‘ମୋ ସରକାର’କୁ ମାନୁନାହାନ୍ତି

ଢେଙ୍କାନାଳ ଅଫିସ, ୨୦।୩:‘ଜନସାଧାରଣ ହେଉଛନ୍ତି ଗଣତନ୍ତ୍ରର ଆତ୍ମା। ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ ଲୋକଙ୍କ ସେବା ଏବଂ ସଶକ୍ତୀକରଣ ପାଇଁ ସୃଷ୍ଟି କରାଯାଇଛି। ଜିଲା ପ୍ରଶାସନ, ଢେଙ୍କାନାଳ କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି। ଲୋକମାନେ ହିଁ ଏହାର ପ୍ରକୃତ ମାଲିକ। ଜିଲା କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରାଯିବ। ବୃତ୍ତିଗତ ଓ ସେବା ମନୋଭାବ ନେଇ ସେମାନଙ୍କ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି।’ ମୋ ସରକାର ଏବଂ ୫-ଟି ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ବଢ଼ାଇବା ଲକ୍ଷ୍ୟରେ ଢେଙ୍କାନାଳ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପୋଲିସ ଥାନା, ଫାଣ୍ଡିରେ ଏଭଳି ପୋଷ୍ଟର ଲଗାଯାଇଛି। ହେଲେ ନିର୍ଦ୍ଦେଶ ଠିକ୍‌ ଢଙ୍ଗରେ ପାଳନ ହେଉ ନ ଥିବା ଅଭିଯୋଗ ହେଉଛି। ସମସ୍ୟା ଜଣାଇବାକୁ ଦପ୍ତରକୁ ଧାଇଁ ଆସୁଥିବା ହିତାଧିକାରୀଙ୍କ ଦୁଃଖ ଶୁଣିବା ତ ଦୂରର କଥା, ବାବୁମାନେ ସେମାନଙ୍କୁ ପାଖ ପୂରାଇ ଦେଉନାହାନ୍ତି। ପଚାରିଲେ ଉପରଠାଉରିଆ ଉତ୍ତର ଦେଉଛନ୍ତି। ପ୍ରଶାସନ ଏବଂ ଜନତାଙ୍କ ମଧ୍ୟରେ ଦୂରତ୍ୱ ହ୍ରାସ କରିବା ପାଇଁ ରାଜ୍ୟ ସରକାର ଏଭଳି ଅଭିନବ ପଦକ୍ଷେପ ଗ୍ରହଣ କରିଥିବାବେଳେ ବାବୁମାନଙ୍କ ହେୟଜ୍ଞାନ ଯୋଗୁ ଏହାର ପ୍ରକୃତ ଲକ୍ଷ୍ୟ ବାଟବଣା ହେଉଥିବା ବୁଦ୍ଧିଜୀବୀମାନେ କହିଛନ୍ତି।
ସରକାରୀ ଦପ୍ତରରେ ଦଳଗତ କାର୍ଯ୍ୟ, ପ୍ରଯୁକ୍ତିବିଦ୍ୟା, ସ୍ବଚ୍ଛତା, ପରିବର୍ତ୍ତନ ଏବଂ ସମୟ ସୀମା ପ୍ରମୁଖ ୫ ବିଷୟକୁ ଗୁରୁତ୍ୱ ଦିଆଯିବ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ହେଲେ ଢେଙ୍କାନାଳ ଜିଲାରେ ଏସବୁକୁ ପାଳନ କରିବା ଲାଗି ଅଧିକାରୀମାନେ ଆନ୍ତରିକତା ଦେଖାଉନାହାନ୍ତି। ବ୍ଲକ ସଦର, ଉପଖଣ୍ଡର ସରକାରୀ କାର୍ଯ୍ୟାଳୟକୁ ଦୂରଦୂରାନ୍ତରୁ ଆସୁଥିବା ଆଶାୟୀଙ୍କୁ ବାବୁମାନେ ବେଖାତିର କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ ହେଉଛି। ଏପରି କି ଗାଳିଗୁଲଜ କରିବା ସହ ଦରଖାସ୍ତପତ୍ର ଫୋପାଡ଼ି ଦେଉଛନ୍ତି। ହେଲେ ଭୟରେ ଅଧିକାରୀଙ୍କ ବିରୋଧରେ ସ୍ବର ଉଠାଇବାକୁ ଗରିବ ଲୋକେ ସାହସ ଜୁଟାଇପାରୁନାହାନ୍ତି। ଆଞ୍ଚଳିକସ୍ତରରେ ଠିକ୍‌ ଭାବେ ଅଭିଯୋଗ ଶୁଣାଯାଉ ନ ଥିବାରୁ ଜିଲା ପ୍ରଶାସନ ପକ୍ଷରୁ ହେଉଥିବା ଅଭିଯୋଗ ଶୁଣାଣିରେ ଅଭିଯୋଗଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।
ଆଦିବାସୀ ବହୁଳ କଙ୍କଡ଼ାହାଡ଼ ବ୍ଲକର ପଙ୍ଗାତୀରା, ମହାବିରୋଡ, ଗଡ଼ପଳାଶୁଣି, ଘାଗରାମୁଣ୍ଡା ଆଦି ୮ ପଞ୍ଚାୟତ ବ୍ଲକ କାର୍ଯ୍ୟାଳୟଠାରୁ ଦୂରରେ ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀ ଉପେକ୍ଷିତ ହୋଇ ରହିଛନ୍ତି। ଏ ଦିଗରେ ବିଭାଗୀୟ ଅଧିକାରୀମାନଙ୍କ ଆନ୍ତରିକତା ଅଭାବ ରହୁଛି। ଏପରି କି ଜରୁରୀ ସମୟରେ ଫୋନ୍‌ କଲେ ଅଧିକାରୀ ସହଯୋଗ କରିବା ବଦଳରେ ଡିଷ୍ଟର୍ବ ନ କରିବାକୁ ତାଗିଦା କରୁଛନ୍ତି। ହେଲେ ଖଣିଖାଦାନ ଲିଜ୍‌ଧାରୀଙ୍କୁ କାର୍ଯ୍ୟାଳୟରେ ଭିନ୍ନ ମର୍ଯ୍ୟାଦା ଦିଆଯାଉଥିବା ଅଞ୍ଚଳବାସୀ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ‘ମୋ ସରକାର’ ଓ ୫-ଟି ନିୟମାବଳୀ ଉପରେ ଅଧିକାରୀମାନେ ସଚେତନ ଅଛନ୍ତି। କିନ୍ତୁ ଏହା ଠିକ୍‌ ଭାବେ କାର୍ଯ୍ୟକାରୀ ହେଉ ନାହିଁ ବୋଲି ଭାବୁଛୁ। ଏଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଜିଲାପାଳ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri