ଭତ୍ତା ଟଙ୍କା ଘର ନିକଟରେ ପହଞ୍ଚାଇବାକୁ ବିଧାୟକଙ୍କ ଦାବି: ଖରାରେ ଫେରୁଥିବା ବୃଦ୍ଧାବୃଦ୍ଧଙ୍କୁ ଅଟୋ ଭଡ଼ାକରି ଗାଁକୁ ଛାଡ଼ିଲେ

ରାୟଗଡ଼ା,୨୮।୪(ଆଶିଷ ରଞ୍ଜନ ପଣ୍ଡା):ରାଜ୍ୟ ସରକାର ଘର ନିକଟରେ ବାର୍ଦ୍ଧକ୍ୟ ଭତ୍ତା ଟଙ୍କା ପହଞ୍ଚାଇବା ବ୍ୟବସ୍ଥା କରିବାକୁ ରାୟଗଡା ବିଧାୟକ ଆପଲସ୍ବାମୀ କାଡ୍ରାକା ସୋମବାର ଦାବି କରିଛନ୍ତି।ସେ କହିଛନ୍ତି, ବହୁ ବୃଦ୍ଧାବୃଦ୍ଧ ପରିଣତ ବୟସରେ ଠିକ୍‌ ଭାବେ ଚାଲିପାରୁନାହାନ୍ତି। ବୟସ ବଢ଼ିବା ସହ ଦୃଷ୍ଟିଶକ୍ତି ମଧ୍ୟ ହରାଇଲେଣି। ଏଭଳି ସ୍ଥିତିରେ ସେମାନଙ୍କ ଟଙ୍କା ବ୍ୟାଙ୍କ ଖାତାରେ ଜମା ହେଉଥିବାରୁ ଏବଂ ଅଞ୍ଚଳରେ ବ୍ୟାଙ୍କ ନ ଥିବାରୁ ପରିଣତ ବୟସରେ ସେମାନେ ଖରାବର୍ଷାରେ ରାୟଗଡ଼ା ସହରକୁ ଆସି ଆସି ଟଙ୍କା ଉଠାଉଛନ୍ତି। ତେଣୁ ରାଜ୍ୟ ସରକାର ଓ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଆବଶ୍ୟକ ବୋଲି ବିଧାୟକ କାଡ୍ରାକା କହିଛନ୍ତି।
ପ୍ରକାଶ ଯେ, ରାୟଗଡ଼ା ବ୍ଲକ ମହକୁମାଠାରୁ ୧୧ କି.ମି ଦୂର ତାଡ଼ମା ପଞ୍ଚାୟତ ଅର୍ନ୍ତଗତ ଲୁହାଖାଲ ଗ୍ରାମରୁ କେତେଜଣ ବୃଦ୍ଧାବୃଦ୍ଧ ବାର୍ଦ୍ଧକ୍ୟ ଭତ୍ତା ନେବା ପାଇଁ ସୋମବାର ରାୟଗଡ଼ା ବ୍ୟାଙ୍କକୁ ଆସିଥିଲେ। ଭତ୍ତା ଟଙ୍କା ନେବା ପରେ ଖରାରେ ଚାଲି ଚାଲି ନିଜ ଗାଁକୁ ଫେରୁଥିଲେ। ଏହି ସମୟରେ ରାୟଗଡା ବିଧାୟକ କାଡ୍ରକା ଫ୍ଲାଏ ଓଭର ଉପରେ ସେମାନଙ୍କୁ ଦେଖି ଗାଡ଼ି ଅଟକାଇ ଖରାରେ ଚାଲି ଚାଲି କୁଆଡେ ଯାଉଛ ବୋଲି ବୃଦ୍ଧାବୃଦ୍ଧଙ୍କୁ ପଚାରିଥିଲେ। ସେମାନେ ଗାଁକୁ ଫେରୁଥିବା ଜାଣିବା ପରେ ଅଟୋ ଭଡ଼ା କରି ସେମାନଙ୍କୁ ପଠାଇଥିଲେ। ରାୟଗଡ଼ା ବିଧାୟକ କାଡ୍ରାକାଙ୍କ ଏଭଳି ଜନହିତକର କାର୍ଯ୍ୟକୁ ଲୋକେ ପ୍ରଶଂସା କରିଛନ୍ତି। ବିଧାୟକ କାଡ୍ରାକା କୁହନ୍ତି, ପୂର୍ବରୁ ନିର୍ବାଚନରେ ହାରିଥିଲେ ମଧ୍ୟ ଲୋକଙ୍କ ପ୍ରତି ସେବା ମନୋବୃତ୍ତି ଜାରି ରହିଥିଲା। ତେଣୁ ଜୀବନସାରା ଏଭଳି ସମାଜସେବା ଜାରି ରଖିବି ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ତ୍ରୁଟିପୂର୍ଣ୍ଣ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ୱ

ଖୋର୍ଦ୍ଧା,୧୦ା୯(ପ୍ରଭାତ ପାଣିଗ୍ରାହୀ): ଏମ୍‌ଏସ୍‌ଏମ୍‌ଇ ବିଭାଗର କମିଶନର-କମ୍‌-ସଚିବ ତଥା ଇଲେକ୍ଟୋରାଲ ରୋଲ ପର୍ଯ୍ୟବେକ୍ଷକ ରଶ୍ମିତା ପଣ୍ଡା, ଖୋର୍ଦ୍ଧା ଜିଲାକୁ ଦ୍ୱିତୀୟ ଥର ଗସ୍ତରେ ଆସି ଏସ୍‌ଆଇଆର ସମ୍ପର୍କିତ କାର୍ଯ୍ୟର…

ବାଇକ୍‌ରେ ମଦ ଲଦି ଏ ଦୋକାନରୁ ସେ ଦୋକାନକୁ ଚାଲାଣ

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବୃଦ୍ଧି ପାଉଛି । ଯୁବକମାନେ ବାଇକ୍‌ରେ ଲଦି ମଦକୁ…

ଗୋଚର ଜମି ଜବରଦଖଲ ମାମଲା: ଅଭିଯୋଗକାରୀଙ୍କୁ ମିଳୁଛି ଧମକ, ପୀଡ଼ିତ ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହୋଇ…

କର୍ଲାମୁଣ୍ଡା,୧୦ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଗଡ଼ା ଗ୍ରାମରେ ସରକାରୀ ଗୋଚର ଜମି ଜବରଦଖଲ କରି କିଛି ବ୍ୟକ୍ତି ଧାନଚାଷ କରୁଥିବା ଅଭିଯୋଗ…

ଫ୍ୟାନ୍ସି ଷ୍ଟୋରରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ବଲାଙ୍ଗିର,୧୦।୯(ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବଜାରପଡ଼ା ନିକଟରେ ଥିବା ଏକ ଫ୍ୟାନ୍ସି ଷ୍ଟୋରରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଦୋକାନ ଭିତରେ ଥିବା…

ହାତୀକୁ ଧକ୍କା ଦେଲା ଟ୍ରେନ୍‌: ଚାଲିଗଲା ଜୀବନ

ମୁନିଗୁଡ଼ା/ବିଷମକଟକ,୧୦।୯(ନନ୍ଦ କିଶୋର ପଟ୍ଟନାୟକ/ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲାର ମୁନିଗୁଡ଼ା ରେଞ୍ଜ ଅନ୍ତର୍ଗତ ବିଷମକଟକ ବ୍ଲକର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରେନ ଇଞ୍ଜିନ ଧକ୍କାରେ ଏକ ଦନ୍ତା…

ଗାଁ ରାସ୍ତାରେ ଆଣ୍ଠୁଏ ପାଣି: କପା-ଧାନ ଚାଷ ନଷ୍ଟ ଆଶଙ୍କା

କେସିଙ୍ଗା,୧୦।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରୁ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ସାଙ୍ଗକୁ ଘଡ଼ଘଡ଼ି ଓ ବିଜୁଳି ଯୋଗୁ ସମଗ୍ର…

ରଡ଼ିଆ-କଂସାର ଗୋବରୀ ନଦୀବନ୍ଧରେ ୩୦୦ ଫୁଟର ଫାଟ, କାଳ ସାଜିଛି ଚିଙ୍ଗୁଡ଼ି ଘେରି

ମହାକାଳପଡ଼ା,୧୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ରଡ଼ିଆ-କଂସାର-ବଡ଼ଦାଣ୍ଡୁଆ ଗୋବରୀ ନଦୀ ପାର୍ଶ୍ୱ ଲୁଣା ଘେରି ବନ୍ଧ ସପ୍ତାହ ପୂର୍ବେ ଭୁଶୁଡ଼ି ପଡ଼ିବା…

ସୁଟ୍‌କେସ୍‌ରେ ଗଞ୍ଜେଇ ଧରି ବାହାର ରାଜ୍ୟକୁ ଯାଉଥିଲେ ସୁନୀତା: ମାଡ଼ିବସିଲା ପୋଲିସ

ଡୁଙ୍ଗୁରିପାଲି, ୧୦।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଜଣେ ମହିଳାଙ୍କଠାରୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ଜବତ କରି ତାଙ୍କୁ କୋର୍ଟ ଚାଲାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri