Posted inଖେଳ

ମିତାଲିଙ୍କ ରେକର୍ଡ: ୧୦ ହଜାର ଅନ୍ତର୍ଜାତୀୟ ରନ ପୂରଣ କଲେ

ଲକ୍ଷ୍ନୌ,୧୩।୩(ପି.ଟି.): ଅଭିଜ୍ଞ ଭାରତୀୟ ମହିଳା କ୍ରିକେଟର ମିତାଲି ରାଜ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ହାସଲ କରିଛନ୍ତି। ପ୍ରଥମ ଭାରତୀୟ ମହିଳା କ୍ରିକେଟର ହିସାବରେ ସେ ଅନ୍ତର୍ଜାତୀୟ କ୍ରିକେଟରେ ୧୦,୦୦୦ ରନ ପୂରଣ କରିଛନ୍ତି। ୩ଟି ଯାକ ଫର୍ମାଟ୍‌କୁ ଦୃଷ୍ଟିରେ ରଖି ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଛନ୍ତି। ଶୁକ୍ରବାର ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ୍‌ରେ ୩୮ ବର୍ଷୀୟ ମିତାଲି ୩୬ରନ ସଂଗ୍ରହ କରିବା ସହ ଏହି ସଫଳତା ହାସଲ କରିଛନ୍ତି। ଇନିଂସର ୨୮ତମ ଓଭରରେ ଆନ ବୋସ୍କଙ୍କୁ ଚୌକା ମାରିବା ସହ ସେ ଏହି ମାଇଲଖୁଣ୍ଟ ଅତିକ୍ରମ କରିଥିଲେ। ମିତାଲିଙ୍କ ପୂର୍ବରୁ ଇଂଲଣ୍ଡର ଚାର୍ଲୋଟ ଏଡ୍‌ଓ୍ବାଡର୍‌ସ ଏକମାତ୍ର ମହିଳା ଖେଳାଳି ଭାବେ ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ୧୦ ହଜାର ରନ ପୂରଣ କରିଥିଲେ। ମିତାଲି ଦିନିକିଆରେ ଭାରତର ନେତୃତ୍ୱ ନେଉଛନ୍ତି। ସେ ୧୦ଟି ଟେଷ୍ଟ ଖେଳି ୬୬୩ ରନ ସଂଗ୍ରହ କରିଥିଲେ। ଟେଷ୍ଟରେ ୨୧୪ ରନ ତାଙ୍କର ଶ୍ରେଷ୍ଠ ବ୍ୟକ୍ତିଗତ ସ୍କୋର। ସେହିପରି ସେ ୨୧୨ଟି ଦିନିକିଆ ଖେଳି ୬୯୭୪ ଓ ୮୯ଟି ଟି୨୦ ଖେଳି ୨୩୬୪ ରନ ସଂଗ୍ରହ କରିଛନ୍ତି। ମୋଟ ଉପରେ ସେ ୧୦୦୦୧ ରନ ସଂଗ୍ରହ କରିଛନ୍ତି।
ଏଥିସହିତ ମିତାଲିଙ୍କୁ ସବୁ ମହଲରୁ ଅଭିନନ୍ଦନର ସୁଅ ଛୁଟିଛି। କ୍ରିକେଟ ଆଇକନ ସଚିନ ତେନ୍ଦୁଲକର ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ମିତାଲି ଏକ ଅସାଧାରଣ ସଫଳତା ହାସଲ କରିଛନ୍ତି ବୋଲି ସଚିନ କହିଛନ୍ତି। ୧୦ ହଜାର ରନ୍‌ ପୂରଣ କରିବା ପରେ ହିଁ ମିତାଲି ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ମିତାଲିଙ୍କୁ ଜଣେ କିମ୍ବଦନ୍ତୀ ମହିଳା କ୍ରିକେଟର କହିଛନ୍ତି। ବିସିସିଆଇ ମଧ୍ୟ ଟୁଇଟ୍‌ କରି ତାଙ୍କୁ ଏଥିପାଇଁ ଶୁଭେଚ୍ଛା ଜଣାଇଛି। ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଫ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛି। ସେହିପରି ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ଟୁଇଟ୍‌ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୧୯୯୯ ଜୁନ୍‌ରେ ଆୟର୍ଲାଣ୍ଡ ବିପକ୍ଷରେ ସେ ଡେବ୍ୟୁ କରିଥିଲେ। ଟେଷ୍ଟରେ ୪ ଅର୍ଦ୍ଧଶତକ ଓ ଗୋଟିଏ ଶତକ ଅର୍ଜନ କରିଛନ୍ତି। ସେହିପରି ଦିନିକିଆରେ ସେ ୫୪ଟି ଅର୍ଦ୍ଧଶତକ ହାସଲ କରିବା ସହ ୭ଟି ଶତକ ଓ ଟି୨୦ରେ ୧୭ଟି ଅର୍ଦ୍ଧଶତକ ହାସଲ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

ପାକିସ୍ତାନ ସହ ଏହି ଦିନ ସେମି-ଫାଇନାଲ ଖେଳିବ ଭାରତ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ନୋଟ କରି ନିଅନ୍ତୁ

ନୂଆଦିଲ୍ଲୀ,୨୯।୯: ୨୦୨୬ ଏସୀୟ କ୍ରୀଡ଼ାର କ୍ରିକେଟ ପ୍ରତିଯୋଗିତା ବର୍ତ୍ତମାନ ସୁଦ୍ଧା କେବଳ ମାନ୍ୟତା (ରାଙ୍କିଙ୍ଗ) ଆଧାରରେ ଆଗକୁ ବଢ଼ିଛି। ଭାରତ, ପାକିସ୍ତାନ, ଶ୍ରୀଲଙ୍କା ଏବଂ ବାଂଲାଦେଶ ଏପର୍ଯ୍ୟନ୍ତ…

ନିଜ କଥା ରଖିପାରିଲେନି ଶୋଏବ ଅଖତର! ପାକିସ୍ତାନ କ୍ରିକେଟରେ ନୂଆ ଭୂମିକାରେ ଆସିପାରନ୍ତି ନଜର

ଇସଲାମାବାଦ,୨୯।୯: ଶୋଏବ ଅଖତର ଅନେକ ବର୍ଷ ପରେ ପାକିସ୍ତାନ କ୍ରିକେଟକୁ ଫେରିପାରନ୍ତି। ଗତ ସପ୍ତାହରେ, ଏହି ପୂର୍ବତନ ଦ୍ରୁତ ବୋଲର ପାକିସ୍ତାନ କ୍ରିକେଟ ବୋର୍ଡ (PCB)ର ଅଧ୍ୟକ୍ଷ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ପ୍ରଥମଥର ପାଇଁ ଆରମ୍ଭ ହେଲା ‘ଅଲ-ଫର୍ମାଟ’ ଟୁର୍ନାମେଣ୍ଟ: କ୍ରିକେଟ୍‌ ଜଗତରେ ଚହଳ, ଜାଣନ୍ତୁ ଏହା କ’ଣ

ଢାକା,୨୯।୯: କ୍ରିକେଟ୍‌ରେ ନୂଆ ପରୀକ୍ଷଣ କରିବାକୁ ଯାଉଛି ବାଂଲାଦେଶ। ତମିମ ଇକବାଲଙ୍କ ଅଧ୍ୟକ୍ଷତାରେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ‘ଡି-୩’ ବା ‘ଡୋମେଷ୍ଟିକ ୩’ ନାମରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?