ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ ସମାନ ମନେହେଉଥିବ। ଆମେ କିନ୍ତୁ ବୁଝିପାରି ନ ଥାଉ ଯେ ଏହି କାରଣରୁ ଅନେକ ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି, ସେମାନେ ବିଦ୍ୟାଳୟକୁ ପଢି ଯିବାର ନାଁ ଧରିଲେ କାନ୍ଦୁଛନ୍ତି, ଅଝଟ କରୁଛନ୍ତିି, ଲୁଚୁଛନ୍ତି କିନ୍ତୁ  ବିଦ୍ୟାଳୟରୁ ଛୁଟି ହେଲେ ବହୁତ ଜୋରରେ ସ୍କୁଲରୁ ଦୌଡି ଦୌଡି ଘରେ ହାଜର। ଏଥିରୁ ସହଜରେ ଅନୁମେୟ ଯେ ସେମାନେ ପାଠକୁ ଉପଭୋଗ କରିପାରୁ ନାହାନ୍ତି  ଏବଂ ପାଠ ତାଙ୍କ ପାଇଁ ଏକ ବୋଝ ଭଳି ପ୍ରତୀୟମାନ ହେଉଛି। ଅନେକ ସମୟରେ ଏହା ମଧ୍ୟ ମନକୁ ଆସେ ସତରେ କ’ଣ ୫/୭ ବର୍ଷର ଶିଶୁଟିଏ ବିଦ୍ୟାଳୟରେ ଏକାଧିକାଳ ଛଅ ଘଣ୍ଟା ରହିବା ନିହାତି ଦରକାର। ଠିକ୍‌ ସେହିପରି ଶିଶୁର ଓଜନଠାରୁ ତା’ର ବ୍ୟାଗର ଓଜନ ଅଧିକା ହେବା କେତେଦୂର ଯଥାର୍ଥ। ଅନେକ ସମୟରେ ଏହା ମଧ୍ୟ ଦେଖା ଯାଇଥାଏ ଯେ ‘ଆଜିର ଶିଶୁ କାଲିର ନାଗରିକ’ କହି ଆମେ ଶିଶୁ ପାଇଁ କ’ଣ ଉପଯୁକ୍ତ, କ’ଣ ଅନୁପଯୁକ୍ତ ତା’ର ମତାମତ ନ ନେଇ ନିଜେ ନିର୍ଦ୍ଧାରଣ କରୁ।  ଏହି ସବୁ ପ୍ରଶ୍ନକୁ ଆଖି ଆଗରେ ରଖି ଜାପାନର ଜଣେ ପ୍ରଖ୍ୟାତ ଟେଲିଭିଜନ ବ୍ୟକ୍ତିତ୍ୱ ଟେଟସୁକୋ କୁରୁୟୋନାଗୀ ନିଜ ପିଲାଦିନକୁ ନେଇ ଶିଶୁ କୈନ୍ଦ୍ରିକ ଶିକ୍ଷା ଉପରେ ଏକ ସୁନ୍ଦର ପୁସ୍ତକ ରଚନା କରିଛନ୍ତି ଯାହାର ନାମ ‘ତତ୍ତୋଚାନ-ଝରକା ସମୀପରେ ଏକ ଛୋଟ ଝିଅ’। ପୁସ୍ତକଟି ୧୯୮୧ରେ ପ୍ରଥମଥର ସକାଶେ ପ୍ରକାଶିତ ହୋଇଥିବାବେଳେ ଏହା ଏକ ଅଧିକ ବିକ୍ରି ହୋଇଥିବା ବହି ନାମରେ ବେଶ୍‌ ଖ୍ୟାତି ଅର୍ଜନ କରିଛି।
ବହିଟି ହେଉଛି ଲେଖକଙ୍କ ନିଜସ୍ବ ବାଲ୍ୟାବସ୍ଥାର କାହାଣୀ, ଯେଉଁଠି ତାଙ୍କର ଶିକ୍ଷାଲାଭର ଆଦ୍ୟାବସ୍ଥାରେ ଅତ୍ୟଧିକ ଜାଣିବାର ଆଗ୍ରହ ତଥା ଉତ୍ସାହ କାରଣରୁ ଏକ ବିଦ୍ୟାଳୟରୁ ବାହାର କରି ଦିଆଯାଏ ଏବଂ ତାଙ୍କ ମାଆ ତାଙ୍କର ନାମ ନେଇ ଲେଖାନ୍ତି  ‘ତୋମୋଇ ଗାକୁନ’ ବିଦ୍ୟାଳୟରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ସ୍ଥାପିତ ଏହା ଏକ ଆଦର୍ଶ ବିଦ୍ୟାଳୟ, ଯେଉଁଠି ଶିକ୍ଷା, କୌତୁକ, ସ୍ବାଧୀନତା ତଥା ପ୍ରେମକୁ ଗୁରୁତ୍ୱ ଦିଆଯିବା ଉପରେ ପର୍ଯ୍ୟବସିତ ଥିଲା। ଏହି ବିଦ୍ୟାଳୟ ଚାଲୁଥିଲା ସୋସାକୁ କୋବାୟାସିଙ୍କ ନେତୃତ୍ୱରେ, ଯିଏକି ଏହାର ପ୍ରଧାନଶିକ୍ଷକ ଥିଲେ।
ଏହି ବିଦ୍ୟାଳୟର ଅଭିନବ ପଦ୍ଧତିରେ ଶିକ୍ଷାଦାନ ଅନେକଙ୍କୁ ଆକର୍ଷିତ କରିଥାଏ। ଏହି କ୍ରମରେ ରେଳଡବାରେ ଶ୍ରେଣୀଗୃହ ଦ୍ୱାରା ତତ୍ତୋଚାନ ପରି ଶିଶୁ ବିଶେଷ ଭାବରେ ଅଭିଭୂତ ହେଉଥିଲେ।
ଶିଶୁ କୈନ୍ଦ୍ରିକ ଶିକ୍ଷା କ୍ରମରେ ଏଠାରେ ପ୍ରତ୍ୟେକ ଶିଶୁକୁ ସ୍ବତନ୍ତ୍ର ଭାବରେ ବିବେଚନା କରାଯାଉଥିଲା। ଉଦାହରଣ ସ୍ବରୂପ-ତତ୍ତୋଚାନ ଏହି ବିଦ୍ୟାଳୟରେ ପାଦ ଦେବାର ପ୍ରଥମଦିନ ହିଁ ପ୍ରଧାନଶିକ୍ଷକ ତାଙ୍କୁ ପାଖରେ ବସାଇ ପାଖାପାଖି ଚାରିଘଣ୍ଟା ଧରି ଶୁଣିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏଠାରେ ଶିଶୁଙ୍କର ସ୍ବରକୁ ଶୁଣିବାକୁ ସମ୍ମାନ ଦିଆଯାଉଥିଲା, ଯାହାକି ଶିଶୁ କୈନ୍ଦ୍ରିକ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। କଥା ହେଲା ପ୍ରତ୍ୟେକ ଶିଶୁକୁ ଶୁଣାଯିବା ଦରକାର,ଆକଳନ କରାଯିବା ଉଚିତ ନୁହେଁ। ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ପ୍ରତିଦିନ କେଉଁ କ୍ରମରେ ପଢିବେ ତାହା ନିଜେ ସ୍ଥିର କରିବା ଫଳରେ ତାଙ୍କୁ ସ୍ବତ୍ୱାଧିକାର, ଦାୟିତ୍ୱବୋଧ ତଥା ଆନ୍ତରିକ ପ୍ରେରଣା ମିଳିବ ବୋଲି ହୃଦ୍‌ବୋଧ କରାଯାଉଥିଲା। ଏହାର ଉଦ୍ଦେଶ୍ୟ ବାଧ୍ୟବାଧକତାରେ ଶୃଙ୍ଖଳା ବଦଳରେ ଶିକ୍ଷା ଗ୍ରହଣ ଆନନ୍ଦଦାୟକ ହେବା ସହିତ ଆତ୍ମ ନିର୍ଦ୍ଦେଶିତ ହେବ।
ଏହି ବିଦ୍ୟାଳୟରେ ତତ୍ତୋଚାନଙ୍କର ଜିଜ୍ଞାସାକୁ ନିରୁତ୍ସାହିତ କରା ନ ଯାଇ ପ୍ରଶଂସା କରାଯାଉଥିଲା ।
ମଧ୍ୟାହ୍ନଭୋଜନରେ ସନ୍ତୁଳିତ ଆହାର ଯେମିତି କିଛି ନଦୀ, ପୋଖରୀ, ସମୁଦ୍ରରୁ ଏବଂ କିଛି ପାହାଡରୁ ଅର୍ଥାତ୍‌ ମାଛ, ମାଂସ, ଅଣ୍ଡା ସହିତ ପନିପରିବା, ଛତୁ ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଉଥିଲା। ବାର୍ଷିକ କ୍ରୀଡାକୁ ଏପରି ଭାବରେ ପ୍ରସ୍ତୁତ କରାଯାଉଥାଏ ଯେ ପ୍ରତ୍ୟେକ ଶିଶୁ ଯେପରି ପ୍ରତିଯୋଗିତାରେ ପୁରସ୍କାର ନିଶ୍ଚିତ ପାଇବ। ତହିଁରେ ପୁଣି ପନିପରିବା ପୁରସ୍କାର ଦେବାର ଅର୍ଥ ପରିବାରର ରୋଷେଇରେ ଶିଶୁର କିଛି ଯୋଗଦାନ ସାମ୍‌ନାକୁ ଆସିବ। ଲାଇବ୍ରେରୀରେ ଯାହା ମନକୁ ଯାହା ଇଚ୍ଛାହେଲା ପଢିବାକୁ ଉତ୍ସାହିତ କରା ଯାଉଥିଲା। ଏଥିସହିତ ବିଦ୍ୟାଳୟ ବାହାରେ ଶିବିରର ଆୟୋଜନ ସ୍ବାଧୀନ ଭାବରେ ଚଳି ଶିଖିବାର ଶିକ୍ଷା ଦେବା ସକାଶେ ଅଭିପ୍ରେତ। ତତ୍ତୋଚାନ ଜଳକୁଣ୍ଡରେ ପଡିଯିବା ମଧ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଶିକ୍ଷା ଦେଇଛି। ପ୍ରଧାନଶିକ୍ଷକ ସବୁବେଳେ ବିଚାର କରନ୍ତି ଯେ ପ୍ରତ୍ୟେକ ଶିଶୁ ସ୍ବାଭାବିକ ଭାବରେ ଭଲ । ତେଣୁ ଦଣ୍ଡବିଧାନର ଆବଶ୍ୟକ ନାହିଁ। ଏହା ଶିଶୁକୁ ଆତ୍ମବିଶ୍ୱାସ ତଥା ଆବେଗିକ ସୁରକ୍ଷା ପ୍ରଦାନ କରିବ। ଶିଶୁମାନେ ବିନା ଦ୍ୱିଧାରେ ସେମାନଙ୍କୁ ମୁକ୍ତ ଭାବରେ ପ୍ରକାଶ କରିପାରିବେ। ଏହାଦ୍ୱାରା ସୃଜନଶୀଳତାର ମଧ୍ୟ ବିକାଶ ଘଟିବ। ସୁରକ୍ଷିତ ଏବଂ ଶିଶୁ ଅନୁକୂଳ ପରିବେଶ ଶିକ୍ଷା ବୃଦ୍ଧିରେ ସହାୟକ ହେବା ସହିତ ପରୀକ୍ଷା ବାହାରକୁ ଯାଇ ଚରିତ୍ର ଗଠନ, ସମାନୁଭୂତି, ସହଯୋଗ ଏବଂ ଖୁସିକୁ ଘୋଷା ଶିକ୍ଷା ବା ପ୍ରତିଯୋଗିତା ଅପେକ୍ଷା ଏଠାରେ ବେଶି ଗୁରୁତ୍ୱ ଦିଆଯାଉଥିଲା।
ମୋଟାମୋଟି ଭାବରେ ଏଠାରେ ଏଠାରେ ୧. ବୁଝିବା ଏବଂ ଶିକ୍ଷାଦେବା ଉପରେ ଗୁରୁତ୍ୱ, ୨.କଠୋର ଅନୁଶାସନ ବଦଳରେ ଅଭିଜ୍ଞତା ମାଧ୍ୟମରେ ଶିକ୍ଷା, ୩. ଭିନ୍ନକ୍ଷମ ଶିଶୁମାନଙ୍କ ପ୍ରତି ସମାନୁଭୂତି ପ୍ରଦର୍ଶନ ତଥା ୪.ଶିକ୍ଷାରେ ଧୈର୍ଯ୍ୟ ଏବଂ ଉଦାର ଚିତ୍ତର ଭୂମିକାକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପୁସ୍ତକଟି ଶିଶୁ ଅନୁକୂଳ ତଥା ସମାବେଶୀ ଶିକ୍ଷା ନିମନ୍ତେ ପରିବେଶ ସୃଷ୍ଟି ଦିଗରେ ଅଭିଭାବକ, ଶିକ୍ଷକ ତଥା ଶିଶୁ ଅଧିକାର କର୍ମୀମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ।
ମୋ: ୯୪୩୭୫୭୧୮୩୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

୩୧ ଅକ୍ଟୋବର ଯାଏ ୩ରାଶିଙ୍କ ଫିଟିଲା ଭାଗ୍ୟ; ଚାକିରିରେ ମିଳିବ ବଡ଼ ପ୍ରମୋଶନ, ହୁ ହୁ ହୋଇ ବଢିବ ଟଙ୍କା…

ବୈଦିକ ଜ୍ୟୋତିଷରେ ଦେବଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧନ, ସୁଖ, ସନ୍ତାନ ଏବଂ ସୌଭାଗ୍ୟର କାରକ ଗ୍ରହ ଭାବେ ବିବେଚନା କରାଯାଏ। ଗୁରୁ ଯେତେବେଳେ ରାଶି ପରିବର୍ତ୍ତନ କରନ୍ତି,…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri