ମଡର୍ନ ବସ୍‌ପୋର୍ଟ: ଉତ୍ତର ଦେଲାନି ରେଲଓ୍ବେ

ଭୁବନେଶ୍ୱର,୨୮।୧୨(ବ୍ୟୁରୋ): ନିକଟରେ ରାଜ୍ୟ ସରକାର ଭୁବନେଶ୍ୱରର ବରମୁଣ୍ଡା ବସ୍‌ଷ୍ଟାଣ୍ଡକୁ ଅତ୍ୟାଧୁନିକ ରୂପ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏଭଳି ଘୋଷଣା ପରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡର ରୂପରେଖ କିଭଳି ହେବ ସେନେଇ ଏକ କାଳ୍ପନିକ ନକ୍ସା ପ୍ରକାଶ କରାଯାଇଛି। ଏହି କାର୍ଯ୍ୟ ଲାଗି ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୮ ମାସ ଭିତରେ କାମ ସାରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ହେଲେ କଟକ ଜିଲା ଗୋପାଳପୁରଠାରେ ହେବାକୁ ଥିବା ମଡର୍ନ ବସ୍‌ପୋର୍ଟ ଏବେ ମଧ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି। ରାଜ୍ୟ ସରକାର ଏବଂ ପୂର୍ବତଟ ରେଳପଥ ମଧ୍ୟରେ ରହିଥିବା ଜମି ସମସ୍ୟା ଯୋଗୁ ଏ ପର୍ଯ୍ୟନ୍ତ କାମ ଅଟକି ରହିଛି। ଏନେଇ ପରିବହନ ବିଭାଗ ପକ୍ଷରୁ ବାରମ୍ବାର ସମୀକ୍ଷା ସତ୍ତ୍ୱେ କୌଣସି ଲାଭ ମିଳିପାରିନାହିଁ। ତେଣୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏହା ଉପରେ ଧ୍ୟାନ ଦେଲେ ବସ୍‌ପୋର୍ଟ କାମ ତୁରନ୍ତ ଆରମ୍ଭ ହୋଇପାରିବ ବୋଲି କେତେଜଣ ଅଧିକାରୀ ବ୍ୟକ୍ତିଗତ ସ୍ତରରେ ମତ ପ୍ରକାଶ କରିଛନ୍ତି। କଟକ ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କୁ ଏନେଇ ପଚାରିବାରୁ ସେ କହିଛନ୍ତି, ଗୋପାଳପୁର ସ୍ଥିତ ଉକ୍ତ ଜାଗା ରେଲଓ୍ବେ ପାଖରେ ଥିବାରୁ ଏନେଇ ୬ ମାସ ତଳୁ ଏକ ରିଭିଜନ ମାମଲା ରୁଜୁ ହୋଇଛି। ଜମି ସରକାରଙ୍କ ପାଖକୁ ଆସିଲେ କାମ ଆରମ୍ଭ ହୋଇଯିବ ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ପୂର୍ବତଟ ରେଳପଥର ପିଆରଓ ନିରାକାର ଦାସଙ୍କୁ ପଚରାଯିବାରୁ ତଥ୍ୟ ସଂଗ୍ରହ କରି କହିବି ବୋଲି କହିଥିଲେ।

କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ୨୦୧୮ ଡିସେମ୍ବର ୨ରେ ସବୁ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳକୁ ମଡର୍ନ (ଅତ୍ୟାଧୁନିକ) ବସ୍‌ପୋର୍ଟ ନିର୍ମାଣ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଅତ୍ୟଧିକ ଯାନବାହନ ଚଳାଚଳଜନିତ ପ୍ରଦୂଷଣ ରୋକିବା ଏବଂ ସାଧାରଣ ପରିବହନକୁ ପ୍ରୋତ୍ସାହନ ଦେବା ସକାଶେ କେନ୍ଦ୍ର ସରକାର ଏହି ଯୋଜନା କରିଛନ୍ତି। ଏହି ବସ୍‌ ପୋର୍ଟ ନିର୍ମାଣ ଲାଗି ୪୨ ଏକର ପଡ଼ିଆ କିମ୍ବା ଆଗରୁ କୌଣସି କାର୍ଯ୍ୟରେ ବ୍ୟବହୃତ ଜମି ନେବା ଲାଗି କୁହାଯାଇଥିଲା। ସେହି ଅନୁଯାୟୀ କଟକ ଜିଲା ଗୋପାଳପୁରଠାରେ ମଡର୍ନ ବସ୍‌ପୋର୍ଟ ନିର୍ମାଣ ଲାଗି ସ୍ଥିର ହେଲା। ଏହି ଯୋଜନା ପୂର୍ବରୁ ରାଜ୍ୟ ସରକାର କଟକ ବାଦାମବାଡ଼ି ବସ୍‌ଷ୍ଟାଣ୍ଡକୁ ଗୋପାଳପୁରକୁ ସ୍ଥାନାନ୍ତର ପାଇଁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଗୋପାଳପୁର ମୌଜା ପ୍ଲଟ ନମ୍ବର ୮୪୩, ଖାତା ନଂ. ୧୦୪୬ର ଜମିକୁ ସରକାର ୨୦୧୩ରେ ଚିହ୍ନଟ କଲେ। ଉକ୍ତ ଜମି ରାଜ୍ୟ ପରିବହନ ବିଭାଗକୁ ୨୦୧୫ରେ ହସ୍ତାନ୍ତର ହେଲା। ଏହାପରେ ରାଜସ୍ବ ବିଭାଗ ପକ୍ଷରୁ ଉକ୍ତ ଜମିକୁ ଗୋପାଳପୁର ବସ୍‌ଷ୍ଟାଣ୍ଡ ଲାଗି ଫିଜିକାଲ ପୋଜେଶନ ମିଳିଥିଲା। ଏହାପରେ ଯେତେବେଳେ ମଡର୍ନ ବସ୍‌ପୋର୍ଟ ପ୍ରସ୍ତାବ କେନ୍ଦ୍ରରୁ ଆସିଲା ସରକାର ଏହି ଜମିରେ ତାହା କରିବାକୁ ନିଷ୍ପତ୍ତି ନେଲେ। ଏହାପରେ ତୁରନ୍ତ ବସ୍‌ପୋର୍ଟ ସମ୍ପର୍କିତ କାଗଜପତ୍ର ପ୍ରସ୍ତୁତ କରି ୪୨ ଏକର ଜମିର ଫାଇଲ କେନ୍ଦ୍ରକୁ ପଠାଇ ଦିଆଗଲା। ମାତ୍ର କେନ୍ଦ୍ରୀୟ ଟିମ୍‌ ଦେଖିବା ପରେ ସେଠାରେ ମୋଟ ୨୩ ଏକର ଜମି ଥିବାବେଳେ ୪୨ ଏକର ଜମିର ଦସ୍ତାବିଜ ଭୁଲ୍‌ ପ୍ରମାଣିତ ହେଲା। ଏହାପରେ କେନ୍ଦ୍ର ସରକାର ଏହି ଫାଇଲ ରାଜ୍ୟକୁ ଫେରାଇଦେଇ ଠିକ୍‌ କାଗଜପତ୍ର ଦେବାକୁ କହିଲେ। ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ଏହାକୁ ଭଲରେ ଅନୁଧ୍ୟାନ କରିବା ପରେ ଏଥିରୁ ୧୯.୩୨ ଏକର ଜମି ପୂର୍ବତଟ ରେଲଓ୍ବେ ହାତକୁ ପୂର୍ବରୁ ଟେକି ଦିଆଯାଇଥିବା ଜଣାପଡ଼ିଲା। ହେଲେ ରେଲଓ୍ବେ ଏପର୍ଯ୍ୟନ୍ତ ସେହି ଜମି ବ୍ୟବହାର କରି ନ ଥିବାରୁ ତାହାକୁ ପୁଣି ସରକାରଙ୍କୁ ଫେରାଇଦେବା ଲାଗି ପରିବହନ ସଚିବ ଗତ ସେପ୍ଟେମ୍ବର ୧୭ରେ ରେଲଓ୍ବେ ଏମ୍‌ଡିଙ୍କୁ ଚିଠି ଲେଖିଥିଲେ। କାମରେ ଲାଗି ନ ଥିବା ୧୯.୩୨ ଏକର ଜମି ଫେରାଇ ସରକାରଙ୍କ ନାମରେ ଏନ୍‌ଓସି(ନୋ ଅବଜେକ୍ସନ ସାର୍ଟିଫିକେଟ) ଦେବା ଲାଗି କହିଥିଲେ।

ବର୍ତ୍ତମାନ ପରିବହନ ସଚିବ ମଧୁସୂଦନ ପାଢ଼ୀ ଚିଠି ଲେଖିବାର ଅବଧି ୩ ମାସରୁ ଅଧିକ ଦିନ ହୋଇସାରିଥିବା ବେଳେ ଏହାର କୌଣସି କାମ ଆଗେଇପାରି ନାହିଁ। ଏ ପର୍ଯ୍ୟନ୍ତ ରେଲଓ୍ବେ ପକ୍ଷରୁ ଚିଠିର କୌଣସି ଉତ୍ତର ଆସି ନ ଥିବା ଖୋଦ୍‌ ପରିବହନ ସଚିବ କହିଛନ୍ତି। ଅନ୍ୟପଟେ ପୋଲିସ ହାଉସିଂ କର୍ପୋରେଶନ ଏଠାରେ ସରକାରଙ୍କ ନାମରେ ରହିଥିବା ଜମିରେ ଅଧା ପାଚେରି ନିର୍ମାଣ କରି ବସି ରହିଛି। ଏଭଳିସ୍ଥିତିରେ କେନ୍ଦ୍ର ସରକାରଙ୍କ ପ୍ରସ୍ତାବିତ ମଡର୍ନ ବସ୍‌ପୋର୍ଟ କେବେ ହେବ ତାହା ଅନିଶ୍ଚିତତାରେ ରହିଛି। ଅନ୍ୟପକ୍ଷରେ ଆଉ କେତେକ ରାଜ୍ୟରେ ବସ୍‌ପୋର୍ଟ କାମ ଶେଷ ହେବାକୁ ବସିଲାଣି। ବାଦାମବାଡି ବସ୍‌ଷ୍ଟାଣ୍ଡ ଅତ୍ୟନ୍ତ ଜନଗହଳିପୂର୍ଣ୍ଣ ହେଉଥିବା କାରଣରୁ ଗୋପାଳପୁର ବସ୍‌ପୋର୍ଟ ଲୋକଙ୍କ ଲାଗି ବହୁତ ସହାୟକ ହେବା ସହିତ ସହର ଭିତର ଗହଳି ମଧ୍ୟ କମିଯିବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩୩ ଫିଲ୍ମକୁ ପଛରେ ପକାଇ ଓସ୍କାର ଗଲା ‘ଗୋନ୍ଧଳ’; ମିଳିଲା ଅଫିସିଆଲ୍ ଟିକେଟ୍!

ନୂଆଦିଲ୍ଲୀ: ୯୯ତମ ଏକାଡେମୀ ଆୱାର୍ଡ (ଓସ୍କାର ୨୦୨୭) ପାଇଁ ଭାରତରୁ ଅଫିସିଆଲ ଏଣ୍ଟ୍ରି କରିଛି ମରାଠୀ ଫିଲ୍ମ ‘ଗୋନ୍ଧଳ’। ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ଏବଂ ଇମ୍ପାର…

ମା’ଙ୍କ ଏକମାତ୍ର ଭରସା ଥିଲେ ସୁମିତ, ଛଡ଼ାଇନେଲା ତୁମ୍ବେଶ୍ୱର ଘାଟ: ଗଣେଶ ଭସାଣି ବେଳେ ଋଷିକୁଲ୍ୟାରେ ଭାସିଗଲେ ଛାତ୍ର

ପୁରୁଷୋତ୍ତମପୁର, ୧୮/୯ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟ ଋଷିକୁଲ୍ୟା ନଦୀର ତୁମ୍ବେଶ୍ୱର ଘାଟରେ ଶୁକ୍ରବାର ଅଘଟଣ ଘଟିଛି। ଗଣେଶ…

ଶାଶୁଙ୍କୁ ଛୁରିରେ ଆକ୍ରମଣ କଲେ ବୋହୁ, ଆଉ ତା’ ପରେ…

ହିଞ୍ଜିଳିକାଟୁ,୧୮।୯( ଦ୍ବିତୀକୃଷ୍ଣ ପଣ୍ଡା): ପାରିବାରିକ କଳହକୁ କେନ୍ଦ୍ରକରି ଶାଶୁଙ୍କୁ ଛୁରିରେ ଆକ୍ରମଣ କରିବା ଅଭିଯୋଗରେ ବୋହୁ ଗିରଫ ହୋଇଛନ୍ତି। ସେ ହେଲେ ଭାରତୀ ସାହୁ। କରୁଣାକର ମାର୍ଗ…

ଜୈବ ବିବିଧତା ସୁରକ୍ଷା ନେଇ…

ଭଞ୍ଜନଗର, ୧୮/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ପକ୍ଷରୁ ଶୁକ୍ରବାର ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କୁ ସ୍ୱାଗତ…

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?