ମିଶ୍ରିତ ଶିକ୍ଷା

କୋଭିଡ୍‌-୧୯ ଯୋଗୁ ସର୍ବାଧିକ ପ୍ରଭାବିତ ହୋଇଛି ଶିକ୍ଷା ବ୍ୟବସ୍ଥା। ଦୀର୍ଘ ୧୫ ମାସ ପିଲାମାନେ ଘରେ ରହି ଅନ୍‌ଲାଇନ୍‌ରେ ପାଠ ପଢ଼ୁଛନ୍ତି। ଯେଉଁମାନଙ୍କ ପାଖରେ ସ୍ମାର୍ଟଫୋନ୍‌ର ସୁବିଧା ନାହିଁ ସେମାନେ ପଢ଼ାରୁ ସମ୍ପୂର୍ଣ୍ଣ ବଞ୍ଚିତ ହୋଇଛନ୍ତି। ଆଗକୁ ଭୂତାଣୁର ପ୍ରଭାବ କମିଲା ପରେ ଯେତେବେଳେ ସ୍କୁଲ ଖୋଲିବ ସେତେବେଳେ ଶୈକ୍ଷିକ ବାତାବରଣ କ’ଣ ରହିବ ତାହାକୁ ନେଇ ଅନେକ ଅନୁମାନ ଲଗାଯାଇପାରେ। କିନ୍ତୁ ବିଦ୍ୟାଳୟ କେବେ ଖୋଲିବ ତାହା କହିବା ଆଜିର ସ୍ଥିତିରେ କଷ୍ଟକର। ଭାରତୀୟ ଶିକ୍ଷା ବ୍ୟବସ୍ଥା ଯେଉଁ ଢାଞ୍ଚାରେ ଗଡ଼ି ଆସିଛି, ସେଥିରୁ ଅନୁମାନ ଲଗାଯାଇପାରେ ଯେ ସ୍କୁଲ ଖୋଲିବା ମାତ୍ରେ ସମ୍ପୂର୍ଣ୍ଣ ଭାବେ ପୁରୁଣା ଶୈଳୀକୁ ପିଲାଙ୍କୁ ଫେରାଇ ନିଆଯିବ। ଯେପରି କି ଏହି କରୋନା ମହାମାରୀରୁ ଭାରତୀୟ ଶିକ୍ଷା ବ୍ୟବସ୍ଥା କିଛି ଶିକ୍ଷା ପାଇଲା ନାହିଁ। କୋଭିଡ୍‌ ଯୋଗୁ ବାଧ୍ୟବାଧକତାରେ ହେଉ ପଛେ ଶିକ୍ଷା ବ୍ୟବସ୍ଥାକୁ ଅନ୍‌ଲାଇନ୍‌ ମାଧ୍ୟମ ଆପଣାଇବାକୁ ପଡ଼ିଲା। ଶିକ୍ଷୟିତ୍ରୀ ଶିକ୍ଷକଙ୍କଠାରୁ ଆରମ୍ଭକରି ଛାତ୍ରୀଛାତ୍ର ସମସ୍ତେ କ୍ରମଶଃ ଏହି ନୂଆ ପ୍ରଣାଳୀ ସହ ଅଭ୍ୟସ୍ତ ହେଲେ। ଏଥିରେ ବିଭିନ୍ନ ଅସୁବିଧା ଦେଖା ଦେଇଥିଲେ ମଧ୍ୟ ଏହାର ସକାରାତ୍ମକ ଦିଗକୁ ଅଣଦେଖା କରିହେବ ନାହିଁ। ତେବେ ସ୍କୁଲ ଖୋଲିଲେ ମନେହୁଏ ଯେପରି ଏସବୁକୁ ତୁରନ୍ତ ଭୁଲିଯାଇ ପୁଣି ଯେଉଁ କଥାକୁ ସେଇ କଥାରେ ପଡ଼ିଯିବେ। ଏମିତି ହେଲେ ପୁନଶ୍ଚ ଯେବେ କେବେ କୋଭିଡ୍‌-୧୯ ଭଳି ଅନ୍ୟ ବିପଦ ଆସିବ ସେହି ସମୟରେ ଆମର ବ୍ୟବସ୍ଥାକୁ ‘ଦାସେ ଆଇଲେ ମୂଳରୁ ଗାଆ’ ଭଳି ପ୍ରସ୍ତୁତ ହେବାକୁ ପଡ଼ିବ। ତେଣୁ ପ୍ରଶ୍ନ ଉଠିବା ସ୍ବାଭାବିକ ଯେ, ପରିବର୍ତ୍ତିତ ସ୍ଥିତିକୁ ସାମ୍ନା କରିବା ଲାଗି ଆମେ କେତେ ସଜାଗ ହେଉଛେ। ଉତ୍ତର ରଖାଯାଇପାରେ ଯେ, ଏକ ହାଇବ୍ରିଡ୍‌ ବା ମିଶ୍ରିତ ଶିକ୍ଷା ବ୍ୟବସ୍ଥା ବିକଶିତ କରାଯାଇପାରିଲେ ଭବିଷ୍ୟତରେ ଯେଉଁଭଳି ସ୍ଥିତି ଉପୁଜିଲେ ମଧ୍ୟ ତାହାକୁ ସାମ୍ନା କରାଯାଇପାରନ୍ତା। ସେଥିପାଇଁ ପାଗ ଭିଡ଼ିବା ଲାଗି ଏହି ସମୟ ପ୍ରକୃଷ୍ଟ ଅବସର ସୃଷ୍ଟି କରିଛି।
ଆପ୍ତବାକ୍ୟ ରହିଛି-ଅଭାବ ହିଁ ଉଦ୍ଭାବନର ଜନନୀ। କରୋନା ହେଉଛି ସେହିଭଳି ଏକ ଆହ୍ବାନ ଯାହା ମଣିଷକୁ ବିକଳ୍ପ ସନ୍ଧାନ ଲାଗି ସୁଯୋଗ ଦେଇଛି । ତେଣୁ ଅଫ୍‌ଲାଇନ୍‌ ଓ ଅନ୍‌ଲାଇନ୍‌ର ମିଶ୍ରଣ ଘଟି ଯେଉଁ ଶିକ୍ଷା ବ୍ୟବସ୍ଥା ପିଲାଙ୍କୁ ଭେଟି ଦିଆଯାଇପାରନ୍ତା, ତାହା ଦ୍ୱାରା ସେମାନେ ଯେକୌଣସି ପରିସ୍ଥିତିକୁ ସମ୍ମୁଖୀନ ହେବା ଲାଗି ପ୍ରସ୍ତୁତ ହୁଅନ୍ତେ। ପୂର୍ବରୁ ଆମେ ରେନିଡେ’ ବା ବର୍ଷାଦିନ ଛୁଟି ଦେଖିଥିଲୁ। ମନ ବହୁତ ଖୁସି ହେଉଥିଲା। ଏବେ ନୂତନ ପୃଥିବୀରେ ଜଳବାୟୁ ଓ ପରିବେଶଗତ ପରିବର୍ତ୍ତନ ଘଟୁଥିବାରୁ ସାଧାରଣ ଜୀବନଯାପନ ବ୍ୟାହତ ହେଉଛି। ଉଦାହରଣ ସ୍ବରୂପ ବିଗତ କେତେବର୍ଷ ହେବ ଦେଖିଆସୁଛୁ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଯୋଗୁ ଖରାଦିନ ଛୁଟିର ଅବଧିକୁ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ପିଲାଙ୍କ ପାଠ୍ୟକ୍ରମ ଶେଷ ହୋଇପାରୁ ନାହିଁ। ସେଭଳି ସ୍ଥିତିରେ ମହାମାରୀ ସମୟର ଶିକ୍ଷା ଯାହାକି ଅନ୍‌ଲାଇନ୍‌ ପାଠପଢ଼ା କରାଇ ଦେଇଥିଲା, ତାହା ବିଶେଷ କାମରେ ଆସିବ। ଅନ୍‌ଲାଇନ୍‌ ପାଠପଢ଼ାକୁ ଅନେକେ ବିରୋଧ କରନ୍ତି, କାରଣ ସେମାନଙ୍କ ଚିନ୍ତାଧାରାରେ ଗରିବ ଛାତ୍ରୀଛାତ୍ର ଶିକ୍ଷାରୁ ବଞ୍ଚିତ ହେଉଛନ୍ତି। ସେହି ଚିନ୍ତା ନିଶ୍ଚିତ ଯଥାର୍ଥ। ତେଣୁ ସରକାର ଯୋଗାଇଦେଉଥିବା ମଧ୍ୟାହ୍ନଭୋଜନ, ପୋଷାକ, ସାଇକେଲ ଇତ୍ୟାଦି କିଛିବର୍ଷ ପାଇଁ ବନ୍ଦ କରିଦେଇ କମ୍ପ୍ୟୁଟର ଓ ସ୍ମାର୍ଟଫୋନ୍‌ ଏବଂ ଇଣ୍ଟରନେଟ୍‌ ସଂଯୋଗ ଦିଆଇପାରନ୍ତେ।
ପାରମ୍ପରିକ ଶିକ୍ଷା ବ୍ୟବସ୍ଥାରେ ମାତାପିତା ଓ ଅଭିଭାବକ ପିଲାର ପାଠପଢ଼ା ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପରେ ପ୍ରାୟତଃ ଛାଡ଼ି ଦେଇଥିଲେ। ଯେବେଠାରୁ ଅନ୍‌ଲାଇନ୍‌ କ୍ଲାସ୍‌ ଚାଲିଲାଣି ମାତାପିତା ପିଲାମାନଙ୍କ ପାଠ ସହିତ ଓତପ୍ରୋତ ଜଡ଼ିତ ହେବାକୁ ବାଧ୍ୟ ହେଉଛନ୍ତି। ଏହାଦ୍ୱାରା ବୟସ୍କମାନେ ପୁନଃ ଶିକ୍ଷିତ ହେଉଛନ୍ତି। ଏଠାରେ ‘ବାଇଜୁ’ ଏବଂ ‘ଖାନ୍‌ ଏକାଡ଼େମୀ’ ଭଳି କେତେକ ଅନ୍‌ଲାଇନ୍‌ ଶିକ୍ଷାଦାନ କରୁଥିବା କମ୍ପାନୀର ଉଦାହରଣ ଦେଖାଯାଇପାରେ। ଏହିଭଳି କେତୋଟି ସଂସ୍ଥା ଅନେକ ବର୍ଷ ପୂର୍ବରୁ ଅନ୍‌ଲାଇନ୍‌ ଶିକ୍ଷା ପ୍ରଦାନ କରିବାରେ ଆଗେଇ ଆସିଥିଲେ। ଭାରତୀୟ କମ୍ପାନୀ ‘ବାଇଜୁ’ର ଆନୁମାନିକ ମୂଲ୍ୟ ଏବେ ୧୫ ବିଲିୟନ ଆମେରିକୀୟ ଡଲାର ବୋଲି କୁହାଯାଉଛି। ଏବେ ଯାହାକୁ ଯେତେ ଅନ୍‌ଲାଇନ୍‌ ଶିକ୍ଷକ ଏବଂ ପାଠପଢ଼ା ଆରମ୍ଭ ହେଲାଣି। ଏହି ସୁବିଧାକୁ ହାତଛଡ଼ା କରିବା ଉଚିତ୍‌ ନୁହେଁ। ପିଲାମାନଙ୍କ ମାନସିକ ସ୍ଥିତିକୁ ଦେଖି ଭବିଷ୍ୟତ ପଢ଼ା ବ୍ୟବସ୍ଥାକୁ ସେହି ପୁରୁଣା ଢାଞ୍ଚାକୁ ଟାଣିନେବା ପରିବର୍ତ୍ତେ ନୂତନ ବ୍ୟବସ୍ଥାକୁ ସ୍ବୀକାର କରିବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚେନ୍ନାଇର ଚିତଲାପକ୍କମ ନିକଟରେ ଥିବା ଚିତଲାପକ୍କମ ହ୍ରଦ ନିକଟବର୍ତ୍ତୀ ଅଞ୍ଚଳରେ ଖରାଦିନେ ନଳକୂପ ଶୁଖିଯାଏ। ବର୍ଷର ଅନ୍ୟ ସମୟରେ ବି ସେଗୁଡ଼ିକରୁ ଆବଶ୍ୟକ ପାଣି ବାହାରେ ନାହିଁ।…

ପ୍ରଶାସନିକ ସ୍ବଚ୍ଛତା ଏକ ପ୍ରଶ୍ନବାଚୀ

ପ୍ରଶାସନିକ ବ୍ୟବସ୍ଥାରେ ସ୍ବଚ୍ଛତା ଓ ନିରପେକ୍ଷତା ଆଣିବା ଲାଗି ସରକାର ଯେତେ ଯାହା ପଦକ୍ଷେପ ଗ୍ରହଣ କଲେ ମଧ୍ୟ ତାହା ସଫଳ ହୋଇପାରୁନି। ବିଭିନ୍ନ କ୍ଷେତ୍ରରେ କିଭଳି…

ସମୟ ବ୍ୟାଙ୍କ୍‌ର ସେବାପୁଞ୍ଜି

ବ୍ୟାଙ୍କ୍‌ରେ ସଞ୍ଚତ୍ତ ସମସ୍ତ ଅର୍ଥ ଉଠାଇ ଆଣି ରାଜଧାନୀର ଏକ ପ୍ରମୁଖ ଇଞ୍ଜିନିୟରିଂ କଲେଜରେ ନିଜ ପୁଅର ନାମ ଲେଖାଉଥିବା ଜଣେ ମଧ୍ୟବର୍ଗୀୟ ପିତା ତାଙ୍କ ବନ୍ଧୁକୁ…

ଗରିବ ହୋଇ ରହିବୁ

ଚଳିତ ସପ୍ତାହରେ ଏକ ବିଦେଶୀ ଗଣମାଧ୍ୟମ ମୋର ସାକ୍ଷାତ୍‌କାର ନେଇଥିଲା। ଏହା ଶେଷ ହେବା ପରେ ସାକ୍ଷାତ୍‌କାର ନେଇଥିବା ଖବରଦାତା କହିଥିଲେ, ଭାରତର ସ୍ଥିତି ଏଭଳି ହୋଇଛି…

ଏଇ ଭାରତରେ

ଚେନ୍ନାଇ ପେରୁଙ୍ଗୁଡ଼ିର ସିରାଜ ଖାନ୍‌ ଜଣେ ଶିକ୍ଷୟିତ୍ରୀ। ସେ ତାଙ୍କ କର୍ମମୟ ଜୀବନରୁ ସମୟ ବଞ୍ଚାଇ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବାରେ ଲାଗିଛନ୍ତି। ଏହା କୌଣସି ସରକାରୀ ସହଯୋଗରେ…

ଆଧ୍ୟାତ୍ମିକ ପଥେ

ଏବେ ଚାରିଆଡେ ଆଲୋଚନା ହେଉଛି ଯେ, ଆମ ଯୁବଶକ୍ତି ଭୁଲ ଦିଗର ପଥଯାତ୍ରୀ ହେଉଛନ୍ତି, ସ୍ବାଧୀନତା ନଁାରେ ସ୍ବେଚ୍ଛାଚାରିତା ଏବଂ ଅତ୍ୟାଧୁନିକତାକୁ ଆପଣେଇ ନେଉଛନ୍ତି। ଏହି ପରିପ୍ରେକ୍ଷିରେ…

ବ୍ୟକ୍ତିଗତ ସ୍ବାଧୀନତା ଓ ପୋଲିସ କ୍ଷମତା

ଗୋଟିଏ ଗଣତାନ୍ତ୍ରିକ ଏବଂ ଆଇନ ଅନୁଶାସିତ ରାଷ୍ଟ୍ରରେ ପୋଲିସ ବ୍ୟବସ୍ଥା ହେଉଛି ସମାଜର ସୁରକ୍ଷା ଓ ଶୃଙ୍ଖଳାର ମେରୁଦଣ୍ଡ। ଅପରାଧମୁକ୍ତ ସମାଜ ଗଠନ ଏବଂ ସାଧାରଣ ନାଗରିକଙ୍କ…

ୟୁପିରେ ଅଦଳବଦଳ

ନିକଟରେ ଉତ୍ତର ପ୍ରଦେଶ(ୟୁପି)ରେ ବାବୁ ଅଦଳବଦଳ କରାଯାଇଛି। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟରେ ୨୦୨୪ ବ୍ୟାଚ୍‌ର ୧୮ ଜଣ ଯୁବ ଆଇଏଏସ୍‌ ଅଧିକାରୀଙ୍କୁ ଆସିଷ୍ଟାଣ୍ଟ ମାଜିଷ୍ଟ୍ରେଟରୁ ଜଏଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri