ଫିଲ୍ମ ଷ୍ଟାଇଲ୍‌ରେ କରିଥିଲେ ହତ୍ୟା: ଶେଷରେ ପଡ଼ିଲେ ଧରା

ବାଲେଶ୍ୱର ଅଫିସ,୮ା୬: ବାଲେଶ୍ୱର ଜିଲା ଚାନ୍ଦିପୁର ରୋଡ୍‌ ସତ୍ୟବ୍ରତ ଦାସ ଓରଫ ବାପୁନୁ ହତ୍ୟାକାଣ୍ଡ ଘଟଣାରେ ୭ ହତ୍ୟାକାରୀ ଧରା ପଡ଼ିଛନ୍ତି। ବ୍ୟବସାୟିକ ଟଙ୍କା କାରବାର ଓ ଜମିଜମା ବିବାଦକୁ ନେଇ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୂର୍ବାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ଏନେଇ ପୂର୍ବାଞ୍ଚଳ ଆଇଜିଙ୍କ କାର୍ଯ୍ୟାଳୟରେ ଏକ ଖବରଦାତା ସମ୍ମିଳନୀରେ ଆଇଜି ଓ ଏସ୍‌ପି ସୁଧାଂଶୁ ଶେଖର ମିଶ୍ର ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛନ୍ତି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପଶ୍ଚିମବଙ୍ଗର ଆନ୍ନା ଥିବା ବେଳେ ଅନ୍ୟ ୬ ଅଭିଯୁକ୍ତ ବାଲେଶ୍ୱର ଓ ଭଦ୍ରକ ଅଞ୍ଚଳର ରହିଛନ୍ତି। ତେବେ ଏହି ଘଟଣାରେ ପୋଲିସକୁ ଚକ୍‌ମା ଦେବା ପାଇଁ ଅଭିଯୁକ୍ତମାନେ ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ। ହତ୍ୟା ପରେ ଅଭିଯୁକ୍ତ ଫେରାର ନ ହୋଇ ମୃତଦେହ ପାଖରେ ରହି ସମବେଦନା ଜଣାଉଥିଲେ। ଖାଲି ସେତିକି ନୁହେଁ କାନ୍ଦିବା ଅଭିନୟ ମଧ୍ୟ କରିଥିଲେ ଅପରାଧୀ। ତେବେ ଏ ସମସ୍ତେ ପୂର୍ବରୁ ଅପରାଧୀ ତେବେ ହତ୍ୟାର କାରଣ ହେଉଛି ମୃତ ବାପୁନୁ ନବ ରାୟ ନାମକ ବ୍ୟକ୍ତି ପାଖରେ କାର୍ଯ୍ୟ କରୁଥିଲେ। ନବଙ୍କର ବଳରାମଗଡ଼ି ମଦ ଦୋକାନ ବୁଝା ବୁଝି କରୁଥିଲେ ବାପୁନୁ। ଏହି ସମୟରେ ନବଙ୍କ ନିକଟରୁ ଆନ୍ନା ୩ଟି ପ୍ଲଟ କିଣିଥିଲେ। ତେବେ ଏଥିରେ କିଛି ଟଙ୍କା ଆନ୍ନା ନବଙ୍କୁ ଦେବାକୁ ଥିବାବେଳେ ଏହାର ବୁଝାବୁଝି ବାପୁନୁ କରୁଥିଲେ। ତେବେ ନବ ଜାଣିବାକୁ ପାଇଥିଲେ ବାପୁନୁ ଆନ୍ନାଙ୍କ ପାଖରୁ ଟଙ୍କା ଆଣି ଆତ୍ମସାତ୍‌ କରିଦେଇଥିଲେ। ଏନେଇ ନବ ଓ ଆନ୍ନାଙ୍କ ସମେତ ୭ ଅଭିଯୁକ୍ତ ମିଶି ହତ୍ୟାକାଣ୍ଡ ରଚିଥିବା ବେଳେ ଏହି ହତ୍ୟାକାରୀଙ୍କ ମଧ୍ୟରୁ ଜଣେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଉ ଜଣେ ଚାନ୍ଦିପୁର ଥାନାରେ ଅଟକ ରହିଥିବା  ଆଇଜି ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଚିଠା ଭୋଟର ତାଲିକା ପ୍ରକାଶ, ବଲାଙ୍ଗୀର ଜିଲାରୁ ବାଦ ପଡ଼ିଲେ…

ବଲାଙ୍ଗୀର,୫ା୭(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (Special Intensive Revision – SIR) ପ୍ରକ୍ରିୟାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ…

କାଳ ବୈଶାଖୀରେ ଉଡ଼ିଯାଇଥିଲା ଟିଣ, ଛପର, ହେଉନି ମରାମତି

ମୋହନା,୫।୭(ମନ୍ମଥ ମିଶ୍ର): କାଳବୈଶାଖୀରେ ଉଡ଼ିଯାଇଥିଲା ବିଦ୍ୟାଳୟର ଟିଣ ଛପର। ହେଲେ ବର୍ତ୍ତମାନ ସୁଦ୍ଧା ଏହା ମରାମତି ହୋଇନାହିଁ। ଫଳରେ ବାଧ୍ୟହୋଇ ଦୁଇଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ…

କଳାହାଣ୍ଡି ପୋଲିସକୁ ବଡ଼ ସଫଳତା; ଚୋର ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ଭବାନୀପାଟଣା,୫।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦୀର୍ଘ ଦିନ ଧରି ଜିଲାର ଗୋଲାମୁଣ୍ଡା, କୋକସରା ଏବଂ କେଗାଁ ଥାନା ଅଞ୍ଚଳରେ ଚୋରି…

୩ ଶହରୁ ଅଧିକ ଚାଷୀଙ୍କୁ ଠକି ଲୁଟିଥିଲେ ଟଙ୍କା, ବାନ୍ଧିଲା ଉଦୟଗିରି ପୋଲିସ

ମୋହନା,୫ା୭ (ମନ୍ମଥ ମିଶ୍ର ): ଚାଷୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଇ ଶେଷରେ ବନ୍ଧା ହେଲା ଠକ ଅଭିଯୁକ୍ତ । ଏଭଳି ଘଟଣା ଦେଖିବାକୁ ମିଳିଛି…

ନଦିଗାଁ ରାସ୍ତାର ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ, ଧୂଷୁରୀ ଥାନା ଘେରାଉ କଲେ ଶତାଧିକ ମହିଳା

ଅସୁରାଳି,୫ା୭(ସନ୍ତୋଷ ସାହୁ): ଧୂଷୁରୀ ଥାନା ଅଞ୍ଚଳର ନଦିଗାଁ ରାସ୍ତା ନିକଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲିବାକୁ ବିରୋଧ କରିଛନ୍ତି ସ୍ଥାନୀୟ ମହିଳା । ରବିବାର ଶତାଧିକ ମହିଳା…

ଟ୍ରମ୍ପଙ୍କ ଧମକର କଡ଼ା ଜବାବ ଦେଲା ଇରାନ; ନା ସଭ୍ୟତା, ନା ଇତିହାସ….

ତେହରାନ,୫ା୭: ଡୋନାଲ୍ଡ ଟ୍ରମ୍ପଙ୍କ ନିରନ୍ତର ବୟାନବାଜି ଉପରେ ଇରାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଟ୍ରମ୍ପ ଦାବି କରିଥିଲେ ଯେ ସେ ଦେଶର ବରିଷ୍ଠ ନେତାମାନଙ୍କୁ…

ପାରାଗୁଏକୁ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଲା ଫ୍ରାନ୍ସ

ଫିଲାଡେଲଫିଆ, ୫ା୭: ପେନାଲ୍ଟି କିକ୍‌ରୁ କିଲିଆନ ଏମ୍‌ବାପେଙ୍କ ଗୋଲ ବଳରେ ରବିବାର ଖେଳାଯାଇଥିବା ରାଉଣ୍ଡ ଅଫ୍‌-୧୬ ମ୍ୟାଚ୍‌ରେ ଫ୍ରାନ୍ସ ୧-୦ ଗୋଲରେ ପାରାଗୁଏକୁ ପରାସ୍ତ କରି କ୍ୱାର୍ଟର…

ବର୍ଷାରେ ବେହାଲ କେସିଙ୍ଗା, ରେଳ ଷ୍ଟେଶନରେ ପାଣି ଗଳୁଥିବାରୁ ଯାତ୍ରୀ ହନ୍ତସନ୍ତ

କେସିଙ୍ଗା,୫।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କେସିଙ୍ଗା ରେଲୱେ ଷ୍ଟେଶନକୁ ଗତ ମାସ ୨୬ ତାରିଖରେ ଜେନେରାଲ ମେନେଜର ପରମେଶ୍ବର ଫୁଙ୍କାୱାଲଙ୍କ ସମେତ ଡି ଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri