Posted inଖେଳ

ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖି ସମାଲୋଚନାର ସମ୍ମୁଖୀନ ହୋଇଥିବା ମିଚେଲ ମାର୍ଶ ଭାଙ୍ଗିଲେ ନୀରବତା, କହିଲେ ମୁଁ ପୁଣିଥରେ ଗୋଡ…

ନୂଆଦିଲ୍ଲୀ,୧।୧୨: ଦିନିକିଆ ବିଶ୍ୱକପ୍‌ ୨୦୨୩ର ଫାଇନାଲ ମ୍ୟାଚ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିଲା ଏବଂ ଅଷ୍ଟ୍ରେଲିଆ ୬ ଉଇକେଟ୍‌ରେ ଭାରତକୁ ପରାସ୍ତ କରି ଫାଇନାଲ ମ୍ୟାଚ ଜିତିଥିଲା। ଏହି ବିଜୟ ପରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା, ଯେଉଁଥିରେ ସେ ବିଶ୍ୱକପ୍‌ ଟ୍ରଫି ଉପରେ ଗୋଡ ରଖିଥିବା ନଜର ଆସିଥିଲେ।

ଏହି ଫଟୋ ଭାଇରାଲ ହେବା ପରେ ମିଚେଲ ମାର୍ଶଙ୍କୁ ଭାରତରେ ବହୁତ ସମାଲୋଚନା କରାଯାଇଥିଲା। ଭାରତୀୟ କ୍ରିକେଟ ପ୍ରଶଂସକମାନେ ଏହାକୁ କ୍ରିକେଟ ଏବଂ ବିଶ୍ୱକପ୍‌ ଟ୍ରଫିର ଅପମାନ ବୋଲି କହିଥିଲେ। ଗତ ୧୦ ଦିନ ଧରି ସୋସିଆଲ ମିଡିଆରେ ମିଚେଲ ମାର୍ଶଙ୍କ ଏହି ଫଟୋକକୁ ନେଇ ଉତ୍ତେଜନା ଦେଖାଦେଇଛି, ବର୍ତ୍ତମାନ ଶେଷରେ ମାର୍ଶ ତାଙ୍କର ନୀରବତାକୁ ଭାଙ୍ଗିଛନ୍ତି।

ସେନ ରେଡିଓକୁ ଦେଇଥିବା ଏକ ସାକ୍ଷାତକାରରେ ମିଚେଲ ମାର୍ଶ କହିଛନ୍ତି ଯେ ଟ୍ରଫି କିମ୍ବା ଭାରତୀୟ ପ୍ରଶଂସକଙ୍କୁ ଅପମାନିତ କରିବା ତାଙ୍କର ଉଦ୍ଦେଶ୍ୟ ନୁହେଁ। ଯେତେବେଳେ ମିଚେଲଙ୍କୁ ପଚରାଯାଇଥିଲା ଯେ ସେ ପୁଣି ବିଶ୍ୱକପ୍‌ ଟ୍ରଫିରେ ଗୋଡ ରଖିବେ କି? ଏହାର ଉତ୍ତରରେ ମାର୍ଶ କହିଛନ୍ତି, ସତ କହିବାକୁ ଗଲେ ବୋଧହୁଏ ହଁ, ମୁଁ କରିବି। ମୁଁ ଏ ବିଷୟରେ ଅଧିକ ଚିନ୍ତା କରି ନାହିଁ। ସୋସିଆଲ ମିଡିଆରେ ମୁଁ ଏହା ବିଷୟରେ ଅଧିକ ଦେଖି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri