ଶିଶୁକୈନ୍ଦ୍ରିକ ଶିକ୍ଷା

ଅନେକ ସମୟରେ ମନକୁ ଆସେ ଆଜି ପର୍ଯ୍ୟନ୍ତ ଆମେ ଏମିତି ପରିବେଶଟେ ସୃଷ୍ଟି କରିପାରିଲେନି ଯେଉଁଠି ବିଦ୍ୟାଳୟ ଖୋଲିବାର ସମୟ ଏବଂ ଛୁଟି ସମୟର ଚିତ୍ର ପ୍ରାୟତଃ ସମାନ ମନେହେଉଥିବ। ଆମେ କିନ୍ତୁ ବୁଝିପାରି ନ ଥାଉ ଯେ ଏହି କାରଣରୁ ଅନେକ ପିଲା ଅଧାରୁ ପାଠ ଛାଡି ଦେଉଛନ୍ତି, ସେମାନେ ବିଦ୍ୟାଳୟକୁ ପଢି ଯିବାର ନାଁ ଧରିଲେ କାନ୍ଦୁଛନ୍ତି, ଅଝଟ କରୁଛନ୍ତିି, ଲୁଚୁଛନ୍ତି କିନ୍ତୁ  ବିଦ୍ୟାଳୟରୁ ଛୁଟି ହେଲେ ବହୁତ ଜୋରରେ ସ୍କୁଲରୁ ଦୌଡି ଦୌଡି ଘରେ ହାଜର। ଏଥିରୁ ସହଜରେ ଅନୁମେୟ ଯେ ସେମାନେ ପାଠକୁ ଉପଭୋଗ କରିପାରୁ ନାହାନ୍ତି  ଏବଂ ପାଠ ତାଙ୍କ ପାଇଁ ଏକ ବୋଝ ଭଳି ପ୍ରତୀୟମାନ ହେଉଛି। ଅନେକ ସମୟରେ ଏହା ମଧ୍ୟ ମନକୁ ଆସେ ସତରେ କ’ଣ ୫/୭ ବର୍ଷର ଶିଶୁଟିଏ ବିଦ୍ୟାଳୟରେ ଏକାଧିକାଳ ଛଅ ଘଣ୍ଟା ରହିବା ନିହାତି ଦରକାର। ଠିକ୍‌ ସେହିପରି ଶିଶୁର ଓଜନଠାରୁ ତା’ର ବ୍ୟାଗର ଓଜନ ଅଧିକା ହେବା କେତେଦୂର ଯଥାର୍ଥ। ଅନେକ ସମୟରେ ଏହା ମଧ୍ୟ ଦେଖା ଯାଇଥାଏ ଯେ ‘ଆଜିର ଶିଶୁ କାଲିର ନାଗରିକ’ କହି ଆମେ ଶିଶୁ ପାଇଁ କ’ଣ ଉପଯୁକ୍ତ, କ’ଣ ଅନୁପଯୁକ୍ତ ତା’ର ମତାମତ ନ ନେଇ ନିଜେ ନିର୍ଦ୍ଧାରଣ କରୁ।  ଏହି ସବୁ ପ୍ରଶ୍ନକୁ ଆଖି ଆଗରେ ରଖି ଜାପାନର ଜଣେ ପ୍ରଖ୍ୟାତ ଟେଲିଭିଜନ ବ୍ୟକ୍ତିତ୍ୱ ଟେଟସୁକୋ କୁରୁୟୋନାଗୀ ନିଜ ପିଲାଦିନକୁ ନେଇ ଶିଶୁ କୈନ୍ଦ୍ରିକ ଶିକ୍ଷା ଉପରେ ଏକ ସୁନ୍ଦର ପୁସ୍ତକ ରଚନା କରିଛନ୍ତି ଯାହାର ନାମ ‘ତତ୍ତୋଚାନ-ଝରକା ସମୀପରେ ଏକ ଛୋଟ ଝିଅ’। ପୁସ୍ତକଟି ୧୯୮୧ରେ ପ୍ରଥମଥର ସକାଶେ ପ୍ରକାଶିତ ହୋଇଥିବାବେଳେ ଏହା ଏକ ଅଧିକ ବିକ୍ରି ହୋଇଥିବା ବହି ନାମରେ ବେଶ୍‌ ଖ୍ୟାତି ଅର୍ଜନ କରିଛି।
ବହିଟି ହେଉଛି ଲେଖକଙ୍କ ନିଜସ୍ବ ବାଲ୍ୟାବସ୍ଥାର କାହାଣୀ, ଯେଉଁଠି ତାଙ୍କର ଶିକ୍ଷାଲାଭର ଆଦ୍ୟାବସ୍ଥାରେ ଅତ୍ୟଧିକ ଜାଣିବାର ଆଗ୍ରହ ତଥା ଉତ୍ସାହ କାରଣରୁ ଏକ ବିଦ୍ୟାଳୟରୁ ବାହାର କରି ଦିଆଯାଏ ଏବଂ ତାଙ୍କ ମାଆ ତାଙ୍କର ନାମ ନେଇ ଲେଖାନ୍ତି  ‘ତୋମୋଇ ଗାକୁନ’ ବିଦ୍ୟାଳୟରେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନରେ ସ୍ଥାପିତ ଏହା ଏକ ଆଦର୍ଶ ବିଦ୍ୟାଳୟ, ଯେଉଁଠି ଶିକ୍ଷା, କୌତୁକ, ସ୍ବାଧୀନତା ତଥା ପ୍ରେମକୁ ଗୁରୁତ୍ୱ ଦିଆଯିବା ଉପରେ ପର୍ଯ୍ୟବସିତ ଥିଲା। ଏହି ବିଦ୍ୟାଳୟ ଚାଲୁଥିଲା ସୋସାକୁ କୋବାୟାସିଙ୍କ ନେତୃତ୍ୱରେ, ଯିଏକି ଏହାର ପ୍ରଧାନଶିକ୍ଷକ ଥିଲେ।
ଏହି ବିଦ୍ୟାଳୟର ଅଭିନବ ପଦ୍ଧତିରେ ଶିକ୍ଷାଦାନ ଅନେକଙ୍କୁ ଆକର୍ଷିତ କରିଥାଏ। ଏହି କ୍ରମରେ ରେଳଡବାରେ ଶ୍ରେଣୀଗୃହ ଦ୍ୱାରା ତତ୍ତୋଚାନ ପରି ଶିଶୁ ବିଶେଷ ଭାବରେ ଅଭିଭୂତ ହେଉଥିଲେ।
ଶିଶୁ କୈନ୍ଦ୍ରିକ ଶିକ୍ଷା କ୍ରମରେ ଏଠାରେ ପ୍ରତ୍ୟେକ ଶିଶୁକୁ ସ୍ବତନ୍ତ୍ର ଭାବରେ ବିବେଚନା କରାଯାଉଥିଲା। ଉଦାହରଣ ସ୍ବରୂପ-ତତ୍ତୋଚାନ ଏହି ବିଦ୍ୟାଳୟରେ ପାଦ ଦେବାର ପ୍ରଥମଦିନ ହିଁ ପ୍ରଧାନଶିକ୍ଷକ ତାଙ୍କୁ ପାଖରେ ବସାଇ ପାଖାପାଖି ଚାରିଘଣ୍ଟା ଧରି ଶୁଣିଥିଲେ। ଏଥିରୁ ସ୍ପଷ୍ଟ ଅନୁମେୟ ଯେ ଏଠାରେ ଶିଶୁଙ୍କର ସ୍ବରକୁ ଶୁଣିବାକୁ ସମ୍ମାନ ଦିଆଯାଉଥିଲା, ଯାହାକି ଶିଶୁ କୈନ୍ଦ୍ରିକ ଶିକ୍ଷାର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। କଥା ହେଲା ପ୍ରତ୍ୟେକ ଶିଶୁକୁ ଶୁଣାଯିବା ଦରକାର,ଆକଳନ କରାଯିବା ଉଚିତ ନୁହେଁ। ଏହି ବିଦ୍ୟାଳୟରେ ଛାତ୍ରୀଛାତ୍ର ପ୍ରତିଦିନ କେଉଁ କ୍ରମରେ ପଢିବେ ତାହା ନିଜେ ସ୍ଥିର କରିବା ଫଳରେ ତାଙ୍କୁ ସ୍ବତ୍ୱାଧିକାର, ଦାୟିତ୍ୱବୋଧ ତଥା ଆନ୍ତରିକ ପ୍ରେରଣା ମିଳିବ ବୋଲି ହୃଦ୍‌ବୋଧ କରାଯାଉଥିଲା। ଏହାର ଉଦ୍ଦେଶ୍ୟ ବାଧ୍ୟବାଧକତାରେ ଶୃଙ୍ଖଳା ବଦଳରେ ଶିକ୍ଷା ଗ୍ରହଣ ଆନନ୍ଦଦାୟକ ହେବା ସହିତ ଆତ୍ମ ନିର୍ଦ୍ଦେଶିତ ହେବ।
ଏହି ବିଦ୍ୟାଳୟରେ ତତ୍ତୋଚାନଙ୍କର ଜିଜ୍ଞାସାକୁ ନିରୁତ୍ସାହିତ କରା ନ ଯାଇ ପ୍ରଶଂସା କରାଯାଉଥିଲା ।
ମଧ୍ୟାହ୍ନଭୋଜନରେ ସନ୍ତୁଳିତ ଆହାର ଯେମିତି କିଛି ନଦୀ, ପୋଖରୀ, ସମୁଦ୍ରରୁ ଏବଂ କିଛି ପାହାଡରୁ ଅର୍ଥାତ୍‌ ମାଛ, ମାଂସ, ଅଣ୍ଡା ସହିତ ପନିପରିବା, ଛତୁ ଇତ୍ୟାଦିକୁ ପ୍ରାଧାନ୍ୟ ଦିଆଯାଉଥିଲା। ବାର୍ଷିକ କ୍ରୀଡାକୁ ଏପରି ଭାବରେ ପ୍ରସ୍ତୁତ କରାଯାଉଥାଏ ଯେ ପ୍ରତ୍ୟେକ ଶିଶୁ ଯେପରି ପ୍ରତିଯୋଗିତାରେ ପୁରସ୍କାର ନିଶ୍ଚିତ ପାଇବ। ତହିଁରେ ପୁଣି ପନିପରିବା ପୁରସ୍କାର ଦେବାର ଅର୍ଥ ପରିବାରର ରୋଷେଇରେ ଶିଶୁର କିଛି ଯୋଗଦାନ ସାମ୍‌ନାକୁ ଆସିବ। ଲାଇବ୍ରେରୀରେ ଯାହା ମନକୁ ଯାହା ଇଚ୍ଛାହେଲା ପଢିବାକୁ ଉତ୍ସାହିତ କରା ଯାଉଥିଲା। ଏଥିସହିତ ବିଦ୍ୟାଳୟ ବାହାରେ ଶିବିରର ଆୟୋଜନ ସ୍ବାଧୀନ ଭାବରେ ଚଳି ଶିଖିବାର ଶିକ୍ଷା ଦେବା ସକାଶେ ଅଭିପ୍ରେତ। ତତ୍ତୋଚାନ ଜଳକୁଣ୍ଡରେ ପଡିଯିବା ମଧ୍ୟ ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ଶିକ୍ଷା ଦେଇଛି। ପ୍ରଧାନଶିକ୍ଷକ ସବୁବେଳେ ବିଚାର କରନ୍ତି ଯେ ପ୍ରତ୍ୟେକ ଶିଶୁ ସ୍ବାଭାବିକ ଭାବରେ ଭଲ । ତେଣୁ ଦଣ୍ଡବିଧାନର ଆବଶ୍ୟକ ନାହିଁ। ଏହା ଶିଶୁକୁ ଆତ୍ମବିଶ୍ୱାସ ତଥା ଆବେଗିକ ସୁରକ୍ଷା ପ୍ରଦାନ କରିବ। ଶିଶୁମାନେ ବିନା ଦ୍ୱିଧାରେ ସେମାନଙ୍କୁ ମୁକ୍ତ ଭାବରେ ପ୍ରକାଶ କରିପାରିବେ। ଏହାଦ୍ୱାରା ସୃଜନଶୀଳତାର ମଧ୍ୟ ବିକାଶ ଘଟିବ। ସୁରକ୍ଷିତ ଏବଂ ଶିଶୁ ଅନୁକୂଳ ପରିବେଶ ଶିକ୍ଷା ବୃଦ୍ଧିରେ ସହାୟକ ହେବା ସହିତ ପରୀକ୍ଷା ବାହାରକୁ ଯାଇ ଚରିତ୍ର ଗଠନ, ସମାନୁଭୂତି, ସହଯୋଗ ଏବଂ ଖୁସିକୁ ଘୋଷା ଶିକ୍ଷା ବା ପ୍ରତିଯୋଗିତା ଅପେକ୍ଷା ଏଠାରେ ବେଶି ଗୁରୁତ୍ୱ ଦିଆଯାଉଥିଲା।
ମୋଟାମୋଟି ଭାବରେ ଏଠାରେ ଏଠାରେ ୧. ବୁଝିବା ଏବଂ ଶିକ୍ଷାଦେବା ଉପରେ ଗୁରୁତ୍ୱ, ୨.କଠୋର ଅନୁଶାସନ ବଦଳରେ ଅଭିଜ୍ଞତା ମାଧ୍ୟମରେ ଶିକ୍ଷା, ୩. ଭିନ୍ନକ୍ଷମ ଶିଶୁମାନଙ୍କ ପ୍ରତି ସମାନୁଭୂତି ପ୍ରଦର୍ଶନ ତଥା ୪.ଶିକ୍ଷାରେ ଧୈର୍ଯ୍ୟ ଏବଂ ଉଦାର ଚିତ୍ତର ଭୂମିକାକୁ ପ୍ରାଧାନ୍ୟ ଦିଆଯାଇଛି। ଏହି ପୁସ୍ତକଟି ଶିଶୁ ଅନୁକୂଳ ତଥା ସମାବେଶୀ ଶିକ୍ଷା ନିମନ୍ତେ ପରିବେଶ ସୃଷ୍ଟି ଦିଗରେ ଅଭିଭାବକ, ଶିକ୍ଷକ ତଥା ଶିଶୁ ଅଧିକାର କର୍ମୀମାନଙ୍କୁ ନିଶ୍ଚିତ ଭାବରେ ପ୍ରେରଣା ଯୋଗାଇବ।
ମୋ: ୯୪୩୭୫୭୧୮୩୧

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?