Posted inଖେଳ

ଭାରତରେ ପହଞ୍ଚିଲେ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି

ନୂଆଦିଲ୍ଲୀ,୧୮।୩: ଆଇପିଏଲ ୨୦୨୪ ପୂର୍ବରୁ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଭାରତରେ ପହଞ୍ଚିଛନ୍ତି। ଷ୍ଟାର୍କଙ୍କୁ ନଲାମୀରେ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ୨୪.୭୫ ଟଙ୍କା ମୂଲ୍ୟରେ କ୍ରୟ କରାଯାଇଥିଲା। ଯାହା ସହିତ ସେ ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଖେଳାଳି ହୋଇଥିଲେ। ଷ୍ଟାର୍କ ପୂର୍ବରୁ ମଧ୍ୟ ଇଣ୍ଡିଆନ ପ୍ରିମିୟର ଲିଗରେ ଖେଳିଛନ୍ତି, କିନ୍ତୁ ତା’ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଏକ ଅଂଶ ହୋଇଥିଲେ। ବର୍ତ୍ତମାନ ସେ ୯ ବର୍ଷ ପରେ ଟୁର୍ନାମେଣ୍ଟକୁ ଫେରୁଛନ୍ତି ।

ଷ୍ଟାର୍କ ଶେଷ ଥର ପାଇଁ ୨୦୧୫ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଆଇପିଏଲ ମ୍ୟାଚ ଖେଳିଥିଲେ। ସେହି ମ୍ୟାଚରେ ଷ୍ଟାର୍କ ୪ ଓଭରରେ ୨୭ ରନ ଖର୍ଚ୍ଚ କରିବା ପରେ ୧ ଉଇକେଟ୍‌ ନେଇଥିଲେ। ବର୍ତ୍ତମାନ ସମସ୍ତଙ୍କ ଆଖି ଏହି ସିଜିନ ଅଷ୍ଟ୍ରେଲୀୟ ପେସର୍‌ ଉପରେ ରହିବ, କାରଣ ସେ ଲିଗ ର ସବୁଠାରୁ ମହଙ୍ଗା ଖେଳାଳି ।ଆଇପିଏଲରେ କେକେଆର ପାଇଁ ଖେଳିବାବେଳେ ଷ୍ଟାର୍କ ତାଙ୍କ ମୂଲ୍ୟ ଟ୍ୟାଗ ଯଥାର୍ଥ କରିବାକୁ ସକ୍ଷମ କି ନୁହେଁ ତାହା ଦେଖିବା ମଜାଦାର ହେବ।

କେକେଆର ସୋସିଆଲ ମିଡିଆରେ ଷ୍ଟାର୍କଙ୍କ ଭାରତରେ ପହଞ୍ଚିବାର କିଛି ଚିତ୍ର ଶେୟାର କରିଛି। ଚିତ୍ରଗୁଡ଼ିକରେ ଷ୍ଟାର୍କଙ୍କ ମୁହଁରେ ଏକ ହସ ଦେଖିବାକୁ ମିଳିଥିଲା, ଯାହା ଦର୍ଶାଏ ଯେ ସେ ଟୁର୍ନାମେଣ୍ଟ ପାଇଁ କେତେ ଉତ୍ସାହିତ । ଏହି ସମୟରେ ଷ୍ଟାର୍କଙ୍କୁ ହାପ୍‌ କଳା ଟି-ସାର୍ଟରେ ଦେଖିବାକୁ ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ତେନ୍ଦୁଲକରଙ୍କ ୩୦ ବର୍ଷର ଓ୍ବାର୍ଲଡ ରେକର୍ଡ ଭାଙ୍ଗିଲେ ଶେଫାଳି ବର୍ମା

ନୂଆଦିଲ୍ଲୀ,୯।୫: ଭାରତୀୟ ମହିଳା କ୍ରିକେଟ ଦଳର ଶକ୍ତିଶାଳୀ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ବାଂଲାଦେଶ ବିପକ୍ଷ ପଞ୍ଚମ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚରେ ଏକ ବଡ଼ ରେକର୍ଡ...

ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ଦଳ ଘୋଷଣା

ନୂଆଦିଲ୍ଲୀ,୯।୫: ଟି -୨୦ ବିଶ୍ୱକପ୍‌ ପାଇଁ ଶ୍ରୀଲଙ୍କା ନିଜ ଖେଳାଳିଙ୍କ ନାଁ ଘୋଷଣା କରିଛି। ଏହି ଟୁର୍ନାମେଣ୍ଟରେ ଅଲରାଉଣ୍ଡର ୱାନିନ୍ଦୁ ହାସରଙ୍ଗା ଶ୍ରୀଲଙ୍କାର ନେତୃତ୍ୱ ନେବେ।...

ବନ୍ୟାରେ ଭାସିଗଲା ବ୍ରାଜିଲ ପାରାଲିମ୍ପିଆନଙ୍କ ପଦକ

ପୋର୍ଟୋ ଆଲେଗ୍ର,୯ା୫: ପାରାଲିମ୍ପିକ ଫେନ୍‌ସର ଭାଣ୍ଡରସନ ଚେଭ୍ସ ଦଶନ୍ଧିରୁ ଅଧିକ ସମୟ ହେଲା ଅନେକ ବାଧାବିଘ୍ନ ଦେଇ ଗତି କରିଛନ୍ତି। କିନ୍ତୁ ବ୍ରାଜିଲର ରିଓ ଗ୍ରେଣ୍ଡ୍‌...

୫-୦ରେ ସିରିଜ ବିଜୟୀ ହେଲା ଭାରତ

ସିଲ୍‌ହେଟ୍‌,୯ା୫: ସ୍ଥାନୀୟ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ଅନ୍ତର୍ଜାତୀୟ ମହିଳା ଟି୨୦ କ୍ରିକେଟ ମ୍ୟାଚରେ ଭାରତ ୨୧ରନ୍‌ରେ ବିଜୟ ହାସଲ କରିବା...

ଟି -୨୦ ବିଶ୍ୱକପ: ଆଇପିଏଲ୍ ପ୍ରଦର୍ଶନ ଦେଖି ବୋକା ବନିପାରେ ଟିମ୍ ଇଣ୍ଡିଆ, ଏହା ଚିନ୍ତାର କାରଣ

ନୂଆଦିଲ୍ଲୀ, ୯।୫: ଆଇପିଏଲ୍ ର ଚଳିତ ସିଜିନ ବର୍ତ୍ତମାନ ଶେଷ ଆଡକୁ ଗତି କରୁଛି। ଲିଗ୍ ପର୍ୟ୍ୟାୟ ଶେଷ ହେବାକୁ ଯାଉଛି ଏବଂ ଏହା ସହିତ...

ରାହୁଲଙ୍କ ସହ ଝଗଡା କରିଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସଙ୍କ ମାଲିକ କିଏ ଜାଣନ୍ତି: ତାଙ୍କ ମୋଟ ସମ୍ପତ୍ତି ହେଉଛି…

ହାଇଦ୍ରାବାଦ୍‌,୯।୫: ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ସନରାଇଜର୍ସ ହାଇଦ୍ରାବାଦ ଏକ ପରାଜୟ ଦେଇଥିଲା। ଏହି ପରାଜୟ ପରେ ସୋସିଆଲ ମିଡିଆରେ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ...

ଲକ୍ଷ୍ନୌ ହାତ ଛାଡିଦେବେ କି ରାହୁଲ: ବଢୁଛି ଚର୍ଚ୍ଚା

ହାଇଦ୍ରାବାଦ୍‌,୯।୫:ଆଇପିଏଲ ୨୦୨୪ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଏକ ମ୍ୟାଚ ହୋଇଥିଲା। ଏହି ମ୍ୟାଚରେ ଲକ୍ଷ୍ନୌ୍‌କୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।...

ଏବେ ଆରସିବିର ମାଲିକ କିଏ ଜାଣନ୍ତି: ବିଜୟ ମାଲ୍ୟା ନା ଆଉ କିଏ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ ପ୍ରିମିୟର ଲିଗ ୨୦୦୮ରେ ଆରମ୍ଭ ହୋଇଥିଲା। ୧୭ ବର୍ଷ ପରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲରୁ(ଆରସିବି) ସବୁଠାରୁ ଲୋକପ୍ରିୟ ଫ୍ରାଞ୍ଚାଇଜ ହୋଇପାରିଛି। ଆରସିବି ଦଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri