Posted inଜାତୀୟ

ପେଗାସସ୍‌ କିଣିଛନ୍ତି ମୋଦି ସରକାର

ନୂଆଦିଲ୍ଲୀ, ୩୦।୧: ଇସ୍ରାଏଲର ସାଇବର ସୁରକ୍ଷା କମ୍ପାନୀ ଏନ୍‌ଏସ୍‌ଓ ଗ୍ରୁପ୍‌ ଦ୍ୱାରା ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେର ବାବଦରେ ଚାଞ୍ଚଲ୍ୟକର ରିପୋର୍ଟ ପ୍ରଘଟ କରିଛି ଆମେରିକାର ଖବରକାଗଜ ‘ନ୍ୟୁୟର୍କ ଟାଇମ୍ସ’। ଭାରତର ୩୦୦ରୁ ଊର୍ଦ୍ଧ୍ୱ ଚର୍ଚ୍ଚିତ ବ୍ୟକ୍ତିଙ୍କ ଉପରେ ଗୁପ୍ତଚରଗିରି କରିଥିବା ପେଗାସସ୍‌ ସଫ୍ଟଓ୍ବେରକୁ ମୋଦି ସରକାର ଇସ୍ରାଏଲଠାରୁ କିଣିଛନ୍ତି। ୨୦୧୭ରେ ଇସ୍ରାଏଲ ସରକାରଙ୍କ ସହ ଭାରତ କରିଥିବା ୨ ବିଲିୟନ ଡଲାର ବା ପ୍ରାୟ ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର କ୍ରୟ ବାବଦ ଚୁକ୍ତିରେ ପେଗାସସ୍‌କୁ ସାମିଲ କରାଯାଇଥିଲା। ଏହି ଚୁକ୍ତି ଦ୍ୱାରା କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ମିଶାଇଲ ସିଷ୍ଟମ ଏବଂ ଆଉ କିଛି ଯୁଦ୍ଧାସ୍ତ୍ର ସହ ପେଗାସସ୍‌ ସଫ୍ଟଓ୍ବେରକୁ କିଣିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ଏହାକୁ ନେଇ କେନ୍ଦ୍ରର ଭାଜପା ସରକାରଙ୍କୁ ପୁଣି ଟାର୍ଗେଟ କରିଛନ୍ତି ବିରୋଧୀ।

ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏହି ରିପୋର୍ଟର ଶିରୋନାମା ହେଉଛି ‘ଦ ବ୍ୟାଟେଲ ଫର୍‌ ଦ ଓ୍ବାଲର୍‌ଡସ୍‌ ମୋଷ୍ଟ ପାଓ୍ବାରଫୁଲ୍‌ ସାଇବର ଓ୍ବିପନ୍‌’(ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସାଇବର ଅସ୍ତ୍ର ପାଇଁ ଲଢ଼େଇ)। ଏଥିରେ କୁହାଯାଇଛି, ଏନ୍‌ଏସ୍‌ଓ ଗ୍ରୁପ୍‌ ପ୍ରାୟ ଏକ ଦଶନ୍ଧି ଧରି ଏହି ସର୍ଭିଲାନ୍ସ ସଫ୍ଟଓ୍ବେରକୁ ସବ୍‌କ୍ରିପ୍‌ସନ ଆଧାରରେ ବିଶ୍ୱର ଆଇନ ପ୍ରଣେତା ଏବଂ ଗୋଇନ୍ଦା ସଂସ୍ଥାଗୁଡ଼ିକୁ ବିକ୍ରି କରିଆସୁଥିଲା।

ଯାହା କେହି କରିପାରିବେ ନାହିଁ ତାହା ପେଗାସସ୍‌ କରିପାରିବ ବୋଲି ଏନ୍‌ଏସ୍‌ଓର ଦାବି ଥିଲା। ୨୦୧୭ ଜୁଲାଇରେ ମୋଦି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ ଭାବେ ଇସ୍ରାଏଲ ଯାଇଥିଲେ। ଏହି ଗସ୍ତବେଳେ ବେଞ୍ଜାମିନ୍‌ ନେତାନ୍ୟାହୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ଥିଲେ। ସେହି ସମୟରେ ଉଭୟ ଦେଶ ମଧ୍ୟରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଏବଂ ଗୁପ୍ତଚରଗିରି ନିମନ୍ତେ ଆବଶ୍ୟକ ଉପକରଣ କ୍ରୟ ନିମନ୍ତେ ଚୁକ୍ତି ହୋଇଥିଲା। ସେଥିରେ ପେଗାସସ୍‌କୁ ମଧ୍ୟ ସାମିଲ କରାଯାଇଥିଲା। ଏହାର କିଛି ମାସ ପରେ ନେତାନ୍ୟାହୁ ଭାରତ ଆସିଥିଲେ। ୨୦୧୯ ଜୁନ୍‌ରେ ଭାରତ ଜାତିସଂଘର ଅର୍ଥନୈତିକ ଏବଂ ସାମାଜିକ ପରିଷଦରେ ଇସ୍ରାଏଲ ସପକ୍ଷରେ ଭୋଟ ଦେଇଥିଲା। ଏଥିରେ ପାଲେଷ୍ଟାଇନ ମାନବାଧିକାର ସଙ୍ଗଠନକୁ ନିରୀକ୍ଷକ ଷ୍ଟାଟସ୍‌ ଦେବାକୁ ଭାରତ ମନା କରିଥିଲା। ରିପୋର୍ଟରେ ଆହୁରି ଉଲ୍ଲେଖ କରାଯାଇଛି ଯେ, କେବଳ ଭାରତ ନୁହେଁ ଆହୁରି ଅନେକ ଦେଶ ମଧ୍ୟ ପେଗାସସ୍‌ ସ୍ପାଏଓ୍ବେରକୁ ବ୍ୟବହାର କରିଛନ୍ତି। ଆମେରିକାର ତଦନ୍ତକାରୀ ସଂସ୍ଥା ଫେଡେରାଲ ବ୍ୟୁରୋ ଅଫ୍‌ ଇନ୍‌ଭେଷ୍ଟିଗେଶନ(ଏଫ୍‌ବିଆଇ) ମଧ୍ୟ ପେଗାସସ୍‌ କିଣିଥିଲା। ଦେଶରେ ଏହାର ବ୍ୟବହାର ନିମନ୍ତେ ଏକାଧିକ ବର୍ଷ ଧରି ପେଗାସସ୍‌ର ଟେଷ୍ଟିଂ ମଧ୍ୟ କରିଥିଲା। କିନ୍ତୁ ଗତ ବର୍ଷ ଏଫ୍‌ବିଆଇ ଏହାର ବ୍ୟବହାର ନ କରିବାକୁ ନିଷ୍ପତ୍ତି ନେଇଥିଲା।

ଖବରଦାତା ତଥା ବିରୋଧୀଙ୍କ ବିରୋଧରେ ମେକ୍ସିକୋ ସରକାର ପେଗାସସ୍‌ର ସହାୟତା ନେଇଥିଲେ। ସେହିପରି ସାଉଦିଆରବ ସରକାର ଜୀବିତାବସ୍ଥାରେ ଖବରଦାତା ଜମାଲ ଖସୋଗି ଏବଂ ତାଙ୍କ ସହଯୋଗୀଙ୍କ ଉପରେ ନଜର ରଖିବାକୁ ଏହି ସ୍ପାଏଓ୍ବେର ବ୍ୟବହାର କରିଥିଲେ। ପୋଲାଣ୍ଡ, ହଙ୍ଗେରୀ, ଭାରତ ଭଳି ଅନେକ ଦେଶରେ ପେଗାସସ୍‌ର ପ୍ରୟୋଗକୁ ନେଇ ଇସ୍ରାଏଲ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମୋଦନ କରିଥିଲା।

ସ୍ପାଏଓ୍ବେର ଦ୍ୱାରା ଭାରତରେ ବହୁ ରାଜନେତା, ବିଚାରପତି, ସାମାଜିକକର୍ମୀ, ମାନବାଧିକାର କର୍ମୀ, ବିରୋଧୀ ନେତା, ଖବରଦାତା ପ୍ରମୁଖଙ୍କ କାର୍ଯ୍ୟକଳାପ ତଥା ଗତିବିଧି ଉପରେ ନଜର ରଖାଯାଇଥିବା ନେଇ ଗତ ବର୍ଷ ଜୁଲାଇରେ ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ପୂର୍ବରୁ ଏକ ନ୍ୟୁଜ୍‌ ଓ୍ବେବସାଇଟ୍‌ ରିପୋର୍ଟ ପ୍ରକାଶ କରିଥିଲା। ଭାରତରେ ୩ ଶହରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କ ମୋବାଇଲ ନମ୍ବରକୁ ଏହା ଯୋଗେ ଟ୍ରାକ୍‌ କରାଯାଇ ଫୋନ୍‌ କଲ୍‌ ରେକର୍ଡ କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଥିଲା। କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ପ୍ରମୁଖଙ୍କ ନାମ ସାମ୍‌ନାକୁ ଆସିବା ପରେ ମୋଦି ସରକାରଙ୍କୁ ବିରୋଧୀ କଡ଼ା ସମାଲୋଚନା କରିଥିଲେ। ଏବେ ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଆର୍‌. ଭି. ରବୀନ୍ଦ୍ରନଙ୍କ ତତ୍ତ୍ୱାବଧାନରେ ଗଠିତ କମିଟି ଏହି ମାମଲାର ତଦନ୍ତ କରୁଛି। କମିଟି ରିପୋର୍ଟକୁ ଅପେକ୍ଷା କରାଯାଇଥିବା ନେଇ ଶନିବାର ସରକାରଙ୍କ ସୂତ୍ରରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri