Posted inଫୁରସତ

ଶାଢି ପିନ୍ଧି ସ୍କେଟିଂ କଲେ ଯୁବତୀ, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଭିଡିଓ ଭାଇରାଲ ହୋଇଥାଏ, ଯାହା ଦେଖିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଭିଡିଓରେ ଶାଢି ପିନ୍ଧି ଜଣେ ଯୁବତୀ ବହୁତ ଭଲ ସ୍କେଟିଂ କରୁଥିବା ଦେଖାଯାଇଛି। ଏହି ଭିଡିଓ ବିଷୟରେ ଏକ ସୁନ୍ଦର କଥା ହେଉଛି ରାସ୍ତାରେ ଯାନବାହନ ଚଳାଚଳ କରୁଛି ଏବଂ ରାସ୍ତାରେ ସବୁଜ ଗଛ ମଧ୍ୟ ଦୃଶ୍ୟମାନ ହେଉଛି। ଏହି ଭିଡିଓଟି କେରଳର। ଏହି ଭିଡିଓକୁ ଲାରିସା ନାମକ ଜଣେ ୟୁଜର୍ସ ଇନଷ୍ଟାଗ୍ରାମରେ ଶେୟାର କରିଥିଲେ। ବିଶେଷ କଥା ହେଉଛି ଲାରିସା ନିଜେ ସ୍କେଟିଂ କରୁଥିବା ଦେଖାଯାଉଛି। ଭିଡିଓରେ, ଲାରିସା ଏକ ଧଳା ରଙ୍ଗର ପୋଷାକ ପିନ୍ଧି ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିଛନ୍ତି। ଲାରିସା ଏହି ଭିଡିଓକୁ କେରଳରେ ଶୁଟ କରିଛନ୍ତି।
ଭିଡିଓ ଶେୟାର କରି ଲାରିସା ଲେଖିଛନ୍ତି ଯେ, ସ୍କେଟିଂ କରିବାକୁ ବହୁତ ମଜା ଲାଗେ। କିନ୍ତୁ ଶାଢି ପିନ୍ଧି ସ୍କେଟିଂ କରିବା ସହଜ ନୁହେଁ। ସେ ଏହି ଭିଡିଓ ଶେୟାର କରିବା ମାତ୍ରେ ଏହା ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କରେ ଶିଳ୍ପୀଙ୍କ ପାଇଁ ମହାଶ୍ରମ ଖଞ୍ଜିଥିଲେ ଗାଈଗୋଠ

ବର୍ଷକୁ ବର୍ଷ ଶିଳ୍ପୀମାନଙ୍କ ପାଇଁ ବିଭିନ୍ନ ଖମାରରୁ କିପରି ଶସ୍ୟ ଓ ନଡ଼ିଆ ଆସୁଥିଲା, ତାହା ଆମ ଜାତିର ସହଯୋଗ ମାନସିକତାକୁ ପ୍ରତିପାଦନ କରେ। ବର୍ଷ...

ଜେଲ୍‌ରେ ଗଞ୍ଜା

ବେଟିଂ କରି ଲୋକେ ଜେଲ୍‌ ଯାଉଥିବା କଥା ଶୁଣିଥିବେ। ହେଲେ ଜାଣନ୍ତି କି ନିକଟରେ ଦୁଇଟି ଗଞ୍ଜା କୁକୁଡାକୁ ବେଟିଂ ଭଳି ସଙ୍ଗିନ ଅଭିଯୋଗରେ ଜେଲ୍‌...

ପକ୍ଷୀ ନେଲା ମାଲିକଙ୍କ ଜୀବନ

ଗୋଟିଏ ପକ୍ଷୀ ମାଲିକଙ୍କ ଜୀବନ ନେଇଯାଇଛି। ଏବେ ମନରେ ପ୍ରଶ୍ନ ଉଠୁଥିବ ମାଲିକ ଏମିତି କ’ଣ କଲେ ଯେ ସାମାନ୍ୟ ପକ୍ଷୀଟି ଜୀବନ ନେବାକୁ ପଛାଇଲାନି।...

କାଗଜରେ ପାଠ ଲେଖିଲେ ରହିବ ଅଧିକ ମନେ

ଟୋକିଓ,୨୦।୩: ପାଠ ପଢ଼ିଲେ ମଧ୍ୟ କେତେକ ଛାତ୍ରୀଛାତ୍ରଙ୍କର ଏହା ମନେ ରହି ନ ଥାଏ। ତେବେ ସମ୍ପ୍ରତି ଜାପାନର ଟୋକିିଓରେ ହୋଇଥିବା ଏକ ଗବେଷଣା ରିପୋର୍ଟରେ...

ଛେଳି ସହ ସେଲଫି ନେଉଥିଲେ ଯୁବତୀ: ତା ପରେ ଘଟିଲା ଏମିତି…

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ଜଣେ ଯୁବତୀ ଏକ ଛେଳି ସହ ସେଲଫି ଉଠାଉ ଥିଲାବେଳେ ଛେଳିଟି ତାଙ୍କୁ ପଛ...

ମଙ୍ଗଳସୂତ୍ର ବନ୍ଧାରଖି କିଣିଲେ ଟିଭି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ବାଙ୍ଗାଲୋର, ୧।୮: କରୋନା ଭାଇରସ ଯୋଗୁ ଜାରି ରହିଥିବା ଲକ୍‌ଡାଉନ୍‌ ପାଇଁ ସମଗ୍ର ଦେଶରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ପରିସ୍ଥିତିରେ ପିଲାମାନେ ଟିଭି...

ଏୟାରପୋର୍ଟରେ ନାବାଳକଙ୍କ ଟି-ଶାର୍ଟ ବଦଳାଇଲେ ଅଧିକାରୀ, ଜାଣନ୍ତୁ କାହିଁକିି

ଜୋହାନ୍ସବର୍ଗ: ଦକ୍ଷିଣଆଫ୍ରିକା ଏୟାରପୋର୍ଟ ଅଫିସର ଜଣେ ୧୦ ବର୍ଷର ନାବାଳକଙ୍କ ଟି-ଶାର୍ଟ ବଦଳାଇଛନ୍ତି। ଶାର୍ଟ ବଦଳାଇବା ପଛରେ ଏକ କାରଣ ରହିଛି। ଯାହା ଜାଣିଲେ ଚକିତ...

ବିବାହର ୮ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଯୁବତୀ ସହ ଫେରାର୍‌ ହୋଇଗଲେ ବର

ରାମପୁର, ୯।୮: ନୂଆ ଜୀବନର ଅନେକ ସ୍ବପ୍ନ ନେଇ ଶାଶୁ ଘରେ ପହଞ୍ଚତ୍ଥିଲେ ନବବିବାହିତ କନ୍ୟା। ଏପରିକି ହାତରୁ ମେହେନ୍ଦି ମଧ୍ୟ ଲିଭି ନ ଥିଲା।...

Advertisement
Archives

Model This Week