Posted inଜାତୀୟ

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ପ୍ରେମ ସିଂ

ଗାଙ୍ଗଟକ୍‌,୧୦ା୬: ସିକିମ୍‌ କ୍ରାନ୍ତିକାରୀ ମୋର୍ଚ୍ଚା (ଏସ୍‌କେଏମ୍‌)ର ଅଧ୍ୟକ୍ଷ ପ୍ରେମ ସିଂ ତାମଙ୍ଗ ଦ୍ୱିତୀୟ ଥର ପାଇଁ ସିକିମ୍‌ ମୁଖ୍ୟମନ୍ତ୍ରୀ ଭାବେ ସୋମବାର ଶପଥ ଗ୍ରହଣ କରିଛନ୍ତି। ପାଲ୍‌ଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ପ୍ରସାଦ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ଭାବେ ପ୍ରେମ ସିଂଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ। ତାଙ୍କ ସହ ମନ୍ତ୍ରୀ ପରିଷଦର ସଦସ୍ୟମାନେ ମଧ୍ୟ ଶପଥ ନେଇଛନ୍ତି।

ସଦ୍ୟସମାପ୍ତ ସିକିମ ବିଧାନସଭା ନିର୍ବାଚନରେ ଏସ୍‌କେଏମ୍‌ ୩୨ ଆସନରୁ ୩୧ଟିରେ ବିଜୟୀ ହୋଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲା। ବିରୋଧୀ ଦଳ ସିକିମ୍‌ ଡେମୋକ୍ରାଟିକ୍‌ ଫ୍ରଣ୍ଟ (ଏସ୍‌ଡିଏଫ୍‌)କୁ ମାତ୍ର ଗୋଟିଏ ଆସନ ମିଳିଥିଲା। ନିର୍ବାଚନ ବେଳେ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଛି, ୫ ବର୍ଷରେ ସବୁ ପୂରଣ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତ ଏପ୍ରିଲ ୧୯ରେ ପ୍ରଥମ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ ସହ ସିକିମ୍‌ର ୩୨ ବିଧାନସଭା ଆସନ ଲାଗି ମତଦାନ ଅନୁଷ୍ଠିତ ହୋଇଥିଲା। ପ୍ରେମ ସିଂ ରେନୋକ୍‌ ଆସନରୁ ଏସ୍‌ଡିଏଫ୍‌ ପ୍ରାର୍ଥୀ ସୋମନାଥ ପୌଡ୍ୟାଲଙ୍କୁ ୭,୩୯୬ ଭୋଟ ବ୍ୟବଧାନରେ ହରାଇ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ଏସ୍‌କେଏମ୍‌ ୧୭ ଆସନ ଜିତି ସରକାର ଗଢ଼ିଥିବା ବେଳେ ଏସ୍‌ଡିଏଫ୍‌କୁ ୧୫ ଆସନ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନୀତୀଶ ସରକାରଙ୍କୁ ପାଟନା ହାଇକୋର୍ଟଙ୍କ ଝଟ୍‌କା

ପାଟନା,୨୦ା୬: ପାଟନା ହାଇକୋର୍ଟ ନୀତୀଶ ସରକାରଙ୍କୁ ଏକ ଝଟ୍‌କା ଦେଇଛନ୍ତି। ଇବିସି, ଏସ୍‌ସି, ଏବଂ ଏସ୍‌ଟି ପାଇଁ ୬୫% ସଂରକ୍ଷଣକୁ ରଦ୍ଦ କରିଦିଆଯାଇଛି। ପାଟନା ହାଇକୋର୍ଟ...

ପାକିସ୍ତାନକୁ ପାନେ ଦେବାକୁ ଡୋଭାଲଙ୍କ ‘ପିଓକେ ମିଶନ’ ଆରମ୍ଭ

ନୂଆଦିଲ୍ଲୀ,୨୦।୬: ପ୍ରଧାନମନ୍ତ୍ରୀ ମୋଦି ଭାରତର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପରେ ଅଜିତ ଡୋଭାଲ ପୁଣି ଥରେ ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ)...

ନାଟକରେ ଭଗବାନ ରାମ-ସୀତାଙ୍କ ଅପମାନ କରିଥିଲେ ଆଇଆଇଟି ବମ୍ବେର ଛାତ୍ର, ନିଆଗଲା ବଡ଼ କାର୍ଯ୍ୟାନୁଷ୍ଠାନ

ବମ୍ବେ,୨୦।୬: ଆଇଆଇଟି ବମ୍ବେର ଓପନ ଏୟାର ଥିଏଟରରେ ନାଟକ ସମୟରେ ଭଗବାନ ରାମ ଏବଂ ଦେବୀ ସୀତାଙ୍କ ଅପମାନ କରାଯାଇଥିବା ମାମଲା ସାମ୍ନାକୁ ଆସିଛି। ଏହି...

ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା କଲେ ସରକାର

ରାଞ୍ଚି,୨୦।୬: ଝାଡଖଣ୍ଡର ସୋରେନ ସରକାର ରାଜ୍ୟରେ ଜାତିଭିତ୍ତିସର୍ଭେ କରିବେ। ବୁଧବାର ସିଏମ ଚମ୍ପାଇ ସୋରେନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିପାଇଁ...

ରାହୁଲଙ୍କୁ ତେଜସ୍ବୀ ଲଞ୍ଚରେ ଦେବେ ରୋହି ଝୋଳ, ବାର୍ଥ ଡେ’ ରେ ହୋଇଗଲା ଡିଲ୍‌ ପକ୍କା

ନୂଆଦିଲ୍ଲୀ,୨୦।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିଜର ୫୪ତମ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ସବୁଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ତେବେ ତାଙ୍କ...

ପୁଣି ବଢିଲା ଭାଜପାର ମୁଣ୍ଡବିନ୍ଧା: ବିରୋଧୀଙ୍କୁ ବୁଝାଇବାକୁ ବାଧ୍ୟ

ନୂଆଦିଲ୍ଲୀ,୨୦।୬: ଲୋକ ସଭା ବାଚସ୍ପତି ପ୍ରସଙ୍ଗରେ ଏନଡିଏ ଧ୍‌ମଧ୍ୟରେ ଭାଜପା ପ୍ରାୟ ଏକ ସହମତି ହାସଲ କରିଛି। ଭାଜପା ପ୍ରାର୍ଥୀ ସହଯୋଗୀମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇଛନ୍ତି।...

୩୩୦୦ କୋଟି ଟଙ୍କାର ଉପହାର ଦେବେ ମୋଦି

ନୂଆଦିଲ୍ଲୀ,୨୦।୬: ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦି ଯୋଗ ଦିବସରେ ପ୍ରଥମ ଗସ୍ତରେ ଜମ୍ମୁ କଶ୍ମୀରକୁ ୩୩୦୦ କୋଟି ଟଙ୍କା ଉପହାର...

ନିଟ୍‌ ଅନିୟମିତତା ମାମଲା: ପେପର୍‌ ଲିକ୍‌ ହୋଇଥିବା ମାନିଲେ ପରିକ୍ଷାର୍ଥୀ

ନୂଆଦିଲ୍ଲୀ,୨୦।୬: ନିଟ୍‌ ପରୀକ୍ଷା ଅନିୟମିତତାକୁ ନେଇ ବଡ଼ ଧରଣର ଖୁଲାସା ହୋଇଛି। ଏହି ମାମଲାରେ ଗିରଫ ହୋଇଥିବା ନିଟ୍‌ ପରୀକ୍ଷାର୍ଥୀ ଅନୁରାଗ ୟାଦବ ପ୍ରଶ୍ନପତ୍ର ଲିକ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri