି ସମୟରେ ଗୁଜରାଟରେ ତିନି ଲକ୍ଷ ଲୋକଙ୍କ ମୃତ୍ୟୁ କରୋନାରେ ଘଟିଥିଲା। ଗଙ୍ଗା ନଦୀ ମୃତ ଦେହରେ ଭରି ରହିଥିଲା।

ରାହୁଲ ଗାନ୍ଧୀ ଦାବି କରିଛନ୍ତି ଯେ ଦେଶରେ କରୋନା ମହାମାରୀ ଯୋଗୁଁ ୫୦ ରୁ ୬୦ ଲକ୍ଷ ଲୋକଙ୍କର ମୃତ୍ୟୁ ଘଟିଛି। ମାତ୍ର ମୋଦି ସରକାର ଏନେଇ ସାଧାରଣ ଲୋକଙ୍କୁ ମିଛ କହୁଛନ୍ତି ବୋଲି ରାହୁଲ କ୍ଷୋଭ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

୯ ଜଣଙ୍କୁ କୀର୍ତ୍ତି ଚକ୍ର, ୧୯ଙ୍କୁ ଶୌର୍ଯ୍ୟ ଚକ୍ର

ନୂଆଦିଲ୍ଲୀ,୧୫ା୮(ପି.ଟି.): ୮୦ତମ ସ୍ବାଧୀନତା ଦିବସର ଦିନକ ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁକ୍ରବାର ୭୮ଟି ସାହସିକତା ପୁରସ୍କାରକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସେଥିରୁ ୧୩ଟି ପୁରସ୍କାର ମରଣୋତ୍ତର…

ଲାଲ୍‌କିଲ୍ଲାରେ ପ୍ରଥମଥର ‘ବନ୍ଦେ ମାତରମ୍‌’: ବିକଶିତ ରାଷ୍ଟ୍ର ଗଢ଼ିବା ଦିଗରେ…

ନୂଆଦିଲ୍ଲୀ,୧୫।୮: ଚଳିତବର୍ଷ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭ ସୁଦ୍ଧା ଭାରତକୁ…

ଦୁର୍ବଳ ହେଲା ଅବପାତ; ରାଜ୍ୟରେ ୧୮ ଯାଏ ପ୍ରବଳ ବର୍ଷା, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୧୪।୮ (ବନ୍ଦନା ସେଠୀ)- ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ଅବପାତ ସକ୍ରିୟ ରହିଛି। ଶୁକ୍ରବାର ପୂର୍ବାହ୍ନ ୧୧ଟା ୩୦ରେ ଏହା ଝାଡ଼ଖଣ୍ଡ ଉପରେ…

ଗମ୍ଭୀର-ଅଗରକରଙ୍କ BOSS ହେବେ VVS ଲକ୍ଷ୍ମଣ! ପ୍ରଥମ ଥର ଭାରତୀୟ କ୍ରିକେଟରେ ବଡ଼ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୪।୮ : ଆଗାମୀ ଦିନରେ ଭାରତୀୟ କ୍ରିକେଟ୍‌ରେ ଏକ ବଡ଼ଧରଣର ପରିବର୍ତ୍ତନ ଦେଖିବାକୁ ମିଳିବ। ଏଯାବତ୍‌ ବୋର୍ଡର କ୍ରିକେଟ୍‌ ସମ୍ବନ୍ଧୀୟ ସମସ୍ତ ବଡ଼ ନିଷ୍ପତ୍ତି ସଭାପତି ଏବଂ…

୧୮ ବର୍ଷ ପରେ ମା’ ଯୋଗମାୟା ପୀଠକୁ ସ୍ପେନର ଗବେଷକଙ୍କ ପୁନଃ ପରିଦର୍ଶନ

କେସିଙ୍ଗା, ୧୪/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ଗୁର୍ଜିମୁଣ୍ଡାସ୍ଥିତ ମା’ ଯୋଗମାୟା ଶକ୍ତିପୀଠକୁ ୧୮ ବର୍ଷ ପରେ ପୁଣି ଥରେ ପରିଦର୍ଶନ କରିଛନ୍ତି…

ନିଜ ଝିଅ ବୟସର ଯୁବତୀଙ୍କୁ ଧରି ବୁଲୁଛନ୍ତି ଗୋବିନ୍ଦା, ସ୍ତ୍ରୀ କହିଲେ-ଲଜ୍ଜା ଲାଗିବା କଥା

ମୁମ୍ବାଇ: ଦିନ ଥିଲା ବଲିଉଡ ଅଭିନେତା ଗୋବିନ୍ଦା ନିଜର ଫିଲ୍ମକୁ ନେଇ ବେଶ ଚର୍ଚ୍ଚାରେ ରହୁଥିଲେ। ହେଲେ ଆଜିକାଲି ସିନେମାକୁ ନେଇ କମ୍‌ ହେଲେ ବ୍ୟକ୍ତିଗତ ଜୀବନକୁ…

ସ୍ୱାଧୀନତା ଦିବସ ପୂର୍ବସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କଲେ ରାଷ୍ଟ୍ରପତି: ‘ସର୍ବଶ୍ରେଷ୍ଠ ଭାରତ’ ଗଠନ ପାଇଁ ରଖନ୍ତୁ ଭାବନା, ପଢ଼ନ୍ତୁ ପ୍ରମୁଖ…

ନୂଆଦିଲ୍ଲୀ,୧୪।୮: ୮୦ତମ ସ୍ୱାଧୀନତା ଦିବସର ପୂର୍ବସନ୍ଧ୍ୟାରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ଦେଶ ଓ ବିଦେଶରେ ରହୁଥିବା ସମସ୍ତ ଭାରତୀୟଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri