ଗଣତନ୍ତ୍ର ଓ ଅସମାନତା

ବିଶ୍ୱରେ ଗଣତନ୍ତ୍ର ଏବେ ବିପଦରେ। ଏହା କେବଳ ନିର୍ବାଚିତ ସରକାରକୁ ହଟାଇ କ୍ଷମତା ଦଖଲ କରୁଥିବା ଏକଚ୍ଛତ୍ରବାଦୀଙ୍କ ଯୋଗୁ ଘଟୁନାହିଁ। ଏକଚ୍ଛତ୍ରବାଦୀମାନେ କ୍ଷମତା ଦଖଲ କରୁଥିବା ବିଷୟ ମୁଖ୍ୟ ଖବର ହେଉଥିବାବେଳେ ବାସ୍ତବରେ ସେମାନେ ଆଉ ସ୍ବାଧୀନ ସମାଜ ପ୍ରତି ବିପଦ ହୋଇ ରହିନାହାନ୍ତି। ପ୍ରକୃତ ବିପଦ ଅତ୍ୟନ୍ତ ଘାତକ , ଯାହା ଆମ ଗଣତାନ୍ତ୍ରିକ ବ୍ୟବସ୍ଥାଗୁଡ଼ିକର କ୍ରମାଗତ ତଥା ଗଭୀର ପରିବର୍ତ୍ତନରେ ରହିଛି। ବାହାରକୁ ଜଣାପଡ଼ୁଛି ଯେ, ଏହିସବୁ ବ୍ୟବସ୍ଥା ଯେପରି କାର୍ଯ୍ୟ କରିବା ଉଚିତ ତାହା ସେଭଳି କରୁଛି। ନିର୍ବାଚନ ହେଉଛି।

ଭୋଟରମାନଙ୍କ ସ୍ବାର୍ଥ ପାଇଁ ପ୍ରତିନିଧିତ୍ୱ କରିବ ବୋଲି ଯେଉଁ ଦଳ ଓ ନେତା ପ୍ରତି ବିଶ୍ୱାସ ହୁଏ ସେମାନଙ୍କୁ ସେମାନେ ଭୋଟ ଦେଉଛନ୍ତି। କିନ୍ତୁ ବହୁ ସମୟରେ ଦେଖାଯାଏ ଯେଉଁ ରାଜନେତା ନିର୍ବାଚନମଣ୍ଡଳୀର କାମ ନ କରି ସେମାନଙ୍କ ନିଜ ସ୍ବାର୍ଥ ପାଇଁ କାମ କରନ୍ତି ଭୋଟରମାନେ ସେହି ନିର୍ବାଚିତ ରାଜନେତାଙ୍କୁ ପୁନର୍ବାର ଭୋଟ ଦେଇଥାନ୍ତି। ଏଭଳି ମୂର୍ଖତା ନୂଆ ନୁହେଁ, ଏହା ଏବେ ଏତେ ବ୍ୟାପକ ହୋଇଛି ଯେ, ଏବେ ଗଣତାନ୍ତ୍ରିକ ସରକାରର ମୂଳଭିତ୍ତି ପ୍ରତି ବିପଦ ସୃଷ୍ଟି କରିଛି।

ଆମେ ଏଭଳି ସ୍ଥିତିରେ କିପରି ପହଞ୍ଚିଛୁ ତାହା ବୁଝିବା ପାଇଁ ‘ଏଲିବଲ ନିୟମ’ ସମ୍ପର୍କରେ ବିଚାର କରିବା ଦରକାର। ଯେତେବେଳେ ମୁଁ କଲିକତା (ବର୍ତ୍ତମାନ କୋଲକାତା)ରେ ପିଲାବେଳେ ରହୁଥିଲି ସେତେବେଳେ ରାସ୍ତା ଓ ପାର୍କରେ ଖେଳୁଥିବା ସ୍ମାର୍ଟ ପିଲାମାନେ ଏହି ନିୟମକୁ ଭଲ ଭାବେ ଜାଣିଥିଲେ। ସେମାନେ ଯେତେବେଳେ ଘର ପାଖାପାଖି ଜାଗାରେ ଖେଳିଲେ ସେତେବେଳେ ଜଣେ ଟିକେ ବଡ଼ ପିଲା ତାଙ୍କ ସହ ଯୋଗଦେଲେ। ସେହି ପିଲାଟି ସହ ରହୁଥିବା ତାଙ୍କ ପାଳିତ ମାତା ପିଲାଟିକୁ ସେମାନଙ୍କ ସହ ଖେଳାଇବାକୁ ବାଧ୍ୟ କରନ୍ତି। ଫଳରେ ଖେଳୁଥିବା ପିଲାମାନେ ସିଧାସଳଖ ମନା କରିବା ପରିବର୍ତ୍ତେ ସେମାନେ ପରସ୍ପର ମଧ୍ୟରେ ଏକ ସାଙ୍କେତିକ ଶବ୍ଦ ‘ଏଲିବଲ’କୁ ନେଇ ଟୁପୁରୁଟାପର ହୁଅନ୍ତି, ଯାହା ସୂଚିତ କରେ ଯେ, ନୂଆ ପିଲାଟି ସେମାନଙ୍କ ସହ ଖେଳିପାରୁଥିଲାବେଳେ ସେ ଖେଳରେ ପ୍ରକୃତରେ ଅଂଶୀଦାର ନ ଥିଲା। ଯଦି ସେ ଗୋଲ କରୁଥିଲା ଓ ଆମେ ସେଥିରେ ଖୁସି ଓ ଅନନ୍ଦିତ ହେବା କଥା, କିନ୍ତୁ ତାହାର କୌଣସି ମୂଲ୍ୟ ରହେ ନାହିଁ। କାରଣ ସତ୍ୟ ହେଉଛି, ସେ ଖେଳୁଥିଲେ ବି ତାଙ୍କ ଗୋଲକୁ ଗଣାଯାଉ ନ ଥିଲା ବୋଲି ଆମେ ସମସ୍ତେ ଜାଣୁ।

ଏବେ ଏଲିବଲ ଶବ୍ଦ ଗଣତାନ୍ତ୍ରିକ ରାଜନୀତିର ମୂଳ ବିଷୟ ପାଲଟିଗଲାଣି। କାରଣ ସାଧାରଣ ଲୋକ ଉତ୍ସାହର ସହ ନିର୍ବାଚନରେ ସେହି ନେତାଙ୍କୁ ସମର୍ଥନ କରୁଛନ୍ତି, ଯେଉଁମାନେ ଲୋକଙ୍କ ଭାବାବେଗକୁ ପ୍ରଭାବିତ କରି ତଥା ଉସୁକାଇ ଭୋଟ ନେଉଛନ୍ତି। ଭୋଟରମାନେ ନିର୍ବାଚନ ଖେଳରେ ଭାଗୀଦାର ବୋଲି ସେହି ନେତା ଭାବନ୍ତି ନାହିଁ। ସାର୍ବଜନୀନ ସେବା ପ୍ରତି ଥିବା ଏକ ପ୍ରତିବଦ୍ଧତା ଏହି ନେତାଙ୍କ ପାଇଁ ମୂଲ୍ୟହୀନ। ଏଭଳି ପ୍ରତିବଦ୍ଧତା ବାସ୍ତବରେ ନିଜ ପାଇଁ ଏବଂ ସେମାନଙ୍କର ସମ୍ପର୍କୀୟଙ୍କ ପାଇଁ ଁ ଧନ ଏବଂ କ୍ଷମତା ଠୁଳ କରିବାର ପୟାସ ପ୍ରତି ବିପଦ। ଭୋଟରମାନେ ବିଶ୍ୱାସ କରନ୍ତି ଯେ ସେମାନେ ଖେଳର ଏକ ଅଂଶ ଓ ତାଙ୍କ ଭୋଟର ଗୁରୁତ୍ୱ ରହୁଛି। ବାସ୍ତବରେ ତାହା ନୁହେଁ, ବରଂ ସେମାନେ କେବଳ ନାମକୁ ମାତ୍ର ଖେଳୁଛନ୍ତି, ଯେମିତିକି ସେହି ପିଲାଟି ଖେଳୁଥିଲା। ପରିଣାମ ସ୍ବରୂପ, ଗଣତାନ୍ତ୍ରିକ ଅଧୋଗତି ଘଟୁଛି। ମୁଖ୍ୟଧାରାର ଅର୍ଥନୀତିଜ୍ଞ ଓ ରାଜନୈତିକ ବିଶେଷଜ୍ଞମାନେ ଦୀର୍ଘଦିନ ହେଲା ‘ମେଡିଆନ ଭୋଟର ଥିଓରମ’କୁ ଭରସା କରି ଆସିଛନ୍ତି, ଯାହା ଦର୍ଶାଏ ଯେ, ଏକ ବହୁମତ ନିର୍ବାଚନ ବ୍ୟବସ୍ଥାରେ ରାଜନେତାମାନେ ବାସ୍ତବରେ ଏକ ମଧ୍ୟମ ରାଜନୈତିକ ଦୃଷ୍ଟିକୋଣ ଥିବା ଭୋଟରଙ୍କ ପସନ୍ଦ ପ୍ରତି ଆକର୍ଷିତ ହେବେ। ନିର୍ବାଚନ ଜିତିବା ପାଇଁ କଠୋର ଭୋଟରଙ୍କ ବଦଳରେ ମଧ୍ୟମ ସ୍ତରର ଭୋଟରଙ୍କୁ ଆକର୍ଷିତ କରିବା ଦରକାର ଥିବାରୁ ସେମାନେ ଏହା କରିଥାନ୍ତି। କିନ୍ତୁ ଏବେ ରାଜନେତାମାନେ ରାଜନୈତିକ ଧ୍ରୁବୀକରଣ ଉପରେ ନିର୍ଭର କରୁଛନ୍ତି ଏବଂ ସେମାନଙ୍କ ମଧ୍ୟରେ ଉଗ୍ର ସ୍ଥିତିକୁ ଗ୍ରହଣ କରିବା ପ୍ରବୃତ୍ତି ବଢ଼ିବାରୁ ଜଣାପଡ଼ୁଛି ଯେ, ଏହି ଧାରଣା (ମଧ୍ୟମ ସ୍ତରର ଭୋଟରଙ୍କୁ ଆକର୍ଷିତ କରିବା)ସ୍ଥିତି ଆଉ ବେଶି ଦିନ ରହିବ ନାହିଁ। ଏହି ପରିବର୍ତ୍ତନ ପଛରେ ଥିବା କାରଣ ଯଦିଓ ସ୍ପଷ୍ଟ ନୁହେଁ, ତଥାପି ସୋସିଆଲ ମିଡିଆ ବୃଦ୍ଧି ସହ ଏହାର ଦୃଢ଼ ସମ୍ପର୍କ ରହିଛି। ନିର୍ବାଚନରେ ସୂଚନାଭିତ୍ତିକ ବିତର୍କକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ଡିଜିଟାଲ ପା୍ଲଟଫର୍ମଗୁଡ଼ିକ ଏବେ ଭୁଲ୍‌ ତଥ୍ୟ ପ୍ରସାର କରିବାର ଶକ୍ତିଶାଳୀ ସାଧନ ପାଲଟିଯାଇଛି। ଏହାଦ୍ୱାରା ସୁବିଧାବାଦୀ ନେତାମାନେ ହେରଫେର କରିବା ସହ ଲୋକଙ୍କୁ ସହଜରେ ବିଭ୍ରାନ୍ତ କରିପାରୁଛନ୍ତି।

ଗଣତନ୍ତ୍ର ପୁରାତନ ଏଥେନ୍ସରେ ଆରମ୍ଭ ହୋଇଥିଲା। ସେବେଠାରୁ ଏଥିରେ ଅନେକ ପରିବର୍ତ୍ତନ ଘଟିଛି। ପ୍ରଯୁକ୍ତି ବିକାଶ ଯୋଗୁ ପୁରାତନ ଗଣତାନ୍ତ୍ରିକ ବ୍ୟବସ୍ଥାର କେତେକ ନିର୍ଦ୍ଦିଷ୍ଟ ବିଷୟ ଅଲୋଡ଼ା ହୋଇଯାଇଛି। ତେବେ କ୍ରମଶଃ ବିକାଶ ହେଉଥିବା ନୈତିକ ମାନକଗୁଡ଼ିକ ମୌଳିକ ସୁଧାରକୁ ବାଟ ଦେଖାଇପାରେ। ଉଦାହରଣ ସ୍ବରୂପ, ରୋମାନ ସାଧାରଣତନ୍ତ୍ର ଉଚ୍ଚ ପଦାଧିକାରୀ ଓ ଧନିକଙ୍କ ଭୋଟର ଗୁରୁତ୍ୱ ସାଧାରଣ ନାଗରିକଙ୍କ ଭୋଟ ତୁଳନାରେ ଅଧିକ। ଏହାର ଗ୍ରହଣୀୟତା ଆମେ ଆଉ ଦେଖିବାକୁ ପାଉ ନାହଁୁ। ସେହିଭଳି ଗଣତନ୍ତ୍ର ବିକଶିତ ହେଉଥିବାରୁ ସ୍ଥାୟିତ୍ୱ ଗୁରୁତ୍ୱପୂର୍ଣ୍ଣ ହୋଇଗଲା, ଯାହାଦ୍ୱାରା ସମ୍ବିଧାନ ଆରମ୍ଭ କରାଗଲା। ଏହି ସମ୍ବିଧାନକୁ ସଂଶୋଧନ କରାଯାଇପାରିଛି। ଏହା କରିବାବେଳେ ବହୁମତରୁ ଅଧିକ ଆବଶ୍ୟକ ଏବଂ ଏହା ନିଶ୍ଚିତ କରେ ଯେ, ବିନା ବିଚାରରେ ମୁଖ୍ୟ ବ୍ୟବସ୍ଥାର ପରିବର୍ତ୍ତନ କରିବା ଉଚିତ ନୁହେଁ।

ଚାପଗ୍ରସ୍ତ ଗଣତାନ୍ତ୍ରିକ ଶାସନକୁ ନେଇ ବିଶ୍ୱ ପୁଣିଥରେ ଏକ ଜଟିଳ ସ୍ଥତିରେ ଥିବା ଦେଖିବାକୁ ମିଳିଛି। ଏବେ ପ୍ରତୀୟମାନ ଅତ୍ୟଧିକ ଅସମାନତା ଅପ୍ରତ୍ୟାଶିତ ଭାବେ ଗଣତନ୍ତ୍ରର ଅଧୋଗତି ଘଟାଉଛି। ଡିଜିଟାଲ ପ୍ଲାଟଫର୍ମ ଓ ସୋସିଆଲ ମିଡିଆର ଉତ୍ଥାନ ଅତି ଧନୀଙ୍କୁ ଜନମତକୁ ଗଢ଼ିବା ପାଇଁ ଏକ ନୂଆ ସାଧନ ଯୋଗାଇଛି। ଭୋଟରମାନେ ବିଶ୍ୱାସ କରନ୍ତି ଯେ, ସେମାନେ ସକ୍ରିୟ ଭାଗୀଦାରି, କିନ୍ତୁ ଇଲେବଲ ଭଳି ବାସ୍ତବ କ୍ଷମତା ଅଳ୍ପ କେତେକଙ୍କ ହାତରେ ରହିଛି।

ଅସମାନତା ହ୍ରାସ କରିବା କେବଳ ଏକ ନୈତିକ ଆବଶ୍ୟକତା ନୁହେଁ, ବରଂ ଏହା ଏକଚ୍ଛତ୍ରବାଦର ବିପଦ ବିରୋଧରେ ଗଣତନ୍ତ୍ରକୁ ରକ୍ଷା କରିବାର ଏକ ଉତ୍ତମ ଉପାୟ। ଏଥିପାଇଁ ଆମର ଏକ ଟିକସ ବ୍ୟବସ୍ଥା ଦରକାର, ଯାହା ନୂତନତ୍ୱ ଓ ଔଦ୍ୟୋଗିକତାରେ ବାଧା ନ ଦେଇ ଆୟ ଏବଂ ଧନର ପୁନଃ ବଣ୍ଟନ କରିପାରିବ। ନିଶ୍ଚିତ ଭାବେ ଏଥିପାଇଁ ସୁଯୋଗ ରହିଛି। ମୋ ମତରେ‘ଆକୋର୍ଡିଅନ ଟ୍ୟାକ୍ସ’, ଯାହା ଅଧିକ ଆୟକାରୀଙ୍କ ଉପରେ ଅଧିକ ଟିକସ ଲଗାଇ ସଂଗୃହୀତ ଅର୍ଥକୁ ନିମ୍ନ ଆୟବର୍ଗଙ୍କ ମଧ୍ୟରେ ଏଭଳିି ଏକ ଉପାୟରେ ପୁନଃ ବଣ୍ଟନ କରାଯିବ, ଯେଉଁଥିରେ ଧନିକଙ୍କ ମଧ୍ୟରେ ର଼୍ୟାକିଙ୍ଗକୁ ତୁଳନାମତ୍କ ଭାବେ ସୁରକ୍ଷିତ ରଖିହେବ। ଏଭଳି ଏକ ବ୍ୟବସ୍ଥାରେ ଆମେ ଅସମାନତା ହ୍ରାସ କରିବାରେ ସକ୍ଷମ ହେବା ସହ ଆମ ଲକ୍ଷ୍ୟ ଓ ନୂତନତ୍ୱକୁ ଆଗକୁ ବଢ଼ାଇବା ଲାଗି ପ୍ରୋତ୍ସାହନକୁ ଜାରି ରଖିପାରିବା। କିନ୍ତୁ କୌଣସି ଗୋଟିଏ ଦେଶ ଏକାକୀ ଅସମାନତା ନିୟନ୍ତ୍ରଣ କରିପାରିବ ନାହିଁ। ଏକ ଜଗତୀକରଣ ବିଶ୍ୱରେ ସୀମିତ ଥିବା ଏକପକ୍ଷୀୟ( ଗୋଟିଏ ଦେଶ ଦ୍ୱାରା ନିଆଯାଉଥିବା ) ପଦକ୍ଷେପକୁ ଦେଖିଲେ ସାମ୍ପ୍ରତିକ ସ୍ଥିତିରେ ଏଥିପାଇଁ ଅନ୍ତର୍ଜାତୀୟ ସହଯୋଗ ଦରକାର। ଇତିହାସ ଦର୍ଶାଇଛି ଯେ, ବିଶ୍ୱ ବୃହତ୍‌ ଆହ୍ବାନର ସମ୍ମୁଖୀନ ହୋଇଥିବାବେଳେ ଦୃଢ଼ ସିଦ୍ଧାନ୍ତକୁ କାର୍ଯ୍ୟରେ ପରିବର୍ତ୍ତନ କରିବା ଲାଗି ସବୁ ଦେଶ ଏକାଠି ହୋଇପାରିଛନ୍ତି। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆମକୁ ପୁନର୍ବାର ସେଭଳି କରିବାକୁ ପଡ଼ିବ।

ବିଶ୍ୱବ୍ୟାଙ୍କ୍‌ର ପୂର୍ବତନ ମୁଖ୍ୟ ଅର୍ଥନୀତିଜ୍ଞ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri