ବିଧାୟକ ବିଜୟଶଙ୍କରଙ୍କ ସହ ପ୍ରେମସମ୍ପର୍କ ମାମଲା: ହାଇକୋର୍ଟ ଗଲେ ସୋମାଲିକା

କଟକ,୧୮ା୩(କାର୍ତ୍ତିକ ସାହୁ): ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟଶଙ୍କର ଦାସ। ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୋଲିସ ଠିକ ଭାବରେ ତଦନ୍ତ କରୁ ନ ଥିବା ଦର୍ଶାଇ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ହାଇକୋର୍ଟ ଯାଇଛନ୍ତି। କୋର୍ଟରେ ରୁଜୁ ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଜୁନ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ। ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ସୋମାଲିକା ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତତ୍ପରତା ନ ଦେଖାଇବାରୁ ସୋମାଲିକା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।
ଏହି ଘଟଣା ଆଲୋଚନା ଚାଲିଥିବାବେଳେ ବିଧାୟକ ବିଜୟଶଙ୍କର ଦାସ କଟକ ଅରୁଣୋଦୟ ନଗର ଅଞ୍ଚଳର ମହିଳା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ(ସବରେଜିଷ୍ଟ୍ରାର)ଙ୍କ ନିକଟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ କରିଥିଲେ। ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହା ଜାଣିବା ପରେ ପଞ୍ଜୀକରଣ ଅଧିକାରୀଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନ ରଦ୍ଦ କରିବାକୁ ଦାବି କରିଥିଲେ। ବିଜୟଶଙ୍କର ତାଙ୍କ ଆବେଦନରେ ପ୍ରତ୍ୟୁଷା ନନ୍ଦଙ୍କୁ ଅବିବାହିତ ବୋଲି ଦର୍ଶାଇଥିଲେ। ମାତ୍ର ପ୍ରତ୍ୟୁଷା ଅବିବାହିତା ନୁହନ୍ତି, ବିବାହିତା ଓ ସେ ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି ବୋଲି ସୋମାଲିକା ଅଧିକାରୀଙ୍କୁ ଅବଗତ କରାଇ ବିଜୟଶଙ୍କର ଆବେଦନରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇଥିଲେ। ଏହାକୁ ନେଇ ପଞ୍ଜୀକରଣ ଅଧିକାରୀ ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ଦାଖଲ କରିବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରି ବିଜୟଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ। ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ସୋମାଲିକା ଦାଖଲ କରିଥିଲେ। ମାତ୍ର ବିଜୟଶଙ୍କର ହାଜର ହୋଇ ନ ଥିଲେ। ସେହିପରି ପ୍ରତ୍ୟୁଷା ନନ୍ଦଙ୍କ ପୂର୍ବତନ ସ୍ବାମୀ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇ ଛାଡ଼ପତ୍ର ଦଲିଲ ଦାଖଲ କରିଥିଲେ। ପୂର୍ବରୁ ପ୍ରତ୍ୟୁଷାଙ୍କ ସହ ତାଙ୍କର ବିବାହ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିବା ସେ ପଞ୍ଜୀକରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କ ପ୍ରଦତ୍ତ ପ୍ରମାଣ ଆଧାରରେ କଟକ


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?