Posted inଖେଳ

ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କଲେ ମିତାଲି

ନୂଆଦିଲ୍ଲୀ,୮।୬: ଭାରତୀୟ ମହିଳା କ୍ରିକେଟର ଟେଷ୍ଟ ଏବଂ ଦିନିକିଆ ଟିମ୍‌ର ଅଧିନାୟକ ମିତାଲି ରାଜ ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ସନ୍ୟାସ ଘୋଷଣା କରିଛନ୍ତି। ୩୯ ବର୍ଷୀୟ ମିତାଲି ଅନ୍ତର୍ଜାତୀୟ କ୍ରିକେଟରେ ପ୍ରତିନିଧିତ୍ୱ କରି ଅନେକ ରେକର୍ଡ ନିଜ ନାମରେ କରିଛନ୍ତି। ମହିଳା ଦିନିକିଆରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ମିତାଲିଙ୍କ ନାଁରେ ରହିଛି। ସେ ଭାରତ ପାଇଁ ୨୩୨ଟି ମ୍ୟାଚ ଖେଳି ୫୦.୬୮ ହାରରେ ୭୮୦୫ ରନ କରିଛନ୍ତି। ତାଙ୍କର ଏହି ଉପଲବ୍ଧିକୁ ବିଶ୍ୱର କୌଣସି ମହିଳା କ୍ରିକେଟର ଅତିକ୍ରମ କରି ପାରି ନାହାନ୍ତି। ନିକଟରେ ନ୍ୟୁଜିଲ୍ୟାଣ୍ଡରେ ଖେଳା ଯାଇଥିବା ଦିନିକିଆ ମହିଳା ବିଶ୍ୱକପରେ ମିତାଲି ଭାରତର ନେତୃତ୍ୱ ନେଇଥିଲେ।

ମିତାଲି ଟୁଇଟ କରି ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସେ ନିଜ ପୋଷ୍ଟରେ ଲେଖିଛନ୍ତି, ଦୀର୍ଘ ବର୍ଷ ଧରି ଆପଣମାନଙ୍କ ସହଯୋଗ ଓ ସମର୍ଥନ ପାଇଁ ଧନ୍ୟବାଦ। ମୁଁ ଆପଣମାନଙ୍କ ସମର୍ଥନ ଓ ଆର୍ଶୀବାଦ ସହ ଦ୍ୱିତୀୟ ଇନିଂସ ଆରମ୍ଭ କରିବାକୁ ଯାଉଛି। ପ୍ରଥମେ ଖେଳାଳି ଓ ପରେ ଭାରତୀୟ ମହିଳା ଟିମ ଅଧିନାୟକ ଭାବେ ମୋତେ ବହୁତ ସମର୍ଥନ ମିଳିଛି। ଭାରତର ନେତୃତ୍ୱ ଦୀର୍ଘ ବର୍ଷ ଧରି ନେବା ଗର୍ବର ବିଷୟ। ମୋ ୨୩ ବର୍ଷର ଯାତ୍ରା ସମ୍ଭବତଃ ଶେଷ ହୋଇ ଯାଇଛି। କିନ୍ତୁ ମୁଁ ଯେଉଁ ଖେଳକୁ ଏତେ ଭଲ ପାଉଛି, ନିଶ୍ଚିତ ତା’ ସହ ଯୋଡ଼ି ହୋଇ ରହିବି। ଭାରତ ତଥା ବିଶ୍ୱରେ ମହିଳା କ୍ରିକେଟର ଉନ୍ନତି ପାଇଁ ମୁଁ ଯଥା ସମ୍ଭବ ଚେଷ୍ଟା କରିବି ବୋଲି ମିତାଲି କହିଛନ୍ତି। ଏହାଛଡ଼ା ସେ ସ୍ବତନ୍ତ୍ର ଭାବେ ବିସିସିଆଇ ଓ ସମ୍ପାଦକ ଜୟ ଶାହଙ୍କୁ ଧନ୍ୟବାଦ ଦେଇଛନ୍ତି।

୧୯୯୯ ଜୁନରେ ମିତାଲି ୧୬ ବର୍ଷ ବୟସରେ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଭାରତ ପାଇଁ ଡେବ୍ୟୁ କରିଥିଲେ। ଏହାପରଠାରୁ ସେ ପଛକୁ ଫେରି ଚାହିଁନାହାନ୍ତି। ଦୀର୍ଘ ୨ ଦଶନ୍ଧିରୁ ଅଧିକ ସମୟ ଧରି ଭାରତୀୟ ମହିଳା କ୍ରିକେଟର ସଦସ୍ୟ ଓ ଅଧିନାୟକ ହୋଇଥିବା ମିତାଲି ଅନେକ ରେକର୍ଡର ଅଧିକାରୀ। ତାଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ୨୦୧୭ ବିଶ୍ୱକପ ଫାଇନାଲ ଖେଳିଥିଲା। ତେବେ ଇଂଲଣ୍ଡଠାରୁ ଦଳ ହାରି ଯାଇଥିଲା। ୨୦୦୫ ମସିହା ଦିନିକିଆ ମହିଳା ବିଶ୍ୱକପ ଫାଇନାଲରେ ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆଠାରୁ ହାରିଥିଲା। ଏହି ସମୟରେ ମଧ୍ୟ ମିତାଲି ଦଳର ଅଧିନାୟକ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୌରିସିଓଙ୍କ ଡବଲ ଗୋଲ ସମ୍ମାନ ରଖିଲା: ଓଡ଼ିଶା ଏଫସି-ଜାମସେଦପୁର ଏଫସି ମ୍ୟାଚ ଡ୍ର

ଭାସ୍କୋ, ୩୦।୧୧-  ଡିଏଗୋ ମୌରିସିଓଙ୍କ ଡବଲ ଗୋଲ ଚଳିତ ଇଣ୍ଡିଆନ ସୁପରଲିଗ୍‌(ଆଇଏସଏଲ)ର ରବିବାର ମ୍ୟାଚରେ ଓଡ଼ିଶା ଏଫସିର ସମ୍ମାନ ରଖିଛି। ପ୍ରଥମାର୍ଦ୍ଧରେ ୦-୨ ଗୋଲରେ ପଛୁଆ...

୫୦୦ ହଜାର ଡଲାର ଦାନ କଲେ ଲୁଇସ ହାମିଲଟନ

ଲଣ୍ଡନ,୧୦।୧- ଅଷ୍ଟ୍ରେଲିଆର ଦକ୍ଷିଣାଞ୍ଚଳ ଜଙ୍ଗଲରେ ଲାଗିଥିବା ନିଆଁ ଦ୍ୱାରା ହୋଇଥିବା କ୍ଷୟକ୍ଷତି ଭରଣା କରିବା ପାଇଁ ଆଗେଇ ଆସିଛନ୍ତି ୬ ଥର ଫର୍ମୁଲା ଓ୍ବାନ୍‌ ବିଶ୍ୱ...

ଜାତୀୟ ସିନିୟର ମହିଳା କ୍ୟାମ୍ପ: ୨୫ ଜଣିଆ ସମ୍ଭାବ୍ୟ ଦଳରେ ଲିଲିମା, ଦୀପଗ୍ରେସ, ନମିତା

ନୂଆଦିଲ୍ଲୀ, ୧୬।୨(ପି.ଟି.)- ରବିବାରଠାରୁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ବେଙ୍ଗାଲୁରୁ କ୍ୟାମ୍ପସରେ ଆରମ୍ଭ ହେବାକୁଥିବା ଜାତୀୟ ସିନିୟର ମହିଳା ପ୍ରଶିକ୍ଷଣ ଶିବିର ପାଇଁ ହକି...

କୋଚ୍‌ ପଦ ଛାଡିଲେ ମାରାଡୋନା

ବୁଏନ୍ସ ଆରିଜ୍‌,୨୦।୧୧ (ଏଏଫ୍‌ପି)- ଆର୍ଜେଣ୍ଟିନା କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନା ଆର୍ଜେଣ୍ଟିନାର ସୁପରଲିଗା ଦଳ ଜିମ୍‌ନାସିଆ କୋଚ୍‌ ପଦରୁ ଇସ୍ତଫା ଦେଇଛନ୍ତି। ନିଯୁକ୍ତ ହେବାର ୩...

ଦକ୍ଷିଣ ଆଫ୍ରିକା ଆଗରେ ୧୭୦ ରନ୍‌ର ଟାର୍ଗେଟ୍‌

ରାଜକୋଟ,୧୭।୬: ସ୍ଥାନୀୟ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଶୁକ୍ରବାର ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚରେ ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା...

ନଟ୍‌ ୟେଟ୍‌ ଚାମ୍ପିୟନ୍‌

ଭୁବନେଶ୍ୱର, ୨୭ା୬, (ସରୋଜ ଜେନା): ଓସ୍କାର ସ୍ପୋର୍ଟିଂ ଆନୁକୂଲ୍ୟରେ ଅନୁଷ୍ଠିତ ୩ ଦିନିଆ ଆମ୍ବେଡକର ମେମୋରିଆଲ୍‌ ସିକ୍ସ ଏ ସାଇଡ୍‌ ଫୁଟବଲ ଟୁର୍ନାମେଣ୍ଟରେ ନଟ୍‌ ୟେଟ୍‌...

ଶିବସୁନ୍ଦରଙ୍କୁ ଓସିଏର ଅଭିନନ୍ଦନ

ଭୁବନେଶ୍ୱର, ୧୯।୫(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟିଂ କୋଚ୍‌ ମନୋନୀତ ହୋଇଥିବା ଅନ୍ତର୍ଜାତୀୟ ଅଭିଜ୍ଞ ସମ୍ପନ୍ନ ଓପନର ଶିବସୁନ୍ଦର ଦାସଙ୍କୁ ଓଡ଼ିଶା କ୍ରିକେଟ...

ପ୍ରସିଦ୍ଧ ଅମ୍ପାୟାର ଅସଦ ରୌଫଙ୍କ ପରଲୋକ

ଇସଲାମାବାଦ,୧୫।୯: ଆଇସିସିର ଏଲିଟ ପ୍ୟାନେଲର ଅଂଶ ଥିବା ପାକିସ୍ତାନୀ ଅମ୍ପାୟାର ଅସଦ ରୌଫ (୬୬)ଙ୍କ ଲାହୋରରେ ଦେହାନ୍ତ ହୋଇଛି। ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ଘଟିଛି।...

Advertisement
Archives

Model This Week