ପଞ୍ଚାୟତ ନିର୍ବାଚନ ଅଣ୍ଟା ଭିଡ଼ା, ଗୁରୁମନ୍ତ୍ର ଦେଲେ ବିଧାୟକ

କୁନ୍ଦୁରା,(ସନ୍ତୋଷ ପ୍ରହରାଜ)୧୧/୧: କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଭୁଷାଙ୍ଗଗୁଡା କୋଲାବ ସେତୁ ନିକଟରେ କୁନ୍ଦୁରା ମଣ୍ଡଳ ସଭାପତି ପଦ୍ମନାଭ ବିଷୋୟୀଙ୍କ ନେତୃତ୍ୱରେ ଆଠ ପଞ୍ଚାୟତର କର୍ମୀଙ୍କୁ ନେଇ ବୈଠକ ଅନୁଷ୍ଠିତ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ କୋଟପାଡ଼ ବିଧାୟକ ରୂପୁ ଭତ୍ରା ମଧ୍ୟ ଉପସ୍ଥିତ ରହିଥିଲେ । ଏମପି ପ୍ରତିନିଧି ଅମ୍ବୁ ପାତ୍ର, ବିଧାୟକ ପ୍ରତିନିଧି ବଦ୍ରିନାରାୟଣ ଆଚାର୍ଯ୍ୟ, ନିର୍ବାଚନ ମଣ୍ଡଳୀ ସଂଯୋଜକ ବିନାୟକ ଆଚାର୍ଯ୍ୟ, ପୂର୍ବତନ ଜିଲ୍ଲା ସମ୍ପାଦକ ଉପେନ୍ଦ୍ର ଭଟ୍ଟ, ବରିଷ୍ଠ ନେତା ବିଜୟ ପଣ୍ଡା,ଟେମରାଜ ମାଝୀ, ହର ପ୍ରସାଦ ପାତ୍ର, ମୁନା ମହାନ୍ତି, ଚନ୍ଦ୍ରଧ୍ଵଜ ମାଙ୍ଗଲୀ ଏବଂ ତୁଷାର ଭଟ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

ଦୀର୍ଘ ଦିନର ବ୍ୟବଧାନ ପରେ ଆଗାମୀ ପଞ୍ଚାୟତ ସ୍ତରୀୟ ନିର୍ବାଚନରେ ଜନ ସମର୍ଥନ ଏବଂ ଦଳକୁ ଅଧିକ ମଜଭୂତ କରିବା ନେଇ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ବିଧାୟକ। ବୁଥ ସ୍ତରୀୟ କମିଟି, ଲାଭାର୍ଥୀ କାର୍ଯ୍ୟ, ମନ କି ବାତ କାର୍ଯ୍ୟକ୍ରମ, ମଣ୍ଡଳ ସ୍ତରୀୟ ସଂଯୋଜନା, ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀ କିଭଳି ଭାବେ କର୍ମୀଙ୍କ ଦ୍ୱାରା କାରାଯାଇ ପାରିବ ତାକୁ ନେଇ ମଧ୍ୟ ସବିଶେଷ ଆଲୋଚନା କରିଥିଲେ ବିଧାୟକ । ସେହିଭଳି ଅଞ୍ଚଳରେ ରହିଥିବା ବିକାଶ ମୂଳକ ଯୋଜନା ନିମନ୍ତେ କିଭଳି ଲୋକଙ୍କ ନିକଟତର ହୋଇପାରିବ ସେନେଇ ମଧ୍ୟ ଆଲୋଚନା କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ କିଭଳି ରଣନୀତି କାରାଯାଇ ନିଜ ବ୍ଲକରେ ଦଳ ପକ୍ଷରୁ ପଞ୍ଚାୟତ ସମିତି ଅଧ୍ୟକ୍ଷା କରାଯାଇପାରିବ ସେ ବିଷୟରେ କର୍ମୀଙ୍କ ମତାମତ ମାଗିଥିଲେ ବିଧାୟକ । ନିଜ ନିଜ ଅଞ୍ଚଳରେ ରହିଥିବା ଉନ୍ନତିମୂଳକ ସମସ୍ୟା ଗୁଡିକୁ ବ୍ଲକ ସ୍ତର କିମ୍ବା ଜିଲ୍ଲା ସ୍ତରକୁ ନେଇ ସେଗୁଡିକର ସମାଧାନ କରିବା ସହ ବିକଶିତ ଗ୍ରାମ ବିକଶିତ ଓଡିଶା ନିର୍ମାଣ କରିବାକୁ ସମସ୍ତେ ଶପଥ ନେବା ଉଚିତ ବୋଲି ସଂଯୋଜକ ବିନାୟକ ଆଚାର୍ଯ୍ୟ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପର୍ଶୁ ଘିଉରିଆ, ଲଛମନ ଭତ୍ରା, ତ୍ରିନାଥ ନାୟକ, ଦୟା ବାରିକ, ସୁନ୍ଦର ମାଳି ପ୍ରମୁଖ ଉପସ୍ଥିତ ଥିଲେ ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri