Posted inଖେଳ

କୋଭିଡ୍‌-୧୯: ୟୁଏସ୍‌, କାନାଡ଼ା ଓପନ ବ୍ୟାଡ୍‌ମିଣ୍ଟନ ବାତିଲ

ନୂଆଦିଲ୍ଲୀ,୧୩।୩(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଜାରି କରାଯାଇଥିବା କଟକଣା ଓ ବିଭିନ୍ନ ନିୟମ କାରଣରୁ ଦୁଇଟି ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟକୁ ବାତିଲ କରାଯାଇଛି। ୟୁଏସ୍‌ ଓପନ୍‌ ଓ କାନାଡା ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟକୁ ବ୍ୟାଡ୍‌ମିଣ୍ଟନ ଓ୍ବାଲର୍‌ଡ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ବାତିଲ କରିବାକୁ ନିଷ୍ପତ୍ତି ନେଇଛି।
ୟୁଏସ୍‌ ଓପନ୍‌ ଏକ ସୁପର ୩୦୦ ଟୁର୍ନାମେଣ୍ଟ ରୂପେ ବେଶ୍‌ ଲୋକପ୍ରିୟତା ହାସଲ କରିଛି। ଏହି ଟୁର୍ନାମେଣ୍ଟ ଆସନ୍ତା ଜୁଲାଇ ୬ରୁ ୧୧ ତାରିଖ ମଧ୍ୟରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଥିଲା। ସେହିପରି ଏକ ସୁପର ୧୦୦ ଟୁର୍ନାମେଣ୍ଟ ରୂପେ ବିବେଚିତ ହେଉଥିବା କାନାଡ଼ା ଓପନ ଜୁନ୍‌ ୨୯ରୁ ଆରମ୍ଭ ହୋଇ ଜୁଲାଇ ୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ଥିଲା। କୋଭିଡ୍‌-୧୯ କାରଣରୁ ଜାରି କରାଯାଇଥିବା ପ୍ରତିବନ୍ଧ ଓ ଏ ନେଇ ସୃଷ୍ଟି ହୋଇଥିବା ଜଟିଳତା କାରଣରୁ ଆମକୁ ଦୁଇଟି ଟୁର୍ନାମେଣ୍ଟ ବାତିଲ କରିବାକୁ ହେଲା ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ କୁହାଯାଇଛି। ଏହାପରେ ବ୍ୟାଡ୍‌ମିଣ୍ଟନ ଏସିଆ ମଧ୍ୟ ତା’ର ଫ୍ଲାଗ୍‌ଶିପ୍‌ ଇଭେଣ୍ଟ ଏସିଆନ ଚାମ୍ପିୟନଶିପ୍‌କୁ ସ୍ଥଗିତ ରଖିଛି। ଏହି ଚାମ୍ପିୟନଶିପ୍‌ ଅଲିମ୍ପିକ୍‌ କ୍ୱାଲିଫାଇଙ୍ଗ୍‌ ଇଭେଣ୍ଟର ମାନ୍ୟତା ପାଇଥିଲା। ତେବେ ଅଲିମ୍ପିକ୍‌ ପିରିୟଡ ମଧ୍ୟରେ ଏସିଆନ୍‌ ଚାମ୍ପିୟନଶିପ୍‌କୁ ପୁନଃନିର୍ଦ୍ଧାରିତ କାର୍ଯ୍ୟସୂଚୀରେ ଆୟୋଜନ କରିହେବ ନାହିଁ ଓ ପଏଣ୍ଟକୁ ମଧ୍ୟ ସାମିଲ କରାଯାଇପାରିବ ନାହିଁ ବୋଲି ବିଡବ୍ଲ୍ୟୁଏଫ୍‌ ତରଫରୁ ସ୍ପଷ୍ଟ କରାଯାଇଛି। ଉଲ୍ଲେଖଥାଉ କି ନୂଆ କରି ଜାରି କରାଯାଇଥିବା ଅଲିମ୍ପିକ୍‌ କ୍ୱାଲିଫିକେଶନ ସିଷ୍ଟମ ଅନୁସାରେ କୌଣସି ରିପ୍ଲେସମେଣ୍ଟ ଟୁର୍ନାମେଣ୍ଟ ସାମିଲ କରାଯାଇପାରିବ ନାହିଁ। ତେଣୁ ଏସିଆନ ଚାମ୍ପିୟନଶିପ୍‌ ଆୟୋଜନ ନେଇ ଏବେ ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀଙ୍କୁ ଭିଆଇପି ଟ୍ରିଟମେଣ୍ଟ! ସଚିନଙ୍କୁ ମିଳି ନ ଥିଲା; କାହିଁକି ହେଲା…?

ନୂଆଦିଲ୍ଲୀ, ୨୫ା୬: ଭାରତର ୧୫ ବର୍ଷୀୟ ପ୍ରତିଭାବାନ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀଙ୍କ ଇଂଲଣ୍ଡ ଗସ୍ତକୁ ନେଇ ଏବେ ସାରା ଦେଶରେ ଜୋରଦାର ଚର୍ଚ୍ଚା ଚାଲିଛି। ଖବର ଅନୁଯାୟୀ, ଇଂଲଣ୍ଡରେ…

ଟି୨୦ ବିଶ୍ୱକପ୍‌: ବାଂଲାଦେଶକୁ ହରାଇ ଭାରତର ତୃତୀୟ ବିଜୟ

ମାଞ୍ଚେଷ୍ଟର,୨୫ା୬: ଶେଫାଳି ବର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଗୁରୁବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମହିଳା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌କୁ ଭାରତ ୫ ଉଇକେଟରେ ଜିତି ନେଇଛି। ବାଂଲାଦେଶ…

ମେସି, ରୋନାଲ୍ଡୋଙ୍କ କ୍ଲବରେ ସାମିଲ ହେଲେ ଏହି ମହାନ ଗୋଲକିପର, ଜାଣନ୍ତୁ…

ମେକ୍ସିକୋ ସିଟି,୨୫ା୬: ମେକ୍ସିକୋର ଭେଟେରାନ ଗୋଲକିପର ଗୁଇଲେର୍ମୋ ଓଚୋଆ ଫିଫା ବିଶ୍ୱକପ୍‌ ଇତିହାସରେ ତୃତୀୟ ଖେଳାଳି ଭାବେ ଷଷ୍ଠ ବିଶ୍ୱକପ୍‌ ଖେଳିଛନ୍ତି। ତାଙ୍କ ଭଳି ଚଳିତ ସଂସ୍କରଣରେ…

କାନାଡ଼ାକୁ ହରାଇ ଗ୍ରୁପ୍‌-ବି’ ଶୀଷର୍ର୍ରେ ସୁଇଜରଲାଣ୍ଡ

ଭାଙ୍କୋଭର,୨୫ା୬: ରୁବେନ ଭର୍ଗାସ ଓ ଜୋହାନ ମାଜାମ୍ବିଙ୍କ ଗୋଲ ବଳରେ ସୁଇଜରଲାଣ୍ଡ ୨-୧ ଗୋଲରେ କାନାଡାକୁ ପରାସ୍ତ କରିଛି। ଏହି ବିଜୟ ସହ ସୁଇଜରଲାଣ୍ଡ ଗ୍ରୁପ୍‌-ବି’ ଟପ୍ପର…

VIDEO: କିଏ ଏହି ଅଭିନେତ୍ରୀ, ଯାହାଙ୍କୁ ରାତାରାତି ଫେମଶ କରିଦେଲା FIFA ଓ୍ବାର୍ଲଡ କପ

ନୂଆଦିଲ୍ଲୀ,୨୫।୬: ୨୦୨୬ ଫିଫା ବିଶ୍ୱକପରେ ଖେଳାଳିମାନେ ପଡ଼ିଆରେ ସେମାନଙ୍କର ଦକ୍ଷତା ପ୍ରଦର୍ଶନ କରୁଥିବା ବେଳେ, ଷ୍ଟାଣ୍ଡରେ କିଛି ପ୍ରଶଂସକ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଦର୍ଶକଙ୍କ ମଧ୍ୟରେ,…

ଆୟରଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଶ୍ରେୟସ ଆୟର ପୋଷ୍ଟ କଲେ ଦ୍ୱିତୀୟ ଜନ୍ମର ତାରିଖ, ବଢ଼ିଲା ଚର୍ଚ୍ଚା                                                          

ନୂଆଦିଲ୍ଲୀ,୨୫।୬: ଭାରତୀୟ ଟି-୨୦ କ୍ରିକେଟ ଦଳର ନୂଆ ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଜୁନ ୨୬ ରେ ଭାରତୀୟ ଦଳ ଆୟରଲ୍ୟାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ…

କେବଳ କ୍ରିକେଟରେ ନୁହେଁ ବ୍ୟବସାୟରେ ମଧ୍ୟ ଖୁବ ଆଗରେ ବିରାଟ କୋହଲି; ଜାଣନ୍ତୁ BCCI ବ୍ୟତୀତ କେତେ ରୋଜଗାର କରନ୍ତି…

ନୂଆଦିଲ୍ଲୀ,୨୫।୬: ବିଶ୍ୱର ସବୁଠାରୁ ସଫଳ ଏବଂ ପ୍ରସିଦ୍ଧ କ୍ରିକେଟରଙ୍କ ମଧ୍ୟରୁ ଜଣେ ବିରାଟ କୋହଲି ଥରେ ମନ୍ତବ୍ୟ ଦେଇଥିଲେ ଯେ ସେ ବ୍ୟବସାୟ ବିଷୟରେ କିଛି ଜାଣି…

ବିବାହରେ ଧୋନି, କୋହଲି, ରୋହିତଙ୍କୁ କାହିଁକି ନିମନ୍ତ୍ରଣ କଲେ ନାହିଁ ଆକାଶ ଦୀପ? ନିଜେ କହିଲେ ଏହାର କାରଣ

ନୂଆଦିଲ୍ଲୀ,୨୫।୬: କାଶୀରେ ଭାରତୀୟ ଦଳର ଦ୍ରୁତ ବୋଲର ଆକାଶ ଦୀପ ଅକ୍ଷିତାଙ୍କ ସହିତ ବୁଧବାର ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହ ଉତ୍ସବ ଏକ ଆନନ୍ଦଦାୟକ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri