Posted inରାଜ୍ୟ

ଓଡ଼ିଶା ସ୍ବାସ୍ଥ୍ୟସେବାରେ ମୋଦି ଗ୍ୟାରେଣ୍ଟି

ଓଡ଼ିଶାର ସ୍ବାସ୍ଥ୍ୟସେବା ଇତିହାସରେ ଜାନୁଆରୀ ମାସ ୧୩ ତାରିଖ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶରେ ୩୩ଟି ରାଜ୍ୟ ସାମିଲ ହୋଇଥିଲେ ବି ଓଡ଼ିଶା ସମେତ ୩ଟି ରାଜ୍ୟ ସରକାର ଏହି ଯୋଜନାକୁ କାର୍ଯ୍ୟକାରୀ କରି ନ ଥିଲେ। ରାଜ୍ୟବାସୀଙ୍କ ପ୍ରତି କରାଯାଇଥିବା ଅନ୍ୟାୟର ଅବସାନ ହୋଇଛି। ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟବୀମା ଯୋଜନାର ଆମେ ଲାଭାର୍ଥୀ ହେବା। କେନ୍ଦ୍ରୀୟ ଯୋଜନାର ଲାଭାର୍ଥୀ ହେବାରୁ ବଞ୍ଚିତ ରାଜ୍ୟବାସୀଙ୍କୁ ସେବା ଦେବାକୁ ପୁଷ୍‌ପୁନେଇଁର ଶୁଭ ଅବସରକୁ ବାଛିଲୁ। ଦେଶର ୩୪ତମ ରାଜ୍ୟ ଭାବେ ତାଲିକାରେ ଓଡ଼ିଶା ସ୍ଥାନ ପାଇଲା। ଏହି ଉପହାର ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଏବଂ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜଗତ୍‌ ପ୍ରସାଦ ନଡ୍ଡାଜୀଙ୍କୁ ମୁଁ ଆପଣମାନଙ୍କ ସହିତ ଧନ୍ୟବାଦ ଅର୍ପଣ କରୁଛି।
ଆପଣମାନେ ଜାଣନ୍ତି ଯେ, ସମାବେଶୀ ବିକାଶ ଲକ୍ଷ୍ୟ (ସଷ୍ଟେନେବଲ ଡେଭ୍‌ଲପ୍‌ମେଣ୍ଟ ଗୋଲ୍‌) ହାସଲ କରିବାକୁ ଭାରତ ସମେତ ବିଶ୍ୱର ସମସ୍ତ ଦେଶ ଚୁକ୍ତିବଦ୍ଧ ହୋଇଛନ୍ତି। ସେଥିରେ ଅଛି ସାର୍ବଜନୀନ ସ୍ବାସ୍ଥ୍ୟସେବା ବ୍ୟବସ୍ଥା ବା ସମସ୍ତଙ୍କୁ ଯେପରି ପର୍ଯ୍ୟାପ୍ତ ସ୍ବାସ୍ଥ୍ୟସେବା ମିଳିବ, ତାହା ପାଇଁ ବ୍ୟବସ୍ଥା କରିବା। ଏହି ସଂକଳ୍ପ ଅନୁସାରେ ସବୁଠୁ ପଛରେ ରହିଥିବା ଲୋକଙ୍କୁ ସ୍ବାସ୍ଥ୍ୟସେବା ମିଳିପାରିବ, ତାହାର ଖସଡ଼ା ପ୍ରସ୍ତୁତ କରିବାକୁ କେନ୍ଦ୍ରରେ ଥିବା ମୋଦୀ ସରକାର ଜାତୀୟ ସ୍ବାସ୍ଥ୍ୟନୀତି-୨୦୧୭ ପ୍ରଣୟନ କରିଥିଲେ। ତାହାର ସୁପାରିସ ଅନୁଯାୟୀ ଭାରତ ସରକାରଙ୍କ ଏକ ପ୍ରମୁଖ ଯୋଜନା ଭାବେ ଆୟୁଷ୍ମାନ ଭାରତର ପରିକଳ୍ପନା ରୂପ ନେଲା।
ଆୟୁଷ୍ମାନ ଭାରତ ଅଧୀନରେ ୨ଟି ଆନ୍ତଃ ସମ୍ପର୍କିତ ଯୋଜନା ରହିଛି। ପ୍ରଥମଟି ହେଲା ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ର (ହେଲ୍‌ଥ ଓ୍ବେଲ୍‌ନେସ୍‌ ସେଣ୍ଟର) ଓ ଦ୍ୱିତୀୟଟି ହେଲା ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା। ୨୦୧୮ ଫେବୃଆରୀରେ ଭାରତ ସରକାର ଦେଶରେ ଥିବା ଦେଢ଼ ଲକ୍ଷ ଉପକେନ୍ଦ୍ର ଏବଂ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡ଼ିକୁ ସ୍ବାସ୍ଥ୍ୟ ଏବଂ ସୁସ୍ଥତା କେନ୍ଦ୍ରରେ ରୂପାନ୍ତରିତ କରିବାର ଘୋଷଣା କରିଥିଲେ। ଏହି କେନ୍ଦ୍ରଗୁଡ଼ିକ ବ୍ୟାପକ ପ୍ରାଥମିକ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ସହିତ ଲୋକଙ୍କ ଘରେ ସ୍ବାସ୍ଥ୍ୟସେବା ପହଞ୍ଚାଇ ପାରିଲା। ଫଳରେ ମା’ ଏବଂ ଶିଶୁ ସ୍ବାସ୍ଥ୍ୟସେବା ଏବଂ ଅଣସଂକ୍ରାମକ ରୋଗ, ମାଗଣା ଅତ୍ୟାବଶ୍ୟକ ଔଷଧ ଏବଂ ନିଦାନ ସେବା ମିଳିପାରିଲା। ତତ୍କାଳୀନ ରାଜ୍ୟ ସରକାର ଏହି ପ୍ରଥମ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ ହେଁ ଆୟୁଷ୍ମାନ ଭାରତ ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କଲେ ନାହିଁ। ଏହି କେନ୍ଦ୍ରୀୟ ଯୋଜନାରେ ‘ପ୍ରଧାନମନ୍ତ୍ରୀ’ ଶବ୍ଦ ଥିବାରୁ ବୋଧ୍‌ହୁଏ ଦଳୀୟ ସ୍ବାର୍ଥ ଆଗରେ ରାଜ୍ୟବାସୀଙ୍କ ସ୍ବାର୍ଥକୁ ବଳି ଦିଆଯାଇଥିଲା। ଆମ ରାଜ୍ୟର ଯୁବବର୍ଗଙ୍କୁ ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟରେ ଖଟିବାକୁ ଛାଡ଼ିଦେଇ ସେମାନଙ୍କୁ ପ୍ରବାସରେ ଥିବା ସର୍ବୋତ୍ତମ ଡାକ୍ତରଖାନାରେ ସ୍ବାସ୍ଥ୍ୟସେବା ପାଇବାର ଅଧିକାରରୁ ବଞ୍ଚିତ କରାଯାଇଥିଲା। ଆମେ ଏହାକୁ ଏକ ପାପ ରୂପେ ମନେକରି ଓଡ଼ିଶାରେ କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ସଂକଳ୍ପ ନେଇଥିଲୁ, ଯାହା ଆମେ ଏବେ ପୂରଣ କରିବାକୁ ଯାଉଛୁ। ଏହି ଯୋଜନା ୨୩ ସେପ୍ଟେମ୍ବର ୨୦୧୮ଠାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିଲେ ହେଁ ଆସନ୍ତା ମାସଠାରୁ ଆମ ରାଜ୍ୟରେ ଲାଗୁ ହେବାକୁ ଯାଉଛି।
ଆୟୁଷ୍ମାନ ଭାରତ ଯୋଜନା ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟବୀମା/ଆଶ୍ୱାସନା ଯୋଜନା, ଯେଉଁଥିପାଇଁ ଆବଶ୍ୟକ ହେଉଥିବା ସମସ୍ତ ପାଣ୍ଠି ସରକାର ବହନ କରନ୍ତି। ହିସାବ କରି ଜଣାଯାଇଛି ଯେ, ପ୍ରତିବର୍ଷ କେବଳ ଖର୍ଚ୍ଚବହୁଳ ଚିକିତ୍ସା କାରଣରୁ ଆମ ଭାରତର ପ୍ରାୟ ୬ କୋଟି ଲୋକ ଦାରିଦ୍ର୍ୟ ଭିତରକୁ ଠେଲି ହୋଇଯାଆନ୍ତି। ବଡ଼ କଥା ଯେ, ଏହି ଯୋଜନାରେ ଡାକ୍ତରଖାନାରେ ଭର୍ତ୍ତି ହେବାର ୩ ଦିନ ପୂର୍ବରୁ ରୋଗ ନିର୍ଣ୍ଣୟ ଖର୍ଚ୍ଚ ଏବଂ ଡାକ୍ତରଖାନାରେ ଚିକିତ୍ସା ପାଇ ଘରକୁ ଯିବାର ୧୫ ଦିନ ପର୍ଯ୍ୟନ୍ତ ଔଷଧ ଖର୍ଚ୍ଚ ମଧ୍ୟ ବହନ କରିବାର ସୁବିଧା ଅଛି। ଯୋଜନାରେ ଔଷଧ, ରୋଗନିର୍ଣ୍ଣୟ ସେବା, ଡାକ୍ତରଙ୍କ ପାଉଣା, ଖଟିଆ ଓ କୋଠରିର ଭଡ଼ା, ଅସ୍ତ୍ରୋପଚାର କରୁଥିବା ସର୍ଜନଙ୍କ ପାଉଣା, ଅସ୍ତ୍ରୋପଚାର ଗୃହ ଏବଂ ଆଇସିୟୁ ଖର୍ଚ୍ଚ ଇତ୍ୟାଦି ଅନ୍ତର୍ଗତ। ଅଥଚ ଏଭଳି ଏକ ଚମତ୍କାର ତଥା ଯୁଗାନ୍ତକାରୀ ସର୍ବବୃହତ୍‌ ସ୍ବାସ୍ଥ୍ୟ ଯୋଜନାକୁ କେବଳ ରାଜନୀତି କରିବା ପାଇଁ ଆମ ରାଜ୍ୟର ଲୋକଙ୍କୁ ଏଥିରୁ ଦୂରେଇ ରଖାଯାଇଥିଲା।
କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟଙ୍କ ଜାତୀୟ ସ୍ବାସ୍ଥ୍ୟ ପ୍ରାଧିକରଣ ଏବଂ ଆମ ରାଜ୍ୟର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଅଧୀନରେ ଓଡ଼ିଶାକୁ ସାମିଲ କରିବା ପାଇଁ ମୋ ଉପସ୍ଥିତିରେ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରୋକ୍ଷ (ଭର୍ଚୁଆଲ) ଉପସ୍ଥିତିରେ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ଏବଂ ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଜଗତ୍‌ ପ୍ରସାଦ ନଡ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ବାକ୍ଷର ସମାରୋହରେ ମୁଁ ନିଜେ ଉପସ୍ଥିତ ରହିଥିଲି। ମୋ ସହିତ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ୍‌ ଓରାମ, କେନ୍ଦ୍ର ରେଳ, ସୂଚନା ଏବଂ ପ୍ରସାରଣ ଓ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକବର୍ଦ୍ଧନ ସିଂଦେଓ ଏବଂ ଓଡ଼ିଶାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଉପସ୍ଥିତ ଥିଲେ।
ଏହି ଅବସରରେ ମୁଁ ସୂଚନା ଦେବାକୁ ଚାହେଁ ଯେ ପ୍ରଚଳିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ସମନ୍ବୟ ରଖି କାର୍ଯ୍ୟକାରୀ ହେବ। ଏହା ପ୍ରତି ପରିବାରକୁ ବାର୍ଷିକ ୫ ଲକ୍ଷ ଟଙ୍କାର ବୀମା ପ୍ରଦାନ କରିବ ଏବଂ ମା’ମାନଙ୍କ ପାଇଁ ଅତିରିକ୍ତ ୫ ଲକ୍ଷ ଟଙ୍କା ଅର୍ଥାତ୍‌ ୧୦ ଲକ୍ଷ ଟଙ୍କା ପ୍ରଦାନ କରିବ। ଆପଣମାନେ ନିଶ୍ଚୟ ଖୁସି ହେବେ ଯେ ଏହା କେବଳ ବିଶ୍ୱର ସର୍ବବୃହତ୍‌ ସ୍ବାସ୍ଥ୍ୟ ଯୋଜନା ନୁହେଁ ବରଂ କାର୍ଯ୍ୟକାରୀ ହେଉଥିବା ସବୁଠାରୁ ଦ୍ରୁତତମ ଯୋଜନା। ଏହି ଯୋଜନା ସ୍ବୟଂସମ୍ପୂର୍ଣ୍ଣ ତଥା ଜିଡିଟାଲ ପରିଚାଳିତ ହୋଇଥିବାରୁ ତ୍ରୁଟିଶୂନ୍ୟ। ଦେଶର ପ୍ରାୟ ୪୫ ପ୍ରତିଶତ ଜନସଂଖ୍ୟାକୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ୮.୧୯ କୋଟି ଲୋକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ରେକର୍ଡ କରାଯାଇଛି ଏବଂ ସମାଜର ଉପେକ୍ଷିତ ବର୍ଗଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ୧.୧୩ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଯୋଜନା ଅଧୀନରେ ୨୭ ପ୍ରକାର ବିଶେଷଜ୍ଞ ଚିକିତ୍ସା ବିଭାଗରେ ପ୍ରାୟ ୨୦୦୦ ଚିକିତ୍ସା ପ୍ରକ୍ରିୟା ଅନ୍ତର୍ଭୁକ୍ତ, ଯେଉଁଥିରେ ବାଇପାସ୍‌ ସର୍ଜରି ଏବଂ ଆଣ୍ଠୁ ପ୍ରତିସ୍ଥାପନ ଭଳି ପ୍ରମୁଖ ଅସ୍ତ୍ରୋପଚାର ଅନ୍ତର୍ଭୁକ୍ତ ଅଛି। ଆମ ରାଜ୍ୟର ଲୋକମାନେ, ଯେଉଁମାନେ ପୂର୍ବରୁ ପ୍ରାୟ ୯୦୦ ତାଲିକାଭୁକ୍ତ ହସ୍ପିଟାଲରେ ଚିକିତ୍ସା ପାଉଥିଲେ ସେମାନେ ଏବେ ଦେଶର ତାଲିକାଭୁକ୍ତ ୨୯,୦୦୦ରୁ ଅଧିକ ସରକାରୀ ଓ ବେସରକାରୀ ହସ୍ପିଟାଲରେ ନଗଦହୀନ ଚିକିତ୍ସାର ସୁବିଧା ପାଇପାରିବେ। ଏହି ଅବସର ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହା ଓଡ଼ିଶା ଜନସଂଖ୍ୟାର ୮୬ ପ୍ରତିଶତ ଲୋକଙ୍କ ସ୍ବାସ୍ଥ୍ୟ ସ୍ଥିତିକୁ ପରିବର୍ତ୍ତନ କରିବା ସହିତ ଓଡ଼ିଶା ବାହାରେ ରହୁଥିବା ମୋର କର୍ମଜୀବୀ ଭାଇଭଉଣୀମାନଙ୍କୁ ଭଲ ଡାକ୍ତରଖାନାଗୁଡ଼ିକରେ ଭର୍ତ୍ତି ହୋଇ ମାଗଣା ଚିକିତ୍ସା ସୁବିଧା ଦେବ ଏବଂ ସେମାନଙ୍କ ବହୁମୂଲ୍ୟ ଜୀବନ ରକ୍ଷା କରିବ।
ବାସ୍ତବରେ ଏହି ବୁଝାମଣାପତ୍ର ସ୍ବାକ୍ଷର କରି ଆମେ ୨ଟି ଉପଲବ୍ଧି ହାସଲ କରିପାରିଛୁ। ପ୍ରଥମରେ ଆମେ ନିର୍ବାଚନ ପ୍ରତିଶ୍ରୁତି ପାଳନ କରିଛୁ ଏବଂ ଓଡ଼ିଶାର ସ୍ବାସ୍ଥ୍ୟସେବା କ୍ଷେତ୍ରର ବିକାଶ କାହାଣୀରେ ଏକ ନୂତନ ପୃଷ୍ଠା ଯୋଡ଼ିଛୁ। ଏହାକୁ ‘ବିକଶିତ ଭାରତ’ ଏବଂ ‘ଉତ୍କର୍ଷ ଓଡ଼ିଶା’ ଲକ୍ଷ୍ୟ ହାସଲ କରିବା ଦିଗରେ ଆଉ ଏକ ପ୍ରଗତିଶୀଳ ପଦକ୍ଷେପ ବୋଲି କହିଲେ ଠିକ୍‌ ହେବ। ଏହି ଯୋଜନାରେ ଓଡ଼ିଶାର ଜନସାଧାରଣ ତଥା ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ସାରା ଦେଶରେ ସୁଲଭ ଏବଂ ଗୁଣାତ୍ମକ ସ୍ବାସ୍ଥ୍ୟସେବା ମିଳିବ। ଏଥିରେ ରାଜ୍ୟର ୧ କୋଟି ୩ ଲକ୍ଷ ପରିବାର ଉପକୃତ ହେବେ। ଏହାଦ୍ୱାରା ରାଜ୍ୟର ୨୩,୧୨,୯୭୯ ଜଣ ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ମଧ୍ୟ ମାଗଣା ଚିକିତ୍ସା ସୁବିଧା ପାଇପାରିବେ। ଧନୀ କିମ୍ବା ଗରିବ ନୁହେଁ, ବରଂ ଯେକୌଣସି ଆର୍ଥିକ ବର୍ଗର ୭୦ ବର୍ଷରୁ ଊର୍ଦ୍ଧ୍ୱ ବରିଷ୍ଠ ନାଗରିକ ଏହି ଯୋଜନାରେ ସାମିଲ ହେବାର ବ୍ୟବସ୍ଥା କରାଯାଇଛି।
ଯେଉଁ ସରକାରୀ ଯୋଜନାମାନ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ତା’ର ଲାଭ ସମ୍ପୃକ୍ତ ହିତାଧିକାରୀ ପାଇବା ଉଚିତ। ରାଜ୍ୟର ସମସ୍ତ ଲୋକପ୍ରତିନିଧି ଏହି ଯୋଜନା ସହ ସମ୍ପୃକ୍ତ ସମସ୍ତ ଅଧିକାରୀ, କର୍ମଚାରୀ, ସାମାଜିକ ସଙ୍ଗଠନ ତଥା ସଚେତନ ନାଗରିକଙ୍କୁ ବିନମ୍ର ନିବେଦନ, ସେମାନେ ଏହି ଯୋଜନାରେ ସକ୍ରିୟ ଭୂମିକା ଗ୍ରହଣ କରନ୍ତୁ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅପାର କରୁଣାରୁ ଓଡ଼ିଶାବାସୀ ନିରାମୟ ରୁହନ୍ତୁ, ଏହା ହିଁ ପ୍ରାର୍ଥନା। ଜୟ ଜଗନ୍ନାଥ।
-ମୁଖ୍ୟମନ୍ତ୍ରୀ, ଓଡ଼ିଶା


Enter your email to get our daily news in your inbox.

All Right Reserved By Dharitri.Com

ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ ୯୭ ବର୍ଷୀୟ କନ୍ଦ ବାବୁ: ଅତୁଟ ରହିଛି ବ୍ଲକ ବିଜେଡି ଅଧ୍ୟକ୍ଷ

ମହାକାଳପଡ଼ା,୨୨।୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ବିଜୁ ପଟ୍ଟନାୟକଙ୍କ ଏକାନ୍ତ ଅନୁଗତ କେନ୍ଦ୍ରାପଡା ଜିଲାରେ ପରିଚିତ ମହାକାଳପଡା ବ୍ଲକ ବିଜେଡି ସଭାପତି ଶ୍ରୀଧର ସାମଲ(୯୭) ଓରଫ୍‌ କନ୍ଦ ବାବୁ ।…

ଗାଁରେ ଏମିତି ଜୀବନ କାଟୁଛନ୍ତି କ୍ୟାଟ୍ରିନାଙ୍କ ମା’, ଜାଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ମା’ ସୁଜାନ ଟର୍କୋଟ ନିଜ ଝିଅ ଠାରୁ ସମ୍ପୂର୍ଣ୍ଣ ଭିନ୍ନ ଏକ ଜୀବନଶୈଳୀ ପସନ୍ଦ କରନ୍ତି। ଯେଉଁଠାରେ କ୍ୟାଟ୍ରିନା…

ପାଠପଢ଼ା ଭୟରେ ରାଇରଙ୍ଗପୁରରୁ ଚାଲିଆସିଲେ ୨ ନାବାଳକ, ରାଉରକେଲାରେ…

ରାଉରକେଲା,୨୨।୯(ସଙ୍ଗୀତା ଜେନା): ପାଠପଢା ଭୟରେ ମୟୂରଭଞ୍ଜ ରାଇରଙ୍ଗପୁରରୁ ୨ନାବାଳକ ସୋମବାର ରାଉରକେଲା ଚାଲି ଆସିଥିଲେ । ରାଉରକେଲା ରେଳ ଷ୍ଟେଶନ୍ ଓ ପରେ ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ…

ଇରାନକୁ ଆଉ ଏକ ଝଟକା ଦେଲା ଆମେରିକା! ସେପ୍ଟେମ୍ବର ୨୩ରୁ ସାରା ବିଶ୍ୱରେ ଇରାନୀ ବିମାନ ଚଳାଚଳ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି

ଓ୍ବାଶିଂଟନ,୨୨।୯: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ କମିବାର କୌଣସି ଲକ୍ଷଣ ଦେଖାଯାଉନାହିଁ; ଏହା ବର୍ତ୍ତମାନ ଦୁଇ ରାଷ୍ଟ୍ର ବାହାରେ ବିସ୍ତାର କରି ସମଗ୍ର ବିଶ୍ୱକୁ ପ୍ରଭାବିତ…

ଦୀପାବଳି ପୂର୍ବରୁ ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା! ୭-୮% ମହଙ୍ଗା ହେବ…

ନୂଆଦିଲ୍ଲୀ,୨୨।୯: ଆଗକୁ ଆସୁଛି ଦଶହରା, ଛଠ ପୂଜା ଓ ଦୀପାବଳି ଭଳି ବଡ଼ ପାର୍ବଣ। ପାର୍ବଣ ପାଇଁ ଲୋକେ ପ୍ରସ୍ତୁତିରେ ବ୍ୟସ୍ତ ଥିବା ବେଳେ ବଢ଼ୁଥିବା ମହଙ୍ଗା…

ସମ୍ଭାବ୍ୟ ବାତ୍ୟାକୁ ନେଇ ନବରଙ୍ଗପୁରରେ ସତର୍କତା, ୨ ଦିନ ପାଇଁ ଛୁଟି ବାତିଲ

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ ): ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ନବରଙ୍ଗପୁର ଜିଲା ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆସନ୍ତା ୨୩ ଓ ୨୪ ତାରିଖ…

ତାପସଙ୍କୁ ବଡ଼ ଦାୟିତ୍ୱ ଦେଲା ଭାଜପା: ଦଳୀୟ ସଂଗଠନକୁ ମଜଭୁତ କରିବା ଲକ୍ଷ୍ୟ

ରାଇକିଆ,୨୨।୯(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ ଭାଜପାର ଯୁବ ସଂଗଠକ ତାପସ ଦଳବେହେରା ଭାରତୀୟ ଜନତା ପାର୍ଟିରେ ନିଜର ଦୃଢ଼ କାର୍ଯ୍ୟଦକ୍ଷତା ଯୋଗୁ ଜିଲା ଆଇଟି…

ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ୧୦ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ଘୋଷଣା

ନୂଆଦିଲ୍ଲୀ,୨୨।୯: ଉତ୍ତର ପ୍ରଦେଶରୁ ୧୦ଟି ଏବଂ ଉତ୍ତରାଖଣ୍ଡରୁ ଗୋଟିଏ – ଏହିପରି ମୋଟ ୧୧ଟି ରାଜ୍ୟ ସଭା ଆସନ ପାଇଁ ଅକ୍ଟୋବର ୧୬ରେ ନିର୍ବାଚନ ଅନୁଷ୍ଠିତ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?