Posted inଜାତୀୟ

ବୁଲ୍‌ଡୋଜର ଆକ୍ସନ ଆଇନର ପରିହାସ

ନୂଆଦିଲ୍ଲୀ, ୧୫ା୬: ପ୍ରଫେଟ ବିବାଦକୁ କେନ୍ଦ୍ର କରି ହିଂସାକାଣ୍ଡ ଘଟାଇଥିବା ଅଭିଯୁକ୍ତଙ୍କ ଘର ଉତ୍ତରପ୍ରଦେଶ ପ୍ରଶାସନ ବୁଲ୍‌ଡୋଜରରେ ଭାଙ୍ଗିବାକୁ ନେଇ କେତେଜଣ ପୂର୍ବତନ ବିଚାରପତି ଏବଂ ଆଇନଜୀବୀ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌. ଭି. ରମନାଙ୍କୁ ଚିଠି ଲେଖିଛନ୍ତି। ଏପରି କରି ୟୁପି ସରକାର ଆଇନର ପରିହାସ କରୁଥିବା ସେମାନେ କହିଛନ୍ତି। ସର୍ବୋଚ୍ଚ ଅଦାଲତ ଏହି ଘଟଣାରେ ନିଜ ଆଡ଼ୁ ମାମଲା କରି ଶୁଣାଣି କରିବାକୁ ସିଜେଆଇଙ୍କୁ ଚିଠିରେ ନିବେଦନ କରାଯାଇଛି। ଏଥିରେ ସୁପ୍ରିମକୋର୍ଟର ୩ ଜଣ ପୂର୍ବତନ ବିଚାରପତି ଜଷ୍ଟିସ୍‌ ବି. ସୁଦର୍ଶନ ରେଡ୍ଡି, ଜଷ୍ଟିସ୍‌ ଭି. ଗୋପାଳ, ଗୌଡା, ଜଷ୍ଟିସ୍‌ ଏ. କେ. ଗାଙ୍ଗୁଲିଙ୍କ ସମେତ ୧୨ ପୂର୍ବତନ ଜଜ୍‌ ଏବଂ ବରିଷ୍ଠ ଆଇନଜୀବୀ ଦସ୍ତଖତ କରି ୟୁପିରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହେବାକୁ ରୋକିବାକୁ ସର୍ବୋଚ୍ଚ ଅଦାଲତଙ୍କୁ ନିବେଦନ କରିଛନ୍ତି।
ଦର୍ଶାଯାଇଛି, ଭାଜପା ପୂର୍ବତନ ମୁଖପାତ୍ର ନୂପୁର ଶର୍ମା ଓ ନବୀନ ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ କେନ୍ଦ୍ର କରି ୟୁପିର ବିଭିନ୍ନ ସ୍ଥାନରେ ବିକ୍ଷୋଭକାରୀ ହିଂସାକାଣ୍ଡ ଘଟାଇଥିଲେ। ଆନ୍ଦୋଳନକାରୀଙ୍କ କଥା ଶୁଣିବା ସହ ସେମାନେ କିପରି ଶାନ୍ତିପୂର୍ଣ୍ଣ ଉପାୟରେ ବିକ୍ଷୋଭ କରିବେ ସେ ଦିଗରେ ପଦକ୍ଷେପ ନ ନେଇ ୟୁପି ସରକାର ଅଭିଯୁକ୍ତଙ୍କ ବିରୋଧରେ ହିଂସାତ୍ମକ ଉପାୟରେ ବୁଲ୍‌ଡୋଜର ଲଗାଇ ଘର ଭାଙ୍ଗୁଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ଅଧିକାରୀଙ୍କୁ ଏପରି ଆକ୍ସନ ନେବାକୁ କହିଥିବା ଜଣାଯାଇଛି। ଭବିଷ୍ୟତରେ ଯେପରି କେହି ଆଇନକୁ ହାତକୁ ନ ନେବା ସହ ବିଶୃଙ୍ଖଳା ସୃଷ୍ଟି ନ କରିବେ ସେ ଦିଗରେ ଉଦାହରଣ ସୃଷ୍ଟି କରିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ଏଥିସହ ଜାତୀୟ ସୁରକ୍ଷା ଆଇନ, ୧୯୮୦ ଏବଂ ୟୁପି ଗ୍ୟାଙ୍ଗଷ୍ଟର୍ସ ଏବଂ ଆସାମାଜିକ କାର୍ଯ୍ୟ ନିରୋଧୀ ଆଇନ, ୧୯୮୬ ବଳରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ନିର୍ଦ୍ଦେଶ ରହିଛି। ଫଳରେ ପୋଲିସ ଅଧିକାରୀମାନେ ବିକ୍ଷୋଭକାରୀଙ୍କୁ ନିର୍ଯାତନା ଦେବା ସହ ବେଆଇନ କାର୍ଯ୍ୟ କରୁଛନ୍ତି। ଘର ଭାଙ୍ଗିବା ପାଇଁ କୌଣସି ନୋଟିସ୍‌ ମଧ୍ୟ ସେମାନଙ୍କୁ ନିଆଯାଇନାହିଁ। ଅନ୍ୟପକ୍ଷରେ ବହୁଳ ପ୍ରସାରିତ ହୋଇଥିବା ଏକ ଭିଡିଓରେ ପୋଲିସ କେତେଜଣ ଯୁବକଙ୍କୁ ଥାନାରେ ଲାଠିରେ ମାଡ଼ ମାରୁଥିବା ଦେଖିବାକୁ ମିଳିଛି। ସେମାନଙ୍କ ମଧ୍ୟରେ ସଂଖ୍ୟାଲଘୁ ମୁସଲମାନ ସମ୍ପ୍ରଦାୟର ବହୁ ଯୁବକ ରହିଛନ୍ତି। ଏପରି ବେଆଇନ ଓ ବିବେକହୀନ କାର୍ଯ୍ୟକୁ ନେଇ ଦେଶବ୍ୟାପୀ ଉଦ୍‌ବେଗ ପ୍ରକାଶ ପାଇଛି। ଶାସକ ଦଳର ଏପରି ବେଆଇନ କାର୍ଯ୍ୟ ଯୋଗୁ ଲୋକଙ୍କ ମାନବାଧିକାର ଉଲ୍ଲଂଘନ ହେଉଛି। ଆଇନର ଶାସନରେ ସମ୍ବିଧାନକୁ ପରିହାସ କରାଯାଉଛି। ତେଣୁ ସୁପ୍ରିମକୋର୍ଟ ଘଟଣାକୁ ଗୁରୁତ୍ୱର ସହ ଦେଇ ନିଜ ଆଡ଼ୁ ମାମଲାର ବିଚାର କରିବା ସହ ଆଇନ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୂର୍ବତନ ବିଚାରପତି ଏବଂ ଆଇନଜୀବୀମାନେ ନିବେଦନ କରିଛନ୍ତି।
ପତ୍ରରେ ଦିଲ୍ଲୀ ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏ. ପି. ଶାହା, ମାଡ୍ରାସ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ କେ. ଚନ୍ଦ୍ରୁ, କର୍ନାଟକ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ମହମ୍ମଦ ଅନଓ୍ବାରଙ୍କ ସମେତ ବରିଷ୍ଠ ଆଇନଜୀବୀ ଶାନ୍ତି ଭୂଷଣ, ଇନ୍ଦିରା ଜୟ ସିଂ, ଚନ୍ଦର୍‌ ଉଦୟ ସିଂ, ଶ୍ରୀରାମ ପଞ୍ଚୁ, ପ୍ରଶାନ୍ତ ଭୂଷଣ, ଆନନ୍ଦ ଗ୍ରୋଭର ମଧ୍ୟ ପିଟିଶନରେ ଦସ୍ତଖତ କରିଛନ୍ତି। ସୂଚନାଯୋଗ୍ୟ, ଜୁନ୍‌ ୧୦ ଆନ୍ଦୋଳନରେ ସାମିଲ ଥିବା ଲୋକଙ୍କ ମଧ୍ୟରୁ ୟୁପି ପୋଲିସ ୮ ଜିଲାରୁ ୩୩୩ ଜଣଙ୍କୁ ଗିରଫ କରିଛି। ସେମାନଙ୍କ ବିରୋଧରେ ୧୨ ଏଫ୍‌ଆଇଆର୍‌ ରୁଜୁ ହୋଇଛି। ହିଂସାକାଣ୍ଡରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ମଧ୍ୟରୁ ଅନେକଙ୍କ ଘର ବୁଲ୍‌ଡୋଜର ଦ୍ୱାରା ଭାଙ୍ଗି ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହାନଦୀରୁ ମୃତଦେହ ଉଦ୍ଧାର ଘଟଣା: ମିଳିଲା ଜଣଙ୍କର ପରିଚୟ, ଅନ୍ୟଜଣଙ୍କ ଅନ୍ତିମ ସଂସ୍କାର କଲା ପୋଲିସ

ଅମରପାଲି,୨୭।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଉଦ୍ଧାର ହୋଇଥିବା ୨ ଅଜଣା ମୃତଦେହ ମଧ୍ୟରୁ ଜଣଙ୍କର ପରିଚୟ…

ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବିଭତ୍ସ ହତ୍ୟାକାଣ୍ଡ: ପାହାଡ଼ ଉପରେ କୁଡ଼ିଆରେ ହାଣି ପୋଡ଼ିଦେଲେ!

ମୋହନା,୨୭।୯( ମନ୍ମଥ ମିଶ୍ର ): ଗୁଣିଗାରେଡ଼ି ସନ୍ଦେହରେ ଗାଁଠାରୁ ଅଢ଼େଇ କିଲୋମିଟର ଦୂର ପାହାଡ଼ ଉପରେ କୁଡ଼ିଆ ଘରେ ରହୁଥିବା ଜଣେ ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା…

ଚିଖିଲିକୁ ପଶିଲା ଜଳଭଣ୍ଡାରର ବନ୍ୟା ପାଣି, ଶହ ଶହ ଏକର ଚାଷଜମି ଜଳମଗ୍ନ

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ): ଛତିଶଗଡ଼ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଲଗାଣ ବର୍ଷା ହୋଇଛି। ଏହାର ପ୍ରଭାବ ସୀମାବର୍ତ୍ତୀ ବରଗଡ଼ ଜିଲାର ଅମ୍ବାଭୋନା ବ୍ଲକ ଅଞ୍ଚଳରେ ଦେଖିବାକୁ ମିଳିଛି। ଉପରମୁଣ୍ଡରେ…

ପିକ୍‌ଅପ୍‌ ଧକ୍କାରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୨୭।୯(ସବିତା ମିଶ୍ର): ଏକ ପିକ୍‌ଅପ୍‌ ଭ୍ୟାନ୍‌ ଧକ୍କାରେ ୪ ବର୍ଷର ଶିଶୁର ମୃତ୍ୟୁ ଘଟିଥିଲା। ଏନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ରବିବାର ସନ୍ଧ୍ୟାରେ ଉତ୍ତେଜନା ପରିସ୍ଥିତି…

ବଳାତ୍କାର ଅଭିଯୋଗକୁ ନେଇ ତାତିଲେ ଛାତ୍ରୀଛାତ୍ର, କ୍ୟାମ୍ପସ୍‌ରେ ଭଙ୍ଗାରୁଜା

ଫଗଓ୍ବାରା,୨୭ା୯: ପଞ୍ଜାବର ଫଗଓ୍ବାରାସ୍ଥିତ ଲଭ୍‌ଲି ପ୍ରଫେସନାଲ ୟୁନିଭର୍ସିଟି (ଏଲ୍‌ପିୟୁ)ର ଜଣେ ଛାତ୍ରୀଙ୍କୁ କ୍ୟାମ୍ପସ୍‌ ଭିତରେ ଜଣେ ବାହାର ଲୋକ ବଳାତ୍କାର କରିଥିବା ଅଭିଯୋଗ ହୋଇଛି । ଏହାକୁ…

ବିରାଟ-ଗିଲ୍‌ଙ୍କ ଶତକରେ ଭାରତର ବଡ଼ ବିଜୟ, ୮ ୱିକେଟ୍‌ରେ ହାରିଲା ୱେଷ୍ଟଇଣ୍ଡିଜ

ତିରୁଭାନନ୍ତପୁରମ,୨୭।୯: ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ODIରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଛି । ତିରୁଭାନନ୍ତପୁରମର ଗ୍ରୀନ୍‌ଫିଲ୍ଡ ଇଣ୍ଟରନ୍ୟାସନାଲ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ ଭାରତ ସମ୍ମୁଖରେ…

କ୍ୟାଣ୍ଡଲ ଜାଳି ଶିକ୍ଷକ ସୁନୀଲଙ୍କୁ ଶ୍ରଦ୍ଧାଞ୍ଜଳି

ଗଞ୍ଜାମ,୨୭।୯(ଅନାଥ ତରାଇ): ଗଞ୍ଜାମ ସହରର ଜଣାଶୁଣା ଶିକ୍ଷକ ସ୍ବର୍ଗତ ସୁନୀଲ ସାମଲଙ୍କ ଦ୍ୱାଦଶ ଅବସରରେ ରବିବାର କ୍ୟାଣ୍ଡଲ ଯାତ୍ରା ସହ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଜୟଶ୍ରୀ…

ସଚିନଙ୍କ ବଡ଼ ରେକର୍ଡ ଭାଙ୍ଗିଲେ ବିରାଟ କୋହଲି, ଦିନିକିଆ କ୍ରିକେଟରେ କଲେ….

ତିରୁଭାନନ୍ତପୁରମ,୨୭।୯: ବିରାଟ କୋହଲି ଦିନିକିଆ କ୍ରିକେଟ୍‌ରେ ଆଉ ଏକ ବଡ଼ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିରାଟ କୋହଲି ଦିନିକିଆ ଆନ୍ତର୍ଜାତୀୟ କ୍ରିକେଟରେ ୧୫,୦୦୦ ରନ୍ ପୂରଣ କରିଛନ୍ତି।ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?