Posted inଖେଳ

ମିଚେଲ ଷ୍ଟାର୍କଙ୍କ ଚମତ୍କାର ବୋଲିଂ: ଭୁଶୁଡିଲା ଟିମ୍‌ ଇଣ୍ଡିଆର ଟପ୍‌ ଅର୍ଡର

ଆଡିଲେଡ,୬।୧୨: ଆଡିଲେଡରେ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଟିମ ଇଣ୍ଡିଆର ଆରମ୍ଭ କିଛି ବିଶେଷ ନ ଥିଲା। ପ୍ରଥମ ଅଧିବେଶନରେ ଦଳ ଚାରିଟି ଉଇକେଟ ହରାଇଥିଲା। ମିଚେଲ ଷ୍ଟାର୍କ ଭାରତୀୟ ଟପ ଅର୍ଡର ଧ୍ୱସ୍ତ କରିଛନ୍ତି। ଷ୍ଟାର୍କ ପ୍ରଥମ ୩ଟି ଉଇକେଟ ନେଇଥିବାବେଳେ ଚତୁର୍ଥ ସଫଳତା ସ୍କଟ ବୋଲାଣ୍ଡକୁ ମିଳିଥିଲା। ମ୍ୟାଚ୍‌ର ପ୍ରଥମ ବଲରୁ ଟିମ ଇଣ୍ଡିଆ ଅସୁବିଧାରେ ଥିବା ଜଣାପଡିଛି।

ପ୍ରଥମ ଅଧିବେଶନ ଶେଷ ହେବା ପରେ ଟିମ ଇଣ୍ଡିଆ ୨୩ ଓଭରରେ ୮୨/୪ ରନ ସଂଗ୍ରହ କରିଥିଲା। ଏହି ସମୟ ମଧ୍ୟରେ ମିଚେଲ ଷ୍ଟାର୍କ ଯଶସ୍ବ ଜୟସ୍ବାଲ, କେ.ଏଲ ରାହୁଲ ଏବଂ ବିରାଟ କୋହଲିଙ୍କୁ ତାଙ୍କର ଶିକାର କରିଥିଲେ। ବୋଲାଣ୍ଡ ଶୁଭମନଙ୍କୁ ପ୍ୟାଭିଲିୟନକୁ ପଠାଇଥିଲେ।

ଆଡିଲେଡ ଟେଷ୍ଟରେ ଟିମ ଇଣ୍ଡିଆ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ପକ୍ଷରୁ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଇନିଂସ ଓପନ କରିଥିଲେ। ଷ୍ଟାର୍କ ପ୍ରଥମ ବଲରେ ଜୟସ୍ବାଲଙ୍କୁ ପାଭିଲିୟନକୁ ପଠାଇଥିଲେ।

ଜୟସ୍ବାଲଙ୍କ ଉଇକେଟ୍‌ ପରେ କେ.ଏଲ ରାହୁଲ ଏବଂ ଗିଲ ଦ୍ୱିତୀୟ ଉଇକେଟ ପାଇଁ ୬୯ରନ ଭାଗିଦାରୀ କରିଥିଲେ। ରାହୁଲଙ୍କୁ ଆଉଟ୍‌ କରି ଷ୍ଟାର୍କ ଏହି ଭାଗିଦାରୀ ଭାଙ୍ଗିଥିଲେ। ରାହୁଲ ୬ ଚୌକା ସହାୟତାରେ ୩୭ ରନ ସ୍କୋର କରିଥିଲେ। ତା’ପରେ ଟିମ ଇଣ୍ଡିଆକୁ ପରବର୍ତ୍ତୀ ଝଟକା ବିରାଟ କୋହଲିଙ୍କ ରୂପରେ ଯାଇଥିଲା। ସେ ମାତ୍ର ୭ ରନ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ।

୮୧ ରନ ସ୍କୋରରେ ଶୁବମାନ ଗିଲଙ୍କ ଆକାରରେ ଟିମ ଇଣ୍ଡିଆକୁ ଚତୁର୍ଥ ଝଟକା ଦେଇଥିଲେ ସ୍କଟ ବୋଲାଣ୍ଡ । ୫ ଚୌକା ସହାୟତାରେ ୩୧ ରନ ସ୍କୋର କରିବା ପରେ ଗିଲ ପାଭିଲିୟନକୁ ଫେରିଥିଲେ। ଏହିପରି, ପ୍ରଥମ ଅଧିବେଶନ ଶେଷ ସୁଦ୍ଧା ଟିମ ଇଣ୍ଡିଆ ୪ ଉଇକେଟ ହରାଇଛି। ବର୍ତ୍ତମାନ ଅଧିନାୟକ ରୋହିତ ଶର୍ମା ଏବଂ ରିଷଭ ପନ୍ତ ଏହି କ୍ରିଜରେ ଉପସ୍ଥିତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ବନ୍ଧନରେ ବାନ୍ଧିହେଲେ ଗୋଲ୍‌ଡେନ ବୟ ନୀରଜ

ନୂଆଦିଲ୍ଲୀ,୧୯।୧: ଖେଳପ୍ରେମୀଙ୍କ ପାଇଁ ଆସିଲା ଏକ ବଡ଼ ଖୁସି ଖବର। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଗୋଲ୍‌ଡେନ ବୟ ତଥା ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା।...

ହରିୟାଣାରେ ଭୟଙ୍କର ଦୁର୍ଘଟଣା: ମନୁ ଭାକରଙ୍କ ଆଈ-ମାମୁଁଙ୍କ ମୃତ୍ୟୁ, ପରିବାରରେ ଶୋକର ଲହର

ଚଣ୍ଡିଗଡ଼,୧୯।୧: ଅନ୍ତର୍ଜାତୀୟ ଶୁଟିଂ ଖେଳାଳି ମନୁ ଭାକରଙ୍କ ପରିବାରକୁ ଏକ ବଡ଼ ଝଟ୍‌କା ଲାଗିଛି। ହରିୟାଣା ମହେନ୍ଦ୍ରଗଡ଼ ବାଇପାସ୍‌ ରାସ୍ତାରେ ଏକ ଦୁର୍ଘଟଣାରେ ତାଙଙ୍କ ଆଈ...

ବଡ଼ ଘୋଷଣା କଲେ ରୋହିତ ଶର୍ମା: ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଟିମ୍‌ ଇଣ୍ଡିଆର ବରିଷ୍ଠ ଖେଳାଳି ଘରୋଇ କ୍ରିକେଟ ଖେଳିବା ନେଇ ଲଗାତାର ଭାବେ ଚର୍ଚ୍ଚାରେ ଅଛନ୍ତି। ଏଭଳି ସମୟରେ ଟିମ୍‌ ଇଣ୍ଡିଆ ଅଧିନାୟକ ରୋହିତ...

‘ଆମେ ପରସ୍ପର ଉପରେ ଭରସା କରୁ’, ରୋହିତ ଶର୍ମା କହିଲେ ହେଡ କୋଚଙ୍କ ସହ ନାହିଁ କୌଣସି ମତଭେଦ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା କହିଛନ୍ତି ଯେ ତାଙ୍କର ଏବଂ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ମଧ୍ୟରେ ଭଲ ସମ୍ପର୍କ ରହିଛି। ୱେଷ୍ଟଇଣ୍ଡିଜ ଏବଂ...

ଏମ୍‌ପିଙ୍କୁ ଜୀବନସାଥୀ କରିବେ ରିଙ୍କୁ ସିଂ, ଭାବି ଶ୍ୱଶୁର କହିଦେଲେ ସତ…

ନୂଆଦିଲ୍ଲୀ,୧୮।୧: ଭାରତର ତାରକା କ୍ରିକେଟର ରିଙ୍କୁ ସିଂଙ୍କ ନିର୍ବନ୍ଧ ହୋଇସାରିଥିବା ନେଇ ଖବର ସାମ୍ନାକୁ ଆସିଥିଲା। ସମାଜବାଦୀ ପାର୍ଟି ଏମ୍‌ପି ପ୍ରିୟା ସରୋଜଙ୍କ ସହ ଲକ୍ଷ୍ନୌରେ...

୭ ଇନିଂସରେ ୫ଶତକ, ହେଲେ ବି ଚାମ୍ପିୟନ୍ସ ଟ୍ରଫିରେ ମିଳିଲାନି ସ୍ଥାନ, ପଡିଲା ଚହଳ

ନୂଆଦିଲ୍ଲୀ,୧୮।୧: ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଟିମ ଇଣ୍ଡିଆର ଦଳ ଘୋଷଣା କରାଯାଇଛି। ଫେବୃଆରୀ ୧୯ରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ନାମେଣ୍ଟ ପାଇଁ ଭାରତର...

ଚାମ୍ପିଅନ୍ସ ଟ୍ରଫି ପାଇଁ ଘୋଷଣା ହେଲା ଭାରତୀୟ ଦଳ, ଏହି ୧୫ଖେଳାଳିଙ୍କ ଖୋଲିଲା ଭାଗ୍ୟ

ନୂଆଦିଲ୍ଲୀ,୧୮।୧:ଚାମ୍ପିଆନ୍ସ ଟ୍ରଫି ୨୦୨୫ ଫେବ୍ରୁଆରୀ ୧୯ରୁ ପାକିସ୍ତାନ ଓ ଦୁବାଇରେ ଖେଳାଯିବ । ତେବେ ଏହି ମେଗା ଟୁର୍ଣ୍ଣାମେଣ୍ଟ ପାଇଁ ଆଜି ୧୫ ଜଣିଆ ଟିମ...

୨୦୨୫ ଆଇପିଏଲ ପୂର୍ବରୁ ନିଜର ନିଷ୍ପତ୍ତିରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଲେ ରିଷଭ ପନ୍ତ

ନୂଆଦିଲ୍ଲୀ,୧୮।୧: ରଣଜୀ ଟ୍ରଫିର ପରବର୍ତ୍ତୀ ପର୍ଯ୍ୟାୟ ମ୍ୟାଚ ଜାନୁଆରୀ ୨୩ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ନିଷ୍ପତ୍ତି ନିଆଯାଇଛି ଯେ ରିଷଭ ପନ୍ତ ଏବେ ଦିଲ୍ଲୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri