Posted inଜାତୀୟ

ମୋଦି ଖେଳିଲେ ବଡ଼ ଗେମ୍‌: ଟିଡିପି-ଜେଡିୟୁ ସମେତ ଏନ୍‌ଡିଏ ସହଯୋଗୀଙ୍କୁ ଦେଲେ ଏହି ସବୁ ବିଭାଗ

ନୂଆଦିଲ୍ଲୀ,୧୦।୬: ମୋଦି ସରକାର ୩.୦ର ଶପଥ ଗ୍ରହଣ ସମାରୋହର ଗୋଟିଏ ଦିନ ପରେ ସୋମବାର ମନ୍ତ୍ରୀଙ୍କୁ ବିଭାଗ ବଣ୍ଟାଯାଇଛି। ମୋଦି ୨.୦ ପରି ୩.୦ରେ ମଧ୍ୟ ଭାଜପା ନିଜ ସହ ବଡ଼ ମନ୍ତ୍ରଣାଳୟ ରଖିଥିବାବେଳେ ଏନ୍‌ଡିଏ ସହଯୋଗୀଙ୍କୁ ଏମଏସଏମଇ, ବିମାନ ଚଳାଚଳ ମନ୍ତ୍ରଣାଳୟ, ହେଭି ଇଣ୍ଡଷ୍ଟ୍ରିଜ ଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦିଆଯାଇଛି। କେଉଁ ଏନଡିଏ ସହଯୋଗୀ ଦଳଙ୍କୁ କେଉଁ ମନ୍ତ୍ରଣାଳୟକୁ ଦିଆଗଲା ଆସନ୍ତୁ ଜାଣିବା…

ଜିତନ ରାମ ମାନ୍‌ଝୀ: ବିହାର କୋଟାରୁ ମୋଦି ସରକାରରେ ଅନ୍ତର୍ଭୁକ୍ତ ହିନ୍ଦୁସ୍ତାନ ଆବାମ ମୋର୍ଚ୍ଚାର ମୁଖ୍ୟ ଜିତନ ରାମ ମାନ୍‌ଝୀଙ୍କୁ ଏମଏସଏମଇ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ ଦଳିତ ସମ୍ପ୍ରଦାୟରୁ ଆସି ବିହାରର ମୁଖ୍ୟମନ୍ତ୍ରୀ ମଧ୍ୟ ରହିଛନ୍ତି। ସେ ଗୟା ଲୋକ ସଭା ଆସନରୁ ବିଜୟୀ ହୋଇଛନ୍ତି।

ଲଲନ ସିଂ: ଜେଡିୟୁ ନେତା ତଥା ମୁଙ୍ଗେର ଏମ୍‌ପି ରାଜୀବ ରଞ୍ଜନ ସିଂ ଛଦ୍ମନାମ ଲଲନ ସିଂ ପଞ୍ଚାୟତ ରାଜ ମନ୍ତ୍ରୀ ତଥା ମତ୍ସ୍ୟ, ପଶୁପାଳନ ଏବଂ ଦୁଗ୍ଧ ମନ୍ତ୍ରଣାଳୟର ଦାୟିତ୍ୱ ପାଇଛନ୍ତି।

ଚିରାଗ ପାଶୱାନ: ଲୋକ ଜନଶକ୍ତି ପାର୍ଟି(ରାମ ବିଲାସ) ମୁଖ୍ୟ ଚିରାଗ ପାଶୱାନ ହାଜିପୁର ଆସନରୁ ଜିତିଛନ୍ତି। ଚିରାଗଙ୍କୁ ଦୁଇଟି ମନ୍ତ୍ରଣାଳୟ ଦିଆଯାଇଛି। ତାଙ୍କୁ କ୍ରୀଡ଼ା ମନ୍ତ୍ରଣାଳୟ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରଣାଳୟ ଦାୟିତ୍ୱ ଦିଆଯାଇଛି।

ଏଚ୍‌ଡି କୁମାରସ୍ବାମୀ: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଜେଡିଏସ ନେତା ଏଚ୍‌ଡି କୁମାରସ୍ବାମୀଙ୍କୁ ହେଭି ଇଣ୍ଡଷ୍ଟ୍ରିଜ ଏବଂ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ୱ ଦିଆଯାଇଛି। ସେ କର୍ନାଟକର ମାଣ୍ଡ୍ୟା ଲୋକ ସଭା ଆସନରୁ ଜିତିଛନ୍ତି।

ରାମ ମୋହନ ନାଇଡୁ: ଟିଡିପି ଏମ୍‌ପି ରାମ ମୋହନ ନାଇଡୁଙ୍କୁ ବିମାନ ଚଳାଚଳ ମନ୍ତ୍ରଣାଳୟ ଦିଆଯାଇଛି। ସେ ମୋଦି କ୍ୟାବିନେଟର ସବୁଠାରୁ କନିଷ୍ଠ ଏମ୍‌ପି।

ଜୟନ୍ତ ଚୌଧୁରୀ: ଆରଏଲଡି ମୁଖ୍ୟ ଜୟନ୍ତ ଚୌଧୁରୀ ଦକ୍ଷତା ବିକାଶ ତଥା ଉଦ୍ୟୋଗ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଏବଂ ଶିକ୍ଷା ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ଯାଧବ ପ୍ରତାପରାଓ ଗଣପତରାଓ: ଶିବସେନା ଏମ୍‌ପି ଯାଧବଙ୍କୁ ଆୟୁଷ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ତଥା ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ରାମଦାସ ଅଠାୱାଲେ: ରାମଦାସଙ୍କୁ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଭାବେ ଦାୟିତ୍ୱ ମିଳିଛି।

ଅନୁପ୍ରିୟା ପଟେଲ: ଆପନା ଦଳ (ଏସ)ର ଏମ୍‌ପି ଅନୁପ୍ରିୟା ପଟେଲଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ତଥା ରାସାୟନିକ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ରାମନାଥ ଠାକୁର: ଜେଡିୟୁ ନେତା ରାମନାଥ ଠାକୁରଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

ଚନ୍ଦ୍ରଶେଖର ପେମାସାନି: ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଲୋକ ସଭା ଆସନରୁ ଏମ୍‌ପି ଚନ୍ଦ୍ରଶେଖରଙ୍କୁ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟରେ ରାଜ୍ୟ ମନ୍ତ୍ରୀ ତଥା ଯୋଗାଯୋଗ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ସରକାର ବଢାଇଲେ EV ସବସିଡି, ୫ହଜାର ଯାଏ ମିଳିବ ପ୍ରୋତ୍ସାହନ ରାଶି; ଜାଣନ୍ତୁ ଡେଡ୍‌ଲାଇନ କେବେ…

ନୂଆଦିଲ୍ଲୀ, ୧୧।୮: ଇରାନ-ଆମେରିକା ଯୁଦ୍ଧ ପରେ ଲୋକମାନେ ପେଟ୍ରୋଲ-ଡିଜେଲ ଦର ବୃଦ୍ଧି ଦେଖିବାକୁ ପାଇଥିଲେ। ଏହା ପରେ କେନ୍ଦ୍ର ସରକାର ଦେଶରେ ଇଲେକ୍ଟ୍ରିକ୍ ଗାଡ଼ିଗୁଡ଼ିକୁ ପ୍ରୋତ୍ସାହିତ କରିବା…

ଝାଡଖଣ୍ଡକୁ କାହିଁକି ଗଲେନି ରାହୁଲ ଗାନ୍ଧୀ? ସିଧା ସିଧା ଉତ୍ତର ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ, ୧୧।୮: ମୌସୁମୀ ଅଧିବେଶନ ଚାଲିଥିବା ସମୟରେ ମଙ୍ଗଳବାର ଦିନ ସଂସଦ ପରିସର ବାହାରେ NDA ଏବଂ ବିରୋଧୀ ଦଳର ସାଂସଦମାନେ ମୁହାଁମୁହିଁ ହୋଇଛନ୍ତି। ଗୋଟିଏ ପଟେ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

Blinkit ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ: ସସ୍‌ପେଣ୍ଡ ହେଲା ଲାଇସେନ୍ସ; ସାମ୍ନାକୁ ଆସିଲା ଗୁରୁତର ତ୍ରୁଟି

ନୂଆଦିଲ୍ଲୀ, ୧୧।୮: ମହାରାଷ୍ଟ୍ରରେ IAS ଅଧିକାରୀ ତୁକାରାମ ମୁଣ୍ଡେଙ୍କ ଖରାପ ଓ ଅସୁରକ୍ଷିତ ଖାଦ୍ୟ ପଦାର୍ଥ ବିରୋଧୀ ଅଭିଯାନ ଜାରି ରହିଛି। ଦେଶର ପ୍ରସିଦ୍ଧ କମ୍ପାନୀ Blinkit…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri