ମହୁ ଚାଷ କରନ୍ତୁ ଲକ୍ଷପତି ଦିଦି ବନନ୍ତୁ :ବିଧାୟକଙ୍କ ବଡ଼ ଘୋଷଣା ଭଞ୍ଜନଗର ବ୍ଲକର ୨୫ ଶହ ଗ୍ରୁପକୁ ଦିଆଯିବ….

ଭଞ୍ଜନଗର,୧୭/୮(ବାବୁଲା ପ୍ରଧାନ):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ବନ ସୁରକ୍ଷା ସମିତି କର୍ମକର୍ତ୍ତାଙ୍କୁ ଆତ୍ମନିର୍ଭରଶୀଳ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ତେଣୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ଏବଂ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ମିଳିତ ଭାବେ ଆଜକୁ ୭ ଦିନ ହେବ ମହୁଚାଷ ଉପରେ ତାଲିମ ଚାଲିଥିଲା। ତାହା ରବିବାର ଉଦଯାପିତ ହୋଇଯାଇଛି। ଏଥିରେ ୫୦ ଜଣ ମହିଳା ଓ ପୁରୁଷଙ୍କୁ ତାଲିମ ପ୍ରଦାନ କରାଯାଇଥିଲା। ଏହାପରେ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଆବଶ୍ୟକ ଉପକରଣ ଯୋଗାଇ ଦିଆଯାଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାଷୀ ମାନଙ୍କୁ ମହୁ ଚାଷ ବାକ୍ସ, ମହୁ ଅମଳ ଯନ୍ତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବିଧାୟକ ନାୟକ କହିଥିଲେ ଯେ ସମାଜର ସମସ୍ତ ବର୍ଗର ଲୋକଙ୍କ ଉନ୍ନତି ପାଇଁ ଡବଲ ଇଞ୍ଜିନ ସରକାର ନୂଆଁ ନୂଆଁ ପଦକ୍ଷେପ ନେଇଛନ୍ତି। ଏହାଦ୍ବାରା ଲୋକଙ୍କ ଆର୍ଥିକ ମାନଦଣ୍ଡରେ ଉନ୍ନତି ଆସିପାରୁଛି ବୋଲି ବିଧାୟକ କହିଥିଲେ। ଏହି ବନଖଣ୍ଡରେ ବନ୍ୟପ୍ରାଣୀ ଶିକାର , ଜଙ୍ଗଲ ପୋଡ଼ି କମିଛି। ସରକାର ସ୍ୱୟଂ ସହାୟିକା ଗୋଷ୍ଠୀକୁ ସହାୟତା ଯୋଗାଇ ଦେଉଛନ୍ତି। ମହିଳା ମାନେ ପିଲାଙ୍କୁ ପାଠ ପଢ଼ାଇ ଶିକ୍ଷିତ କରାନ୍ତୁ। ପିଲା ଶିକ୍ଷିତ ହେଲେ ନିଜ ପରିବାରର ଉନ୍ନତି ସହ ଦେଶର ଉନ୍ନତି ହୋଇପାରିବ। ଭଞ୍ଜନଗର ବ୍ଲକର ୨୫୦୦ ସ୍ୱୟଂ ସହାୟିକା ଗୋଷ୍ଠୀକୁ ଋଣ ଦିଆଯିବ। ଏଥିସହ ୧୧ ଟି ସ୍ୱୟଂ ସହାୟିକା ଗୋଷ୍ଠୀକୁ ଲାପଟପ୍ ଦିଆଯିବ। ମହିଳା ମାନେ ଆତ୍ମନିର୍ଭରଶୀଳ ହେବାସହ ଆଗକୁ ବଢ଼ୁଛନ୍ତି ବୋଲି ବିଧାୟକ କହିଥିଲେ।

ଡି ଏଫ୍ ଓ ହିମାଂଶୁ ଶେଖର ମହାନ୍ତି ସଭାରେ ଅଧ୍ୟକ୍ଷତା କରିଥିଲେ। ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଚିବ ସଞ୍ଜୟ କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମାଧ୍ୟମରେ ମହିଳା ମାନଙ୍କ ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି କହିଥିଲେ। ୨୦୧୩ ରୁ ରାଜ୍ୟରେ ମହୁ ଚାଷୀଙ୍କୁ ତାଲିମ୍ ଦିଆଯାଇଛି। ୨୦୨୪ ସୁଧା ରାଜ୍ୟରେ ୧୭୨୯ ଜଣ ଚାଷୀଙ୍କୁ ତାଲିମ୍ ଦିଆଯାଇଛି। ବର୍ତ୍ତମାନ ଚାଷୀ ସଂଖ୍ୟା ବୃଦ୍ଧି ପାଇଁ ଆହୁରି ଅଧିକ ପଦକ୍ଷେପ ନିଆଯାଇଛି। ଜଣେ ଚାଷୀଙ୍କୁ ସର୍ବାଧିକ ୧୦୦ ଟି ବାକ୍ସ ଏହି ଯୋଜନାରେ ଦିଆଯାଇପାରିବ ବୋଲି ଶ୍ରୀ ମିଶ୍ର କହିଥିଲେ। ଆଗାମୀ ଦିନରେ ୧୫ ଜଣ ମହୁଚାଷୀ କେରଳ ଯିବେ ଅଧିକ ଜ୍ଞାନ ଆହରଣ କରିବାକୁ ଯିବେ । ଚାଷୀ ମାନେ ସେମାନଙ୍କ ଉତ୍ପାଦିତ ମହୁ ବିଭାଗକୁ ବିକ୍ରି କରିବେ। ଏଥିପାଇଁ ଚାଷୀ ଓ ବିଭାଗ ମଧ୍ୟରେ ଚୁକ୍ତି ହେବ। ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ ବିପଶା ପାରୁଲ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମହିଳା ଆତ୍ମନିର୍ଭରଶୀଳ ହେଲେ ଦେଶ ଆଗକୁ ବଢିବ ବୋଲି କହିଥିଲେ। ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଆର୍ ବିଶ୍ଵନାଥ ନିଲାନଭର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ୭ ବନଖଣ୍ଡରେ ଏହିଭଳି ମହୁ ଚାଷ କରାଯିବ ବୋଲି କହିଥିଲେ । ତେଣୁ ମହିଳା ମାନେ ମହୁ ଚାଷ ସମେତ ଅନ୍ୟାନ୍ୟ ବ୍ୟବସାୟ କରି ଲକ୍ଷପତି ଦିଦି ବନିବାକୁ ଆହ୍ବାନ କରିଥିଲେ। ଭଞ୍ଜନଗର ନର୍ସରୀ ମହୁ ଚାଷ ପାଇଁ ଉଦାହରଣ ହେଉ।
ଲୋକେ ଆତ୍ମନିର୍ଭରଶୀଳ ହେଲେ ଜଙ୍ଗଲ ଉପରେ ସେମାନଙ୍କନିର୍ଭରଶୀଳ କମିବ। ଫଳରେ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ଆର୍ ସି ସି ଏଫ୍ କହିଥିଲେ। ସଭାରେ ଏ ସି ଏଫ୍ ଡ ରଶ୍ମି ରଞ୍ଜନ ସ୍ଵାଇଁ, ବିବେକ କୁମାର ଦାସ, ପ୍ରଦୀପ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ରେଞ୍ଜର ବିମ୍ବାଧର ସାହୁ, ପୃଥିବୀ ରାଜ ପ୍ରଧାନ, ବନପାଳ ବାବୁଲ ସେଠୀ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?