ଆଧୁନିକ ଚିକିତ୍ସା ପ୍ରଣାଳୀ

ସାରା ପୃଥିବୀରେ ଯେତେ ଦେଶ ରହିଛି, ପ୍ରତ୍ୟେକ ଦେଶର ନିଜସ୍ବ ସ୍ବଦେଶୀ ଚିକିତ୍ସା ପଦ୍ଧତି ରହିଛି, ତାହା ସହ ଆଧୁନିକ ଚିକିତ୍ସା ପଦ୍ଧତିକୁ ମଧ୍ୟ ଗୁରୁତ୍ୱ ଦିଆଯାଉଛି। ଆମ ଭାରତରେ ପାରମ୍ପରିକ ତଥା ସର୍ବପୁରାତନ ଆୟୁର୍ବେଦ ଚିକିତ୍ସା ପ୍ରଣାଳୀ ଏକ ସ୍ବତନ୍ତ୍ର। ଶତ ପ୍ରତିଶତ ସଫଳ ସ୍ବାସ୍ଥ୍ୟ ରକ୍ଷାକାରୀ ଚିକିତ୍ସା ଶାସ୍ତ୍ର ଅଟେ, ଯାହାକି ବିଶ୍ୱ ପ୍ରସିଦ୍ଧ ଚିକିତ୍ସା ବିଜ୍ଞାନ ରୂପେ ପରିଚିତ। ଆୟୁର୍ବେଦ ଚିକିତ୍ସା ଏକ ପ୍ରକୃତିଦତ୍ତ ଚିକିତ୍ସା ପଦ୍ଧତି। ଆଜି ଆମେ ଚିକିତ୍ସା ଶାସ୍ତ୍ରର ଆଧୁନିକତାର ସର୍ବୋଚ୍ଚ ସ୍ଥାନରେ ପହଞ୍ଚି ଥିଲେ ସୁଦ୍ଧା ଆୟୁର୍ବେଦ ଶାସ୍ତ୍ରର ସ୍ବତନ୍ତ୍ରତା, ଉପଯୋଗିତା ଓ ବ୍ୟବହାର ଶରୀର ପାଇଁ ଅମୃତ ତୁଲ୍ୟ ପରିଗଣିତ ହୋଇପାରିଛି। ଚରକଙ୍କ ଲିଖିତ ବିଭିନ୍ନ ବୃକ୍ଷଲତା, ଗୁଳ୍ମରୁ ପ୍ରସ୍ତୁତ ଆୟୁର୍ବେଦୀୟ ଔଷଧଗୁଡିକର ଗୁଣାବଳୀ ଓ ଶରୀର ପାଇଁ ଉପଯୋଗିତାକୁ ଆଜିର ଆଧୁନିକ ଚିକିତ୍ସା ବିଜ୍ଞାନ ବହୁ ପରୀକ୍ଷାନିରୀକ୍ଷା କରି ମଧ୍ୟ ଏଥିସହ ଏକମତ ହୋଇଛନ୍ତି। ଯେପରି ଅଦା, ତେଜପତ୍ରୀ, ଡାଳଚିନି, ଗୋଲମରିଚ, ତୁଳସୀ ପତ୍ର, ଗୁଡ଼କୁ ଶିଝାଇ ସେବନ କଲେ ଶରୀରରେ ରୋଗପ୍ରତିରୋଧକ ଶକ୍ତି ବଢିଥାଏ। ଏହା ଶହଶହ ବର୍ଷ ପୂର୍ବରୁ ଆୟୁର୍ବେଦ ଶାସ୍ତ୍ରରେ ଲିଖିତ ଅଛି। ଆୟୁର୍ବେଦ ଶାସ୍ତ୍ର ଭିତରେ ‘ଆୟୁଷ୍‌’ ସହ ସୂର୍ଯ୍ୟ ଚିକିତ୍ସା, ମୃତ୍ତିକା ଚିକିତ୍ସା, ଜଳ ଚିକିତ୍ସା ଆଦି ବିଭିନ୍ନ ପାରମ୍ପରିକ ଚିକିତ୍ସାକୁ ବ୍ୟବହାର କରାଯାଉଛି। ହୋମିଓପାଥିକ ଚିକିତ୍ସା ପଦ୍ଧତି ଦ୍ୱାରା ବିନା ପାର୍ଶ୍ୱ ପ୍ରତିକ୍ରିୟାରେ ବିଭିନ୍ନ ଜଟିଳ ତଥା ଦୁରାରୋଗ୍ୟ ରୋଗ ଉପଶମ ହୋଇଥାଏ। ସାମ୍ପ୍ରତିକ ପରିସ୍ଥିତିରେ ଆଧୁନିକ ଚିକିତ୍ସା ଶାସ୍ତ୍ର ଦ୍ୱାରା ବିଭିନ୍ନ ରୋଗର ନିରୂପଣ ନିମନ୍ତେ ଅତ୍ୟାଧୁନିକ ଏକ୍ସ-ରେ ମେଶିନ, ସିଟି ସ୍କାନ, ଅମ୍ଳଜାନ ମାପିବା ଯନ୍ତ୍ର, ରକ୍ତଚାପ, ଶରୀରର ସୁଗାର ମାପିବା, ଜୀବନ ରକ୍ଷାକାରୀ ଅମ୍ଳଜାନ ପ୍ରସ୍ତୁତି ଯନ୍ତ୍ର ନିର୍ମାଣ ହୋଇପାରିଛି। ତା’ସହ ଅତ୍ୟାଧୁନିକ ଚିକିତ୍ସା ପଦ୍ଧତି ଦ୍ୱାରା ଶରୀରରେ ବୃକକ୍‌(Kidney)କୁ ବଦଳା ଯିବା, ‘ହାର୍ଟ’କୁ ସର୍ଜରୀ କରାଯିବା ଆଦି ଯନ୍ତ୍ରାଂଶର ବ୍ୟବହାର ତଥା କ୍ୟାନ୍‌ସର ଚିକିତ୍ସା ପାଇଁ ରଞ୍ଜନ ରଶ୍ମି ଦେବା ତଥା ବିଭିନ୍ନ ଆଧୁନିକ ପ୍ରଣାଳୀରେ ପ୍ରସ୍ତୁତ ଔଷଧ, ବଟିକା, ଇଂଜେକସନ ସହ କେମୋ ଥେରାପି ଚିକିତ୍ସା ପଦ୍ଧତି ଦ୍ୱାରା ରୋଗୀର ରୋଗ ଉପଶମ ହେବା ସହ ଜୀବନ ରକ୍ଷା କରାଯାଇ ଆଶାତୀତ ସଫଳତା ହେତୁ ବହୁ ଅମୂଲ୍ୟ ଜୀବନ ରକ୍ଷା କରିବାରେ ଆଧୁନିକ ଚିକିତ୍ସା ବିଜ୍ଞାନ ସହାୟକ ହୋଇପାରୁଛି। ସାରା ବିଶ୍ୱରେ ସାମ୍ପ୍ରତିକ ପରିସ୍ଥିତିରେ କରୋନା ଭୂତାଣୁ (କୋଭିଡ-୧୯)ର ଯେଉଁ କରାଳ ରୂପ ଦେଖାଇ ମନୁଷ୍ୟ ସମାଜର ସମସ୍ତ ପ୍ରକାର କ୍ଷତି ଘଟାଇ ପ୍ରାଣଘାତକ ଭାବେ ଠିଆ ହୋଇଛି, ତାହାକୁ ପ୍ରତିରୋଧ କରିବା ନିମନ୍ତେ ଏଲୋପାଥିକ, ଆୟୁର୍ବେଦିକ, ହୋମିଓପାଥିକ ଆଦି ସମସ୍ତ ବର୍ଗର ଚିକିତ୍ସକ ସମୂହ ନିଜ ଜୀବନକୁ ବାଜି ଲଗାଇ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଯେଉଁ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି, ତାହା ସଦାସର୍ବଦା ଇତିହାସ ପୃଷ୍ଠା ମଣ୍ଡନ କରିବ। କରୋନା ଭୂତାଣୁର କରାଳ ଗ୍ରାସରେ ବହୁ ଚିକିତ୍ସକଙ୍କ ଜୀବନ ହାନି ଘଟିଛି। ସେହି ମହାନ୍‌ ଚିକିତ୍ସକଙ୍କ ମଣିଷ ସମାଜ ପାଇଁ ବଳିଦାନ କେବେବି ଅନ୍ୟଥା ହେବନି ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ

-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ : ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ କାର୍ଯ୍ୟକ୍ରମ: ଅଗ୍ରପୂଜ୍ୟ ଗଣେଶଙ୍କୁ ପୂଜା ପାଇଁ ମନା କରିବାରୁ…

କେସିଙ୍ଗା,୧୮ା୬(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ବ୍ଲକ ସ୍ତରୀୟ ଜାତି ଜନଜାତି ସମ୍ବାଦ କାର୍ଯ୍ୟକ୍ରମ…

ଜଳିଗଲା EV ଶୋ’ରୁମ୍‌, ପୋଡ଼ି ଛାରଖାର ହେଲା EV ଗାଡ଼ି

ନୂଆଦିଲ୍ଲୀ,୧୮।୬:  ଗୁଜରାଟର ସୁରଟ ସହରରେ ଗୁରୁବାର ସକାଳେ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଅନେକ ବୈଦ୍ୟୁତିକ ଯାନ (EV) ନଷ୍ଟ ହୋଇଯାଇଥିବା ବେଳେ ଏକ ଇଭି…

ଶସ୍ତା ହେବ କି ପେଟ୍ରୋଲ? ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତି ପରେ ଭାରତ ସରକାରଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୬: ଇରାନ ଏବଂ ଆମେରିକା ମଧ୍ୟରେ ଚୁକ୍ତି ହେବା ପରଠାରୁ ହିଁ ଅଶୋଧିତ ତୈଳ (କ୍ରୁଡ ଅଏଲ) ମୂଲ୍ୟରେ କ୍ରମାଗତ ହ୍ରାସ ଘଟୁଛି, କିନ୍ତୁ ଏହା ପରେ…

ସରପଞ୍ଚ ଚାମେଲି ଓଝା ପ୍ରସଙ୍ଗ: ପ୍ରଥମଥର ମୁହଁ ଖୋଲିଲେ ବିଧାୟକ ଦୁର୍ଗା ପ୍ରସନ୍ନ ନାୟକ, କହିଲେ ବିରୋଧୀଙ୍କ ପାଇଁ…

ମହାକାଳପଡ଼ା,୧୮ା୬(ପ୍ରତାପ ଚନ୍ଦ୍ର ସ୍ବାଇଁ): ବହୁ ଚର୍ଚ୍ଚିତ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲି ଓଝାଙ୍କ ପ୍ରସଙ୍ଗରେ ପ୍ରଥମଥର ମୁହଁ ଖୋଲିଛନ୍ତି ବିଧାୟକ ଦୁର୍ଗାପ୍ରସନ୍ନ…

ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଉତ୍ସବ: ୭ ଦିନ ବ୍ୟାପୀ ବ୍ଲକ, ପଞ୍ଚାୟତରେ ଚାଲିବ…

ଭଞ୍ଜନଗର,୧୮।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ପ୍ରଶାସନ ପକ୍ଷରୁ ଭାଜପା ସରକାରର ଦୁଇବର୍ଷ ପୂର୍ତ୍ତି ଅବସରରେ ସପ୍ତାହ ବ୍ୟାପୀ ବ୍ଲକ ଓ ପଞ୍ଚାୟତରେ ବିଭିନ୍ନ ସଚେତନତା…

ଚାମେଲିଙ୍କ ସପକ୍ଷରେ ବାହାରିଲେ ସରପଞ୍ଚ ମହାସଂଘ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦେଲେ ଦାବିପତ୍ର

ଛତ୍ରପୁର, ୧୮।୬ (ଦିଲ୍ଲୀପ ସାମଲ ): କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପୁର ପଞ୍ଚାୟତ ସମିତି ଅଧୀନ ତିଖିରି ପଞ୍ଚାୟତର ମହିଳା ସରପଞ୍ଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା…

ବୁଡ଼ିଗଲା ଟିଏମସିର ୮୭୬,୫୭,୧୫,୫୮୬ କୋଟି ଟଙ୍କା? ମମତାଙ୍କ ନିଜ କୋଷାଧ୍ୟକ୍ଷ କାହିଁକି ଫ୍ରିଜ କଲେ ବ୍ୟାଙ୍କ ଆକାଉଣ୍ଟ, ଜାଣନ୍ତୁ ଭିତରି କଥା

କୋଲକାତା,୧୮।୮: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ଏବେ ତାର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛି। ପ୍ରତିଦିନ କିଛି ନା କିଛି ନୂଆ କାହାଣୀ ସାମ୍ନାକୁ…

ମହିଳାଙ୍କୁ ବଳାତ୍କାର ଅଭିଯୋଗ ପଡ଼ିଲା ମହଙ୍ଗା, ବଦଳିଲେ ଆଇଆଇସି

ନୟାଗଡ଼,୧୮ା୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ଏସ୍‌ଡିପିଓ ମଦନ ମୋହନ ପ୍ରଧାନ ମହିଳାଙ୍କୁ ଫେବର ମାଗି ନିଲମ୍ବିତ ହୋଇଥିବା ବେଳେ ଶରଣକୁଳ ଥାନା ଆଇଆଇସି ସୁଜିତ କୁମାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri