ଧାରଣାରେ ବସିଲେ ବିଧାୟକ

ନୀଳଗିରି, ୫।୨(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ଦେଇଯାଇଥିବା ସେରଗଡ଼-ନୀଳଗିରି-ଝରଣାଘାଟି ୧୯ନଂ. ରାଜ୍ୟ ରାଜପଥ ଖାଲଖମାପୂର୍ଣ୍ଣ ହୋଇଥିବାରୁ ଯାତାୟାତ କରିବା ବିପଦପୂର୍ଣ୍ଣ ହୋଇପଡ଼ିଛି ା ଉକ୍ତ ରାସ୍ତାର ପ୍ରଶସ୍ତୀକରଣ ପାଇଁ ୮୦କୋଟି ଟଙ୍କା ଅର୍ଥ ମଞ୍ଜୁର କରାଯାଇଥିବା ବେଳେ ବାଲେଶ୍ୱର ପୂର୍ତ୍ତ ବଭାଗ ୧ ପକ୍ଷରୁ ଉକ୍ତ କାର୍ଯ୍ୟକୁ ସମାପନ କରିବା ପାଇଁ ଦାୟିତ୍ୱ ଦିଆଯାଇଛି ା ହେଲେ ଆଜକୁ ୧ବର୍ଷ ଧରି ସଂପୃକ୍ତ ଠିକାଦାର ସଂସ୍ଥା ରାଜ୍ୟ ରାଜପଥ କାର୍ଯ୍ୟକୁ ଅତି ମନ୍ଥର ଗତିରେ କରୁଥିବା ବେଳେ ଠିକାଦାର ପୁରୁଣା ରାସ୍ତାର ମରାମତିର ନାଁ ଧରୁନାହାନ୍ତି। ଦୈନିକ ଉକ୍ତ ରାସ୍ତାରେ ଶହ ଶହ ପଥଚାରୀ, ସ୍କୁଲ ବସ, ଭାରିଯାନ ନିର୍ଭର କରୁଥିବା ବେଳେ ରାସ୍ତା ମରଣଯନ୍ତା ପାଲଟିଛି ା ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସ୍ଥାନୀୟ ବିଧାୟକ ଅସୁସ୍ଥ ଥାଇ ବି ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଧାରଣାରେ ବସିଥିଲେ ା ପ୍ରଶାସନ ପକ୍ଷରୁ ନୀଳଗିରି ଉପଜିଲାପାଳ ମନ୍ଦରଧର ମହାଳିକ, ବାଲେଶ୍ୱର ପୂର୍ତ୍ତ ବିଭାଗ ମୁଖ୍ୟ ନିର୍ମାଣଯନ୍ତ୍ରୀ ରଧାଙ୍ଗଧର ରାଉତ, ଅଧୀକ୍ଷଣ ଯନ୍ତ୍ରୀ ରାମଚନ୍ଦ୍ର ସେଠୀ, ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ଦାସ, ବାଲେଶ୍ୱର ଏସସିଏଫଓ ଶୋଭନ ଦିଗନ୍ତ ଚାନ୍ଦ, କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା, ନୀଳଗିରି ପୂର୍ତ୍ତ ବିଭାଗ ନିର୍ବାହୀଯନ୍ତ୍ରୀ ରଜନୀକାନ୍ତ ମୁନା ଓ କନିଷ୍ଠଯନ୍ତ୍ରୀ ପ୍ରମୁଖଙ୍କ ଉପସ୍ଥିତିରେ ରାଜ୍ୟ ରାଜପଥ କାର୍ଯ୍ୟର ମନ୍ଥରତା ଓ ୮ଟି ଦାବି ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇ ତୁରନ୍ତ କାର୍ଯ୍ୟ ହେବା ପାଇଁ ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri