ବାଟବଣା ଧର୍ମ

ଜଣେ ଯୁବକ ଏକ ଧନିକଙ୍କ ଘରେ ଉଦ୍ୟାନରକ୍ଷକ ଭାବେ କାର୍ଯ୍ୟକରୁଥନ୍ତି। ଦିନେ ଧନିକଙ୍କ ଘରକୁ ଅତିଥି ଆସିବାରୁ ସେ ସେହି ଯୁବକଙ୍କୁ ବଗିଚାରୁ କିଛି ଆମ୍ବ ତୋଳି ଆଣିବାକୁ ଆଦେଶ ଦେଲେ। ଏହାପରେ ଅତିଥି ଆମ୍ବ ଖାଇବାରୁ ଜଣାପଡ଼ିଲା ସେହି ଆମ୍ବଗୁଡ଼ିକ ଖଟା ଥିଲା। ଏହାପରେ ସାହୁକାର ଭୀଷଣ ବିରକ୍ତ ହୋଇ ଯୁବକଙ୍କୁ କହିଲେ, ତୁମେ କ’ଣ ଏ ପର୍ଯ୍ୟନ୍ତ ଜାଣିପାରିଲ ନାହିଁ କେଉଁଟା ଖଟା ଆଉ କେଇଟା ମିଠା ଆମ୍ବ। ଧନିକ ଜଣକ ଏହାର କାରଣ ଜାଣିବାକୁ ଚାହିଁଲେ। ସରଳମନା ଯୁବକ ଜଣକ କହିଲେ, ଦେଖନ୍ତୁ ମହାଶୟ, ମୁଁ ଆଜି ପର୍ଯ୍ୟନ୍ତ ବଗିଚାର ଗୋଟିଏ ବି ଫଳ ଚାଖିନାହିଁ। ଧନିକ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯୁବକ କହିଲେ, ଆପଣ ତ କେବେହେଲେ ମୋତେ ଆମ୍ବ ଚାଖିବାକୁ କହିନାହାନ୍ତି। ଧନିକ ଜଣକ ଅନୁତାପକରି କହିଲେ, ତୁମେ ଦିନ ସାରା ବଗିଚାରେ ରହୁଛ, ଯେତେପାର ସେତେ ଆମ୍ବ ଖାଇପାରିଥାନ୍ତ, ଏଥିରେ କହିବା କ’ଣ ଦରକାର ଥିଲା। ଯୁବକ ଜଣକ କହିଲେ, ମୁଁ ଏହାର ରକ୍ଷକଦାତା, ମୁଁ କାହାରିକୁ ଆମ୍ବ ଚୋରିକରିବାକୁ ଦେଉନାହିଁ। ପୁଣି ନିଜେ କିପରି ଚୋରିକରି ଖାଇଥାନ୍ତି। ଏହା ଶୁଣି ଧନିକ ବୁଝି ପାରିଲେ ଯେ ଯୁବକ ଜଣକ କିପରି ନିଜର ଧର୍ମ ପାଳନ କରୁଥିଲେ। ପରେ ସେହି ଉଦ୍ୟାନ ରକ୍ଷକ ମହାତ୍ମା ଇବ୍ରାହିମ ନାମରେ ଖ୍ୟାତ ହେଲେ। କଥା ଓ କର୍ମ ମଧ୍ୟରେ କୌଣସି ପ୍ରଭେଦ ନ ଥିଲା ଯୁବକଙ୍କର। ଯୁବକ ଜଣକ ତାଙ୍କ ଧର୍ମ ସୁଚାରୁରୂପେ ପାଳନ କରୁଥିଲେ। ସଚ୍ଚୋଟତା ଓ ସରଳତା ଥିଲ ଯୁବକଙ୍କ ଧର୍ମ।

ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ଆମେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଧର୍ମ ପାଳନ ନ କରି କେବଳ ତୁଚ୍ଛା ଧର୍ମ ନାମରେ ରାଜନୀତି କରିଚାଲିଛୁ। ପ୍ରକୃତ ଧର୍ମ ହେଉଛି ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବା। ଆମେ ତାହା କରୁଛୁକି? ଛାତ୍ରର ଧର୍ମ ହେଲା ନିଷ୍ଠାର ସହ ଅଧ୍ୟୟନ କରିବା, ଗୁରୁଙ୍କ ଧର୍ମ ହେଲା ପାଠ ପଢ଼ାଇବା, ଶାସକଙ୍କ ଧର୍ମ ହେଲା ପ୍ରଜାମାନଙ୍କୁ ପୁତ୍ରତୁଲ୍ୟ ପାଳିବା ଓ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ସେହିପରି ନାରୀର ଧର୍ମ ହେଲା ପରିବାରକୁ ଓ ସମାଜକୁ ସୁସ୍ଥ ଓ ଶୃଙ୍ଖଳିତ ରୂପେ ଗଢ଼ି ତୋଳିବା। ସୈନ୍ୟବାହିନୀର ଧର୍ମ ହେଲା ରାଷ୍ଟ୍ରକୁ ସୁରକ୍ଷା ଦେବା, କୃଷକ ଭାଇର ଧର୍ମ ହେଲା ଶସ୍ୟ ଅମଳକରି କ୍ଷୁଧା ନିବାରଣ କରିବା, ବିଚାରପତିଙ୍କ ଧର୍ମ ହେଲା ସତ୍ୟକୁ ଚିହ୍ନି ଉଚିତ ନ୍ୟାୟ ବ୍ୟବସ୍ଥା କରିବା, ଇଞ୍ଜିନିୟର ର ଧର୍ମ ହେଲା ସୁନ୍ଦର ଓ ନିରାପତ୍ତାମୂଳକ ପ୍ରାସାଦ ଓ ପୋଲ ନିର୍ମାଣ କରିବା। କିନ୍ତୁ ଆମେ ସମସ୍ତେ ଯଦି ନିଜକୁ ଥରେ ପ୍ରଶ୍ନ କରିବା ଆମେ ଠିକ୍‌ ଭାବେ ନିଜର ଧର୍ମ ପାଳନ କରୁଛେ କି? ଏହାର ଉତ୍ତର ଆମେ ସମସ୍ତେ ଜାଣୁ। କେବଳ ଧର୍ମ ନାମରେ ଆମେ ଡିଣ୍ଡିମ ପିଟିବାରେ ଲାଗିଛୁ। କେବଳ ବିଭିନ୍ନ ତୀର୍ଥକ୍ଷେତ୍ର ଯାଇ ବୁଡ଼ପକାଇଲେ, ଭିଡ଼ ଭିତରେ ମନ୍ଦିର ଯାଇ ମହଣ ମହଣ ଘିଅରେ ଦୀପ ଜାଳିଲେ ଧର୍ମ ହୁଏ ନାହିଁ। ଏଇଠି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହିମ ଲିଙ୍କନ୍‌ଙ୍କ କଥା ମନେପଡ଼େ। ସେ କହୁଥିଲେ, ଏ ଦୁନିଆକୁ ବହୁଦିନ ଧରି କେହି ମୂର୍ଖ କରି ରଖିପାରିବେ ନାହିଁ। କିନ୍ତୁ ଧର୍ମ ଏକ ଏଭଳି କ୍ଷେତ୍ର ଯେଉଁଠି ପିଢ଼ି ପରେ ପିଢ଼ି ଲୋକଙ୍କୁ କେବଳ ଧର୍ମ ନାମରେ ମୂର୍ଖ ବନେଇହେବ।

ଗୋଟିଏ ପଟେ ଦୁର୍ନୀତି, ଶୋଷଣ, ପୀଡ଼ନ, ଅନ୍ୟାୟ ଅତ୍ୟାଚାର, ଅନୀତି ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଭକ୍ତିଭାବ ମଣିଷକୁ କବଳିତକରି ରଖିଛି। ସାଧାରଣ ମଣିଷଟିଏ ଧୀରେ ଧୀରେ ଅସହାୟ ଓ ଭୟାତୁର ହୋଇ ସଙ୍କଟରେ ଗତିକରୁଛି ଆଉ ଏଥିରୁ ମୁକ୍ତିପାଇବା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛି। ବେଳେ ବେଳେ ଦେଖାଯାଏ ଭକ୍ତଟି ଗୋଟିଏ ହାତରେ ନିଜ ଛୁଆକୁ ଧରି ଆର ହାତରେ ଠାକୁରଙ୍କୁ ପ୍ରାର୍ଥନା କରୁଥାଏ। ଗୋଟିଏ କଥା ଏଇଠି ମନେପଡୁଛି, ଯଦି ଆମେ ଆମର କର୍ତ୍ତବ୍ୟକୁ ଅନ୍ତରିକତାର ସହ କରନ୍ତେ ତେବେ ଆଜି କେଉଁଠି ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡୁ ନ ଥାନ୍ତା କି ନବନିର୍ମିତ ପୋଲଟିଏ ଭୁଶୁଡ଼ି ପଡୁ ନ ଥାନ୍ତା କିମ୍ବା କୋଉଠି ଅଫିସରଟିଏ ଲାଞ୍ଚ ନେଇ ଜନସାଧାରଣଙ୍କୁ ଲୁଟି ବାରମ୍ବାର ଅଫିସକୁ ଦୌଡ଼ାଉ ନ ଥାଆନ୍ତା। ମଣିଷକୁ ମଧ୍ୟ ଏଭଳି ଅସହାୟ ହୋଇ ଈଶ୍ୱରଙ୍କୁ ଆରାଧନା କରିବାକୁ ବି ପଡୁ ନ ଥାନ୍ତା। ହଁ , ଆମେ ଯଦି ଆନ୍ତରିକତାର ସହ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିବା ତେବେ ତାହା ହିଁ ହେବ ଆମର ପ୍ରକୃତ ଧର୍ମ।

ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ…

ସରକାର ଠିକାରେ ଚାଲିଛି

ଏକ ଚୁକ୍ତିବଦ୍ଧ କାମ ବା ସର୍ତ୍ତ ଆରୋପିତ କାର୍ଯ୍ୟକୁ ଠିକା କୁହାଯାଏ। ଯିଏ ସର୍ତ୍ତ ଅନୁଯାୟୀ କାମ ନ କରେ ତା’ଠାରୁ କାମ ଛଡାଇ ନିଆଯାଏ, ଏ…

ସିଇଓ ଅପେକ୍ଷାରେ

ନୀତି ଆୟୋଗ ସିଇଓ ଭାବେ ବିଭିଆର୍‌ ସୁବ୍ରମଣ୍ୟମଙ୍କ ବୃଦ୍ଧି ହୋଇଥିବା କାର୍ଯ୍ୟକାଳ ଏବେ ଶେଷ ହୋଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀରେ ପରବର୍ତ୍ତୀ ସିଇଓ କିଏ ହେବେ ତାହାକୁ…

ଘଣ୍ଟା ଅଛି, ସମୟ କାହିଁ

ଆଜିକୁ ପ୍ରାୟ ପଚାଶ ବର୍ଷତଳେ ବାହାଘରରେ ଜ୍ୱାଇଁଙ୍କୁ ଉପହାର ଦିଆଯାଉଥିଲା ଘଣ୍ଟା, ସାଇକେଲ ଓ ରେଡିଓ। ସମୟର ଦୌଡ଼ରେ ଧୀରେ ଧୀରେ ସାଇକେଲ୍‌ର ଚାହିଦା କମି କମି…

ଧ୍ୟାନ ଭଗ୍ନକାରୀ ନୀତି ବନାମ ଉତ୍ତରଦାୟିତ୍ୱ

ନିଜର ଦୋଷଦୁର୍ବଳତା ତଥା ଅପାରଗତା ଲୁଚାଇବାକୁ ଚେଷ୍ଟା କରି ଅନେକ ବ୍ୟକ୍ତି ଅନ୍ୟ ଉପରେ ଦୋଷ ଲଦିଦେଇ ଅନ୍ୟର ଉପକାର ନିମିତ୍ତ କୃତଜ୍ଞତା ବଦଳରେ କୃତଘ୍ନ ରୂପେ…

ଦୁଇ ବିପଜ୍ଜନକ ନିଷ୍ପତ୍ତି

୨୦୦୦ ମସିହାରେ ଜିମ୍ବାଓ୍ବେର ପୂର୍ବତନ ଏକଚ୍ଛତ୍ରବାଦୀ ଶାସକ ରବର୍ଟ ମୁଗାବେ ଦେଶର ଜାତୀୟ ଲଟେରିରେ ସବୁଠୁ ବଡ଼ ପୁରସ୍କାର ଜିତିଥିଲେ। ସେ ଏକ ସାଧାରଣ କାରଣ ପାଇଁ…

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri