ବିଧାୟକ ବିଜୟଶଙ୍କରଙ୍କ ସହ ପ୍ରେମସମ୍ପର୍କ ମାମଲା: ହାଇକୋର୍ଟ ଗଲେ ସୋମାଲିକା

କଟକ,୧୮ା୩(କାର୍ତ୍ତିକ ସାହୁ): ପୁଣି ଚର୍ଚ୍ଚାରେ ବିଜେଡି ବିଧାୟକ ବିଜୟଶଙ୍କର ଦାସ। ଜଗତସିଂହପୁର ଥାନାରେ ବିଧାୟକ ବିଜୟଶଙ୍କରଙ୍କ ବିରୋଧରେ ହୋଇଥିବା ମାମଲାରେ ପୋଲିସ ଠିକ ଭାବରେ ତଦନ୍ତ କରୁ ନ ଥିବା ଦର୍ଶାଇ ବିଜୟ ଶଙ୍କରଙ୍କ ବାନ୍ଧବୀ ସୋମାଲିକା ହାଇକୋର୍ଟ ଯାଇଛନ୍ତି। କୋର୍ଟରେ ରୁଜୁ ମାମଲାରେ ବିଧାୟକ ବିଜୟ ଶଙ୍କର ଦାଶ ଓ ଜଗତସିଂହପୁର ଏସପିଙ୍କ ସମେତ ୫ଜଣଙ୍କୁ ପକ୍ଷଭୁକ୍ତ କରାଯାଇଛି।
ସୂଚନାଯୋଗ୍ୟ, ବିଧାୟକ ବିଜୟଶଙ୍କର ତାଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଦାସଙ୍କୁ ବିବାହ କରିବା ପାଇଁ ୨୦୨୨ ମେ’ ୧୭ରେ ଜଗତସିଂହପୁର ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ଏହାପରେ ଜୁନ ୧୭ରେ ଉଭୟ ଉପସ୍ଥିତ ରହି ବିବାହ କରିଥାନ୍ତେ। ହେଲେ ସୋମାଲିକା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ପହଞ୍ଚତ୍ଥିବାବେଳେ ବିଜୟଶଙ୍କର ଉପସ୍ଥିତ ହୋଇ ନ ଥିଲେ। ପରବର୍ତ୍ତୀ ସମୟରେ ସୋମାଲିକା ଜଗତସିଂହପୁର ଥାନାରେ ଯୌନ ନିର୍ଯାତନା ଓ ବଳାତ୍କାର ମାମଲା ଦାଏର କରିଥିଲେ। ତେବେ ଏହି ଘଟଣାରେ ପୋଲିସ ତତ୍ପରତା ନ ଦେଖାଇବାରୁ ସୋମାଲିକା ସ୍ଥାନୀୟ କୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।
ଏହି ଘଟଣା ଆଲୋଚନା ଚାଲିଥିବାବେଳେ ବିଧାୟକ ବିଜୟଶଙ୍କର ଦାସ କଟକ ଅରୁଣୋଦୟ ନଗର ଅଞ୍ଚଳର ମହିଳା ପ୍ରତ୍ୟୁଷା ନନ୍ଦଙ୍କୁ ବିବାହ ନିମନ୍ତେ କଟକସ୍ଥିତ ବିବାହ ପଞ୍ଜୀକରଣ ଅଧିକାରୀ(ସବରେଜିଷ୍ଟ୍ରାର)ଙ୍କ ନିକଟରେ ଗତ ସେପ୍ଟେମ୍ବର ୨୧ରେ ଆବେଦନ କରିଥିଲେ। ବିଜୟଶଙ୍କରଙ୍କ ପୂର୍ବତନ ବାନ୍ଧବୀ ସୋମାଲିକା ଏହା ଜାଣିବା ପରେ ପଞ୍ଜୀକରଣ ଅଧିକାରୀଙ୍କୁ ଭେଟି ବିଜୟଶଙ୍କରଙ୍କ ବିବାହ ଆବେଦନ ରଦ୍ଦ କରିବାକୁ ଦାବି କରିଥିଲେ। ବିଜୟଶଙ୍କର ତାଙ୍କ ଆବେଦନରେ ପ୍ରତ୍ୟୁଷା ନନ୍ଦଙ୍କୁ ଅବିବାହିତ ବୋଲି ଦର୍ଶାଇଥିଲେ। ମାତ୍ର ପ୍ରତ୍ୟୁଷା ଅବିବାହିତା ନୁହନ୍ତି, ବିବାହିତା ଓ ସେ ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଛାଡ଼ପତ୍ର ପାଇଛନ୍ତି ବୋଲି ସୋମାଲିକା ଅଧିକାରୀଙ୍କୁ ଅବଗତ କରାଇ ବିଜୟଶଙ୍କର ଆବେଦନରେ ଭୁଲ ତଥ୍ୟ ଦେଇଥିବା ଦର୍ଶାଇଥିଲେ। ଏହାକୁ ନେଇ ପଞ୍ଜୀକରଣ ଅଧିକାରୀ ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ଦାଖଲ କରିବାକୁ ସୋମାଲିକାଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ପଞ୍ଜୀକରଣ ଅଧିକାରୀ ତଥ୍ୟ ପ୍ରମାଣକୁ ଯାଞ୍ଚ କରି ବିଜୟଶଙ୍କର ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କୁ ହାଜର ହେବା ପାଇଁ ନୋଟିସ କରିଥିଲେ। ପ୍ରତ୍ୟୁଷାଙ୍କ ବିବାହ ସଂକ୍ରାନ୍ତୀୟ ପ୍ରମାଣ ସୋମାଲିକା ଦାଖଲ କରିଥିଲେ। ମାତ୍ର ବିଜୟଶଙ୍କର ହାଜର ହୋଇ ନ ଥିଲେ। ସେହିପରି ପ୍ରତ୍ୟୁଷା ନନ୍ଦଙ୍କ ପୂର୍ବତନ ସ୍ବାମୀ ପଞ୍ଜୀକରଣ ଅଧିକାରୀଙ୍କ ନିକଟରେ ହାଜର ହୋଇ ଛାଡ଼ପତ୍ର ଦଲିଲ ଦାଖଲ କରିଥିଲେ। ପୂର୍ବରୁ ପ୍ରତ୍ୟୁଷାଙ୍କ ସହ ତାଙ୍କର ବିବାହ ହୋଇଥିଲା ଓ ପରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଥିବା ସେ ପଞ୍ଜୀକରଣ ଅଧିକାରୀଙ୍କୁ ଅବଗତ କରାଇଥିଲେ। ସୋମାଲିକା ଓ ପ୍ରତ୍ୟୁଷାଙ୍କ ସ୍ବାମୀଙ୍କ ପ୍ରଦତ୍ତ ପ୍ରମାଣ ଆଧାରରେ କଟକ


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri