ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

ଭୁବନେଶ୍ୱର,୫।୯: ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏନେଇ ଏକ ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ସୂଚନା ଦେଇଛନ୍ତି। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପ୍ରତି ପଞ୍ଚାୟତରେ ଗୋଟିଏ ଗୋଟିଏ ମଡେଲ ସ୍କୁଲ ହେବ। ଏହାର ନାମ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ରହିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫ଶହ ସ୍କୁଲ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ହେବ। ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ପ୍ରାଇଭେଟ ସ୍କୁଲକୁ ନଯାଇ ସମସ୍ତେ ଆସିବାକୁ ଇଚ୍ଛା ପ୍ରକାଶ କରିବେ।

ଗୁରୁଦିବସ ଅବସରରେ ଦେଇଥିବା ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାମୀ ବିବେକାନନ୍ଦ ମୋର ଆଦର୍ଶ । ସମାଜ ନିର୍ମାଣ, ସଂସ୍କାରରେ ଗୁରୁମାନଙ୍କ ଗୁରୁଭୂମିକା ରହିଛ। ଗୁରୁମାନଙ୍କୁ ସର୍ବଦା ଭକ୍ତିର ସହ ସ୍ମରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖମନ୍ତ୍ରୀକହିଛନ୍ତି, ବାପା, ମାଙ୍କ ପରେ ଗୁରୁ ହେଉଛନ୍ତି ଆମର ଆରାଧ୍ୟ ଦେବତା। ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ।ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ଏହି ତ୍ରିଭୁଜର ତିନି ବାହୁ। ତିନି ବାହୁ ଏକାଠି ହେଲେ ଜଣେ ଛାତ୍ର ଜୀବନ ସୁସଂଗଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Mettle Meet 2026: ଜୁନିୟର ବର୍ଗରେ ଚାମ୍ପିୟନ୍ ହେଲା ୟୁନିଟ-୮ ଡିଏଭି ପବ୍ଲିକ ସ୍କୁଲ, ରନର୍ସ-ଅପ୍ ହେଲେ …

ଭୁବନେଶ୍ୱର,୯।୮: ଏକ ରୋମାଞ୍ଚକର ଫାଇନାଲ ମୁକାବିଲା ସହ ଶେଷ ହୋଇଛି ମେଟଲ ମିଟ୍‌ ୨୦୨୬ ଜୁନିୟର ବର୍ଗ ପ୍ରତିଯୋଗିତା। ଜ୍ଞାନ ଓ ପ୍ରତିଭାର ଏହି ମୁକାବିଲାରେ ଭୁବନେଶ୍ୱରର…

ବିଶ୍ୱ ଜନଜାତି ଦିବସରେ ଗର୍ଜିଲେ ଅଧିବାସୀ, କନ୍ଧମାଳ ମେଡିକାଲ କଲେଜର ନାମ ପରିବର୍ତ୍ତନକୁ ବିରୋଧ

ଦାରିଙ୍ଗବାଡି,୯ା୮(ଅରୁଣ ସହୁ ): ବିଶ୍ୱ ଜନଜାତି ଦିବସ ରବିବାର ପାଳିତ ହୋଇଯାଇଛି । ଏହି ଅବସରରେ ଅଞ୍ଚଳରେ ବସବାସ କରୁଥିବା ଜନଜାତି ସମ୍ପ୍ରଦାୟର ଶତାଧିକ ମହିଳା, ପୁରୁଷ…

ଧରିତ୍ରୀର ପ୍ରଭାବ; ତତ୍ପରତା ଦେଖାଇଲେ ବିଦ୍ୟୁତ କର୍ମଚାରୀ, ସଫେଇ ହେଲା ଟ୍ରାନ୍ସଫର୍ମର ନିକଟ ଗଛ

କର୍ଲାମୁଣ୍ଡା,୯ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସର୍ଗୁଲ ଗାଁରେ ଥିବା ବିଦ୍ୟୁତ୍ ଟ୍ରାନ୍ସଫର୍ମରଟି ଦୀର୍ଘଦିନ ଧରି ଜଙ୍ଗଲି ଗଛରେ ଆଚ୍ଛାଦିତ ହୋଇ ରହିଥିଲା ।…

ଏନ୍‌ପିଏସ୍‌ ଶିକ୍ଷକ ସଂଘ ଶିକ୍ଷକଙ୍କ ଦୁଃଖ, ୨୨ ବର୍ଷ ଶିକ୍ଷାଦାନ ପରେ ମିଳୁଛି ୩ ହଜାର ପେନସନ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଦୀର୍ଘ ୨୨ ବର୍ଷ ଧରି ଶିକ୍ଷାଦାନ କରିବା ପରେ ଅବସର ନେଉଥିବା ଏନ୍‌ପିଏସ୍‌ ଶିକ୍ଷକଙ୍କୁ ମିଳୁଛି ମାତ୍ର ୩ ହଜାରରୁ ଅଧିକ ଟଙ୍କାର ପେନସନ।…

ପିଇଓ ସଙ୍ଘର କର୍ମକର୍ତ୍ତା ଚୟନ, ଦାୟିତ୍ୱ ନେଲେ ପଦାଧିକାରୀ

କୋରାପୁଟ,୯।୮(ଅମିତାଭ ବେହେରା): ନିଖିଳ ଉତ୍କଳ କୋରାପୁଟ ଜିଲା ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ସଙ୍ଘର ପୁନର୍ଗଠନ ତଥା ନୂତନ କମିଟି ଗଠନ ସ୍ଥାନୀୟ ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।…

ସଂସଦରେ ହଟ୍ଟଗୋଳ; ପ୍ରଧାନମନ୍ତ୍ରୀଙ୍କ ଉପରକୁ ବିରୋଧୀ ଏମପିଙ୍କ ଅଣ୍ଡାମାଡ଼, ତାପରେ….

ପ୍ରିଷ୍ଟିନା,୯ା୮: କୋସୋଭୋର ସଂସଦରେ ଶନିବାର ଜୋରଦାର ହଙ୍ଗାମା ଦେଖିବାକୁ ମିଳିଛି। ସଂସଦୀୟ କାର୍ଯ୍ୟବାହୀ ଚାଲିଥିବା ସମୟରେ ଜଣେ ବିରୋଧୀ ଏମପି କାର୍ଯ୍ୟବାହୀ ପ୍ରଧାନମନ୍ତ୍ରୀ ଆଲବିନ କୁର୍ତିଙ୍କ ଉପରକୁ…

ଘରେ ପଶି ଗୀତାଞ୍ଜଳିଙ୍କୁ ହତ୍ୟା କଲେ ଦୁର୍ବୃତ୍ତ, ବିବାହ ନ କରି ରହୁଥିଲେ ଏକାକୀ, ଗାଁରେ ପଡ଼ିଛି ଚହଳ…

ବଲାଙ୍ଗୀର,୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଖମାର ମୁଣ୍ଡା ଗ୍ରାମଠାରେ ଜଣେ ଅବିବାହିତା ମହିଳା ଏକୁଟିଆ ଘରେ ଥିବା ବେଳେ ଦୁର୍ବୃତ୍ତ ଘରକୁ…

ଖେଳୁଖେଳୁ ଦୁଇ ଶିଶୁଙ୍କ ଆଖି ସାମ୍ନାରେ ହଠାତ୍‌ ଦବିଗଲା ମାଟି, ୧୦ ଫୁଟ ଗର୍ତ୍ତ ଦେଖି ଆତଙ୍କିତ ଗ୍ରାମବାସୀ

ଭଞ୍ଜନଗର,୯ା୮(ବାବୁଲା ପ୍ରଧାନ): ଗଞ୍ଜାମ-କନ୍ଧମାଳ ଜିଲା ସୀମାରେ ଥିବା କନ୍ଧମାଳ ଜିଲାର ରାଇକିଆ ବ୍ଲକ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମରେ ଭୂସ୍ଖଳନ ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri