Posted inଜାତୀୟ

ପେଗାସସ୍‌ କିଣିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୩୦।୧: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ବାବଦରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଛି ଆମେରିକାର ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’। ଭାରତର ୩୦୦ରୁ ଊର୍ଦ୍ଧ୍ୱ ଚର୍ଚ୍ଚିତ ବ୍ୟକ୍ତିଙ୍କ ଉପରେ ଗୁପ୍ତଚରଗିରି କରିଥିବା ପେଗାସସ୍‌ ସଫ୍ଟଓ୍ବେରକୁ ମୋଦି ସରକାର ଇସ୍ରାଏଲଠାରୁ କିଣିଛନ୍ତି। ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହ ଭାରତ କରିଥିବା ୨ ବିଲିୟନ ଡଲାର ବା ପ୍ରାୟ ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ବାବଦ ଚୁକ୍ତିରେ ପେଗାସସ୍‌କୁ ସାମିଲ କରାଯାଇଥିଲା। ଏହି ଚୁକ୍ତି ଦ୍ୱାରା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମିଶାଇଲ ସିଷ୍ଟମ ଏବଂ ଆଉ କିଛି ଯୁଦ୍ଧାସ୍ତ୍ର ସହ ପେଗାସସ୍‌ ସଫ୍ଟଓ୍ବେରକୁ କିଣିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ କେନ୍ଦ୍ରର ଭାଜପା ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟର ଶିରୋନାମା ହେଉଛି ‘ଦ ବ୍ୟାଟେଲ ଫର୍‌ ଦ ଓ୍ବାଲର୍‌ଡସ୍‌ ମୋଷ୍ଟ ପାଓ୍ବାରଫୁଲ୍‌ ସାଇବର ଓ୍ବିପନ୍‌’(ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାଇବର ଅସ୍ତ୍ର ପାଇଁ ଲଢ଼େଇ)। ଏଥିରେ କୁହାଯାଇଛି, ଏନ୍‌ଏସ୍‌ଓ ଗ୍ରୁପ୍‌ ପ୍ରାୟ ଏକ ଦଶନ୍ଧି ଧରି ଏହି ସର୍ଭିଲାନ୍ସ ସଫ୍ଟଓ୍ବେରକୁ ସବ୍‌କ୍ରିପ୍‌ସନ ଆଧାରରେ ବିଶ୍ୱର ଆଇନ ପ୍ରଣେତା ଏବଂ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବିକ୍ରି କରିଆସୁଥିଲା।

ଯାହା କେହି କରିପାରିବେ ନାହିଁ ତାହା ପେଗାସସ୍‌ କରିପାରିବ ବୋଲି ଏନ୍‌ଏସ୍‌ଓର ଦାବି ଥିଲା। ୨୦୧୭ ଜୁଲାଇରେ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ଯାଇଥିଲେ। ଏହି ଗସ୍ତବେଳେ ବେଞ୍ଜାମିନ୍‌ ନେତାନ୍ୟାହୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଏବଂ ଗୁପ୍ତଚରଗିରି ନିମନ୍ତେ ଆବଶ୍ୟକ ଉପକରଣ କ୍ରୟ ନିମନ୍ତେ ଚୁକ୍ତି ହୋଇଥିଲା। ସେଥିରେ ପେଗାସସ୍‌କୁ ମଧ୍ୟ ସାମିଲ କରାଯାଇଥିଲା। ଏହାର କିଛି ମାସ ପରେ ନେତାନ୍ୟାହୁ ଭାରତ ଆସିଥିଲେ। ୨୦୧୯ ଜୁନ୍‌ରେ ଭାରତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ଇସ୍ରାଏଲ ସପକ୍ଷରେ ଭୋଟ ଦେଇଥିଲା। ଏଥିରେ ପାଲେଷ୍ଟାଇନ ମାନବାଧିକାର ସଙ୍ଗଠନକୁ ନିରୀକ୍ଷକ ଷ୍ଟାଟସ୍‌ ଦେବାକୁ ଭାରତ ମନା କରିଥିଲା। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, କେବଳ ଭାରତ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ପେଗାସସ୍‌ ସ୍ପାଏଓ୍ବେରକୁ ବ୍ୟବହାର କରିଛନ୍ତି। ଆମେରିକାର ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ) ମଧ୍ୟ ପେଗାସସ୍‌ କିଣିଥିଲା। ଦେଶରେ ଏହାର ବ୍ୟବହାର ନିମନ୍ତେ ଏକାଧିକ ବର୍ଷ ଧରି ପେଗାସସ୍‌ର ଟେଷ୍ଟିଂ ମଧ୍ୟ କରିଥିଲା। କିନ୍ତୁ ଗତ ବର୍ଷ ଏଫ୍‌ବିଆଇ ଏହାର ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା।

ଖବରଦାତା ତଥା ବିରୋଧୀଙ୍କ ବିରୋଧରେ ମେକ୍ସିକୋ ସରକାର ପେଗାସସ୍‌ର ସହାୟତା ନେଇଥିଲେ। ସେହିପରି ସାଉଦିଆରବ ସରକାର ଜୀବିତାବସ୍ଥାରେ ଖବରଦାତା ଜମାଲ ଖସୋଗି ଏବଂ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିବାକୁ ଏହି ସ୍ପାଏଓ୍ବେର ବ୍ୟବହାର କରିଥିଲେ। ପୋଲାଣ୍ଡ, ହଙ୍ଗେରୀ, ଭାରତ ଭଳି ଅନେକ ଦେଶରେ ପେଗାସସ୍‌ର ପ୍ରୟୋଗକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା।

ସ୍ପାଏଓ୍ବେର ଦ୍ୱାରା ଭାରତରେ ବହୁ ରାଜନେତା, ବିଚାରପତି, ସାମାଜିକକର୍ମୀ, ମାନବାଧିକାର କର୍ମୀ, ବିରୋଧୀ ନେତା, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ତଥା ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ଗତ ବର୍ଷ ଜୁଲାଇରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଏକ ନ୍ୟୁଜ୍‌ ଓ୍ବେବସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତରେ ୩ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଏହା ଯୋଗେ ଟ୍ରାକ୍‌ କରାଯାଇ ଫୋନ୍‌ କଲ୍‌ ରେକର୍ଡ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରମୁଖଙ୍କ ନାମ ସାମ୍‌ନାକୁ ଆସିବା ପରେ ମୋଦି ସରକାରଙ୍କୁ ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଏବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌. ଭି. ରବୀନ୍ଦ୍ରନଙ୍କ ତତ୍ତ୍ୱାବଧାନରେ ଗଠିତ କମିଟି ଏହି ମାମଲାର ତଦନ୍ତ କରୁଛି। କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଥିବା ନେଇ ଶନିବାର ସରକାରଙ୍କ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ, ମନ୍ଦିରରେ ଲାଗିଛି ଶ୍ରଦ୍ଧାଳଙ୍କୁ ଭିଡ଼

ଭବାନୀପାଟଣା,୩ା୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ଲଙ୍କେଶ୍ୱରୀଙ୍କ ଖଣ୍ଡାବସା ପର୍ବ ଶନିବାର ଅନୁଷ୍ଠିତ ହେବ। ଏଥିପାଇଁ ଦେବୀପୀଠ ଉତ୍ସବ ମୁଖର ହୋଇ…

CJP କୁ ନେଇ ଏମିତି କହିଲେ ମମତା ବାନାର୍ଜୀ, ରାଜନୀତି ହେଲାଣି ସରଗରମ

ନୂଆଦିଲ୍ଲୀ,୩।୧୦: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ‘କକରୋଚ ଜନତା ପାର୍ଟି’ (CJP) ଦ୍ୱାରା ଚାଲିଥିବା…

ଲଜ୍‌କୁ ଡାକି ଛାତ୍ରୀଙ୍କୁ ବଳାତ୍କାର କଲେ ଯୁବକ, ଡାକ୍ତରୀମାଇନା ପରେ…

ହାଟଡିହୀ,୩ା୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଜଣେ ଯୁକ୍ତ-୩ ଛାତ୍ରୀଙ୍କୁ ଲଜ୍‌ରେ ବଳାତ୍କାର କରାଯାଇଥିବା ନେଇ ଶୁକ୍ରବାର ଅଭିଯୋଗ ହୋଇଛି। ଏହି…

ଫାଇନାଲରେ ଧୋକା ଦେଲେ ବୈଭବ ସୂର୍ଯ୍ୟବଂଶୀ: ଭାରତ-ପାକିସ୍ତାନ ମହାମୁକାବିଲାରେ ମାତ୍ର ଏତିକି ରନ୍‌ କରି ଆଉଟ୍‌

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ର ପୁରୁଷ କ୍ରିକେଟ ଫାଇନାଲରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ସ୍ବର୍ଣ୍ଣ ପାଇଁ ହେଉଥିବା ଏହି ବଡ଼ ମୁକାବିଲାରେ ଭାରତୀୟ ଦଳର…

ଏସିଆନ ଗେମ୍ସରେ ଇତିହାସ ରଚିଲେ ପ୍ରଣବୀ: ଗଲ୍ଫରେ କଲେ ବଡ଼ କାରନାମା

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ଗଲ୍ଫ ପାଇଁ ଆସିଛି ବଡ଼ ସଫଳତା। ଭାରତୀୟ ଗଲ୍ଫର୍‌ ପ୍ରଣବୀ ଶରଥ ଉର୍ସ ମହିଳା ଗଲ୍ଫରେ ସ୍ବର୍ଣ୍ଣ ପଦକ ଜିତି…

ସ୍ବର୍ଣ୍ଣ ଜିତିଲେ ଆଦିବାସୀ ଝିଅ ଝରଣା: ଶ୍ରମିକ ମା’ବାପାଙ୍କ ଝିଅଙ୍କ ସଫଳତାରେ ଜିଲା ଗର୍ବିତ

ଅମରପାଲି,୩ା୧୦(ପୀତାମ୍ବର ସାହୁ):ଦୃଢ଼ ଇଚ୍ଛାଶକ୍ତି, ଅଧ୍ୟବସାୟ ଓ ନିରନ୍ତର ପରିଶ୍ରମ ଆଗରେ ହାର ମାନିଛି ଆର୍ଥିକ ଅନଟନ। ଏହାର ଉଦାହରଣ ସାଜିଛନ୍ତି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ସଂଗ୍ରାମପୁର…

ମହିଳା ହକି ଟିମ୍‌ ଉପରେ ଟଙ୍କା ବର୍ଷା କଲେ ମୋହନ ସରକାର: ପ୍ରତ୍ୟେକ ଖେଳାଳିଙ୍କ ମିଳିବ…

ଭୁବନେଶ୍ୱର,୩।୧୦: ମହିଳା ହକି ଦଳ ଫାଇନାଲରେ ଚାଇନାକୁ ୧-୦ ଗୋଲରେ ହରାଇ ଦୀର୍ଘ ୪୪ ବର୍ଷ ପରେ ଏସିଆଡ୍‌ ସ୍ବର୍ଣ୍ଣ ପଦକ ହାସଲ କରିଛି। ଏଥିସହ ଦଳ…

୧୭ ବର୍ଷୀୟା କୁମକୁମଙ୍କ ହ୍ୟାଟ୍ରିକ୍‌: ଏସିଆନ ଗେମ୍ସରେ ପୁଣି ସ୍ବର୍ଣ୍ଣ ଜିତି ରଚିଲେ ଇତିହାସ

ନୂଆଦିଲ୍ଲୀ,୩।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ତୀରନ୍ଦାଜଙ୍କ ଦମଦାର ପ୍ରଦର୍ଶନ ଜାରି ରହିଛି। ମାତ୍ର ୧୭ ବର୍ଷ ବୟସରେ କୁମକୁମ ମୋହଦ ଭାରତକୁ ଦେଇଛନ୍ତି ୧୭ତମ ସ୍ବର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?