ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆମ ଭାରତରେ ପାରମ୍ପରିକ ତଥା ସର୍ବପୁରାତନ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଏକ ସ୍ବତନ୍ତ୍ର। ଶତ ପ୍ରତିଶତ ସଫଳ ସ୍ବାସ୍ଥ୍ୟ ରକ୍ଷାକାରୀ ଚିକିତ୍ସା ଶାସ୍ତ୍ର ଅଟେ, ଯାହାକି ବିଶ୍ୱ ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ରୂପେ ପରିଚିତ। ଆୟୁର୍ବେଦ ଚିକିତ୍ସା ଏକ ପ୍ରକୃତିଦତ୍ତ ଚିକିତ୍ସା ପଦ୍ଧତି। ଆଜି ଆମେ ଚିକିତ୍ସା ଶାସ୍ତ୍ରର ଆଧୁନିକତାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ଥିଲେ ସୁଦ୍ଧା ଆୟୁର୍ବେଦ ଶାସ୍ତ୍ରର ସ୍ବତନ୍ତ୍ରତା, ଉପଯୋଗିତା ଓ ବ୍ୟବହାର ଶରୀର ପାଇଁ ଅମୃତ ତୁଲ୍ୟ ପରିଗଣିତ ହୋଇପାରିଛି। ଚରକଙ୍କ ଲିଖିତ ବିଭିନ୍ନ ବୃକ୍ଷଲତା, ଗୁଳ୍ମରୁ ପ୍ରସ୍ତୁତ ଆୟୁର୍ବେଦୀୟ ଔଷଧଗୁଡିକର ଗୁଣାବଳୀ ଓ ଶରୀର ପାଇଁ ଉପଯୋଗିତାକୁ ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ବହୁ ପରୀକ୍ଷାନିରୀକ୍ଷା କରି ମଧ୍ୟ ଏଥିସହ ଏକମତ ହୋଇଛନ୍ତି। ଯେପରି ଅଦା, ତେଜପତ୍ରୀ, ଡାଳଚିନି, ଗୋଲମରିଚ, ତୁଳସୀ ପତ୍ର, ଗୁଡ଼କୁ ଶିଝାଇ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଶହଶହ ବର୍ଷ ପୂର୍ବରୁ ଆୟୁର୍ବେଦ ଶାସ୍ତ୍ରରେ ଲିଖିତ ଅଛି। ଆୟୁର୍ବେଦ ଶାସ୍ତ୍ର ଭିତରେ ‘ଆୟୁଷ୍‌’ ସହ ସୂର୍ଯ୍ୟ ଚିକିତ୍ସା, ମୃତ୍ତିକା ଚିକିତ୍ସା, ଜଳ ଚିକିତ୍ସା ଆଦି ବିଭିନ୍ନ ପାରମ୍ପରିକ ଚିକିତ୍ସାକୁ ବ୍ୟବହାର କରାଯାଉଛି। ହୋମିଓପାଥିକ ଚିକିତ୍ସା ପଦ୍ଧତି ଦ୍ୱାରା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ବିଭିନ୍ନ ଜଟିଳ ତଥା ଦୁରାରୋଗ୍ୟ ରୋଗ ଉପଶମ ହୋଇଥାଏ। ସାମ୍ପ୍ରତିକ ପରିସ୍ଥିତିରେ ଆଧୁନିକ ଚିକିତ୍ସା ଶାସ୍ତ୍ର ଦ୍ୱାରା ବିଭିନ୍ନ ରୋଗର ନିରୂପଣ ନିମନ୍ତେ ଅତ୍ୟାଧୁନିକ ଏକ୍ସ-ରେ ମେଶିନ, ସିଟି ସ୍କାନ, ଅମ୍ଳଜାନ ମାପିବା ଯନ୍ତ୍ର, ରକ୍ତଚାପ, ଶରୀରର ସୁଗାର ମାପିବା, ଜୀବନ ରକ୍ଷାକାରୀ ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ନିର୍ମାଣ ହୋଇପାରିଛି। ତା’ସହ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଦ୍ୱାରା ଶରୀରରେ ବୃକକ୍‌(Kidney)କୁ ବଦଳା ଯିବା, ‘ହାର୍ଟ’କୁ ସର୍ଜରୀ କରାଯିବା ଆଦି ଯନ୍ତ୍ରାଂଶର ବ୍ୟବହାର ତଥା କ୍ୟାନ୍‌ସର ଚିକିତ୍ସା ପାଇଁ ରଞ୍ଜନ ରଶ୍ମି ଦେବା ତଥା ବିଭିନ୍ନ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଔଷଧ, ବଟିକା, ଇଂଜେକସନ ସହ କେମୋ ଥେରାପି ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀର ରୋଗ ଉପଶମ ହେବା ସହ ଜୀବନ ରକ୍ଷା କରାଯାଇ ଆଶାତୀତ ସଫଳତା ହେତୁ ବହୁ ଅମୂଲ୍ୟ ଜୀବନ ରକ୍ଷା କରିବାରେ ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟକ ହୋଇପାରୁଛି। ସାରା ବିଶ୍ୱରେ ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ (କୋଭିଡ-୧୯)ର ଯେଉଁ କରାଳ ରୂପ ଦେଖାଇ ମନୁଷ୍ୟ ସମାଜର ସମସ୍ତ ପ୍ରକାର କ୍ଷତି ଘଟାଇ ପ୍ରାଣଘାତକ ଭାବେ ଠିଆ ହୋଇଛି, ତାହାକୁ ପ୍ରତିରୋଧ କରିବା ନିମନ୍ତେ ଏଲୋପାଥିକ, ଆୟୁର୍ବେଦିକ, ହୋମିଓପାଥିକ ଆଦି ସମସ୍ତ ବର୍ଗର ଚିକିତ୍ସକ ସମୂହ ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତାହା ସଦାସର୍ବଦା ଇତିହାସ ପୃଷ୍ଠା ମଣ୍ଡନ କରିବ। କରୋନା ଭୂତାଣୁର କରାଳ ଗ୍ରାସରେ ବହୁ ଚିକିତ୍ସକଙ୍କ ଜୀବନ ହାନି ଘଟିଛି। ସେହି ମହାନ୍‌ ଚିକିତ୍ସକଙ୍କ ମଣିଷ ସମାଜ ପାଇଁ ବଳିଦାନ କେବେବି ଅନ୍ୟଥା ହେବନି ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri