ସମ୍ବଲପୁରବାସୀଙ୍କୁ ମିଳିବ ‘ମୋ-ବସ୍‌’ ସେବା: ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୫ ବସ୍‌, ଜାଣନ୍ତୁ କେଉଁ ନମ୍ବର ବସ୍‌ କେଉଁଠିକି ଯିବ…

ସମ୍ବଲପୁର,୮ା୩(ପ୍ରମୋଦ ବହିଦାର): ଶନିବାରଠାରୁ ସମ୍ବଲପୁର ମହାନଗର ଅଞ୍ଚଳରେ ‘ମୋ-ବସ୍‌’ ସେବା ଆରମ୍ଭ ହେବ। ଏହାକୁ ଆଭାସୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ଏଠାରେ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଇିତିମଧ୍ୟରେ ବସ୍‌ଗୁଡ଼ିକ ସମ୍ବଲପୁରରେ ପହଞ୍ଚି ସାରିଛି।

ଏପରି କି ସହର ମଧ୍ୟରେ ଏହାର ଟ୍ରାଏଲ ରନ୍‌ ମଧ୍ୟ ଶେଷ ହୋଇଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ୧୫ ବସ୍‌ ୪ଟି ବିଭିନ୍ନ ରୁଟ୍‌ରେ ଚଳାଚଳ ଆରମ୍ଭ କରିବ। ସେଥିମଧ୍ୟରେ ୯ଟି ସାଧାରଣ ଓ ୫ଟି ଶୀତତାପ ନିୟନ୍ତ୍ରୀତ ବସ୍‌ ରହିଛି। ସମ୍ବଲପୁର ସହରାଞ୍ଚଳ ସହିତ ମହାନଗର ନିମଗ ଅନ୍ତର୍ଗତ ହୀରାକୁଦ, ବୁର୍ଲା ଓ ସାହାଜବାହାଲ ଅଞ୍ଚଳକୁ ଚଳାଚଳ କରି ଯାତ୍ରୀମାନଙ୍କୁ ନିୟମିତ ବ୍ୟବଧାନରେ ସେବା ଯୋଗାଇ ଦିଆଯିବ। ବସ୍‌ଗୁଡ଼ିକ ଅଇଁଠାପାଲି ବସ୍‌ଷ୍ଟାଣ୍ଡରୁ ବିଭିନ୍ନ ରୁଟ୍‌ରେ ଯାତ୍ରା କରିବ।

ପ୍ରଥମ ପର୍ଯ୍ୟାୟରେ ଚାଲିବାକୁ ଥିବା ବସ୍‌ଗୁଡ଼ିକୁ ରୁଟ୍‌ ଅନୁସାରେ ନମ୍ବରିଂ କରାଯାଇଛି। ସେଥିମଧ୍ୟରେ ୨୦୦ ନମ୍ବର ବସ୍‌ ସିଟି ଷ୍ଟେସନ ଓ କ୍ଷେତରାଜପୁର ରେଳଷ୍ଟେଷନ, ୨୦୧ ନମ୍ବର ବସ୍‌ ଅଇଁଠାପାଲି ଓ ସହାଜବାହାଲ, ୨୦୨ ନମ୍ବର ବସ୍‌ ଅଇଁଠାପାଲି ଓ ବୁର୍ଲା ମଧ୍ୟରେ ଏବଂ ୨୦୩ ନମ୍ବର ବସ୍‌ ଅଇଁଠାପାଲି ଓ ହୀରାକୁଦ ମଧ୍ୟରେ ଚଳାଚଳ କରିବ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କନ୍ୟା ସନ୍ତାନ ପ୍ରସବ କଲେ ନାବାଳିକା, ଧରାପଡ଼ିଲେ ଅଭିଯୁକ୍ତ

ଛେଣ୍ଡିପଦା,୧୮।୬(ଅଜିତ ଧଳ): ଅନୁଗୋଳ ଜିଲା ଜରପଡା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ୧୬ ବର୍ଷୀୟା ଆଦିବାସୀ ନାବାଳିକା…

ଘୁଞ୍ଚିଲା ଆର୍‌ଆଇ ପରୀକ୍ଷା, କାହିଁକି ଜାଣନ୍ତୁ…

ଭୁବନେଶ୍ୱର,୧୮।୬: OSSSC ପକ୍ଷରୁ ଆୟୋଜିତ ହେବାକୁ ଥିବା ଆର୍‌ଆଇ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତା ୨୦ ତାରିଖରେ ହେବାକୁ ଥିବା ପରୀକ୍ଷା ୨୮ ତାରିଖରେ ହେବ ବୋଲି…

ଫ୍ରାନ୍ସରେ ମୋଦିଙ୍କ ବଡ଼ ବୟାନ, କହିଲେ ଫ୍ରାନ୍ସରେ ମୋଟ ଯେତିକି ଘର ଅଛି ଆମେ ୧୨ ବର୍ଷରେ ସେତିକି ଘର ନିର୍ମାଣ କରିଦେଇଛୁ

ପ୍ୟାରିସ,୧୬।୮: ଗୁରୁବାର (୧୮ ଜୁନ, ୨୦୨୬) ଦିନ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତବ୍ୟ ଦେଇଥିଲେ ଯେ ପ୍ୟାରିସ ହେଉଛି ରଙ୍ଗର…

ହକି ତାରକା ମନପ୍ରୀତଙ୍କ ରେକର୍ଡ, ଫିଟନେସ ପାଇଁ କୋହଲିଙ୍କୁ ଦେଲେ ଶ୍ରେୟ

ନୂଆଦିଲ୍ଲୀ, ୧୮।୬: ଭାରତୀୟ ହକି ତାରକା ମନପ୍ରୀତ ସିଂ ନିକଟରେ ଭାରତ ପକ୍ଷରୁ ସର୍ବାଧିକ ୪୧୩ ମ୍ୟାଚ ଖେଳିବାର ରେକର୍ଡ ଅର୍ଜନ କରିଛନ୍ତି। ମନପ୍ରୀତ ପୂର୍ବତନ ଅଧିନାୟକ…

ସାରା ବିଶ୍ୱକୁ ଆଶ୍ୱସ୍ତି, ଶେଷ ହେଲା ଯୁଦ୍ଧ! ଫ୍ରାନ୍ସର ଭର୍ସେଲ୍ସ ପ୍ୟାଲେସରେ ଶାନ୍ତି ଚୁକ୍ତି ସ୍ବାକ୍ଷର କଲେ ଟ୍ରମ୍ପ

ପ୍ୟାରିସ,୧୬।୮: ଫରାସୀ ରାଜଧାନୀ ପ୍ୟାରିସରୁ ପ୍ରାୟ 20 କିଲୋମିଟର ଦକ୍ଷିଣ-ପଶ୍ଚିମରେ ଅବସ୍ଥିତ, ଭର୍ସେଲ୍ସ ପ୍ରାସାଦ ଯୁଦ୍ଧ ପରେ ଶାନ୍ତି ଚୁକ୍ତିନାମା ପାଇଁ ଏକ ସ୍ଥାନ ଭାବରେ ବିଶ୍ୱବ୍ୟାପୀ…

ଛାତ୍ରଛାତ୍ରୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର: କଟକ ଜିଲାରେ କାଲିଠୁ ସକାଳୁଆ ସ୍କୁଲ

କଟକ,୧୮ା୬(କାର୍ତ୍ତିକ ସାହୁ): ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି କଟକ ଜିଲାରେ ସମସ୍ତ ପ୍ରକାର ସ୍କୁଲକୁ ଜୁନ୍‌ ୧୯ ତାରିଖରୁ ୨୫ ତାରିଖ ଯାଏ ଚାଲିବାକୁ ନିର୍ଦ୍ଦେଶାନାମା ଜାରି କରାଯାଇଛି।…

ଶୌଚ ପାଇଁ ପୋଖରୀକୁ ଯାଇ ବୁଡ଼ି ଯାଇଥିଲେ, ପାଣିରେ ଭାସିବା ପରେ…

ଦିଗପହଣ୍ଡି, ୧୮।୬ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମର ବଡ଼ବନ୍ଧ ପୋଖରୀରେ ବୁଡ଼ି ଜଣେ…

ବିକାଶ ଧାରା ଓଡ଼ିଶା କାର୍ଯ୍ୟକ୍ରମ: ସମ୍ମାନୀତ ହେଲେ କଳାକାର, ସମାଜସେବୀ

ରିଷିଡା,୧୮।୬(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଓ ଜିଲାର ବିଭିନ୍ନ ଅଞ୍ଚଳରେ ବିକାଶର ବାର୍ତ୍ତା ପହଞ୍ଚାଇବା ସହ ସରକାରଙ୍କ ସଫଳତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri