Posted inଖେଳ

ନ୍ୟୁଜିଲାଣ୍ଡକୁ ମିଳିଲା ଦିନିକିଆ-ଟି୨୦ର ନୂଆ ଅଧିନାୟକ

ନୂଆଦିଲ୍ଲୀ,୧୮।୧୨: ମିଚେଲ ସାଣ୍ଟନରଙ୍କୁ ଆଧିକାରୀକ ଭାବେ ନ୍ୟୁଜିଲାଣ୍ଡର ହ୍ବାଇଟ୍‌ ବଲ୍‌ ଟିମ୍‌ର ଅଧିନାୟକ ଭାବେ ନିଯୁକ୍ତ କରାଯାଇଛି। ସେ କେନ୍‌ ଓ୍ବିଲିୟମସନଙ୍କ ସ୍ଥାନ ନେବେ, ଯିଏ କି ଆମେରିକା ଏବଂ ଓ୍ବେଷ୍ଟଇଣ୍ଡିଜରେ ଟି୨୦ ବିଶ୍ୱକପ୍‌ରୁ ଦଳ ବାହାର ହେବା ପରେ ପଦ ଛାଡ଼ି ଦେଇଥିଲେ। ତେବେ ସାଣ୍ଟନର ହ୍ବାଇଟ୍‌ ବଲ୍‌ ଫର୍ମାଟରେ ୧୦୦ରୁ ଅଧିକ ଥର ନ୍ୟୁଜିଲାଣ୍ଡ ଟିମ୍‌ର ପ୍ରତିନିଧିତ୍ୱ କରୁଥିବା କେବଳ ୪ ଖେଳାଳିଙ୍କ ମଧ୍ୟରୁ ଜଣେ। ଗତ ମାସରେ ସେ ଶ୍ରୀଲଙ୍କା ଗସ୍ତ ସହିତ ୨୪ ଟି୨୦ ଏବଂ ୪ ଦିନିକିଆ ମ୍ୟାଚ୍‌ରେ ଦଳର ନେତୃତ୍ୱ ନେଇଛନ୍ତି।

ପୂର୍ଣ୍ଣକାଳୀନ ଅଧିକାରୀକ ଭାବେ ସାଣ୍ଟନରଙ୍କ କାର୍ଯ୍ୟକାଳ ଡିସେମ୍ବର ଶେଷ ଏବଂ ଜାନୁଆରୀ ଆରମ୍ଭରେ ଶ୍ରୀଲଙ୍କା ବିପକ୍ଷ ଟି୨୦ ଏବଂ ଦିନିକିଆ ସିରିଜରୁ ଆରମ୍ଭ ହେବ। ଏହି ଦୁଇ ସିରିଜରୁ ନ୍ୟୁଜିଲାଣ୍ଡ ଦଳ ପାଇଁ ନୂଆ ସମୟ ଆରମ୍ଭ ହେବ।

ସାଣ୍ଟନର କହିଛନ୍ତି ଯେ, ଏହା ସ୍ପଷ୍ଟ ଭାବେ ବହୁତ ବଡ଼ ସମ୍ମାନ ଏବଂ ବଡ଼ ଅଧିକାରର ବିଷୟ ଯେ ଆପଣଙ୍କୁ ବଡ଼ ଦାୟିତ୍ୱ ମିଳିଛି। ଯେତେବେଳେ ଆପଣ ଜଣେ ଯୁବ କ୍ରିକେଟର ହୋଇଥାନ୍ତି ସେତେବେଳେ ଦେଶ ପାଇଁ ଖେଳିବା ସ୍ବପ୍ନ ଦେଖିଥାନ୍ତି। ଏମିତିରେ ଦେଶର ନେତୃତ୍ୱ ନେବା ବଡ଼ କଥା।

ସୀମିତ ଓଭର କ୍ରିକେଟରେ ସାଣ୍ଟନରଙ୍କ ୨୦୦୦ରୁ ଅଧିକ ରନ୍‌ ଏବଂ ୨୨୫ ଉଇକେଟ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବିହାରରେ ହେବକି ଖେଳ? ତେଜ ପ୍ରତାପ ଯାଦବ-ପ୍ରଶାନ୍ତ କିଶୋରଙ୍କ ଗୁପ୍ତ ବୈଠକ ପରେ…

ପାଟନା,୨୨ା୪: ଜନଶକ୍ତି ଜନତା ଦଳ ସୁପ୍ରିମୋ ତେଜ ପ୍ରତାପ ଯାଦବ ଏବଂ ଜନ ସୂରଜ ପ୍ରତିଷ୍ଠାତା ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଏକ ଗୁପ୍ତ ବୈଠକର ଏକ ଭିଡିଓ…

‘ଦୟାକରି ସେମାନଙ୍କର କ୍ଷତି କରନ୍ତୁ ନାହିଁ…’ ୮ ମହିଳାଙ୍କ ମୁକ୍ତି ପାଇଁ ଇରାନକୁ ଟ୍ରମ୍ପଙ୍କ ଅପିଲ

ଓ୍ବାଶିଂଟନ,୨୨ା୪: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନରେ କଥିତ ଭାବରେ ବନ୍ଦୀ ଥିବା ଆଠ ଜଣ ମହିଳାଙ୍କୁ ମୁକ୍ତ କରିବାକୁ ନିବେଦନ କରିଛନ୍ତି । ଟ୍ରମ୍ପ ସୋସିଆଲ…

ଐତିହାସିକ ଶତକ ସହ ଅରେଞ୍ଜ କ୍ୟାପ ହାସଲ କଲେ ଅଭିଷେକ

ହାଇଦ୍ରାବାଦ୍‌,୨୨ା୪: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅପରାଜିତ ଐତିହାସିକ ଶତକ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ମଙ୍ଗଳବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୪୭ ରନରେ…

ସ୍କୁଲ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରିକଲେ ସରକାର

ନୂଆଦିଲ୍ଲୀ,୨୨ା୪: ପ୍ରବଳ ଗରମକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସରକାର ସ୍କୁଲଗୁଡ଼ିକ ପାଇଁ ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛନ୍ତି। ପିଲାମାନଙ୍କ ସ୍ବାସ୍ଥ୍ୟକୁ…

ଏକର ପିଛା ୩୦ କୋଟି ଦିଅ: ପ୍ରସ୍ତାବିତ ମେଗା ଷ୍ଟିଲପ୍ଲାଣ୍ଟ ପାଇଁ ଦାବି ରଖିଲେ ଗ୍ରାମବାସୀ

ପାଟଣା,୨୨/୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ହାଇସ୍କୁଲ ପଡିଆରେ ମେଗା ଷ୍ଟିଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ବୁଧବାର ଗ୍ରାମସଭା ଗ୍ରାମରେ ଅନୁଷ୍ଠିତ ହୋଇଛି।…

ତମାଖୁ ବର୍ଜନ କଲେ ୨୦.୫ ନିୟୁତ ପରିବାରରେ ଆସିପାରେ ଆର୍ଥିକ ସୁଧାର

ନୂଆଦିଲ୍ଲୀ,୨୨ା୪(ପିଟି):ତମାଖୁ ସେବନ ସ୍ବାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ ବୋଲି ସାଧାରଣରେ ବିଶ୍ୱାସ କରାଯାଏ। ହେଲେ ଏହା ପରିବାରର ଆର୍ଥିକ ସ୍ଥିତିକୁ ମଧ୍ୟ ବିଶେଷ ପ୍ରଭାବିତ କରିଥାଏ। ଏକ…

ଟ୍ରମ୍ପଙ୍କ ଅସ୍ତ୍ରବିରତି ବୃଦ୍ଧିରେ ଖୁସି ନାହିଁ ଇରାନ: କହିଲା- ଏହା ଏକ ଚାଲ୍‌…

ତେହରାନ୍‌,୨୨।୪: ଇରାନର ସଂସଦର ବାଚସ୍ପତି ଏବଂ ଶୀର୍ଷ ଆଲୋଚନାକାରୀ ମହମ୍ମଦ ବାଘେର ଗାଲିବାଫଙ୍କ ଜଣେ ପରାମର୍ଶଦାତା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତି ବୃଦ୍ଧି ଘୋଷଣାକୁ ଖାରଜ…

ଟ୍ରେନରୁ ଖସିପଡି ଯୁବକଙ୍କ ମୃତ୍ୟୁ: ମିଳିନି ପରିଚୟ, ଘଟଣାସ୍ଥଳରେ ପୋଲିସ

ନୂଆଗାଁ , ୨୨।୪ (ଧନେଶ୍ୱର ସାହୁ ): ନୟାଗଡ ଜିଲା ନୂଆଗାଁ ଥାନା ଆଛୁପଡା ନିକଟବର୍ତ୍ତୀ ସ୍ଥାନରେ ବୁଧବାର ଟ୍ରେନରୁ ଖସିପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri