ଇଭିଏମ୍‌ ଭାଙ୍ଗି ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ

ଖୋର୍ଦ୍ଧା/ ବୋଲଗଡ଼, ୨୬ା୫ (ପ୍ରଭାତ ପାଣିଗ୍ରାହୀ/ ଦେବବ୍ରତ ହୋତା): ବେଗୁନିଆ ନିର୍ବାଚନମଣ୍ଡଳୀର ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାଜସୁନାଖଳା ନିକଟ କାଉଁରିପାଟଣାର ୧୧୪ ନମ୍ବର ବୁଥରେ ଶନିବାର ଭାଜପା ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବଙ୍କ ଦବଙ୍ଗଗିରି ଦେଖିବାକୁ ମିଳିଛି। ବୁଥ୍‌ରେ ପଶି ପୋଲିଂ, ପ୍ରିଜାଇଡିଂ ଅଧିକାରୀଙ୍କୁ ଆକ୍ରମଣ କରିବା ସହ ଇଭିଏମ୍‌ ଭାଙ୍ଗିବା ଅଭିଯୋଗରେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ପ୍ରଜାଇଡିଂ ଅଫିସର ଜ୍ଞାନରଞ୍ଜନ ତ୍ରିପାଠୀଙ୍କ ଅଭିଯୋଗକ୍ରମେ ବୋଲଗଡ଼ ଥାନାରେ ଏକ ମାମଲା(ନଂ.୧୧୭/୨୦୨୪) ରୁଜୁ କରାଯାଇ ଜଗଦ୍ଦେବଙ୍କୁ ଗିରଫ କରାଯାଇଥିବା ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବରାଳ ସୂଚନା ଦେଇଛନ୍ତି।

ଜଣେ ପ୍ରତ୍ୟକ୍ଷଦର୍ଶୀ ମହିଳାଙ୍କ କହିବା ଅନୁଯାୟୀ, କାଉଁରିପାଟଣା ୧୧୪ ନମ୍ବର ବୁଥରେ ମତଦାନ ଚାଲିଥିଲା। ଭୋଟରମାନେ ଲମ୍ବାଧାଡ଼ିରେ ଛିଡ଼ା ହୋଇଥିଲେ। ଏହି ସମୟରେ ଜଗଦ୍ଦେବ ସମର୍ଥକଙ୍କ ସହ ବୁଥ ଭିତରେ ପଶିଥିଲେ। ପୋଲିଂ ଅଧିକାରୀଙ୍କୁ କିଛି କହିଥିଲେ, ତେବେ ସେ କାମରେ ବ୍ୟସ୍ତ ଥିବାରୁ ଶୁଣି ପାରି ନ ଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ପ୍ରଶାନ୍ତ ତାଙ୍କୁ ଗାଳିଗୁଲଜ କରିଥିଲେ। ସେଠାରେ ଉପସ୍ଥିତ ସମ୍ପୃକ୍ତ ମହିଳା ଜଣକ ବିରୋଧ କରିବାରୁ ଜଗଦ୍ଦେବ ତାଙ୍କୁ ମଧ୍ୟ ଖରାପ ବ୍ୟବହାର କରିବା ସହ ପୋଲିଂ ଅଧିକାରୀ ଓ ପ୍ରିଜାଇଡିଂ ଅଫିସରଙ୍କୁ ଆକ୍ରମଣ କରିଥିଲେ। ପରେ ବୁଥ୍‌ ଭିତରେ ଠେଲାପେଲା ହୋଇଥିଲା। ଏପରି କି ବୁଥ୍‌ ଭିତରେ ଇଭିଏମ୍‌କୁ ଭାଙ୍ଗି ଦେଇଥିଲେ। ଫଳରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଭୁବନେଶ୍ୱର ଲୋକ ସଭା ପ୍ରାର୍ଥୀ ଅପରାଜିତାଙ୍କ ଗାଡ଼ିରେ ବସି ଜଗଦ୍ଦେବ ସେଠାରୁ ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଟିମ୍‌ ଉକ୍ତ ଗାଡ଼ିର ପିଛା କରି ବୋଲଗଡ଼-ବେଗୁନିଆ ରାସ୍ତାରେ ଅଟକାଇ ଜଗଦ୍ଦେବଙ୍କୁ ଧରି ବୋଲଗଡ଼ ଥାନାକୁ ଆଣିଥିଲା। ତେବେ ଉକ୍ତ ଘଟଣାରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ଦର୍ଶାଇ ଥାନା ପରିସରରେ ଜଗଦ୍ଦେବ ସମର୍ଥକଙ୍କ ସହ ଧାରଣା ଦେଇଥିଲେ। ପରେ ତାଙ୍କୁ ଏସ୍‌ଡିପିଓ ଦିଲୀପ ଦାସ ବୁଝାଶୁଝା କରି ଖୋର୍ଦ୍ଧାକୁ ନେଇଆସିଥିଲେ। ତେବେ ପରେ ପ୍ରିଜାଇଡିଂ ଅଫିସରଙ୍କ ଅଭିଯୋଗକ୍ରମେ ପୋଲିସ ଜଗଦ୍ଦେବଙ୍କୁ ଗିରଫ କରିଛି। ଅନ୍ୟପଟେ ଏଭଳି ଅସ୍ବାଭାବିକ ସ୍ଥିତିଯୋଗୁ ଉକ୍ତ ବୁଥ୍‌ରେ ମତଦାନ କିଛି ସମୟ ପାଇଁ ବନ୍ଦ ରହିଥିଲା। ସ୍ଥିତି ସ୍ବାଭାବିକ ହେବା ପରେ ମତଦାନ ପୁଣି ହୋଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଅପରପକ୍ଷରେ ଇଭିଏମ୍‌ ଭଙ୍ଗା ଘଟଣାକୁ ଜଗଦ୍ଦେବ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, ଜଣେ ଉନ୍ମତ୍ତ ଯୁବକ ହଠାତ୍‌ ବୁଥରେ ପଶି ଭଙ୍ଗାରୁଜା କରିଥିଲେ। ତାଙ୍କୁ ବୁଝାଶୁଝା କରିବା ସମୟରେ ଉତ୍ତେଜନା ପ୍ରକାଶ ପାଇବା ସହ ଠେଲାପେଲା ହୋଇଥିଲା। ପରେ ମୁଁ ସେଠାରୁ ପଳାଇ ଆସିଥିଲି ବୋଲି କହିଛନ୍ତି।

ଏହି ଘଟଣାକୁ ନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ବିଜେଡିର ଏକ ଟିମ୍‌ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ପ୍ରଶାନ୍ତ ଜଗଦ୍ଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ଏନେଇ ରାଜ୍ୟ ସଭା ସଦସ୍ୟ ସସ୍ମିତ୍‌ କହିଛନ୍ତି, ପୂର୍ବରୁ ମଧ୍ୟ ବିଭିନ୍ନ ଘଟଣାରେ ଜଗଦ୍ଦେବଙ୍କ ବିରୋଧରେ ୩ଥର ଅଭିଯୋଗ କରାଯାଇଛି। ହେଲେ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଅଭିଯୋଗ ସତ୍ତ୍ୱେ କାହିଁକି ଜଗଦ୍ଦେବଙ୍କ ବିରୋଧରେ ପଦକ୍ଷେପ ନିଆଯାଉ ନାହିଁ ବୋଲି ସସ୍ମିତ୍‌ ପ୍ରଶ୍ନ କହିଛନ୍ତି। ପ୍ରକାଶ ଯେ, ଖୋର୍ଦ୍ଧା ଟାଉନ ଥାନା ଏବଂ ଏସ୍‌ଡିପିଓ କାର୍ଯ୍ୟାଳୟ ଘେରାଉ ସହ ଆବଶ୍ୟକ ପଡ଼ିଲେ ନିର୍ବାଚନ କରାଇଦେବେ ନାହିଁ ବୋଲି ଗତ ୨୧ତାରିଖରେ ଜଗଦ୍ଦେବ ଗଣମାଧ୍ୟମରେ ଧମକ୍‌ ଦେଇଥିଲେ। ଏନେଇ ଜଗଦ୍ଦେବଙ୍କ ବିରୋଧରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମାଲେସିଆ ବୁଲିବେ ଓଡ଼ିଶା ଚାଷୀ

ଭୁବନେଶ୍ୱର,୧୮।୪: ଓଡ଼ିଶା କୃଷି ବିଭାଗ ପକ୍ଷରୁ ଶୁକ୍ରବାର ଏକ ବଡ଼ ପଦକ୍ଷେପ ନିଆଯାଇଛି। ଶୁକ୍ରବାରଠାରୁ ୭ ଦିନିଆ ମାଲେସିଆ ଗସ୍ତରେ ଯାଇ କୃଷି ଭିତ୍ତିକ ଶିଳ୍ପ...

ବାଇକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଆନନ୍ଦପୁର,୧୮ା୪(ସୁଶାନ୍ତ କୁମାର ସାହୁ): ଚକ୍ରତୀର୍ଥରୁ ନିଜ ଘର ପୁରୁଣାଘାଟି ଫେରୁଥିବା ସମୟରେ କିଷାନ ପ୍ରଧାନ ନାମକ ଜଣେ ଯୁବକ କୁସବଣୀ ଛକ ନିକଟରେ ବାଇକ୍‌ ସ୍ଲିପ୍‌...

Top 5 temples in Western Odisha: ପଶ୍ଚିମ ଓଡ଼ିଶାର ଟପ୍‌-୫ ମନ୍ଦିର

ପଶ୍ଚିମ ଓଡ଼ିଶାରେ ଅନେକ ଐତିହାସିକ ଓ ଧାର୍ମିକ ମନ୍ଦିର ରହିଛି, ଯାହା ସାଂସ୍କୃତିକ ଓ ସ୍ଥାପତ୍ୟ ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ମନ୍ଦିରଗୁଡ଼ିକରେ ଶୈବ, ବୈଷ୍ଣବ...

‘ବିଶ୍ୱରେ ତାଙ୍କ ପରି କେହି ନାହିଁ, ୧୦୦ ପ୍ରତିଶତ ହେବ ଚୁକ୍ତି’, Giorgia Meloniଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ…

ଓ୍ବାଶିଂଟନ,୧୮।୪: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କୁ ଭେଟିଥିଲେ, ଯିଏ ଗୁରୁବାର ଶୁଳ୍କ ଯୁଦ୍ଧ ମଧ୍ୟରେ ହ୍ବାଇଟ ହାଉସର ଏକ ସରକାରୀ...

ମୁର୍ଶିଦାବାଦ ହିଂସାକୁ ନେଇ ଜ୍ଞାନ ଦେଉଥିଲା Bangladesh ଭାରତ କହିଲା, ପ୍ରଥମେ ନିଜ ଘର ସମ୍ଭାଳ

ନୂଆଦିଲ୍ଲୀ,୧୮।୪: ପଶ୍ଚିମବଙ୍ଗରେ ୱକଫ ଆଇନକୁ ନେଇ ହିଂସା ଉପରେ Bangladeshର ମନ୍ତବ୍ୟକୁ ଭାରତ ଦୃଢ଼ ଭାବରେ ପ୍ରତ୍ୟାଖ୍ୟାନ କରିଛି। ଭାରତ କହିଛି ଯେ ଏହି ମନ୍ତବ୍ୟ...

Houthi ବିଦ୍ରୋହୀଙ୍କ ଉପରେ ପୁଣି ଆମେରିକା ସେନାର ଆକ୍ରମଣ, ବୋମା ମାଡରେ ୩୮ ମୃତ, ୧୦୨ ଆହତ

ଦୁବଇ,୧୮।୪: ୟେମେନର Houthi ବିଦ୍ରୋହୀମାନେ ଦାବି କରିଛନ୍ତି ଯେ ଆମେରିକା ରାସ ଇସା ତୈଳ ବନ୍ଦର ଉପରେ ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ଅତି...

Top 5 Cyclone In Odisha: ଓଡ଼ିଶାବାସୀଙ୍କୁ ଥରାଇ ଦେଇଥିଲା ଏହି ୫ ବାତ୍ୟା,ଆଜି ବି ମନେପଡ଼େ ସେହି କରାଳ ରୂପ…

ଓଡ଼ିଶା ଭାରତର ପୂର୍ବ ଉପକୂଳରେ ଅବସ୍ଥିତ। ଫଳରେ ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟାର ପ୍ରଭାବରେ ବାରମ୍ବାର କ୍ଷତିଗ୍ରସ୍ତ ହୋଇଛି। ଓଡ଼ିଶା ଇତିହାସରେ ଅନେକ ବାତ୍ୟା ଭୟଙ୍କର କ୍ଷୟକ୍ଷତି...

ପାକିସ୍ତାନକୁ ନାଲି ଆଖି ଦେଖାଇଲା ବାଂଲାଦେଶ! କହିଲା କ୍ଷମା ମାଗୁ ପାକିସ୍ତାନ, ଜାଣନ୍ତୁ Yunusଙ୍କ ପ୍ଲାନ

ଢାକା,୧୮।୪: ୧୯୭୧ ମସିହାର ମୁକ୍ତି ଯୁଦ୍ଧ ସମୟରେ ପାକିସ୍ତାନୀ ସେନା ଦ୍ୱାରା ବଙ୍ଗାଳୀମାନଙ୍କ ଉପରେ ହୋଇଥିବା ଅତ୍ୟାଚାର ପାଇଁ ବାଂଲାଦେଶ ପାକିସ୍ତାନକୁ ଆନୁଷ୍ଠାନିକ ଭାବରେ କ୍ଷମା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri