ସିଭିଲ୍‌ ସର୍ଭିସ ପରୀକ୍ଷାର୍ଥୀଙ୍କୁ ସେବା ଯୋଗାଇବ ‘ମୋ ବସ୍‌’

ଭୁବନେଶ୍ୱର, ୪।୧୦(ବ୍ୟୁରୋ): ୟୁପିଏସ୍‌ସି ଦ୍ୱାରା ପରିଚାଳିତ ସିଭିଲ୍‌ ସର୍ଭିସେସ୍‌ ପରୀକ୍ଷାର ପ୍ରିଲିମ ରବିବାର ଅନୁଷ୍ଠିତ ହେବ। ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ଯୋଗୁ ଯାତାୟାତ ସ୍ଥିତି ସ୍ବାଭାବିକ ହୋଇପାରିନି। ତେଣୁ ଛାତ୍ରୀଛାତ୍ରମାନେ ପରୀକ୍ଷା କେନ୍ଦ୍ରକୁ ସୁବିଧାରେ ଯିବା ପାଇଁ କଟକ ଓ ଭୁବନେଶ୍ୱରରେ ‘ମୋ ବସ୍‌’ ସେବା ଯୋଗାଇ ଦେବାକୁ କ୍ୟାପିଟାଲ ରିଜିଅନ୍‌ ଅର୍ବାନ ଟ୍ରାନ୍ସପୋର୍ଟ (କ୍ରୁଟ୍‌) ପକ୍ଷରୁ ସୂଚନା ଦିଆଯାଇଛି। ରୁଟ୍‌ ନଂ. ୧୬ ଓ ୧୮ରେ ମୋ ବସ୍‌ ଚଳାଚଳ କରିବ। ଭୁବନେଶ୍ୱରରେ ସକାଳ ୬ଟାରୁ ସାଢେ ୬ଟା ପର୍ଯ୍ୟନ୍ତ ପ୍ରତି ୧୦ ମିନିଟ୍‌ ବ୍ୟବଧାନରେ ଓ କଟକରେ ଅପରାହ୍ନ ୪ଟା ୫୦ରୁ ୫ଟା ୩୫ ଯାଏ ପ୍ରତି ୧୫ ମିନିଟ ବ୍ୟବଧାନରେ ବସ୍‌ ମିଳିବ। ୧୬ ନମ୍ବର ରୁଟ୍‌ରେ ବସ୍‌ଗୁଡ଼ିକ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାହାରି ଜାତୀୟ ରାଜପଥ ଦେଇ କଟକ ବିଜୁପଟ୍ଟନାୟକ ପାର୍କ ଯାଏ ଯିବ। ସେହିପରି ୧୮ ନମ୍ବର ରୁଟ୍‌ରେ ବସ୍‌ଗୁଡ଼ିକ ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ରୁ ବାହାରି ଜୟଦେବ ବିହାର ଦେଇ ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ ବ୍ରିଜ୍‌, ହାଇକୋର୍ଟ ରୋଡ୍‌, ବାଦାମବାଡି ବସ୍‌ଷ୍ଟାଣ୍ଡ, ଲିଙ୍କ ରୋଡ୍‌, ଜଗତପୁରରେ ପହଞ୍ଚିବ। ସେହି ରୁଟ୍‌ ଦେଇ ବସ୍‌ଗୁଡିକ ଫେରିବ। ଏହାଦ୍ୱାରା ଅନେକ ପରୀକ୍ଷାର୍ଥୀ ଲାଭାନ୍ବିତ ହୋଇପାରିବେ ବୋଲି କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଆଇପିଏସ୍‌ ଅରୁଣ ବୋଥ୍ରା ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri