ଦେଶ ଗଢ଼ାଯାଏ ଶ୍ରେଣୀଗୃହରେ

ଣେ ଅଭିଭାବକ ଯେତେବେଳେ ନିଜ ପିଲାକୁ ବିଦ୍ୟାଳୟରେ ନାମ ଲେଖାଇଥାନ୍ତି ସେତେବେଳେ ସେ ଦେଶ ପ୍ରତି ପିଲାର କି ଅବଦାନ ରହିବ ସେକଥା କିଛି ଭାବି ନ ଥାନ୍ତି। କେବଳ ଭାବିଥାନ୍ତି ନିଜ ପିଲାଟି କେମିତି ଭଲ ପାଠ ପଢ଼ିବ। ପିଲାଟି ପାଠ ପଢ଼େ। ଶିକ୍ଷିତ ହୁଏ। ଉଚ୍ଚ ଶିକ୍ଷିତ ହୁଏ। ତା’ର ଶିକ୍ଷା ଅନୁଯାୟୀ ନିର୍ଦ୍ଧାରିତ ପେସାରେ ସେ କାର୍ଯ୍ୟ କରିଚାଲେ। ସମାଜ ଓ ଦେଶ ତା’ ଦ୍ୱାରା ଯତ୍‌କିଞ୍ଚତ୍ତ୍‌ ଉପକୃତ ହୁଏ। ସେ ନିଜେ ବି।

ପିଲାମାନେ ପଢ଼ୁଥିବା ପାଠ ବା ପାଠ୍ୟ ଖସଡ଼ା କେହି ଅଭିଭାବକ କେବେ ନିର୍ଣ୍ଣୟକରି ନ ଥାନ୍ତି। କରିଥାନ୍ତି ସରକାର ଏବଂ ତାଙ୍କ ଦ୍ୱାରା ପରିଚାଳିତ ଶିକ୍ଷା ବିଭାଗ। ଆମ ଦେଶରେ କୋଠାରୀ କମିଶନଙ୍କ ରିପୋର୍ଟକୁ ଆଧାରକରି ୧୯୬୮ ମସିହାରେ ପ୍ରଥମେ ‘ଜାତୀୟ ଶିକ୍ଷାନୀତି’ ପ୍ରବର୍ତ୍ତନ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୪ ଟି ‘ଜାତୀୟ ଶିକ୍ଷାନୀତି ’ ପ୍ରଣୟନ ହୋଇସାରିଲାଣି। କୁହାଯାଏ ଯୁଗର ଆବଶ୍ୟକତାକୁ ଦେଖି ଶିକ୍ଷାନୀତିରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ଏଇଟା ଅବଶ୍ୟ ଆଂଶିକ ସତ୍ୟ। କିନ୍ତୁ ମୂଳ କଥାଟି ହେଉଛି ରାଜନୈତିକ ଆବଶ୍ୟକତା। ଏଠାରେ ନେଲ୍‌ସନ ମଣ୍ଡେଲାଙ୍କ ଉକ୍ତି ବେଶ୍‌ ତାତ୍ପର୍ଯ୍ୟପୂର୍ଣ୍ଣ। ତାଙ୍କ ମତରେ- ‘ବିଶ୍ୱ ପରିବର୍ତ୍ତନ ଲାଗି ଶିକ୍ଷା ହେଉଛି ଏକ ଅମୋଘ ଅସ୍ତ୍ର’। ସୁତରାଂ ଆମେ ଦେଶରେ ପ୍ରବର୍ତ୍ତିତ ଶିକ୍ଷା ଓ ପ୍ରଣୀତ ଶିକ୍ଷାନୀତି ଏଥିରୁ ମୁକ୍ତ କି, ତାହା ବିଚାର୍ଯ୍ୟ।
ବର୍ତ୍ତମାନ ଦୁଇଟି କଥା ବେଶ୍‌ ଚର୍ଚ୍ଚାକୁ ଆସିଛି। ଗୋଟିଏ ହେଉଛି ‘ଗୁଣାମତ୍କ ଶିକ୍ଷା’ ଓ ଅନ୍ୟଟି ‘ନୈତିକ ଶିକ୍ଷା’। ସ୍ବାଧୀନତାର ଦୀର୍ଘ ବର୍ଷ ଓ ଶିକ୍ଷାନୀତି ପ୍ରଣୟନର ୫୬ ବର୍ଷ ପରେ ଆଜି ଏହି ଭାଳେଣି କାହିଁକି? କମିଶନ ପରେ କମିଶନ ବସୁଛି, ସଂସ୍କାର ପରେ ସଂସ୍କାର ହେଉଛି, ବର୍ଷକ ବାର ମାସ ଶିକ୍ଷୟିତ୍ରୀଶିକ୍ଷକଙ୍କ ତାଲିମ ଚାଲିଛି, ପାଠ୍ୟକ୍ରମ ଓ ପରୀକ୍ଷା ପଦ୍ଧତିରେ ଘନ ଘନ ପରିବର୍ତ୍ତନ ହେଉଛି। କିନ୍ତୁ ଦେଖିଲା ବେଳକୁ ‘ମୋତେ ଯେତେ ମାଠିବୁ ମାଠ୍‌…. ’। ବିଦ୍ୟାଳୟଗୁଡ଼ିକରେ ସତ ମିଛ ଯୋଡ଼ି ୟୁ-ଡାଇସ୍‌ ତିଆରି ହେଉଛି। କିନ୍ତୁ ବାସ୍ତବରେ ୫ମ ଶ୍ରେଣୀରେ ପଢ଼ୁଥିବା ପିଲା ୧ମ ଶ୍ରେଣୀ ବହି ପଢ଼ିପାରୁ ନାହିଁ, ୮ମ ଶ୍ରେଣୀ ପିଲା ମିଶାଣ ଫେଡ଼ାଣ କରିପାରୁ ନାହିଁ, ୧୦ମ ଶ୍ରେଣୀ ପିଲା ନିଜ ନାମ ବି ଠିକ୍‌ ଲେଖିପାରୁ ନାହିଁ। ଏହା ମନଗଢ଼ା କଥା ନୁହେଁ। ଏହା ହେଉଛି ସ୍ବେଚ୍ଛ୍ବାସେବୀ ସଙ୍ଗଠନ ‘ପ୍ରଥମା’ର ସର୍ଭେ ରିପୋର୍ଟ। ଉଦ୍‌ବେଗଜନକ!

ଗତ ଜାନୁଆରୀ ମଧ୍ୟଭାଗରେ ପ୍ରାୟ ଖବରକାଗଜରେ ଗୋଟିଏ ଖବର ପ୍ରକାଶ ପାଇଥିଲା- ବାଲେଶ୍ୱର ଜିଲାର ଏକ ହାଇସ୍କୁଲରେ ୧୬୨ ଜଣ ପିଲା ଏବଂ ଶିକ୍ଷା ଦେଉଥିଲେ ଜଣେ ମାତ୍ର (ହିନ୍ଦୀ) ଶିକ୍ଷକ। ଜଣେ ମାତ୍ର ଶିକ୍ଷକରେ ହାଇସ୍କୁଲଟିଏ ଚାଲିଛି! ବିଶ୍ୱରେ ବିରଳ! କିନ୍ତୁ ଆମ ରାଜ୍ୟରେ ଶହ ଶହ! ଗୋଟିଏ ବଖରାରେ ଏକାଧିକ ଶ୍ରେଣୀ, ଗୋଟିଏ ଟେବୁଲରେ ଦୁଇ ଦୁଇ ଜଣ ଶିକ୍ଷକ। ସରକାରଙ୍କ ଦ୍ୱାରା ପ୍ରଦତ୍ତ ତଥ୍ୟ କହେ- ରାଜ୍ୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବା ବିଦ୍ୟାଳୟ ସଂଖ୍ୟା ୬,୭୮୧ ଏବଂ ଆବଶ୍ୟକ ଶିକ୍ଷକ ନ ଥିବା ବିଦ୍ୟାଳୟ ସଂଖ୍ୟା ୬,୭୮୧। ‘ଖଟ କାଟ୍‌- ଗୋଡ଼ କାଟ୍‌’ ନ୍ୟାୟରେ ଛାତ୍ରୀଛାତ୍ର ଅଭାବ ଦର୍ଶାଇ ସରକାର ୧୮ ହଜାର ସ୍କୁଲକୁ ସବୁଦିନ ପାଇଁ ବନ୍ଦ କରିଦେଲେ। ଏବେ ସେହି ହତଭାଗ୍ୟ ଶିଶୁମାନେ କେଉଁଠି? ଏହି ତଥ୍ୟ ସରକାରଙ୍କ ପାଖରେ ଅଛି ତ?
ସାଧାରଣତଃ ସ୍ବଚ୍ଛଳବର୍ଗର ଅଭିଭାବକମାନେ ଘରୋଇ ବିଦ୍ୟାଳୟ ମୁହଁା। କେଉଁ ମନ୍ତ୍ରୀ କି ଅଫିସରଙ୍କ ପିଲା ସରକାରୀ ବିଦ୍ୟାଳୟରେ ପଢ଼ନ୍ତି ନାହିଁ। କାହିଁକି? ଶାସକ ବା ପ୍ରଶାସକ କେହି କେବେ ତର୍ଜମା କରିଛନ୍ତି କି? ରାଜ୍ୟରେ ଯେତେ ସରକାରୀ ବିଦ୍ୟାଳୟ ଅଛି ସେଠାରେ ପଢ଼ନ୍ତି କେବଳ ଆମରି ପିଲା। ଅଙ୍ଗନୱାଡିରେ ଛତୁଆ ଖାଆନ୍ତି କେବଳ ଆମରି ପିଲା। ଦୁର୍ଭାଗ୍ୟ- ଘରୋଇ ବିଦ୍ୟାଳୟକୁ ପ୍ରୋତ୍ସାହନ ଦିଅନ୍ତି ଆମ ସରକାର। ସରକାରଙ୍କ ଛତ୍ରଛାୟା ତଳେ ରହି ଘରୋଇ ବିଦ୍ୟାଳୟ ସବୁ କୋଠା ଉପରେ କୋଠା ବାଡ଼ାଉଛନ୍ତି , କିନ୍ତୁ ସରକାରଙ୍କ ସରକାରୀ ବିଦ୍ୟାଳୟରେ ଚୁଲି ନାହିଁ କି ଚାଳ ନାହିଁ। କିଛିଦିନ ତଳେ ଏବର ସରକାର ଘରୋଇ ବିଦ୍ୟାଳୟ ଖୋଲିବାକୁ ଦରଖାସ୍ତ ଆହ୍ବାନ କରିଛନ୍ତି। ନୂତନ ଶିକ୍ଷାନୀତି-୨୦୨୦ ରେ ଏ ବ୍ୟବସ୍ଥା ବି ରହିଛି। ୨୦୦୧ରେ ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଲା। ଘରୋଇ ଅନୁଷ୍ଠାନକୁ ପ୍ରୋତ୍ସାହନ ଦେବାକୁ ସରକାରଙ୍କର ଏହା ଥିଲା ଏକ ଅପକାୈଶଳ! ସେହି ସର୍ବଶିକ୍ଷା ଅଭିଯାନର ଫଳ କ’ଣ ହେଲା? ୨ ଦଶନ୍ଧି ପରେ ‘ସର୍ବଶିକ୍ଷା ଅଭିଯାନ ‘ ରୂପାନ୍ତରିତ ହେଲା ‘ସମଗ୍ର ଶିକ୍ଷା’ରେ। ସଦ୍ୟ ପ୍ରକାଶିତ ଏଏସ୍‌ଇଆର୍‌ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସରକାରୀ ବିଦ୍ୟାଳୟରେ ନାମଲେଖା ଶତକଡ଼ା ୬୬.୮କୁ ଖସି ଆସିଛି। ଅଧାରୁ ପାଠ ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବଢ଼ିଯାଇଛି। ଅପରପକ୍ଷରେ ସ୍ମାର୍ଟ ଫୋନ୍‌ ବ୍ୟବହାର କରୁଥିବା ପିଲାଙ୍କ ସଂଖ୍ୟା ଶତକଡ଼ା ୮୨.୨ କୁ ବୃଦ୍ଧି ପାଇଛି ଏବଂ ଏହି ୮୨ ଜଣରୁ ମାତ୍ର ଶତକଡ଼ା ୫୭ ଜଣ ସ୍ମାର୍ଟ ଫୋନ୍‌କୁ ପାଠ ପାଇଁ ବ୍ୟବହାର କରୁଥିବା ବେଳେ ଅବଶିଷ୍ଟ ଅପାଠ ପାଇଁ ବ୍ୟବହାର କରୁଛନ୍ତି। ପରିଣତି ଯାହା ତ ହେଉଛି ଆମେ ସ୍ବଚକ୍ଷୁରେ ଦେଖୁଛନ୍ତି। ବିଶ୍ୱବ୍ୟାପୀ ଆଦୃତ ସାମାଜିକ ଗଣମାଧ୍ୟମ ପୁଳାଏ ଅସାମାଜିକ ତତ୍ତ୍ୱଙ୍କୁ ସ୍‌ୃଷ୍ଟି କରୁଛି- ଏହା ନିର୍ବିବାଦରେ କହିହେବ।

ଜଣେ ଛାତ୍ରର ଶିକ୍ଷା ସମାପ୍ତ ପରେ ସେ ନିଯୁକ୍ତିଟିଏ ପାଇବ ତାହାର କିଛି ଗ୍ୟାରେଣ୍ଟି ନାହିଁ। ନିଯୁକ୍ତି ନ ହେଲା ନାହିଁ, ସେ ଗ୍ରହଣ କରିଥିବା ଶିକ୍ଷାକୁ ନେଇ ଆମତ୍ନିର୍ଭରଶୀଳ ହୋଇପାରିବ ସେଥିରେ ମଧ୍ୟ ଗ୍ୟାରେଣ୍ଟି ନାହିଁ। ଯେଉଁମାନଙ୍କ କାନ୍ଧରେ ଦେଶର ଭାର ଲଦାଯିବ ସେମାନେ ଯଦି ସାର୍ଟିଫିକେଟ୍‌ ଧରି ବାରଦୁଆର ଶୁଣ୍ଢିପିଣ୍ଡା ହେବେ ଦେଶର ବିକାଶ ହେବ କେଉଁମାନଙ୍କୁ ନେଇ? ଏବେ ଦେଶରେ ବେରୋଜଗାରୀ ଏକ ମୁଖ୍ୟ ସମସ୍ୟା। ଶିକ୍ଷିତ ଯୁବତୀଯୁବକ ବଞ୍ଚତ୍ବାର କୌଣସି ରାହା ନ ପାଇ ବିପଥଗାମୀ ହେଉଛନ୍ତି ବା ଅପରାଧ ଘଟାଇବାକୁ ପଛଘୁଞ୍ଚା ଦେଉନାହାନ୍ତି।

ପ୍ରତ୍ୟେକ ରାଷ୍ଟ୍ରର ସ୍ବତନ୍ତ୍ର ଶିକ୍ଷାନୀତି ଥାଏ। ଏଇଟା ଅନସ୍ବୀକାର୍ଯ୍ୟ। ସୁତରାଂ ଆମ ଦେଶର ଅବସ୍ଥାକୁ ଗୁରୁତ୍ୱର ସହ ବିଚାରକୁ ନେଇ ଦେଶର ଶିକ୍ଷା ଓ ଶିକ୍ଷାନୀତି ପ୍ରଣୟନ ହେବା ଦରକାର। ବହୁ ପ୍ରଚାରିତ ନୂତନ ଶିକ୍ଷାନୀତି-୨୦୨୦ ଏହି ସମସ୍ୟାର ସମାଧାନ କରିପାରିବ ନାହିଁ, ବରଂ ସମସ୍ୟା ବୃଦ୍ଧିକରିବ। ତେଣୁ ସରକାର ଶିକ୍ଷାନୀତିକୁ ପୁନଃ ସମୀକ୍ଷା କରିବା ଉଚିତ ହେବ। ଶ୍ରେଣୀ ଶିକ୍ଷାକୁ ଗୁରୁତ୍ୱ ନ ଦେଲେ ଦେଶରେ ଅରାଜକତା ଦେଖାଦେବ। ବିକାଶର ସ୍ବପ୍ନ ଧୂଳିସାତ୍‌ ହୋଇଯିବ। ବିଳମ୍ବ ହୋଇ ନାହିଁ। ହାତରେ ସମୟ ଅଛି। ତେଣୁ ସରକାର ଏବେଠୁଁ ସଜାଗ ଓ ସତର୍କ ରହନ୍ତୁ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଚାଷ ଖୋଜୁଛି ମନ୍ତେଇ କୂଳ

ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ମାନଚିତ୍ରର ଦୃଶ୍ୟପଟକୁ ଆକଳନ କଲେ ଭଦ୍ରକ ଜିଲାକୁ ଏକ ପ୍ରମୁଖ ସ୍ଥାନ ଭାବେ ପରିଗଣିତ କରାଯାଇପାରେ। ସାଳନ୍ଦୀ, ବୈତରଣୀ, ମନ୍ତେଇର ସୁଦୀର୍ଘ…

ବାକ୍‌ ସ୍ବାଧୀନତା ଓ କଟକଣା

ରାଜନୈତିକ କାରଣରୁ ସେନ୍ସର ବା କଟକଣା ପ୍ରସଙ୍ଗ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସେନ୍ସରଶିପ କହିଲେ ସାମାଜିକ ଭାବେ ଆପତ୍ତିଜନକ, ହାନିକାରକ, ସମ୍ବେଦନଶୀଳ, ଭୁଲ୍‌ ପ୍ରମାଣିତ,…

ବାଣ ଫୁଟୁଛି

ବାଣ କଥା ଉଠିଲେ ତାମିଲନାଡୁର ବିରୁଧନଗର ଜିଲାର ଶିବକାଶୀ ସହରାଞ୍ଚଳ ମନେପଡ଼େ। ସାଧାରଣରେ ଭାରତର ୯୦ ପ୍ରତିଶତ ବାଣ ଶିବକାଶୀରେ ତିଆରି ହୋଇଥାଏ। ଅତ୍ୟଧିକ କାରଖାନା ଥିବାରୁ…

ଏଇ ଭାରତରେ

ପିଲାବେଳେ ରାସ୍ତା ଦୁର୍ଘଟଣାର ଶିକାର ହୋଇ ସୂର୍ଯ୍ୟ ଉତ୍କର୍ଷ ଅନେକ ଦିନର ଚିକିତ୍ସା ପରେ ଏକ ନୂଆ ଜୀବନ ପାଇଥିଲେ। ପରେ ସେ ତାଙ୍କ ଜୀବନକୁ ସାମାଜିକ…

କ୍ୟୁବା ଉପରେ ନଜର

ଜର୍ମାନୀର ନାଜି ଶାସକ ଆଡ୍‌ଲଫ୍‌ ହିଟ୍‌ଲର। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ବିଶ୍ବ ଦେଖିଥିଲା ଏହି ନାଜି ଏକଚ୍ଛତ୍ରବାଦୀଙ୍କ ଶାସନର କ୍ରୂରତା। ହିଟ୍‌ଲରଙ୍କ କୁଖ୍ୟାତି ଇତିହାସରେ ଲିପିବଦ୍ଧ ହୋଇ…

ପେସା ଆଇନକୁ ପେଷି ଦିଆଯାଉଛି

ଭାରତବର୍ଷର ଯେଉଁ କେତୋଟି ଆଇନ ଆଦିବାସୀମାନଙ୍କୁ ପ୍ରକୃତ ସଶକ୍ତୀକରଣ କରିବାରେ ସାହାଯ୍ୟ କରେ, ସେଥିମଧ୍ୟରୁ ପଞ୍ଚାୟତ(ଏକ୍ସଟେନସନ ଟୁ ଦି ସିଡ୍ୟୁଲଡ ଏରିୟାଜ) ଆକ୍ଟ ବା ପେସା ଆଇନ…

ବନ୍ଧୁ ନୁହେଁ

ଇରାନ୍‌ର ହର୍ମୁଜ ଜଳପଥ ଖୋଲାଯିବାର ଦିନକ ପରେ ପୁଣି ଏହାକୁ ବନ୍ଦ କରିଦିଆଗଲା। ଏପରିକି ଭାରତର ଦୁଇଟି ଜାହାଜ ଉପରେ ଇରାନ୍‌ ନୌସେନାର ଗୁଳିବର୍ଷଣ ଭାରତ ସରକାରଙ୍କୁ…

ଆମେ ନୀରବ

ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ କରିଛନ୍ତି। ଏହି ଯୁଦ୍ଧରେ ବିଶ୍ୱର ଅନ୍ୟ ଦେଶ ପରି ଭାରତ ମଧ୍ୟ ନକାରାତ୍ମକ ଭାବରେ ପ୍ରଭାବିତ ହୋଇଛି। ପ୍ରକୃତରେ ଇରାନୀୟଙ୍କୁ ଛାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri