ବାଟବଣା ଧର୍ମ

ଜଣେ ଯୁବକ ଏକ ଧନିକଙ୍କ ଘରେ ଉଦ୍ୟାନରକ୍ଷକ ଭାବେ କାର୍ଯ୍ୟକରୁଥନ୍ତି। ଦିନେ ଧନିକଙ୍କ ଘରକୁ ଅତିଥି ଆସିବାରୁ ସେ ସେହି ଯୁବକଙ୍କୁ ବଗିଚାରୁ କିଛି ଆମ୍ବ ତୋଳି ଆଣିବାକୁ ଆଦେଶ ଦେଲେ। ଏହାପରେ ଅତିଥି ଆମ୍ବ ଖାଇବାରୁ ଜଣାପଡ଼ିଲା ସେହି ଆମ୍ବଗୁଡ଼ିକ ଖଟା ଥିଲା। ଏହାପରେ ସାହୁକାର ଭୀଷଣ ବିରକ୍ତ ହୋଇ ଯୁବକଙ୍କୁ କହିଲେ, ତୁମେ କ’ଣ ଏ ପର୍ଯ୍ୟନ୍ତ ଜାଣିପାରିଲ ନାହିଁ କେଉଁଟା ଖଟା ଆଉ କେଇଟା ମିଠା ଆମ୍ବ। ଧନିକ ଜଣକ ଏହାର କାରଣ ଜାଣିବାକୁ ଚାହିଁଲେ। ସରଳମନା ଯୁବକ ଜଣକ କହିଲେ, ଦେଖନ୍ତୁ ମହାଶୟ, ମୁଁ ଆଜି ପର୍ଯ୍ୟନ୍ତ ବଗିଚାର ଗୋଟିଏ ବି ଫଳ ଚାଖିନାହିଁ। ଧନିକ ଆଶ୍ଚର୍ଯ୍ୟ ହୋଇ ଏହାର କାରଣ ପଚାରିବାରୁ ଯୁବକ କହିଲେ, ଆପଣ ତ କେବେହେଲେ ମୋତେ ଆମ୍ବ ଚାଖିବାକୁ କହିନାହାନ୍ତି। ଧନିକ ଜଣକ ଅନୁତାପକରି କହିଲେ, ତୁମେ ଦିନ ସାରା ବଗିଚାରେ ରହୁଛ, ଯେତେପାର ସେତେ ଆମ୍ବ ଖାଇପାରିଥାନ୍ତ, ଏଥିରେ କହିବା କ’ଣ ଦରକାର ଥିଲା। ଯୁବକ ଜଣକ କହିଲେ, ମୁଁ ଏହାର ରକ୍ଷକଦାତା, ମୁଁ କାହାରିକୁ ଆମ୍ବ ଚୋରିକରିବାକୁ ଦେଉନାହିଁ। ପୁଣି ନିଜେ କିପରି ଚୋରିକରି ଖାଇଥାନ୍ତି। ଏହା ଶୁଣି ଧନିକ ବୁଝି ପାରିଲେ ଯେ ଯୁବକ ଜଣକ କିପରି ନିଜର ଧର୍ମ ପାଳନ କରୁଥିଲେ। ପରେ ସେହି ଉଦ୍ୟାନ ରକ୍ଷକ ମହାତ୍ମା ଇବ୍ରାହିମ ନାମରେ ଖ୍ୟାତ ହେଲେ। କଥା ଓ କର୍ମ ମଧ୍ୟରେ କୌଣସି ପ୍ରଭେଦ ନ ଥିଲା ଯୁବକଙ୍କର। ଯୁବକ ଜଣକ ତାଙ୍କ ଧର୍ମ ସୁଚାରୁରୂପେ ପାଳନ କରୁଥିଲେ। ସଚ୍ଚୋଟତା ଓ ସରଳତା ଥିଲ ଯୁବକଙ୍କ ଧର୍ମ।

ଏହି ପ୍ରସଙ୍ଗ ଏଠାରେ ଉପସ୍ଥାପନ କରିବାର ଉଦ୍ଦେଶ୍ୟ ହେଲା ଆମେ ପ୍ରତ୍ୟେକ ବ୍ୟକ୍ତି ନିଜ ନିଜର ଧର୍ମ ପାଳନ ନ କରି କେବଳ ତୁଚ୍ଛା ଧର୍ମ ନାମରେ ରାଜନୀତି କରିଚାଲିଛୁ। ପ୍ରକୃତ ଧର୍ମ ହେଉଛି ନିଜ କର୍ତ୍ତବ୍ୟକୁ ସୁଚାରୁ ରୂପେ ପାଳନ କରିବା। ଆମେ ତାହା କରୁଛୁକି? ଛାତ୍ରର ଧର୍ମ ହେଲା ନିଷ୍ଠାର ସହ ଅଧ୍ୟୟନ କରିବା, ଗୁରୁଙ୍କ ଧର୍ମ ହେଲା ପାଠ ପଢ଼ାଇବା, ଶାସକଙ୍କ ଧର୍ମ ହେଲା ପ୍ରଜାମାନଙ୍କୁ ପୁତ୍ରତୁଲ୍ୟ ପାଳିବା ଓ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିବା। ସେହିପରି ନାରୀର ଧର୍ମ ହେଲା ପରିବାରକୁ ଓ ସମାଜକୁ ସୁସ୍ଥ ଓ ଶୃଙ୍ଖଳିତ ରୂପେ ଗଢ଼ି ତୋଳିବା। ସୈନ୍ୟବାହିନୀର ଧର୍ମ ହେଲା ରାଷ୍ଟ୍ରକୁ ସୁରକ୍ଷା ଦେବା, କୃଷକ ଭାଇର ଧର୍ମ ହେଲା ଶସ୍ୟ ଅମଳକରି କ୍ଷୁଧା ନିବାରଣ କରିବା, ବିଚାରପତିଙ୍କ ଧର୍ମ ହେଲା ସତ୍ୟକୁ ଚିହ୍ନି ଉଚିତ ନ୍ୟାୟ ବ୍ୟବସ୍ଥା କରିବା, ଇଞ୍ଜିନିୟର ର ଧର୍ମ ହେଲା ସୁନ୍ଦର ଓ ନିରାପତ୍ତାମୂଳକ ପ୍ରାସାଦ ଓ ପୋଲ ନିର୍ମାଣ କରିବା। କିନ୍ତୁ ଆମେ ସମସ୍ତେ ଯଦି ନିଜକୁ ଥରେ ପ୍ରଶ୍ନ କରିବା ଆମେ ଠିକ୍‌ ଭାବେ ନିଜର ଧର୍ମ ପାଳନ କରୁଛେ କି? ଏହାର ଉତ୍ତର ଆମେ ସମସ୍ତେ ଜାଣୁ। କେବଳ ଧର୍ମ ନାମରେ ଆମେ ଡିଣ୍ଡିମ ପିଟିବାରେ ଲାଗିଛୁ। କେବଳ ବିଭିନ୍ନ ତୀର୍ଥକ୍ଷେତ୍ର ଯାଇ ବୁଡ଼ପକାଇଲେ, ଭିଡ଼ ଭିତରେ ମନ୍ଦିର ଯାଇ ମହଣ ମହଣ ଘିଅରେ ଦୀପ ଜାଳିଲେ ଧର୍ମ ହୁଏ ନାହିଁ। ଏଇଠି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଆବ୍ରାହିମ ଲିଙ୍କନ୍‌ଙ୍କ କଥା ମନେପଡ଼େ। ସେ କହୁଥିଲେ, ଏ ଦୁନିଆକୁ ବହୁଦିନ ଧରି କେହି ମୂର୍ଖ କରି ରଖିପାରିବେ ନାହିଁ। କିନ୍ତୁ ଧର୍ମ ଏକ ଏଭଳି କ୍ଷେତ୍ର ଯେଉଁଠି ପିଢ଼ି ପରେ ପିଢ଼ି ଲୋକଙ୍କୁ କେବଳ ଧର୍ମ ନାମରେ ମୂର୍ଖ ବନେଇହେବ।

ଗୋଟିଏ ପଟେ ଦୁର୍ନୀତି, ଶୋଷଣ, ପୀଡ଼ନ, ଅନ୍ୟାୟ ଅତ୍ୟାଚାର, ଅନୀତି ବୃଦ୍ଧି ପାଉଥିବା ବେଳେ ଆଉ ଗୋଟିଏ ପଟେ ଭକ୍ତିଭାବ ମଣିଷକୁ କବଳିତକରି ରଖିଛି। ସାଧାରଣ ମଣିଷଟିଏ ଧୀରେ ଧୀରେ ଅସହାୟ ଓ ଭୟାତୁର ହୋଇ ସଙ୍କଟରେ ଗତିକରୁଛି ଆଉ ଏଥିରୁ ମୁକ୍ତିପାଇବା ପାଇଁ ଠାକୁରଙ୍କୁ ପ୍ରାର୍ଥନା କରୁଛି। ବେଳେ ବେଳେ ଦେଖାଯାଏ ଭକ୍ତଟି ଗୋଟିଏ ହାତରେ ନିଜ ଛୁଆକୁ ଧରି ଆର ହାତରେ ଠାକୁରଙ୍କୁ ପ୍ରାର୍ଥନା କରୁଥାଏ। ଗୋଟିଏ କଥା ଏଇଠି ମନେପଡୁଛି, ଯଦି ଆମେ ଆମର କର୍ତ୍ତବ୍ୟକୁ ଅନ୍ତରିକତାର ସହ କରନ୍ତେ ତେବେ ଆଜି କେଉଁଠି ରୋଗୀଟିଏ ଚିକିତ୍ସା ନ ପାଇ ମୃତ୍ୟୁମୁଖରେ ପଡୁ ନ ଥାନ୍ତା କି ନବନିର୍ମିତ ପୋଲଟିଏ ଭୁଶୁଡ଼ି ପଡୁ ନ ଥାନ୍ତା କିମ୍ବା କୋଉଠି ଅଫିସରଟିଏ ଲାଞ୍ଚ ନେଇ ଜନସାଧାରଣଙ୍କୁ ଲୁଟି ବାରମ୍ବାର ଅଫିସକୁ ଦୌଡ଼ାଉ ନ ଥାଆନ୍ତା। ମଣିଷକୁ ମଧ୍ୟ ଏଭଳି ଅସହାୟ ହୋଇ ଈଶ୍ୱରଙ୍କୁ ଆରାଧନା କରିବାକୁ ବି ପଡୁ ନ ଥାନ୍ତା। ହଁ , ଆମେ ଯଦି ଆନ୍ତରିକତାର ସହ ନିଜ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ସୁଚାରୁରୂପେ ପାଳନ କରିବା ତେବେ ତାହା ହିଁ ହେବ ଆମର ପ୍ରକୃତ ଧର୍ମ।

ଦେଉଳସାହି, ତୁଳସୀପୁର, କଟକ
ମୋ: ୭୮୪୬୯୨୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ରାଜ୍ୟବାଦର ନଗ୍ନ ରୂପ

ଶୀତଳ ଯୁଦ୍ଧର ଅବସାନ ପରେ ସାମ୍ରାଜ୍ୟବାଦୀ ଆମେରିକାର ଔଦ୍ଧତ୍ୟ ଯେ ବହୁଗୁଣା ବଢ଼ିଯାଇଛି, ଏଥିରେ କେହି ଦ୍ୱିମତ ହେବେ ନାହିଁ। କେତେକ ରାଷ୍ଟ୍ରରେ ସାମରିକ ଶକ୍ତି...

ଆପଣା ପଣରେ ନାରୀ

ରାଜା ବ୍ରାହ୍ମଣମାନଙ୍କୁ ପୁଚ୍ଛାକଲେ, ‘ଯେଉଁ ଫଳ ଉପୁଜାଇ ସେ ଫଳ ଖାଇ କି ନ ଖାଇ’। ତହିଁକି ବ୍ରାହ୍ମଣ ବୋଇଲେ ଯେ ଯେଉଁ ଫଳ ଉପୁଜାଇ...

ନଏଡା ଦୁର୍ଘଟଣା

ଘନକୁହୁଡ଼ି ଯୋଗୁ ଦିଲ୍ଲୀ ପାଖ ତଥା ଉତ୍ତରପ୍ରଦେଶ ରାଜ୍ୟର ନ୍ୟୁ ଓଖଲା ଇଣ୍ଡଷ୍ଟ୍ରିଆଲ ଡେଭଲପ୍‌ମେଣ୍ଟ ଅଥରିଟି (ନଏଡା)ର ସେକ୍ଟର ୧୫୦ ନିକଟରେ ୧୬ ଜାନୁଆରୀ ୨୦୨୬...

ଏଇ ଭାରତରେ

ଏବେ ବିବାହ ଉତ୍ସବରେ ପରିବେଶ ପ୍ରଦୂଷଣକାରୀ କାର୍ଯ୍ୟ ଦେଖିବାକୁ ମିଳୁଛି। ଖାଦ୍ୟ ନଷ୍ଟ ସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍‌ର ବ୍ୟାପକ ବ୍ୟବହାର କରାଯାଉଛି। ହେଲେ ମଧ୍ୟପ୍ରଦେଶରେ...

ବୁଦ୍ଧି ବିସ୍ଫୋଟ

ବିଜ୍ଞାନ ଦୃଷ୍ଟିରେ ୨୦୨୬କୁ ଏକ ଗୁରୁତ୍ୱପୂର୍ଣ୍ଣ ଦୃଷ୍ଟିକୋଣରେ ଦଣ୍ଡାୟମାନ ଥିବାର ଦେଖିବାକୁ ମିଳିଛି। ଏଆଇ ନାମରେ କୃତ୍ରିମ ବୁଦ୍ଧିମତ୍ତା ସମଗ୍ର ବିଶ୍ୱକୁ ବଦଳାଇ ଦେବାର ସାମର୍ଥ୍ୟ...

ଜଳବାୟୁ ବିପଦ ସୂଚକାଙ୍କ ଚେତାବନୀ

ସମ୍ପ୍ରତି ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ବିପଦପୂର୍ଣ୍ଣ ସ୍ତରରେ ପହଞ୍ଚିଛି। ଏହାଦ୍ବାରା ଅନେକ ଅଞ୍ଚଳରେ ଜନସାଧାରଣ ନିଃଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହାର...

କୁଲି, ମୂଲିଆଙ୍କ ଦେଶ

ପାଖାପାଖି ୧୫୦ କୋଟି ଲୋକସଂଖ୍ୟା ବିଶିଷ୍ଟ ଭାରତରେ ଯୁବଶକ୍ତିର କେତେ ବେରୋଜଗାର ଅଛନ୍ତି ତାହାର ବାସ୍ତବ ସଂଖ୍ୟା ଜାଣିବା ଅସମ୍ଭବ। ଏଇଥିପାଇଁ ଅସମ୍ଭବ କୁହାଯାଉଛି ଯେ,...

ଏଇ ଭାରତରେ

ମହାରାଷ୍ଟ୍ର ବିଦର୍ଭ ଅଞ୍ଚଳ ଅତ୍ୟନ୍ତ ମରୁଡ଼ିପ୍ରବଣ। ଏହି ଅଞ୍ଚଳରେ କୃଷି କ୍ଷତିଗ୍ରସ୍ତ ହେଉଥିବାରୁ କୃଷକ ଆତ୍ମହତ୍ୟା ହାର ଅଧିକ। ତେବେ ନିଜ ଗାଁ ଓ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri