ଟୁଇଟ୍‌ କରି ଜଣାଇଲେ ମୁଖ୍ୟମନ୍ତ୍ରୀ: ଗଞ୍ଜାମରେ ସ୍ବାବ୍‌ ସଂଗ୍ରହ କରିବ ମୋବାଇଲ ଭ୍ୟାନ୍‌

ଛତ୍ରପୁର, ୧୧।୭(ଡି.ଏନ୍‌.ଏ.)- ଗଞ୍ଜାମ ଜ଼ିଲାରେ କରୋନା ପଜିଟିଭ ସଂଖ୍ୟା ବଢ଼ି ଚାଲିଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ସୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜିଲାକୁ ଭ୍ରାମ୍ୟମାଣ ସ୍ବାବ ସଂଗ୍ରହ ଭ୍ୟାନ ଆସିଛି। ଏହା ଓଡିଶାରେ ପ୍ରଥମ। ପ୍ରଥମେ ବ୍ରହ୍ମପୁର ମହାନଗର ନିଗମରେ ଏହି ଭ୍ୟାନ୍‌ ବୁଲି ସ୍ବାବ ସଂଗ୍ରହ କରିବ। ପରେ ଜ଼ିଲାର ଅନ୍ୟ ଅଞ୍ଚଳକୁ ମଧ୍ୟ ଯାଇ ସ୍ବାବ ସଂଗ୍ରହ କରିବ। ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଗଞ୍ଜାମରେ କରୋନାର ପ୍ରତିରୋଧ ପାଇଁ ମୋବାଇଲ ସ୍ବାବ ସଂଗ୍ରହ ସେବା ଆରମ୍ଭ ହୋଇଛି। ଲୋକଙ୍କ ଘର ପାଖରେ ପହଞ୍ଚିବା ସହ ସ୍ବାବ ସଂଗ୍ରହ ପ୍ରକ୍ରିୟାକୁ ବ୍ୟାପକ କରିବା ପାଇଁ ରାଜ୍ୟ ସରକାର ନିଜ ଉଦ୍ୟମକୁ ଆହୁରି ଦୃଢ଼ କରୁଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଣି କୁଣ୍ଡରେ ଗଳିପଡ଼ିଥିଲା ହାତୀ ଛୁଆ, ଭଙ୍ଗା ହେବା ପରେ ଟେକି ନେଲା ମା’

ବାରିପଦା ଅଫିସ,୨।୪: ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଗାଁ ଅମର୍ଦାର ନିକଟରେ ଥିବା ଦଶ ଫୁଟ ଗଭୀର ପାଣି କୁଣ୍ଡ ଭିତରୁ ଏକ ହାତୀ ଛୁଆ...

ଜୀବନରେଖା ଏବେ ମରଣଯନ୍ତା

କେନ୍ଦୁଝର, ୨୦ା୬ (ସ୍ବ.ପ୍ର.)- କେନ୍ଦୁଝର ଜିଲାର ଲାଇଫଲାଇନ କୁହାଯାଉଥିବା ୨୦ ନମ୍ବର ଜାତୀୟ ରାଜପଥ ମରାମତି ଅଭାବରୁ ଶୋଚନୀୟ ହୋଇପଡିଛି। ଏହାକୁ ଜିଲାର ‘ଜୀବନ ରେଖା’...

ସାପକାମୁଡ଼ାରେ ମହିଳାଙ୍କ ଜୀବନଗଲା

କୋରୁକୋଣ୍ଡା,୨୫।୭(ଡି.ଏନ୍‌.ଏ.): ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ନାକାମାମୁ ପଞ୍ଚାୟତ ଅନ୍ତର୍ଗତ ବାମରାଇ ଗ୍ରାମର ବାଲିଆ ମୁଦୁଲିଙ୍କ ସ୍ତ୍ରୀ ସୁମି(୩୦)ଙ୍କ ବୁଧବାର ସନ୍ଧ୍ୟାରେ ସାପକାମୁଡ଼ାରେ ମୃତ୍ୟୁ ଘଟିଥିବା...

‘ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ରାଶନ’

ଭୁବନେଶ୍ୱର,୩୦।୭(ବ୍ୟୁରୋ): ଓଡ଼ିଶାର ସବୁ ଜିଲାରେ ଗୁରୁବାରଠାରୁ ଓ୍ବାନ୍‌ ନେଶନ୍‌, ଓ୍ବାନ୍‌ ରାଶନ (ଗୋଟିଏ ଦେଶ, ଗୋଟିଏ ରାଶନ) କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାଦ୍ବାରା ରାଜ୍ୟ ବାହାରର...

ରେଳ ଷ୍ଟେଶନରେ ‘ରେଲ ନିର’ ବାଧ୍ୟତାମୂଳକ: ଭୁବନେଶ୍ୱରରେ ହେବ ପ୍ଲାଣ୍ଟ, ୨୦୨୦ ସୁଦ୍ଧା ଖୋଲିବ ଆହୁରି ୬ ପ୍ଲାଣ୍ଟ

ଭୁବନେଶ୍ୱର,୧ା୯(ବ୍ୟୁରୋ): ଭାରତୀୟ ରେଳପଥର ନିଜସ୍ବ ବୋତଲ ପିଇବା ପାଣି ‘ରେଲ ନିର’ ସମସ୍ତ ରେଳ ଷ୍ଟେଶନରେ ବାଧ୍ୟତାମୂଳକ କରାଯାଇଛି। ଟ୍ରେନରେ ଓ ଷ୍ଟେଶନରେ ପିଇବା ପାଣିର...

ରୋଗ ବାଣ୍ଟି ଚିକିତ୍ସାରେ ଶୋଷଣ

ଯାଜପୁର ଅଫିସ,୩।୭:ଯାଜପୁର ଜିଲା କଳିଙ୍ଗନଗରରେ ଶିଳ୍ପ କାରଖାନା ଯୋଗୁ ବିସ୍ଥାପିତ ଓ ପ୍ରଭାବିତ ଲୋକମାନଙ୍କୁ ଉଚ୍ଚତର ସ୍ବାସ୍ଥ୍ୟସେବା ଯୋଗାଇଦେବାକୁ ଡୁବୁରୀ ଛକ ନିକଟରେ ୨୦୧୫ ଅଗଷ୍ଟରେ...

୨୦୧୯ ମୋଟର ଯାନ ସଂଶୋଧନ ଆଇନ: ଜନସାଧାରଣଙ୍କ ଅବଗତ ପାଇଁ ସଚେତନତା ଶୋଭାଯାତ୍ରା

କୋରୁକୋଣ୍ଡା ୫।୯(ଡ଼ି.ଏନ.ଏ.): ମାଲକାନଗିରି ଜିଲା ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ଓରକେଲ ଥାନା ପକ୍ଷରୁ ୨୦୧୯ ମୋଟର ଯାନ ସଂଶୋଧନ ଆଇନ ବିଷୟରେ ଜନସଚେତନତା ନିମନ୍ତେ...

ଜାଲ୍‌ ସାର୍ଟିଫିକେଟ୍‌ରେ ଶିକ୍ଷକତା: ଧରାପଡ଼ିଲେ ଆଉ ୯ ନକଲି ଶିକ୍ଷକ

ବ୍ରହ୍ମପୁର ଅଫିସ୍‌,୩୦ା୧୧-ନିଯୁକ୍ତି ବେଳେ ନକଲି ଶିକ୍ଷାଗତ ସାର୍ଟିଫିକେଟ ଦେଇଥିବା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ତାଲିକା ଗଞ୍ଜାମ ଜିଲାରେ ବଢ଼ିବାରେ ଲାଗିଛି। ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ବେଳେ...

Advertisement
Archives

Model This Week